ଯୁବକଙ୍କ ମୃତଦେହକୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

1 min read

ଦିଗପହଣ୍ଡି:  ସାହା ହେଲା ଓଡ଼ିଶା ମୋ ପରିବାର । ଗୁଜୁରାଟରେ ମୃତ ଯୁବକଙ୍କ ଶବକୁ ଭିଟା ମାଟିକୁ ଆଣିଲା ଓଡିଶା ମୋ ପରିବାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥ ପୁର ଗାଁର ଡି. ଦୀନବନ୍ଧୁ ରେଡିଙ୍କ ଗୁଜୁରାଟରେ ମୃତ୍ୟୁ ହୋଇଥିଲା । ୧୫ଦିନ ଜ୍ୱରରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ସ୍ଥାନୀୟ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଜଣାଇଥିଲେ । ପରେ ଓଡିଶା ମୋ ପରିବାର ମୃତ ଯୁବକଙ୍କ ଶବକୁ ଭିଟା ମାଟିକୁ ନେଇଆସିଛି । ଶବ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।

ପୂର୍ବରୁ ମଧ୍ୟ ଓଡ଼ିଶା ମୋ ପରିବାର ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରହିଛି । ରିଲିଫ୍ ବଣ୍ଟନ, ରକ୍ତଦାନ ଶବିର ଆଦି କାର୍ଯ୍ୟରେ ମଧ୍ୟ ନିୟୋଜିତ ରହିଛି ଓଡ଼ିଶା ମୋ ପରିବାର ସଂଗଠନ । ତେଲେଙ୍ଗାନା କରିମନଗରକୁ ଦାଦନ ଖଟିବାକୁ ଯାଇ ସମସ୍ୟାରେ ପଡ଼ିଥିବା ୧୧ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା-ମୋ ପରିବାର । ୧୧ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପରିଛିପୁର ଗାଁକୁ ପଠାଇବାକୁ ବ୍ୟବସ୍ଥା କରିଛି ‘ଓଡ଼ିଶା ମୋ ପରିବାର’ । ତେଲେଙ୍ଗାନାର ଶ୍ରୀ ଶ୍ରାମ ଷ୍ଟୋନେକ୍ସ କମ୍ପାନୀରେ କାମ କରିବା ଲାଗି ବାଲେଶ୍ଵରର ଜଣେ ଠିକାଦାର ସହାୟତାରେ ଯାଇଥିଲେ । ୨ ମାସ କାମ କରିବା ପରେ ଠିକାଦାର କମ୍ପାନୀରୁ ଏହି ଶ୍ରମିକଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲା । ଟଙ୍କା ନଥିବାରୁ କିଛି ଦିନ ଭୋକ ଉପବାସରେ ଶ୍ରମିକ ମାନେ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ବାହାରୁ ୧୧ ଶ୍ରମିକଙ୍କୁ ଉଦ୍ଧାର କଲା ‘ଓଡ଼ିଶା ମୋ ପରିବାର’

Leave a Reply