ପଞ୍ଚାୟତ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ଭୋଟର ତାଲିକା ପ୍ରସ୍ତୁତି ସହ ସୁରୁଖୁରୁରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ଏହି ବୈଠକ ବସିବ।

ଏହି ବୈଠକରେ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯିବ । ଭୋଟର ତାଲିକା ପ୍ରସ୍ତୁତି ସହ ନିର୍ବାଚନ ପ୍ରକ୍ରିୟା ବାବଦରେ ହେବ ଆଲୋଚନା । ବୈଠକରେ ବିଜେଡିରୁ ଯୋଗଦେବେ ବରିଷ୍ଠ ବିଧାୟକ ଦେବୀ ପ୍ରସାଦ ମିଶ୍ର । ଦଳ ପକ୍ଷରୁ ଯୋଗଦେବାକୁ ଦେବୀ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି । ପୂର୍ବରୁ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ବ୍ଲକ୍‌ ଅଧ୍ୟକ୍ଷ ସଂରକ୍ଷଣ ତାଲିକା ଜିଲ୍ଲାପାଳମାନେ ଚୂଡ଼ାନ୍ତ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଦେବା ସହ ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପରିଷଦ ସଂରକ୍ଷଣ ତାଲିକା ଚୂଡ଼ାନ୍ତ କରିସାରିଛି।

SEC Called All Party Meeting Ahead Of Panchayat Poll

ଭାରତର ନିର୍ବାଚନ କମିଶନ ୨୦୨୧ର ଭୋଟର ତାଲିକା ଦେଇସାରିଛନ୍ତି । ରାଜ୍ୟ ନିର୍ବାଚନ କମିଶନ ଏହି ତାଲିକା ସଂଶୋଧନ କରିବେ ବୋଲି ସର୍ବଦଳୀୟ ବୈଠକ ଡାକିଛନ୍ତି । ସେପଟେ ରାଜନୈତିକ ଦଳ ବି ପ୍ରସ୍ତୁତ । ବିଜେଡି ସବୁବର୍ଗର ଲୋକଙ୍କ ପ୍ରିୟ ହୋଇଥିବାରୁ ପଞ୍ଚାୟତ ନିର୍ବାଚନରେ ୨୦୧୭ ଅପେକ୍ଷା ଭଲ ପ୍ରଦର୍ଶନ କରିବ ବୋଲି କହିସାରିଛି । ସେହିପରି ଦୁଇ ବିରୋଧୀ ବିଜେପି ଓ କଂଗ୍ରେସ ପୂର୍ବାପେକ୍ଷା ଭଲ କରିବେ ବୋଲି କହିଛନ୍ତି । ସଂରକ୍ଷଣ ନେଇ କେତେକ ଅଭିଯୋଗ ମଧ୍ୟ ସର୍ବଦଳୀୟ ବୈଠକରେ ଉଠାଇବେ ବୋଲି କହିଛନ୍ତି । ଏଥର ବୁଥ୍‌ରେ ନୁହେଁ, ବ୍ଲକରେ ପଞ୍ଚାୟତ ଭୋଟ୍‌ ଗଣିତ କରାଯିବ ।

Leave a Reply