spot_img
Home Blog Page 5140

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ । ଏହା ସହ ଯେଉଁମାନେ ଟିକା ନେବାକୁ ଅମଙ୍ଗ ଅଛନ୍ତି ସେମାନେ ଦେଶର ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି । ହ୍ୱାଇଟହାଉସରେ ରାଷ୍ଟ୍ରପତି ବିଡେନ ଫାଇଜରର ତୃତୀୟ ଡୋଜ ନେବା ସହ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନକୁ ପାଳନ କରିଛନ୍ତି । ୬୫ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଘୋଷଣା ହେବା ପରେ ସେ ଏହି ଡୋଜ ନେଇଛନ୍ତି ।

ତୃତୀୟ ଡୋଜ ନେଇ ବେଶ୍ ଆନନ୍ଦିତ ଥିବା ନେଇ କହିଛନ୍ତି ୭୮ ବର୍ଷ ବୟସ୍କ ବିଡେନ । ହାଇରିସ୍କରେ ଥିବା ବ୍ୟକ୍ତି ଓ ସର୍ବଦା କୋଭିଡ ବିରୋଧରେ ମୁକାବିଲା କରୁଥିବା ଲୋକମାନେ ବୁଷ୍ଟର ଡୋଜ ନେବା ଆବଶ୍ୟକ ବୋଲି ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କହିଥିଲା । ଦେଶରେ ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ଜାରି ରହିଥିବାବେଳେ ବ୍ୟାପକ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ଅନେକ ଲୋକ ଟିକା ନେବାକୁ ଚାହୁଁନାହାଁନ୍ତି ।

ଭୁଶୁଡ଼ିଲା ଘରର କାନ୍ଥ, ଶାଶୂଙ୍କ ମୃତ୍ୟୁ ଅଳ୍ପକେ ବର୍ତ୍ତିଲେ ବୋହୂ

ଢେଙ୍କାନାଳ: ଅଚାନକ ଭୁଶୁଡ଼ିଗଲା ଘର କାନ୍ଥ। କାନ୍ଥ ଭୁଶୁଡ଼ିବା ଫଳରେ ଶାଶୂଙ୍କର ମୃତ୍ୟୁ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଲେ ବୋହୂ। ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ତରାଜଙ୍ଗ ଗାଁରେ। ଗତକାଲି ବିଳମ୍ବିତ ରାତିରେ ଘରର ମାଟି କାନ୍ଥ ପଡି ବୃଦ୍ଧା ଶାଶୂ କଦଳୀ ସାହୁଙ୍କର ମୃତ୍ୟୁ ହୋଇଥିବା ବେଳେ ବୋହୂ ରୀନା ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ ଗତ କାଲି ରାତିରେ ସବୁ ଦିନ ପରି ପରିବାରର ସମସ୍ତ ସଦସ୍ୟ ଖାଇ ସାରି ଶୋଇବାକୁ ଯାଇଥିଲେ। ଶୋଇଥିବା ବେଳେ କାନ୍ଥ ପଡିୟାଇଥିଲା। ପ୍ରାୟ ୩ଟା ରତି ଏଭଳି ଘଟଣା ଘଟିଥିଲା। ଏହାପରେ ମାଟି କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ବୃଦ୍ଧା ଜଣକ। ପରିବାର ଲୋକ ଉଦ୍ଧାର କାଲ ବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା। ଖବର ପାଇ ରାଜସ୍ବ ନିରୀକ୍ଷକ ଓ ପୋଲିସ ପହଞ୍ଚି ତଦନ୍ତ କିରଥିବା ବେଳେ ପରିବାରକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।

 

ଗୁଲାବର ପ୍ରଭାବରେ ଧସିଥିଲା ପାହାଡ଼, ଏବେ ପର୍ଯ୍ୟନ୍ତ ୨୬ ନଂ ଜାତୀୟ ରାଜପଥର ବନ୍ଦ

ଜୟପୁର: ଆଜିବି କୋରାପୁଟ ସୁଙ୍କି ଘାଟି ରାସ୍ତା ବନ୍ଦ। NH ୨୬ରୁ ସଫା ହୋଇପାରିନି ମାଟି ଅତଡା, ପଥର, ଗଛ। ଉଭୟ ପଟେ ଅଟକିଛି ଯାନବାହନ। ରାସ୍ତା ସଫା ପାଇଁ ନିୟୋଜିତ ହୋଇଛନ୍ତି NDRF ଟିମ, ୭ଜେସିବି। ସ୍ଥାନୀୟ ଲୋକ ମଧ୍ୟ ରାସ୍ତା ସଫାରେ ସାମିଲ ହୋଇଛନ୍ତି। ମରାମତି କାମର ତଦାରଖ କରୁଛନ୍ତି କୋରାପୁଟ ଉପଜିଲ୍ଲାପାଳ। ବିଶାଖାପାଟଣାରେ ଯାତାୟାତ ପାଇଁ ସେମିଲିଗୁଡା – ନନ୍ଦପୁର – ଆରାକୁ ରୁଟ ଏବଂ ବିଜୟନଗର ଯାତାୟାତ ପାଇଁ ଲକ୍ଷ୍ମୀପୁର – ବନ୍ଧୁ ଗାଁ – ପାର୍ବତୀପୁରମ୍ ରୁଟ୍ ଖୋଲା ଥିବା ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ତେବେ ଗତକାଲି ଗୁଲାବ ପ୍ରବାବରେ କୋରାପୁଟ ଜିଲ୍ଲା ପ୍ରଭାବିତ ହୋଇଥିଲା। ଗୁଲାବ ପ୍ରଭାବରେ ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡ଼ିଥିବା ବଳେ କେତେଜ ସ୍ଥାନରେ ଭୂସ୍ଖଳନ ହୋଇଥିଲା। ପାହାଡ ଧସି ୨୬ ନଂ ଜାତୀୟ ରାଜପଥର ଶୁଙ୍କି ଘାଟି ଓ ରାଲେଗଡାଠାରେ ରାସ୍ତା ଅବରୋଧ ହୋଇଥିଲା। ସେପଟେ ପ୍ରବଳ ବର୍ଷା ଯୋଗୁ କୋଟିଆ ଫାଟୁସେନେରି ରାସ୍ତାର ମାଡକର ପୋଲ ଉପରେ ୨ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। କୋଟିଆ ସହ ୮ ଟି ଗ୍ରାମକୁ ଯୋଗା ଯୋଗ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ସମ୍ବାଇ ଝାଙ୍କରଗୁଡା ରାସ୍ତାର ପୋଲ ଉପରେ ୧ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। କ୍ଷତ କ୍ଷତି ଆକଳନ ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କୋରାପୁଟ ଜିଲ୍ଲାପାଳ କହିଛନ୍ତି।

ସୌରଭ ଗାଙ୍ଗୁଲିଙ୍କୁ ଜରିମାନା, ହାଇକୋର୍ଟ କହିଲେ ଆଇନ ଆଗରେ ସମସ୍ତେ ସମାନ, ଜାଣନ୍ତୁ ପୂରା ଖବର

କୋଲକାତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଉପରେ ଜରିମାନା ଲଗାଇଛନ୍ତି କୋଲକାତା ହାଇକୋର୍ଟ ଗାଙ୍ଗୁଲିଙ୍କ ସହ ପଶ୍ଚିମବଙ୍ଗ ସରକାର ନଗର ନିର୍ମାଣ ବିଭାଗ ଉପରେ ମଧ୍ୟ କୋର୍ଟ ଜରିମାନା ଲଗାଇଛନ୍ତି ଜମି ଆବଣ୍ଟନକୁ ନେଇ ଏହି ଜରିମାନା ଲାଗିଥିବା ସୂଚନା ମିଳିଛି

ହାଇକୋର୍ଟ ପୂର୍ବତନ ଭାରତୀୟ ଅଧିନାୟକ ଗାଙ୍ଗୁଲିଙ୍କୁ ୧୦ ହଜାର ଟଙ୍କାର ଫାଇନ ଲଗାଇଛନ୍ତି ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ଉପରେ ୫୦ ହଜାର ନଗର ବିକାଶ ନିଗମ ଉପରେ ୫୦ ହଜାର ଟଙ୍କାର ଜରିମାନା ଲାଗିଛି ସୂଚନାନୁସାରେ, ଗାଙ୍ଗୁଲି କୋଚିଂ ଦେବା ପାଇଁ ରାଜ୍ୟ ସରକାର ନ୍ୟୁଟାଉନ ଅଞ୍ଚଳରେ ନିୟମକୁ ନମାନି ଜମି ଯୋଗାଇଥିଲେ ଏନେଇ ହାଇକୋର୍ଟରେ ପିଆଇଏଲ ଫାଇଲ ହୋଇଥିଲା   ଯେଉଁଥିରେ ଏକର ଜମିକୁ ନେଇ ପ୍ରଶ୍ନ ଉଠାଯାଇଥିଲା

ଜଷ୍ଟିସ ରାଜେଶ ବିନ୍ଦଲ ଜଷ୍ଟିସ ଅରିଜିତ ବାନାର୍ଜୀଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ଶୁଣାଣି କରି କୋର୍ଟ କହିଥିଲେ ଯେ, ଦେଶ ସଦାବେଳେ ଖେଳାଳିଙ୍କ ସହ ରହିଛି ସୌରଭ ଗାଙ୍ଗୁଲି ସାରା ବିଶ୍ୱରେ ଦେଶ ପାଇଁ ଗର୍ବ ଆଣିଛନ୍ତି କିନ୍ତୁ ସମ୍ବିଧାନ ଆଗରେ ସମସ୍ତେ ସମାନ କେହି ଏହାଠୁ ଉପରେ ନୁହେଁ ସୂଚନାଯୋଗ୍ୟ, ୨୦୧୬ରେ ଏହି ଜମିକୁ ନେଇ କୋର୍ଟରେ ଆବେଦନ ହୋଇଥିଲା

ନନ୍ଦନକାନନର ବାଘ ସଫାରୀରେ ପଶିଗଲା କୁମ୍ଭୀର !

ଭୁବନେଶ୍ୱର: ବାଘ ସଫାରୀରେ କୁମ୍ଭୀର ଆତଙ୍କ। ନନ୍ଦନକାନନର ବାଘ ସଫାରୀରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ସଫାରୀର ବାଘ ଗାଧୁଆ ଜଳାଶୟରେ କୁମ୍ଭୀର ପଶିଥିବା ଦେଖିବାକୁ ମିଳିଛି। ବିଗତ ଦିନର ଲଗାଣ ବର୍ଷାରେ ନନ୍ଦନକାନନର ଅନେକ ଖୁଆଡ଼ ଜଳମଗ୍ନ ହୋଇଯାଇଥିଲା। ଏହି ସମୟରେ କୁମ୍ଭୀରଟି କାଞ୍ଜିଆ ହ୍ରଦରୁ ଆସିଯାଇଥିବା ଅନୁମାନ କରାଯାଉଛି।

ଆଜି ପର୍ଯ୍ୟଟକମାନେ ସଫାରୀ ବୁଲିବା ସମୟରେ ବାଘଟି ଜଳାଶୟରେ ବାରମ୍ବାର ରଡି ଛାଡୁଥିଲା। କଣ ପାଇଁ ବାଘ ଗର୍ଜନ କରୁଛି ବୋଲି ଲୋକେ ଦେଖିବା ବେଳକୁ ଜଳାଳୟରେ କୁମ୍ଭୀର ପଶିଥିବା ଦେଖିବାକୁ ପାଇଥିଲେ। ଜଳାଶୟରେ ପାଖାପାଖି ସାଢେ ୪ ପୁଟର କୁମ୍ଭୀର ଦେଖିବାକୁ ମିଳିଛି।

ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣା: ଗଠନ ହେଲା ଉଚ୍ଚସ୍ତରୀୟ ତଦନ୍ତ କମିଟି

ପିପିଲି: ପୁରୀ ଜିଲ୍ଲା ବଳଙ୍ଗା ଥାନାରେ ବିସ୍ଫୋରଣ। ତଦନ୍ତ ପାଇଁ ଗଠନ ହେଲା ଉଚ୍ଚସ୍ତରୀୟ କମିଟି। ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ଏହାସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି ପୁରୀ ଏସପି , ପିପିଲି ଏସଡିପିଓ। ଫରେନସିକ୍ ଟିମ୍‌ର ଛାନବିନ୍ ଜାରି ରହିଛି। ଡଗ୍ ଓ ବମ୍ ସ୍କ୍ବାଡ୍ ମଧ୍ୟ ଯାଞ୍ଚ ଜାରି ରଖିଛନ୍ତି।

ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣରେ ଥାନାର ଛାତ ଭୁଶୁଡିବା ସହ କାନ୍ଥ ଫାଟିଥିଲା। ମାଲାଖାନାରେ ଥିବା ବିସ୍ଫୋରକ ସାମଗ୍ରୀ ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା କହିଛନ୍ତି ପୁରୀ ଏସପି। ଘଟଣାର ତଦନ୍ତ ଜାରି ରହିଛି। ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି। ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି।

ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମେତ, କମ୍ପ୍ୟୁଟର, ଟେବୁଲ, ଚେୟାର ସବୁ ନଷ୍ଟ ହୋଇଛି। ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ଜଳ ପ୍ରପାତରେ ଭାସିଯାଇଥିଲେ ପ୍ରେମୀ ଯୁଗଳ, ୨ ଦିନ ପରେ ଉଦ୍ଧାର ହେଲା ମୃତହେବ

ନୂଆପଡ଼ା: ନୂଆପଡା ଗୋଧସ ଜଳ ପ୍ରପାତରେ ପ୍ରେମୀ ଯୁଗଳ ନିଖୋଜ ଘଟଣା। ୨ ଦିନ ପରେ-ଅଗ୍ନିଶମ ଟିମ୍‌ ଉଦ୍ଧାର କଲା ଦୁହିଁଙ୍କ ମୃତଦେହ। ଦୁଇ ଦିନ ତଳେ ଗୋଧସ ଜଳ ପ୍ରପାତକୁ ଡେଇଁ ୨ ଜଣ ନିଖୋଜ ଥିବା ଓ ପ୍ରେପୀଯୁଗଳ ବୋଲି ଅଞ୍ଚଳରେ ଆଲୋଚନା ହେବାପରେ ଅଗ୍ନିଶମ ଓ ପୋଲିସ ବିଭାଗ ଘଟଣାସ୍ଥଳକୁ ଯାଇ ଛାନବିନ୍ ଓ ସର୍ଚ୍ଚ ଅପରେସନ ଜାରି ରଖିଥିଲା।

ଆଜି ସକାଳୁ ଜଳ ପ୍ରପାତରୁ ଜଣେ ଯୁବକ ଓ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହକୁ ବ୍ୟବେଛେଦ ପାଇଁ ପଠାଇବା ସହ ଜଳ ପ୍ରପାତ ନିକଟରୁ ମିଲିଥିବା ପୋଷାକ ଓ ହାତ ଘଣ୍ଟାକୁ ନେଇ ପୋଲିସ ତଦନ୍ତ କରୁଛି। ମୃତକ ଦୁଇଜଣ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି ଓ ଅଧିକ ତଦନ୍ତ ଜାରି ରଖିଛି।

ଷ୍ଟେସନରୁ ଘରକୁ ଫେରୁଥିବା ବେଳେ ବସ୍‌ ସହ ଧକ୍କା ହେଲା ବାଇକ୍‌, ୨ ଜଣଙ୍କର ମୃତ୍ୟୁ

କଳାହାଣ୍ଡି: ବସ୍ ଦୁର୍ଘଟଣାରେ ଅକାଳରେ ଚାଲିଗଲା ୨ ଜଣଙ୍କର ଜୀବନ। ସକାଳୁ ସକାଳୁ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କଳାହାଣ୍ଡିରୁ ଭୁବନେଶ୍ୱର ରାସ୍ତାରେ ଏଭଳି ଏକ ଘଟଣା ଘଟିଛି। ତେବେ କଳାହାଣ୍ଡି କେସିଙ୍ଗା ଥାନା ଚିଚରଲା ଗ୍ରାମ ନିକଟରେ ଭୁବନେଶ୍ୱର ଯାଉଥିବା ଦିଲଖୁସ ବସ୍‌ ଧକ୍କା ଦେବା ଫଳରେ ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ଦୁର୍ଘଟଣା ପରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ମୃତକ ଦୁଇଜଣ ହେଲେ ବେଲାମାଲ ଗାଁର ଯଶୋବନ୍ତ ନିଆଲ ଓ ଚୈତନ୍ୟ ଶିଖା। ସମ୍ପର୍କୀୟଙ୍କୁ ଟ୍ରେନରେ ଛାଡି ଘରକୁ ଫେରିବା ବେଳେ ବସ୍ ଧକ୍କା ଦେଇଥିଲା। କେସିଙ୍ଗା ପୋଲିସ ଗାଡି ଓ ଶବ ଜବତ କରି ତଦନ୍ତ କରୁଛି।

ନନ୍ଦିଘୋଷ ଟିଭି ପ୍ରଭାବ, ୩ବର୍ଷ ପରେ ମୃତ ହୋମଗାର୍ଡଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା

ଯାଜପୁର: ନନ୍ଦିଘୋଷ ଟିଭି ପ୍ରଭାବ। ୩ବର୍ଷ ପରେ ମୃତ ହୋମଗାର୍ଡଙ୍କ ପରିବାରକୁ ମିଳିଲା ସରକାରୀ ସହାୟତା। ୨୦୧୮ ମସିହାରେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ ଶତ୍ରୁଘ୍ନ ବେହେରାଙ୍କ ମୃତ୍ୟୁ ହୋଇଥିଲା। କାର୍ଯ୍ୟରତ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ସହାୟତା ମିଳିପାରୁନଥିଲା। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସହାୟତା ମିଳିନଥିବାରୁ ସମସ୍ୟା ଭୋଗୁଥିଲେ ପରିବାର ଲୋକ।

ଏନେଇ ନନ୍ଦିଘୋଷ ଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ୍ୟ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।  ବଡ଼ଚଣା ବିଧାୟକ  ଅମର  ପ୍ରସାଦ ଶତପଥି ଶତ୍ରୁଘ୍ନ ପରିବାରକୁ ଅର୍ଥରାଶି ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ସମସ୍ତ ସହାୟତା ଯୋଗାଇ ଦେବାକୁ ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି।

ଭାରତ-ଚୀନ ମଧ୍ୟରେ ବଢ଼ି ଚାଲିଛି ବିବାଦ, ଏଲ୍‌ଏସିରେ ଚାଲିଛି ଶୀତଳ ଯୁଦ୍ଧ

ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଜାରି ରହିଛି ଶୀତଳ ଯୁଦ୍ଧ। ଚୀନ ବିରୋଧରେ ସମ୍ଭାବ୍ୟ ମୁକାବିଲା ଲାଗି ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିଛି ଭାରତ। ଚୀନର ମୁକାବିଲା ପାଇଁ ସୀମାରେ ୧୦୫ ଏମଏମ ଫିଲ୍ଡ ଗନ, ବୋଫର୍ସ ତୋପ, ରକେଟ୍, ନୂତନ ଭାବେ ନିର୍ମିତ ଏମ-୭୭୭ ଅଲଟ୍ରା ଲାଇଟ ହାଓଜିର। ପୂର୍ବ ଲଦାଖରେ ଦୁଇ ଦେଶ ସୈନ୍ୟ ମଧ୍ୟରେ ସହାବସ୍ଥାନ ନେଇ କୌଣସି ସୂଚନା ମିଳୁ ନଥିବାରୁ ଭାରତ ଆଗୁଆ ଏହି ପଦକ୍ଷେପ ନେଇଛି। ଭାରତ ନିକଟରେ ରହିଥିବା ଅତି ଶକ୍ତିଶାଳୀ ଚିନୁକ ହେଲିକପ୍ଟର ଜରିଆରେ ଏମ-୭୭୭ ହାଓଜିର ଗୁଡିକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି।

ସୀମାନ୍ତରେ ରାସ୍ତା ନିର୍ମାଣ ଯୋଗୁ ସଡକ ପଥରେ ବି ଅନେକ ଅସ୍ତ୍ରଶସ୍ତ୍ର ଲଦାଖ ଅଞ୍ଚଳକୁ ପଠାଯାଇଛି। ଆର୍ଟିଲେରି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଟି.କେ. ଚାଓ୍ବଲା କହିଛନ୍ତି, ଭାରତ ନିଜର ସାମର୍ଥ୍ୟ ଅନୁସାରେ ବିଭିନ୍ନ ସ୍ଥାନରେ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି। ସେହିପରି ଲଢୁଆ କେ-୯ ବଜ୍ରକୁ ଅତି ଉଚ୍ଚାସ୍ଥାନରେ ମୁତୟନ କରାଯିବା ନେଇ ଚିନ୍ତା କରାଯାଉଛି। ୨୮ରୁ ୩୮ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ୧୦୦ଟି ୧୫୫ ଏମଏମ କେ-୯ ଜରିଆରେ ଭାରତ ନିଜର ପ୍ରତିରକ୍ଷାକୁ ସୁଦୃଢ କରିବାକୁ ଆଶା ରଖିଛି ସେନା।

ପ୍ରାୟ ୩୦ କିଲୋମିଟର ଦୂରକୁ ଗୋଳା ବର୍ଷଣ କରିପାରୁଥିବା ଏମ-୭୭୭ର ତିନିଟି ରେଜିମେଣ୍ଟ ଏଲଏସିରେ ମୁତୟନ କରାଯାଇଛି। ଚୀନର ପିପୁଲ୍ସ ଲିବରେସନ ଆର୍ମି ବା ପିଏଲଏ ପକ୍ଷରୁ ଏଲଏସିରେ ବହୁ ମଡୁଲାର କଣ୍ଟେନର ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଛି। ପ୍ରାୟ ୮ଟି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଏହି କଣ୍ଟେନର ପ୍ରତିଷ୍ଠା ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ସତର୍କ ହୋଇଛି ଭାରତୀୟ ସେନା।