ଖୁବଶୀଘ୍ର ଖୋଲିବ ୬ଷ୍ଠ ଏବଂ ୭ମ ଶ୍ରେଣୀ; ସଚେତନତା ଓ ସୁରକ୍ଷା ପାଇଁ କରାଯିବ ସ୍ୱତନ୍ତ୍ର ଅଭିଯାନ

ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟରେ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ। ଶ୍ରେଣୀଗୃହରେ ବସି ପାଠ ପଢିବେ ଛାତ୍ରଛାତ୍ରୀ। ଏବେ ବି କରୋନା ସଂକ୍ରମଣର ଭୟ ଥିବାରୁ ସ୍କୁଲ ଖୋଲିବା ପରେ ସଚେତନତା ଓ ସୁରକ୍ଷା ଉପରେ ଗୁରୁତ୍ୱ ଦେବ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ।

ଏନେଇ ଆୟୋଗ ପକ୍ଷରୁ ଆସନ୍ତା ୨୦ ତାରିଖରୁ ରାଜ୍ୟବ୍ୟାପୀ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ। ୪୦ ଦିନ ଧରି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏହା ପୂର୍ବରୁ ୧୯ ତାରିଖରେ ଶିଶୁ ବିଧାନସଭାର ଆୟୋଜନ କରାଯିବ। କାର୍ଯ୍ୟକ୍ରମ ବିଧାନସଭା ପରିସରରେ କରିବା ପାଇଁ ଆୟୋଗ ଯୋଜନା କରିଥିବା ବେଳେ ଏଥିପାଇଁ ବାଚସ୍ପତିଙ୍କ ଅନୁମତିକୁ ଅପେକ୍ଷା ରହିଛି।

ଅନୁମତି ନମିଳିଲେ ଜୟଦେବ ଭବନରେ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଶିଶୁମାନଙ୍କୁ ସାମିଲ କରାଯିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ।

 

 

Leave a Reply