ମୁମ୍ବାଇ ଡ୍ରଗ୍ସ କେସ୍; ଜେଲରୁ ବାହାରିଲେ ମୁନମୁନ; ସନ୍ଧ୍ୟାରେ ବାହାରିବେ ଅରବାଜ

1 min read

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ କେସ୍ ମାମଲାରେ ବଲିଉଡ କିଙ୍ଗଖାନ ଶାହାରାଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ୍ ଧାମେଚାଙ୍କୁ ମଧ୍ୟ ଗିରଫ କରିଥିଲା NCB । ତେବେ ଏହି ମାମଲାରେ ଗୁରୁବାର ଆର୍ଯ୍ୟନ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧାମେଚା ବେଲ ପାଇଥିଲେ । ବେଲ ପାଇବା ପରେ ମଧ୍ୟ ଗତକାଲି ବି ଅରବାଜ ଓ ମୁନମୁନଙ୍କୁ ଜେଲରେ ରହିବାକୁ ପଡ଼ିଥିଲା । ତେବେ ଆଜି ସକାଳେ ମୁନମୁନ ଜେଲରୁ ବାହାରିଥିବା ବେଳେ ଅରବାଜ ମଧ୍ୟ ଆର୍ଥର ରୋଡ୍ ଜେଲରୁ ଶୀଘ୍ର ବାହାରିବାର ସମ୍ଭାବନା ରହିଛି ।

ତେବେ ଏହି ମାମଲାରେ ଅରବାଜଙ୍କ ପିତା ଅସଲମ ମର୍ଚ୍ଚାଣ୍ଟ କହିଛନ୍ତି କି ଆଜି ସନ୍ଧ୍ୟାରେ ଅରବାଜ ଜେଲରୁ ବାହାରିବେ । ତେବେ ଗତକାଲି ଆର୍ଯ୍ୟନ ଖାନ ଜେଲରୁ ବାହାରି ମନ୍ନତରେ ପହଞ୍ଚିଥିଲେ । କିନ୍ତୁ କାଗଜ ପତ୍ର କାମ ସମାପ୍ତ ନହେବାରୁ ଅରବାଜ ଓ ମୁନମୁନ ଜେଲରୁ ବାହାରି ପାରିନଥିଲେ । ତେବେ ଅକ୍ଟୋବର ୩୦ରେ ଅରବାଜ ତାଙ୍କ ପିତାଙ୍କୁ ଶୀଘ୍ର ଜେଲରୁ ମୁକ୍ତି କରିବା ପାଇଁ ଅନୁରୋଧ କରିଥିଲେ । ଅସଲମ ପୁଅକୁ ମଧ୍ୟ ଆଶ୍ବସନା ଦେଇଥିଲେ ଯେ ଆଜି ତାଙ୍କୁ ଜେଲରୁ ବାହାରିବାର ୯୦ ପ୍ରତିଶତ ସୁଯୋଗ ଅଛି । କିନ୍ତୁ ଗତକାଲି ତାହା ହୋଇପାରିଲା ନାହିଁ । ତେଣୁ ଆଜି ସନ୍ଧ୍ୟା ସୁଦ୍ଧା ଜେଲରୁ ବାହାରିବେ ଅରବାଜ ମର୍ଚ୍ଚାଣ୍ଟ ।

 

Leave a Reply