ଜନ୍ମଦିନରେ ମନ୍ନତ ବାହାରକୁ ଆସିଲେନି କିଙ୍ଗ୍ ଖାନ; ନିରାଶ ହେଲେ ପ୍ରଶଂସକ

ମୁମ୍ବାଇ: ୨ ନଭେମ୍ବର ବଲିଉଡ ବାଦଶାହା କିଙ୍ଗ୍ ଖାନଙ୍କ ଜନ୍ମଦିନ ଥିଲା । ଏହି ବର୍ଷ ଶାହାରୁଖ ୫୬ ବର୍ଷରେ ପଦାର୍ପଣ କରିଛନ୍ତି । ଜନ୍ମଦିନରେ ବଲିଉଡ ବାଦଶାହାଙ୍କ ଗୋଟିଏ ଝଲକ ପାଇଁ ଗୋଟିଏ ରାତି ପୂର୍ବରୁ ତାଙ୍କ ଘର ଆଗରେ ଫ୍ୟାନମାନଙ୍କ ଭିଡ଼ ଲାଗେ । ପ୍ରତିବର୍ଷ ଶାହାରୁଖ ତାଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନମାନଙ୍କୁ ତାଙ୍କ ବାଲକୋନୀରୁ ସେ ତାଙ୍କ ସିଗ୍ନେଚର ପୋଜ ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଏମିତି କିଛି ଦେଖିବାକୁ ମିଳିନଥିଲା । ଚଳିତ ବର୍ଷ ୨ ତାରିଖ ବିତିଗଲା କିନ୍ତୁ କିଙ୍ଗ୍ ଖାନ ତାଙ୍କ ଫ୍ୟାନମାନଙ୍କୁ ଦେଖା କରିବାକୁ ଆସିନଥିଲେ। ଯାହା ଫଳରେ ଗୋଟିଏ ଦିନ ପୂର୍ବରୁ ମନ୍ନତରେ ଥିବା ତାଙ୍କ ଫ୍ୟାନମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା । ନା ଶାହାରୁଖ ମନ୍ନତରୁ ବାହାରିଥିଲେ ନା ହିଁ ସୋସିଆଲ ମିଡିଆରେ କିଛି ଲେଖିଥିଲେ। ଯାହା ଫଳରେ ଶାହାରୁଖ ତାଙ୍କ ୨୦ ବର୍ଷର ପରମ୍ପରା ଭାଙ୍ଗିଥିଲେ ।

ପ୍ରତିବର୍ଷ କିଙ୍ଗ୍ ଖାନ ମନ୍ନତର ବାଲକୋନୀ ଉପରକୁ ଆସି ଶାହାରୁଖ ତାଙ୍କ ଫ୍ୟାନମାନଙ୍କୁ ଅଭିବାଦନ ଦିଅନ୍ତି । ହାତ ଯୋଡି ତାଙ୍କ ପ୍ରଶଂସକଙ୍କୁ ଅଭିବାଦନ ଦିଅନ୍ତି ଏବଂ ସେ ତାଙ୍କ ସିଗ୍ନେଚର ପୋଜ୍ ମଧ୍ୟ କରନ୍ତି । କିନ୍ତୁ ଚଳିତ ଥର ଏସବୁ କିଛି କରିନାହାନ୍ତି ବଲିଉଡ ବାଦଶାହା । ତେବେ ଶାହାରୁଖ ତାଙ୍କ ୫୬ତମ ଜନ୍ମଦିନରେ କୌଣସି ବଡ଼ ପାର୍ଟି ମଧ୍ୟ କରିନାହାନ୍ତି । ମୁମ୍ବାଇ ଡ୍ରଗ୍ସ କେସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ୨୧ ଦିନ ପର୍ଯ୍ୟନ୍ତ ଜେଲରେ ଥିଲେ । ବହୁ କଷ୍ଟରେ ଶେଷରେ ଆର୍ଯ୍ୟନଙ୍କୁ ବେଲ୍ ମିଳିଥିଲା । ବେଲ୍ ମିଳିଥିଲେ ବି ନିଜ ଜନ୍ମଦିନକୁ ଧୁମଧାମରେ ପାଳନ କରିନଥିଲେ ଶାହାରୁଖ ।

Leave a Reply