ବେଲ୍ ପରେ ପ୍ରଥମ ଥର NCB ଅଫିସରେ ଆର୍ଯ୍ୟନ

ମୁମ୍ବାଇ: ମୁମ୍ବାଇ ଡ୍ରଗ୍ସ କେସ୍ ମାମଲାରେ ବହୁ କଷ୍ଟରେ ଆର୍ଯ୍ୟନଙ୍କୁ ମିଳିଥିଲା ବେଲ୍ । ୨୮ ଅକ୍ଟୋବର ଡ୍ରଗ୍ସ କେସ୍ ମାମଲାରେ ମିଳିଥିଲା ବେଲ୍ । ଏହାର ଦୁଇ ଦିନ ପରେ ଅର୍ଥାତ ୩୦ ଅକ୍ଟୋବରରେ ମନ୍ନତକୁ ଫେରିଥିଲେ ଆର୍ଯ୍ୟନ । ୧୪ଟି ସର୍ତ୍ତ ରଖି ଆର୍ଯ୍ୟନଙ୍କୁ ମିଳିଥିଲା ବେଲ୍ । ତେବେ ଏହି ସର୍ତ୍ତ ଅନୁସାରେ ଆର୍ଯ୍ୟନ ଖାନ ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ ମଧ୍ୟରେ ଏନସିବି ଅଫିସରେ ହାଜର ହେବା ପାଇଁ ଲେଖାଥିଲା ବେଲରେ । ତେବେ ଏହି ଆଦେଶ ଅନୁସାରେ ଆଜି ଏନସିବି ଅଫିସରେ ପହଞ୍ଚିଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଆର୍ଯ୍ୟନ ଖାନଙ୍କ ସହ ତାଙ୍କ ଓକିଲ ସତୀଷ ମନସିନ୍ଧେ ବି ଏନସିବି ଅଫିସ ଯାଇଛନ୍ତି । ଜେଲରୁ ଜାମିନ ପାଇ ଘରକୁ ଯିବା ପରେ ପ୍ରଥମ ଥର ପାଇଁ ଆଜି ଆର୍ଯ୍ୟନ ଏନସିବି ଅଫିସରେ ପହଞ୍ଚିଛନ୍ତି ।

ଅକ୍ଟୋବର ୨ରେ ଯେତେବେଳେ ଏନସିବି ଆର୍ଯ୍ୟନଙ୍କୁ ଧରିଥିଲା, ସେହି ଦିନଠାରୁ ଅକ୍ଟୋବର ୭ ପର୍ଯ୍ୟନ୍ତ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଏନସିବି କଷ୍ଟୋଡିରେ ରଖାଯାଇଥିଲା ।  କିନ୍ତୁ ଏହା ପରେ ତାଙ୍କୁ ଆର୍ଥର ରୋଡ ଜେଲକୁ ସିପ୍ଟ କରା ଯାଇଥିଲା । ଏହାପରେ ତାଙ୍କ ଓକିଲ ତିନିଥର ଚେଷ୍ଟା କଲା ପରେ ମିଳିଥିଲା ବେଲ୍ । ମାଜିଷ୍ଟ୍ରେଟ କୋର୍ଟ ଓ ସେସନ କୋର୍ଟରେ ଜାମିନ ଆବେଦନ ଖାରଜ ହେବା ପରେ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ । ଯେଉଁଠାରେ ଆର୍ଯ୍ୟନ ଖାନଙ୍କୁ ବେଲ୍ ମିଳିଥିଲା ।

ଆର୍ଯ୍ୟନ ଖାନଙ୍କୁ ଜେଲରୁ ବାହାର କରିବା ପାଇଁ ଶାହାରୁଖ ଖାନ ବହୁ ଚେଷ୍ଟା କରିଥିଲେ । ଶାହାରୁକ କାନ ଯେତେବେଳେ ଜେଲରେ ଥିଲେ ଶାହାରୁଖ ଖାନ ଓ ଗୌରୀ ଖାନଙ୍କୁ ଗୋଟିଏ ଗୋଟିଏ ମୂହୁର୍ତ୍ତ ବିତାଇବା କଷ୍ଟ ହୋଇପଡ଼ିଥିଲା । ତେବେ ୩୦ ଅକ୍ଟୋବରରେ ଆର୍ଯ୍ୟନ ଘରକୁ ଫେରିବା ପରେ ଉଭୟ ଶାହାରୁଖ ଓ ଗୌରୀ ବେଶ୍ ଖୁସି ଥିଲେ । ଏଥିସହ ଆର୍ଯ୍ୟନ ଖାନଙ୍କୁ ପୁଣି ଥରେ ଟ୍ରାକକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି ଶାହାରୁଖ ଓ ଗୌରୀ । ଆର୍ଯ୍ୟନଙ୍କ ସ୍ବାସ୍ଥ୍ୟ, ନ୍ୟୁଟ୍ରିଶନ ଓ ଡାଏଟର ପୂରା ଯତ୍ନ ନିଆଯାଉଛି ।

 

 

 

 

 

 

Leave a Reply