ସାମ୍ନାକୁ ଆସିଲା ତାଲିବାନର ସୁପ୍ରିମ ଲିଡର ହୈବିତୁଲ୍ଲା ଅଖୁନ୍ଦଜାଦା

1 min read

କାବୁଲ: ପୁଣି ଚର୍ଚ୍ଚାରେ ତାଲିବାନ ସୁପ୍ରିମ ଲିଡର ହୈବିତୁଲ୍ଲା ଅଖୁନ୍ଦଜାଦା । ସେ ଆଜି ସର୍ବସାଧାରଣ ଆଗରେ ନିଜକୁ ଉପସ୍ଥାପିତ କରିବା ସହ ଉଦବୋଧନ ଦେଇଛନ୍ତି । ଦକ୍ଷିଣ ଆଫଗାନିସ୍ତାନର କାନ୍ଦହାରରରେ ସେ ପ୍ରଥମ ଥର ଲାଗି ଲୋକଙ୍କୁ ଉଦବୋଧନ ଦେଇଥିବା ଜଣାପଡ଼ିଛି । ୨୦୧୬ ମସିହାରୁ ସେ ଇସଲାମିକ ଆନ୍ଦୋଳନର ଧର୍ମଗୁରୁ ଭାବେ ଘୋଷିତ ହୋଇଥିଲେ । ମାତ୍ର ସେ ଜୀବିତ ନା ମୃତ ସେ ନେଇ ସନ୍ଦେହ ଲାଗି ରହିଥିଲା । ଏପରିକି ଗତ ଅଗଷ୍ଟରେ ତାଲିବାନ ଶାସନ କ୍ଷମତାକୁ ଆସିବା ପରେ ଅଖୁନ୍ଦଜାଦାଙ୍କୁ ସର୍ବୋଚ୍ଚ ଶାସକ ଭାବେ ଘୋଷଣା କରାଯାଇଥିଲା । କିନ୍ତୁ ଏହା ପରେ ସେ ମୃତ ନେଇ ଖବର ପ୍ରସାରିତ ହୋଇଥିଲା ।

ଗତ ଶନିବାର ସେ ଦାରୁଲ ଜୋଲମ ହାକିମା ମାଦ୍ରାସାକୁ ପରିଦର୍ଶନ କରିଥିଲେ ବୋଲି କୁହାଯାଇଛି । ଏହି ସମୟରେ ସେ ତାଙ୍କ ସୈନିକ ଓ ଛାତ୍ରମାନଙ୍କ କଥା ହୋଇଥିଲେ । ଏହି ସମୟରେ ସେଠାକର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଥିଲା ।  ଏପରିକି କାହାକୁ ଫଟୋ କିମ୍ବା ଭିଡିଓ ନେବାକୁ ମଧ୍ୟ ସୁଯୋଗ ଦିଆଯାଇନଥିଲା । ତେବେ ତାଲିବାନ ସୋସିଆଲ ମିଡିଆରେ ଏକ ଦଶ ମିନିଟର ଅଡିଓ କ୍ଲିପ୍ ସେୟାର କରିଛି । ଏହି କ୍ଲିପରେ ଅଖୁନ୍ଦାଜାଦା ‘ଅମିରୁଲ ମୋମିନିନ’ ଅର୍ଥାତ ବିଶ୍ବସ୍ଥଙ୍କୁ ମୁଖିଆ କହି ନିଜ ସୈନିକଙ୍କୁ ସମ୍ବୋଧନ କରିଥିଲା । ଏହି ସମୟରେ ଅଖୁନ୍ଦାଜାଦା ଧାର୍ମିକ ଭାଷଣ ଦେଇଥିଲା । ଏହି ଭାଷଣରେ ସେ ରାଜନୀତି ଉପରେ କିଛି କହିନଥିଲେ ।  କିନ୍ତୁ ତାଲିବାନଙ୍କ ଉପରେ ଆଲ୍ଲାଙ୍କ ଦୟା ଥିବା ସେ କହିଛନ୍ତି ।

୨୦୧୬ରେ ତାଲିବାନ ଧର୍ମଗୁରୁ ମୁଲ୍ଲା ଅଖତାର ମନସୁରଙ୍କ ମୃତ୍ୟୁ ପରେ ତାଙ୍କୁ ସୁପ୍ରିମ ଲିଡର ଘୋଷଣା କରାଯାଇଥିଲା । ନେତା ଭାବରେ ନିଯୁକ୍ତି ହେବା ପରେ ଅଖୁନ୍ଦାଜାଦା ଅଲ-କଏଦା ମୁଖ୍ୟ ଆୟମାନ ଅଲ-ଜାଓ୍ବାହିରିଙ୍କ ସମର୍ଥନ ହାସଲ କରିଥିଲେ । ଅଖୁନ୍ଦାଜାଦାଙ୍କୁ ତାଲିବାନ ଆନ୍ଦୋଳନକୁ ଏକୀକରଣ କରିବା ଦାୟିତ୍ବ ଦିଆଯାଇଥିଲା ।  ଯାହା ଅଖତାରଙ୍କ ହତ୍ୟା ପରେ ତିକ୍ତ ଶକ୍ତି  ଭାଙ୍ଗି ଯାଇଥିଲା ।  ତେବେ ଗତ ସପ୍ତାହରେ କାନ୍ଦାହାରର ତାଲିବାନ ଗଭର୍ଣ୍ଣର ତଥା ଅଖୁନ୍ଦାଜାଦାର ଘନିଷ୍ଠ ସହଯୋଗୀ ମଲ୍ଲିକ ୟୁସୁଫ ଓ୍ବାଫା AFPକୁ କହିଥିଲେ ଯେ ସେ ତାଙ୍କର ରହସ୍ୟମୟ ମୁଖିଆଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି । ଏକ ସାକ୍ଷାତାକାରରେ ସେ କହିଥିଲେ କି ଆଫଗାନିସ୍ତାନର ପରିସ୍ଥିତିକୁ ନିୟନ୍ତ୍ରଣ କରିବ ଏବଂ କିପରି ଭଲ ସରକାର ଗଠନ କରାଯିବ ସେ ନେଇ ତାଙ୍କ ସହ ନିୟମିତ ବୌଠକ କରୁଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି କି ସେ ଆମର ଶିକ୍ଷକ ଏବଂ ସମସ୍ତଙ୍କର ଶିକ୍ଷକ । ଆମେ ତାଙ୍କଠାରୁ କିଛି ଶିଖିବାକୁ ଚେଷ୍ଟା କରୁଛୁ  ବୋଲି କହିଛନ୍ତି ମଲ୍ଲିକ ୟୁସୁଫ ଓ୍ବାଫା ।

 

Leave a Reply