ଦୀପାବଳି ପରେ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ: ଆସନ୍ତା ବର୍ଷ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଆଶା

1 min read

ସମ୍ୱଲପୁର: ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କ୍ଲାସରୁମରେ ହେବ ଅଫଲାଇନ ପାଠପଢା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଆଶାବାଦୀ ଅଛନ୍ତି ମନ୍ତ୍ରୀ । ସେପଟେ ଦରବୃଦ୍ଧି ଯୋଗୁଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଛି । ଏନେଇ କେନ୍ଦ୍ରକୁ ଅବଗତ କରାଯାଇଥିବା ସେ କହିଛନ୍ତି । ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ଅବସରରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଥିଲା । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି ।  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି ।  ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ରହିଛି ।

ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିସାରିଛି । ସ୍କୁଲରେ ମାସ୍କ ବ୍ୟବହାର ସହ ସାନିଟାଇଜରରେ ହାତ ଧୋଇଥିଲେ । ଏବଂ ଛାତ୍ରଛାତ୍ରୀମାନେ  ଅଭିଭାବକଙ୍କ ସ୍ୱୀକୃତି ପତ୍ର ଶିକ୍ଷକଙ୍କୁ ଦେଇଥିଲେ । ଶ୍ରେଣୀ ଗୃହରେ ସିଧାସଳଖ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ଶିକ୍ଷକ । ବିଶେଷକରି ଅନଲାଇନ ପାଠ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ଦେଇଛନ୍ତି ଶିକ୍ଷକ- ଶିକ୍ଷୟତ୍ରୀ । ତେବେ  ପ୍ରଥମ ଦିନ ସ୍କୁଲ ଖୋଲିଥିବାରୁ କେତେ ପିଲା ଆସିଛନ୍ତି, କେମିତି ରହିଛି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରସ୍ତୁତି ?  ବିଭିନ୍ନ ସ୍କୁଲକୁ ଯାଇ ସେସବୁର ଅନୁଧ୍ୟାନ କରିଥିଲେ ଗଣଶିକ୍ଷାମନ୍ତ୍ରୀ ।

Leave a Reply