ଭାରତ ପାଖରେ ଅଛି କେତେ ସୁନା ?

1 min read

ନୂଆଦିଲ୍ଲୀ: ‘ସୁନା’ ଗୋଟେ ଦେଶର ଭାଗ୍ୟ ନିର୍ଣ୍ଣୟ କରିଥାଏ । ଯେଉଁ ଦେଶ ପାଖରେ ଯେତେ ସୁନା ଗଚ୍ଛିତ ଥାଏ ତାହାର ଅର୍ଥନୀତିକୁ ସେତେ ସୁଦୃଢ଼ ଓ ଶକ୍ତିଶାଳି ବିବେଚନା କରାଯାଇଥାଏ । ଅର୍ଥନୀତିରେ କୌଣସି ସମସ୍ୟା ଦେଖା ଦେଲେ ଆବଶ୍ୟକ ସ୍ଥଳରେ ବିଦେଶୀ ନେଣଦେଣରେ ଏହି ସୁନା ଦେଶର କାମରେ ଆସିଥାଏ । ଏବେ ଭାବୁଥିବେ ଭାରତ ପାଖରେ କେତେ ସୁନା ଗଚ୍ଛିତ ଅଛି ଓ ଏହାକୁ କିଏ କେଉଁଠି ଗଚ୍ଛିତ ରଖିଥାଏ ।

ଅଛି କେତେ ସୁନା ?

ବିଶ୍ବ ଶକ୍ତିଙ୍କ ସହ ତୁଳନାରେ ଭାରତ ସୁନା ଭଣ୍ଡାର ଏବେ ବହୁତ ପଛରେ ରହିଚି କହିଲେ ଭୁଲ ହେବ ନାହିଁ । ତେବେ ଭାରତର ସୁନା ଭଣ୍ଡାର ଗତ ଦୁଇ ବର୍ଷ ହେଲା ଉତ୍ସାହଜନକ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏବେ ସୁନା ଗଚ୍ଛିତ ରଖିବାରେ ଭାରତ ବିଶ୍ବରେ ନବମ ସ୍ଥାନରେ ରହିଛି ।

ଦେଶର ସୁନା କିଣିବା ଓ ରଖିବା କାମ ଭାରତୀୟ ରିଜର୍ଭ ବ୍ୟାଙ୍କ ବା RBI କରିଥାଏ । ବର୍ତ୍ତମାନ ଆରବିଆଇ ପାଖରେ ପାଖାପାଖି ୬୪୦ ଅରବ ଡଲାର ଅର୍ଥାତ ୪୬.୮୩ ଲକ୍ଷ କୋଟି ଟଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ଏଥିରୁ ପାଖାପାଖି ୭୪୪ ଟନ ସୁନା ଭାବରେ ଗଚ୍ଛିତ ରହିଛି । ଗତ ୧୨ ମାସ ମଧ୍ୟରେ ଆରବିଆଇ ସୁନା ଭଣ୍ଡାରରେ ଭଲ ବୃଦ୍ଧି ଘଟିଛି । ଗତ ବର୍ଷକ ମଧ୍ୟରେ ଆରବିଆଇ ୭୫ ଟନ୍ ସୁନା କିଣିଛି ।

ଆରବିଆାଇ ଦ୍ବାରା ଜାରି ରିପୋର୍ଟ ଅନୁସାରେ ୨୦୨୧ ସେପ୍ଟେମ୍ବର ପର୍ଯ୍ୟନ୍ତ ୭୪୩.୮୪ ଟନ୍ ସୁନା ଗଚ୍ଛିତ ଅଛି । ଏହା ୨୦୨୦ ସେପ୍ଟମ୍ବର ତୁଳନାରେ ୧୧ ପ୍ରତିଶତ ଅଧିକ । ସେପ୍ଟେମ୍ବର ୨୦୨୦ରେ ଆରବିଆଇ ସୁନା ଭଣ୍ଡାରରେ ୬୬୮.୨୫ ପ୍ରତିଶତ ସୁନା ଗଚ୍ଛିତ ଥିଲା । ଗତ ୧୨ ମାସ ଭିତରେ ଅଧିକ ୭୫.୫୯ ଟନ୍ ସୁନା କିରାଯାଇଛି ।

କେତେ ଟଙ୍କାର ସୁନା ?

ବର୍ତ୍ତମାନର ବଜାର ମୂଲ୍ୟ ଦେଖିଲେ ଆରବିଆଇ ପାଖରେ ପାଖାପାଖି ୩.୨ ଲକ୍ଷ କୋଟି ଟଙ୍କାର ସୁନା ରହିଛି । ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ ଅନୁସାରେ ଗୋଟିଏ ବର୍ଷରେ ଆରବିଆଇର ଗୋଲଲ୍ଡ ହୋଲ୍ଡିଂ ଭ୍ୟାଲୁ ପାଖାପାଖି ୭୧୫୦ କୋଟି ଟଙ୍କା ବଢ଼ିଛି ।

ଗତ ଦୁଇ ବର୍ଷରେ ଆରବିଆଇ ସୁନା ଭଣ୍ଡାରରେ ପାଖାପାଖି ୧୨୫.୬ ଟନ୍ ବୃଦ୍ଧି ଘଟିଛି । ଏହି କାରଣରୁ ଭାରତ ବିଶ୍ବରେ ସୁନା ଗଚ୍ଛିତ ରଖିବାରେ ନବମ ସ୍ଥାନକୁ ଉଠି ପାରିଛି ।

କେଉଁଠି ଅଛି ଏତେ ସୁନା ?

ଏବେ ଭାବୁଥିବେ ଏତେ ପରିମାଣର ସୁନା କେଉଁଠି ରହିଥାଏ ଓ ଏହାର ସୁରକ୍ଷା ପାଇଁ ବି ବ୍ୟବସ୍ଥା କରାଯାଇଛି । ରିଜର୍ଭ ବ୍ୟାଙ୍କ ଅନୁସାରେ ୪୫୧.୫୪ ଟନ୍ ସୁନା ବ୍ୟାଙ୍କ ଅଫ୍ ଇଂଲଣ୍ଡ ଓ ବ୍ୟାଙ୍କ ଅଫ୍ ଇଣ୍ଟରନ୍ୟାସନାଲ ସେଟଲମେଣ୍ଟସ୍ (BIS)ରେ କହା ସୁରକ୍ଷା ମଧ୍ୟରେ ବିଦେଶରେ ରଖାଯାଇଛି । ବାକି ୨୯୨.୩୦ ଟନ୍ ସୁନା ଦେଶ ଭିତରେ ରହିଛି ।

Leave a Reply