spot_img
Home Blog Page 5151

୨ ଶିକାରୀ ଗିରଫ, ମୃତ ବାରହା ଜବତ

ଚିଲିକା: ୨ ଜଣ ବାରହା ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବନାଞ୍ଚଳ ଅଧିନସ୍ଥ ପଦ୍ମପୁର ସେକ୍ସନ ଷଣ୍ଢା ଡ଼ିପିଏଫରୁ କିଛି ଦୁର୍ବୁତ୍ତ ବାରହାକୁ ଶିକାର କରିଥିବା ଖବର ମିଳିଥିଲା । ଖବର ପାଇ ବନାଞ୍ଚଳ ଅଧିକାରୀ ପ୍ରତାପ ମହାନ୍ତି ତୁରନ୍ତ ଏକ ଟିମ୍ ଧରି ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୃତ ବାରହାକୁ ଜବତ କରିବା ସହ ଦୁଇ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ବାଣପୁର ଥାନା ଅଞ୍ଚଳର ରଞ୍ଜନ ନାୟକ ଏବଂ ପ୍ରକାଶ ନାୟକ । ଘଟଣାସ୍ଥଳରୁ ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି । ଏନେଇ ବନ ବିଭାଗ ବନ୍ୟ ପ୍ରାଣୀ ଅପରାଧ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

 

ଗୋପାଳପୁର ଠାରୁ ୪୧୦ କିମି ଦୂରରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’, ଜାଣନ୍ତୁ ‘ଗୁଲାବ’ର ଅର୍ଥ

ଭୁବନେଶ୍ୱର: ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମଦିଗରେ ଗତି କରୁଛି । ବିଗତ ୬ ଘଣ୍ଟା ହେଲା ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତରପଶ୍ଚିମ ଓ ତତସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେଉଛି । ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୪୧୦ କିମି ଓ କଳିଙ୍ଗପାଟଣମ ଠାରୁ ପୂର୍ବ-ଉତ୍ତରପୂର୍ବ ଦିଗରେ ୪୮୦ କିମି ଦୂରରେ ରହିଛି ।

Know Cyclone Gulab Means Named By Pakistan

ଗଭୀର ଅବପାତ ଆସନ୍ତା ୬ ଘଣ୍ଟା ମଧ୍ୟରେ ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ରେ ପରିଣତ ହୋଇପାରେ । ଏହା ପଶ୍ଚିମ ଦିଗକୁ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ କଳିଙ୍ଗପାଟଣମ ଓ ଗୋପାଳପୁର ମଧ୍ୟରେ ଅତିକ୍ରମ କରିପାରେ ।

ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ନାମକରଣ ପାକିସ୍ତାନ କରିଛି । ‘ଗୁଲାବ’ର ଅର୍ଥ ହେଉଛି ଫୁଲ୍ । ଏହା ବର୍ଷକର ୧୨ ମାସ ଫୁଟିଥାଏ । ‘ଗୁଲାବ’ ଉପକୂଳ ଅତିକ୍ରମ ବେଳେ ଘଣ୍ଟାପ୍ରତି ପବନର ବେଗ ୭୦ରୁ ୮୦ କିଲୋମିଟର ରହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୯୦ କିଲୋମିଟର ଛୁଇଁବ । ପ୍ରଭାବରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୬ ତାରିଖରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Know Cyclone Gulab Means Named By Pakistan

ବାତ୍ୟା ପାଇଁ ୨୫ ଓ ୨୬ ତାରିଖରେ ସମୁଦ୍ର ଅଶାନ୍ତ ରହିବ । ୨୭ ତାରିଖ ଯାଏଁ ବଙ୍ଗୋପସାଗରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ବାତ୍ୟା ସମୟରେ ୦.୫ ମିଟର ଉଚ୍ଚର ସମୁଦ୍ର ଜୁଆର ଆସିପାରେ ।

ରବିବାର ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ ଚରଣଜିତ, ବଳି ପଡିବେ କି ଅମରିନ୍ଦରଙ୍କ ସମର୍ଥକ ?

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚାନ୍ନି ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିପାରନ୍ତି । ଆଜି ରାଜ୍ୟପାଳଙ୍କୁ ଭେଟି ଏ ସମ୍ବନ୍ଧରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ  । ମିଳିଥିବା ସୂଚନା ମୁତବାକ  କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଚରଣଜିତ  । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ।

ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଚନ୍ନି ନୂଆ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୩ ଥର ଦିଲ୍ଲା ଗସ୍ତରେ ଗଲେଣି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ଗ୍ରହଣ କରିଥିଲେ ଚନ୍ନୁ । ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିଭିନ୍ନ ଚାପ, ବିବାଦ ଆଦି ପରିଲକ୍ଷିତ ହୋଇଆସୁଥିବାରୁ ଚନ୍ନି ତିନି ତିନି ଥର ଦିଲ୍ଲୀ ଗସ୍ତ କରିଥିଲେ । ତେବେ ଶେଷରେ ରାହୁଲ ଗାନ୍ଧୀ ଏହି ତାଲିକାକୁ ସ୍ବୀକୃତି ଦେଇଛନ୍ତି ।

ରବିବାର ଚନ୍ନିଙ୍କ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହୋଇପାରେ  । ଅନ୍ୟପଟେ ଏହି ତାଲିକାରୁ ୫ ଜଣ ମନ୍ତ୍ରୀଙ୍କ ପଦ ଯିବା ନେଇସୂଚନା ରହିଛି  । ରବିବାର ଅପରାହ୍ନରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ  । ତେବେ କାହାର ମନ୍ତ୍ରୀପଦ ଯିବ ତାହା ଏବେ ବି ଅନିଶ୍ଚିତତାରେ ରହିଛି  । ଗୋଟେପଟେ ପିସିିସି ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ବିବାଦ ଲାଗି ରହିଛି  । ଅନ୍ୟପଟେ ହାଇକମାଣ୍ଡଙ୍କ ହାତ ସିଦ୍ଧୁଙ୍କ ଉପରେ ରହିଥିବା ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହୁଛି  । ତେଣୁ ଏହାରି ଭିତରେ ଯଦି ସିଦ୍ଧୁଙ୍କ ସମର୍ଥନରେ ଥିବା ବିଧାୟକଙ୍କୁ ମନ୍ତ୍ରୀପଦରୁ କଢାଯାଏ, ତେବେ ବଡ଼ ଧରଣର ବିଭ୍ରାଟ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି  ।

ଆଇପିଏସରୁ ଆଇଏଏସ୍ ହେଲେ ଓଡ଼ିଶାର ଜୁବିନ ମହାପାତ୍ର, ଜାଣନ୍ତୁ ତାଙ୍କ ସଫଳତାର କାହାଣୀ…

ଭୁବନେଶ୍ୱର: ଆଇପିଏସରୁ ଆଇଏଏସ୍ ହୋଇଛନ୍ତି ଓଡ଼ିଶାର ଜୁବିନ ମହାପାତ୍ର। ୟୁପିଏସସି ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ୨୦୨୦ରେ ଜୁବିନଙ୍କୁ ମିଳିଛି ବଡ ସଫଳତା । ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଦୂରତା ହ୍ରାସ ଲାଗି ସେ ଉଦ୍ୟମ କରିବେ। ଏହା ସହ ଦୁର୍ନୀତି ବିରୋଧରେ କାର୍ଯ୍ୟ କରିବେ ଏବଂ ଲୋକଙ୍କ ସହ ସିଧାସଳଖ ସମ୍ପର୍କ ରଖିବେ ବୋଲି କହିଛନ୍ତି ଜୁବିନ।

ତାଙ୍କର ଏହି ଯାତ୍ରା ସମ୍ପର୍କରେ ସେ କହିଛନ୍ତି ଯେ, ଚାକିରି ସହ ପାଠ IAS ପଢିବାକୁ ନିଷ୍ପତ୍ତି ନେଇଥିଲି। ସେ ସମୟରେ ଦୈନିକ ୪ ଘଣ୍ଟା ପଢୁଥିଲି । କିନ୍ତୁ ପରେ IPS ଟ୍ରେନିଂ ସମୟରେ ଦୁଇରୁ ତିନି ଘଣ୍ଟା ସମୟ ବାହାର କରିକି ପଢୁଥିଲି । ଧେର୍ଯ୍ୟ ଓ ଇଚ୍ଛା ଶକ୍ତି ଥିଲେ ସବୁ କାମ ସଫଳ ହୋଇପାରିବ ।  ପ୍ରଥମ ପ୍ରଚେଷ୍ଟାରେ IPS ପାଇଥିବା ବେଳେ ଦ୍ୱିତୀୟ ଥରରେ IAS ପାଇପାରିନଥିଲି । ପରେ ତୃତୀୟ ଥରରେ ଭଲ ରାଙ୍କ ସହ ଆଇଏଏସ୍ କ୍ରାକ୍ କରିପାରିଥିଲି ।

ଯୁବପିଢି ନିଜ ଲକ୍ଷ୍ୟ ହାସଲ ଲାଗି ଅନବରତ ଚେଷ୍ଟା ଜାରି ରଖିବା ଉଚିତ ବୋଲି ବାର୍ତ୍ତା ଦେଇଛନ୍ତି ଜୁବିନ । ରାଜଧାନୀ କଳିଙ୍ଗ ବିହାର ଅଞ୍ଚଳର ବାସିନ୍ଦା ରାୟଗୁରୁ ରବୀନ୍ଦ୍ରନାଥ ମହାପାତ୍ର ଓ ସ୍ବର୍ଗତ ଅଧ୍ୟାପିକା ଅନୁପମା ମିଶ୍ରଙ୍କ ପୁଅ ଜୁବିନ ମହାପାତ୍ର । ସେ ବେସିକ୍ ସାଇନ୍ସ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ସୋଆରେ ସ୍ନାତକ ପଢ଼ିଥିଲେ । ତୃତୀୟ ପ୍ରଚେଷ୍ଟାରେ ୟୁପିଏସସି ପରୀକ୍ଷାରେ ସଫଳତା ପାଇବା ସହ ଆଇଏଏସ ଅଧିକାରୀ ହୋଇଛନ୍ତି।

ତେବେ ସେ ଆଇ ଆଇଏଏସ ପାଇବା ପରେ ସମସ୍ତ ଶ୍ରେୟ ତାଙ୍କ ମା’ଙ୍କୁ ଦେବା ସହ ତାଙ୍କ ପଛରେ ପରିବାରର ବାପା, ଭଉଣୀ ଓ ପତ୍ନୀଙ୍କ ସହଯୋଗ ରହିଥିବା କହିଛନ୍ତି । ତାହା ସହ ପଢ଼ିବା ସମୟକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜୁବିନ । ଜୁବିନଙ୍କ କହିବା ଅନୁସାରେ, ପଢ଼ିବା ସମୟରେ ମନେରଖିବା ହେଉଛି ବଡ଼ କଥା । ସମୟ ଅଭାବରୁ ମୁଁ ୪ରୁ ୫ଘଣ୍ଟା ପରିଶ୍ରମ କରେ । ଆଗମୀ ଦିନରେ ମୁଁ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ପ୍ରାଥମିକତା ଦେବି । ତାହା ସହ ପରିବେଶ କ୍ଷେତ୍ରରେ ସନ୍ତୁଳନ ରକ୍ଷାଦିଗରେ ମଧ୍ୟ କାମ କରିବି ବୋଲି ଜୁବିନ କହିଛନ୍ତି ।

 

DRDO ଗୁପ୍ତ ତଥ୍ୟ ଲିକ୍ ଘଟଣା, ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା

ଭୁବନେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ଗୁପ୍ତ ତଥ୍ୟ ଲିକ୍ ଘଟଣାରେ ଖୋଲୁଛି ଗୁମର । ୫ ଅଭିଯୁକ୍ତଙ୍କୁ ୭ ଦିନର ମାରାଥନ୍ ଜେରା ପରେ କ୍ରାଇମବ୍ରାଞ୍ଚ ହାତରେ ଅନେକ ତଥ୍ୟ ଲାଗିଛି । ରହସ୍ୟମୟୀ ସନ୍ଦିଗ୍ଧ ମହିଳା ଜଣଙ୍କ ୟୁକେ ମୋବାଇଲ୍ ଫୋନ୍ ବ୍ୟବହାର କରୁଥିଲେ ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

DRDO Espionage Case, Unknown Woman Offered Marriage Proposal To Accused

ରିମାଣ୍ଡ ଅବଧି ସରିବା ପରେ ଅଭିଯୁକ୍ତମାନେ ଜେଲ୍ ଯାଇଛନ୍ତି । ଆବଶ୍ୟକ ପଡ଼ିଲେ ଅଭିଯୁକ୍ତମାନଙ୍କୁ ପୁଣି ରିମାଣ୍ଡରେ ଅଣାଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ସନ୍ଦିଗ୍ଧ ମହିଳା ଜଣଙ୍କ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ବିଭିନ୍ନ ସୋସିଆଲ୍ ମିଡିଆରେ ଅଲଗା ଅଲଗା ପରିଚୟ ଦେଇ ଅଭିଯୁକ୍ତମାନଙ୍କ ସହ କଥା ହେଉଥିଲେ ।

୨ ଜଣ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ଭିଡିଓ କଲ୍ କରିଥିବା ଜେରା ବେଳେ ଜାଣିବାକୁ ପାଇଛି କ୍ରାଇମବ୍ରାଞ୍ଚ ।  ମହିଳା ଜଣଙ୍କ ହିନ୍ଦୀରେ କଥା ହେଉଥିଲେ । ଏପରିକି ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ । ସେହିଭଳି ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା । ଦୁବାଇରୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି । ଆକାଉଣ୍ଟ ତଥ୍ୟ ସହ ମହିଳା ଜଣଙ୍କର ପ୍ରକୃତ ପରିଚୟ, କେଉଁଠାରେ ଅଛନ୍ତି ଜାଣିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ କରୁଛି ।

ମାମୁଁ ଭଣଜାଙ୍କ ଝଗଡ଼ାରେ ମୁଁ ଫସି ଯାଇଛି, କହିଲେ ଗୋବିନ୍ଦାଙ୍କ ଭାଣେଜି

ମୁମ୍ବାଇ: କୃଷ୍ଣା ଅଭିଷେକ ଏବଂ ତାଙ୍କ ମାମୁଁ ବା ବଲିଉଡ ସୁପରଷ୍ଟାର ଗୋବିନ୍ଦାଙ୍କ ମଧ୍ୟରେ ବିବାଦ ବର୍ଷ ବର୍ଷ ଧରି ଚାଲି ଆସୁଛି ।  ଗୋଟିଏ ପଟେ କୃଷ୍ଣା ତାଙ୍କ ମାମୁଁ ଏବଂ ମାଇଁଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେଉନଥିବା ବେଳେ ତାଙ୍କ ପତ୍ନି କିନ୍ତୁ ପୂରା ଓଲଟା ପ୍ରତିକ୍ରିୟା ଦେଖାନ୍ତି ।  କୃଷ୍ଣାଙ୍କ ପତ୍ନି କଶ୍ମୀରା ଶାହ ଗୋବିନ୍ଦାଙ୍କ ପତ୍ନି ସୁନିତାଙ୍କୁ ଟାର୍ଗେଟ କରିବାର ସୁଯୋଗ କେବେ ମଧ୍ୟ ହାତଛଡ଼ା କରନ୍ତି ନାହିଁ ।  ଅନ୍ୟପଟେ କୃଷ୍ଣାଙ୍କ ଭଳି ଗୋବିନ୍ଦା ମଧ୍ୟ ଏହି ମାମଲାରେ ଚୁପ୍‌ ରୁହନ୍ତି । ସୁନିତା ମଧ୍ୟ କୃଷ୍ଣାଙ୍କ ପରିବାରକୁ ଟାର୍ଗେଟ କରିବାରେ କୌଣସି ସୁଯୋଗ ହାତଛଡ଼ା କରନ୍ତି ନାହିଁ ।

ଏହି ବିବାଦକୁ ନେଇ କୃଷ୍ଣା ଅଭିଷେକଙ୍କ ଭଉଣୀ ଆରତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।  ଆରତୀଙ୍କ କହିବା ଅନୁସାରେ  ଦୁଇ ପରିବାର ମଧ୍ୟରେ ହୋଇଥିବା ବିବାଦ ପରିଣାମ ତାଙ୍କୁ ଭୋଗିବାକୁ ପଡ଼ୁଛି । ଦୁଇ ପରିବାର ମଧ୍ୟରେ କୌଣସି ସମ୍ପର୍କ ନାହିଁ । ତେବେ ଭାଇ କୃଷ୍ଣା ଏବଂ ମାମୁଁ ଗୋବିନ୍ଦାଙ୍କ ମଧ୍ୟରେ ବିବାଦର ସମାଧାନ କରିବାକୁ ଅନେକ ଥର ଚେଷ୍ଟା କରିଥିବା କହିଛନ୍ତି ଆରତୀ । ଯଦିଓ କୃଷ୍ଣାଙ୍କ ସହିତ ସେ କଥା ହୋଇଛନ୍ତି ତଥାପି ମାମୁଁ ଗୋବିନ୍ଦା କେବଳ କୃଷ୍ଣାଙ୍କୁ କ୍ଷମା ଦେବା ବାକି ଅଛି । ଉଭୟ ପରସ୍ପରକୁ କିଛି ନା କିଛି କହିଛନ୍ତି ।   ତେବେ ଖୁବଶୀଘ୍ର ବିବାଦରେ ପୂର୍ଣ୍ଣଛେଦ ପଡ଼ି ପୁଣିଥରେ ସମ୍ପର୍କ ଗଢ଼ିଉଠୁ ବୋଲି ଆରତୀ ଆଶା ରଖିଛନ୍ତି ।

ନିକଟ ଅତୀତରେ ସୁନିତା ଏବଂ କଶ୍ମୀରା ମଧ୍ୟରେ ବାକ୍‌ ଯୁଦ୍ଧ ହୋଇଥିବା ନଜର ଆସିଥିଲା । ଯେଉଁଥରେ କଶ୍ମୀରା ସୁନିତାଙ୍କୁ ଚିହ୍ନିନଥିବା କହିଥିବା ବେଳେ  ସୁନିତା କଶ୍ମୀରାଙ୍କୁ ଭଲ ବୋହୁ ନୁହେଁ ବୋଲି କହିଥିଲେ । ଏହା ସହିତ ଏଭଳି ବୋହୁ ଘରକୁ ଆସିଲେ ଘରର ସଦସ୍ୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୁଏ ବୋଲି କହିଥିଲେ ସୁନିତା ।

ସେ ଯାହା ହେଉ । ଦୁଇ ପରିବାର ଏକାଠି ହୋଇଯାନ୍ତୁ ଏବଂ କୃଷ୍ଣା ଏବଂ ଗୋବିନ୍ଦାଙ୍କୁ ଏକା ସାଙ୍ଗରେ ଦେଖିବାକୁ ମିଳୁ, ଏହା ଫ୍ୟାନ୍ସଙ୍କ ଇଛା ।

ଜାତିସଂଘରେ ପାକିସ୍ତାନର ଚାମଚାଗିରି, ତାଲିବାନ ସରକାରକୁ ଶକ୍ତିଶାଳୀ କରିବାକୁ କହିଲେ ଇମ୍ରାନ

ନୂଆଦିଲ୍ଲୀ: ଆନ୍ତର୍ଜାତିକ ସ୍ତରରେ ବି ତାଲିବାନ ଲାଗି ଚାମଚାଗିରି । ଆଫଗାନିସ୍ତାନର ତାଲିବାନ ସରକାରକୁ ଶକ୍ତିଶାଳୀ କରିବା ସହ ସେହି ଦେଶରେ ସ୍ଥିରତା ବଜାୟ ରଖିବା ଲାଗି ଜାତିସଂଘ ସାଧାରଣ ଆସେମ୍ବ୍ଲିରେ କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନ କହିଛନ୍ତି ତାଲିବାନ ସରକାରକୁ ସ୍ବୀକୃତି ଦେବା ସହ ତାହାକୁ ଶକ୍ତିଶାଳୀ କରିବା ଲାଗି ବିଶ୍ବ ସମୁଦାୟ ଆଗେଇ ଆସିବା ଉଚିତ । ୭୬ତମ ସାଧାରଣ ଆସେମ୍ବ୍ଲିରେ ଉଦବୋଧନ ଦେଇ ଇମ୍ରାନ କହିଛନ୍ତି- ଆଫଗାନିସ୍ତାନବାସୀଙ୍କ ସ୍ବାର୍ଥ ଲାଗି ସାରା ବିଶ୍ବ ତାଲିବାନ ସରକାରକୁ ଶକ୍ତିଶାଳୀ କରିବା ଉଚିତ ।

ଆଫଗାନିସ୍ତାନ ଲାଗି ବର୍ତ୍ତମାନ ଦୁଇଟି ବିକଳ୍ପ ରହିଛି । ପ୍ରଥମ ହେଉଛି ସେହି ଦେଶକୁ ଗୁରୁତ୍ବ ନଦେବା । ଦ୍ବିତୀୟ ହେଉଛି ସେଠାରେ ଏକ ସ୍ଥିର ସରକାର ଗଠନ ଲାଗି ଉଦ୍ୟମ କରିବା । ଯଦି ଜାତିସଂଘ ଅନୁସାରେ ସେହି ଦେଶକୁ ଅବହେଳା କରାଯିବ ତେବେ ଆସନ୍ତା ବର୍ଷ ସୁଦ୍ଧା ୯୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯିବେ । ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ମଧ୍ୟ ଇମ୍ରାନ ଦେଇଛନ୍ତି ବିବାଦୀୟ ବିବୃତି । ପାକ୍ ଅଧିକୃତ କାଶ୍ମୀରରୁ ତୁରନ୍ତ ଭାରତ ହଟିଯାଉ ବୋଲି ସେ ଦାବି କରିଛନ୍ତି ।

ସେପଟେ ଇମ୍ରାନଙ୍କ ଏଭଳି ଘୃଣ୍ୟ ଯୁକ୍ତିକୁ ତୀବ୍ର ବିରୋଧ କରିଛି ଭାରତ । ଆତଙ୍କବାଦୀଙ୍କୁ ସମର୍ଥନ କରିବା ନେଇ ଇମ୍ରାନଙ୍କ ଉପରେ ବର୍ଷିଛନ୍ତି ଜାତିସଂଘରେ ଭାରତର ପ୍ରଥମ ସଚିବ ସ୍ନେହ ଦୁବେ । ସେ କହିଛନ୍ତି- ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛିନ୍ନ ଅଙ୍ଗ ହୋଇରହିବ । କୌଣସି ବାହ୍ୟ ରାଷ୍ଟ୍ରର ଚକ୍ରାନ୍ତ ଫଳପ୍ରଦ ହେବ ନାହିଁ । ସେ କହିଛନ୍ତି ଭାରତ ବିରୋଧରେ ପାକିସ୍ତାନ ସର୍ବଦା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଆସୁଛି । ବର୍ତ୍ତମାନ ବି ଓସମା ବିନ ଲାଡେନକୁ ପାକିସ୍ତାନ ସହିଦ ବୋଲି ଦାବି କରିଆସୁଛି ବୋଲି ସେ କହିଥିଲେ ।

ମହାନଦୀ ପଠାରୁ ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତଦେହ

ଭୁବନେଶ୍ୱର: ମିଳିଲା ନିଖୋଜ ଓଡ୍ରାଫ ଯବାନ ସୀତାରାମ ମୁର୍ମୁଙ୍କ ମୃତଦେହ। ମହାନଦୀର କଖଡି ଘାଟରୁ ସୀତାରାମଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି।ଗତକାଲି ମହାନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ବେଳେ ଓଲଟି ପଡିଥିଲା ଓଡ୍ରାଫ୍ ବୋଟ୍। ଆଉ ନିଖୋଜ ହୋଇଯାଇଥିଲେ ଏହି ଓଡ୍ରାଫ ଯବାନ ଜଣଙ୍କ। ପୂର୍ବରୁ ନିଖୋଜ ଯବାନଙ୍କୁ ଖୋଜିବା ଲାଗି ଓଡ୍ରାଫ୍ ଓ ଏନଡିଆରଏଫର ଦୁଇଟି ବୋଟ୍ ସର୍ଚ୍ଚ ଅପରେସନରେ ଲାଗିଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।

ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହି ଅଘଟଣରେ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ବିଏସଏଫ୍ କ୍ୟାମ୍ପରେ ଅଘଟଣ, ସର୍ଟ ସର୍କିଟ ଯୋଗୁଁ ଯବାନ ମୃତ

0

ଉମରକୋଟ: ବିଏସଏଫ୍ କ୍ୟାମ୍ପରେ ସର୍ଟ ସର୍କିଟ ଯୋଗୁଁ ଅଘଟଣ ଘଟିଛି । ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ଯବାନ ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ସ୍ଥିତ ବିଏସଏଫ୍ କ୍ୟାମ୍ପରେ।

ସୂଚନା ଅନୁଯାୟୀ, ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମଗ୍ର କ୍ୟାମ୍ପ ଚାର୍ଜ ହୋଇଯାଇଥିଲା । ଯାହା ଫଳରେ ବିଦ୍ୟୁତ୍ ଆଘାତ ଲାଗି ଜିଲ୍ଲା ପୋଲିସର ଜଣେ କାର୍ଯ୍ୟରତ ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ଇସାକ୍ ହରିଜନ ଏବଂ ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଜଟାବାଲ ବୋଲି ଜଣା ପଡିଛି ।

ତେବେ ଆହତ ଯବାନଙ୍କ ମଧ୍ୟରେ ଜଣେ ତାରାଗାଁ ଗ୍ରାମର ଟଙ୍କ ସୋରୀ ହୋଇଥିବା ବେଳେ ଅନ୍ୟ ଜଣେ ପାପଡାହାଣ୍ଡି ହିର୍ଲି ଗ୍ରାମର ଈଶ୍ବର ମାଝୀ ବୋଲି ଜଣାପଡିଛି। ଆହତ ଦୁଇ ଯବାନଙ୍କୁ ଚିକିତ୍ସା ନିମନ୍ତେ ଉମରକୋଟ ଗୋଷ୍ଠୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଇମ୍ରାନଙ୍କୁ ତାଲିବାନର ଝଟକା,କହିଲା ‘ତୁମେ କଣ୍ଢେଇ,ଆମ ମାମଲାରେ ମୁଣ୍ଡ ଖେଳାଅ ନାହିଁ’

କାବୁଲ: ଆଫଗାନିସ୍ତାନରେ ତାଲିବାନ ପ୍ରତ୍ୟାବର୍ତ୍ତନକୁ ନେଇ ଖୁସି ହେଉଥିବା ପାକିସ୍ତାନକୁ ଲାଗିଛି ଜୋରଦାର ଝଟକା । ତାଲିବାନକୁ କଣ୍ଢେଇ କରି ଆଫଗାନିସ୍ତାନ ଉପରେ ରାଜ କରିବାର ସ୍ୱପ୍ନକୁ ଲାଗିଛି ଜୋରଦାର ଆଘାତ । ଓଲଟା ତାଲିବାନ ତାଲିବାନ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ କଣ୍ଢେଇ ବୋଲି କହିଛି । ଯାହା ସପକ୍ଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଓକିଲାତି କରି ଥକୁ ନାହାନ୍ତି ସେହି ତାଲିବାନ ତାଙ୍କୁ କଣ୍ଢେଇ ବୋଲି କହିବାକୁ ପଛାଇ ନାହିଁ । ତାଲିବାନର ସୋସିଆଲ ମିଡିଆ ମୁଖ୍ୟ ଜେନରାଲ ମୁବିନ ଇମ୍ରାନଙ୍କୁ ଆଫଗାନିସ୍ତାନ ମାମଲାରେ ହସ୍ତକ୍ଷେପ ନକରିବାକୁ କହିଛନ୍ତି । ମୁବିନ୍ ନିଜ ବୟାନରେ ଇମ୍ରାନଙ୍କୁ ଶଖି କଣ୍ଢେଇ ବୋଲି କହିବାକୁ ପଛାଇ ନାହାନ୍ତି ।

ସୂଚନାଯୋଗ୍ୟ ଯେ, ଦିନକ ତଳେ ବିବିସିକୁ ଏକ ସାକ୍ଷାତକାର ଦେଇ ଇମ୍ରାନ ତାଲିବାନୀ ନେତାଙ୍କୁ ଆଫଗାନିସ୍ତାନରେ ସବୁ ପକ୍ଷର ପ୍ରତିନିଧିତ୍ୱରେ ସରକାର ଗଠନ ପାଇଁ ଉପଦେଶ ଦେଇଥିଲେ । ଇମ୍ରାନ କହିଥିଲେ ଯେ, ସରକାରରେ ଯଦି ସବୁ ପକ୍ଷ ସାମିଲ ନହୁଅନ୍ତି ତେବେ ଦେଶରେ ଗୃହଯୁଦ୍ଧ ପରିସ୍ଥିତ ସୃଷ୍ଟି ହେବ । ଏମିତିରେ ଦେଶ ଆତଙ୍କବାଦୀଙ୍କ ପାଇଁ ସ୍ୱର୍ଗ ପାଲଟିଯିବ ।
ଇମ୍ରାନଙ୍କ ଏହି ବକ୍ତବ୍ୟ ତାଲିବାନକୁ ଚିଡାଇ ଦେଇଛି । ଜେନରାଲ ମୁବିନ କହିଛନ୍ତି ଯେ, ଆମ ଦେଶ ମାମଲାରେ ହସ୍ତକ୍ଷେପ କରିବାର ଅଧିକାର ଇମ୍ରାନଙ୍କର ନାହିଁ । ଯଦି ସେ ଏମିତି କରନ୍ତି ତେବେ ଆମକୁ ମଧ୍ୟ ତାଙ୍କ ଦେଶ ମାମଲାରେ ମୁଣ୍ଡ ଖେଳାଇବାର ହକ୍ ମିଳିଯିବ ।

କେବଳ ଏତିକି ନୁହେଁ ମୁବିନ୍ ମଧ୍ୟ ଇମ୍ରାନଙ୍କ ପ୍ରଧାନମନ୍ତ୍ରିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି । ସେ ପଚାରିଛନ୍ତି ଯେ, ଇମ୍ରାନ ନିଜେ ମଧ୍ୟ ନିର୍ବାଚିତ ପ୍ରଧାନମନ୍ତ୍ରୀ ନୁହନ୍ତି । ଆମ ଦେଶ ମାମଲାରେ ମୁଣ୍ଡ ଖେଳାଇଲେ ଆମେ ତୁମ ମାମଲାରେ ହସ୍ତକ୍ଷେପ କରିବୁ ବୋଲି ମୁବିନଙ୍କ ଧମକ ପାକିସ୍ତାନୀ ତାଲିବାନକୁ ସମର୍ଥନ ଆଡକୁ ଇଶାରା ଭାବେ ନିଆଯାଉଛି । ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ତେହରିକ୍ ଏ ତାଲିବାନ ପାକିସ୍ତାନର ମୁଖ୍ୟକୁ କାବୁଲ ଜେଲରୁ ମୁକ୍ତ କରିଦିଆଯାଇଥିଲା । ପାକିସ୍ତାନୀ ତାଲିବାନ ପାକ୍ ସେନା ପାଇଁ ବଡ଼ ବିପଦ । ଏହି ସଂଗଠନ ପାକିସ୍ତାନରେ ଆଫଗାନିସ୍ତାନ ଢାଂଚାରେ ଇସଲାମିକ୍ ଶାସନ ଚାହୁଁଛି ।