ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ

Eviction Again Start In Surrounding Of Puri Jagannath Temple

ପୁରୀ: କିଛି ଦିନର ବ୍ୟବଧାନ ପରେ ଶ୍ରୀମନ୍ଦିର ଚାରିପାଖରୁ ପୁଣି ଉଚ୍ଛେଦ ଆରମ୍ଭ ହୋଇଛି । ଶ୍ରୀନହର ସମ୍ମୁଖରେ ଥିବା ଶ୍ରୀମନ୍ଦିର କାର୍ଯ୍ୟାଳୟର ପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ଶ୍ରୀମନ୍ଦିରର ୭୫ ମିଟର ଐତିହ୍ୟ କରିଡର ମଧ୍ୟରେ ବର୍ତ୍ତମାନ ସୁଦ୍ଧା ୯୬ ପ୍ରତିଶତ ଜମି ସରକାର ଅଧିଗ୍ରହଣ କରି ସାରିଛନ୍ତି । ଆଜି ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଉଚ୍ଛେଦ ଜାରି ରହିଛି । ପୌରସଂସ୍ଥାର ଏନ୍‌ଫୋର୍ସମେଣ୍ଟ ଟିମ୍, ପୋଲିସ ଓ ଅଗ୍ନିଶମ ବାହିନୀ ଉପସ୍ଥିତରେ ଉଚ୍ଛେଦ ଚାଲିଛି ।

Eviction Again Start In Surrounding Of Puri Jagannath Temple

ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ଉଦ୍ଦ୍ୟେଶରେ ରାଜ୍ୟ ସରକାର ଶ୍ରୀମନ୍ଦିର ଐତିହ୍ୟ କରିଡର ନିର୍ମାଣ କାମ ଆରମ୍ଭ କରିଥିଲେ । ଯେଉଁଥିରେ ବଡ଼ ଦେଉଳ ଚାରିପାଖରୁ ୭୫ ମିଟର ମଧ୍ୟରେ ସମସ୍ତ ନିର୍ମାଣକୁ ଉଚ୍ଛେଦ କରାଯାଇଛି । ଆଉ ବିସ୍ଥାପନ ପଲିସି ଅନୁସାରେ କ୍ଷତି ପୂରଣ ଯୋଗାଇ ଦେଉଛି ପ୍ରଶାସନ । ଆଉ ନିଜ ଇଚ୍ଛା ମୁତାବକ ଜମି ବଦଳରେ ଜମି ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ପୁରୀବାସୀ ।

Eviction Again Start In Surrounding Of Puri Jagannath Temple

ଶ୍ରୀକ୍ଷେତ୍ରକୁ ବିଶ୍ୱ ଐତିହ୍ୟ ନଗରୀରେ ପରିଣତ କରିବା ପାଇଁ ୫୯୦ କୋଟିର ୭ଟି ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେଥିରୁ ଦୁଇଟି ପ୍ରକଳ୍ପ କାମ ଆରମ୍ଭ ହୋଇଯାଇଛି । ଆଗକୁ ୫ଟି ପ୍ରକଳ୍ପର କାମ ଆରମ୍ଭ ହେବ । ଗତବର୍ଷ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଯାଇ ଉନ୍ନୟନ କାମ ଦେଖିଥିଲେ । ଅଧଘଣ୍ଟାରୁ ଅଧିକ ସମୟ ଧରି ଚାଲି ଚାଲି ପ୍ରକଳ୍ପ କାମ ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ ନବୀନ । ୭୫ ମିଟର ସୁରକ୍ଷା ଜୋନ ବୁଲିବା ସହିତ ଏହି କାମ ପାଇଁ ୩ ମାସରେ ଜମି ଅଧିଗ୍ରହଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave a Reply