ମାନିଲେଣି ବାଣ ଫୁଟା କଟକଣା: କୋଲକାତାରେ ଗୁରୁତର ବାୟୁ ପ୍ରଦୂଷଣ

1 min read

କୋଲକାତା: ଗତକାଲି ଦେଶରେ ପାଳନ ହୋଇଛି ଦୀପାବଳି । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେବଳ ସବୁଜ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ଦେଇଥିଲେ । ହେଲେ, କୋଲକତାରେ କୋର୍ଟଙ୍କ ଆଦେଶର ଧଜିଆ ଉଡାଇଲେ ଲୋକେ । ବାଣ ଫୁଟାରେ ଏମିତି ମାତିଲେ ଯେ, ଏବେ ବାୟୁ ପ୍ରଦୂଷଣ ବଢ଼ାଇଛି ସହରବାସୀଙ୍କ ଚିନ୍ତା ।

ସ୍ଥାନୀୟ ପ୍ରଶାସନ ଦୀପାବଳିକୁ ନେଇ ସଜାଗ ଥିଲା । ଗୁରୁବାର ରାତି ୮ଟା ସୁଦ୍ଧା ସ୍ଥାନୀୟ ପୋଲିସ ୨୧୯ କେଜି ବ୍ୟାନ୍ ହୋଇଥିବା ବାଣ ଜବତ କରିବା ସହ ୮୮ ଜଣଙ୍କୁ ଗିରଫ କରିଥିଲା । ହେଲେ ପୋଲିସଠାରୁ ଦୁଇ ପାଦ ଆଗରେ ଥିଲେ ଅମାନିଆ । ରାତି ୮ଟା ପରେ ଆରମ୍ଭ କରି ଦେଇଥିଲେ ଅସଲ ବାଣ ଫୁଟା ଓ କୋଲକାତା ସହରରେ ଛାଇ ଯାଇଥିଲା ବିଷାକ୍ତ ବାଣ ଧୂଆଁ ।

ମଧ୍ୟରାତି ସୁଦ୍ଧା ପର୍ଟିକୁଲାର ମ୍ୟାଟର (MP10 ଓ MP2.5) ବିପଦଜନକ ସ୍ତରକୁ ଚାଲି ଯାଇଥିଲା । ଜବଦଲପୁର, ବାଲିଗୁଙ୍ଗେ, ଜୋରସଙ୍କୋ, ବିଧାନନଗର ଏବଂ ରବୀନ୍ଦ୍ର ସରୋଗର ଅଞ୍ଚଳରେ ୨ରୁ ୩ ଘଣ୍ଟା ପାଇଁ ବିପଦଜ୍ଜନକ ସ୍ତରକୁ ଚାଲି ଯାଇଥିଲା ।

PM2.5 ମଣିଷ ଚୁଟିର ପ୍ରାୟ ୩୦ ଗୁଣା ଅଧିକ ଆକାର ଧାରଣ କରି ଫୁସଫୁସକୁ ଯାଇଥିଲା । ଯେଉଁ କାରଣରୁ କିଛି ସମୟ ପାଇଁ ଲୋକେ ଗଳା କୁଣ୍ଡାଇ ହେବା ସ କାଶ ହେବା ଭଳି ସମସ୍ୟାରେ ପଡ଼ିଥିଲେ । କିଛିଦିନ ପରେ ଏହା ଆସ୍ଥାମା, ବ୍ରୋଙ୍କାଇଟିସ୍, ଫୁସଫୁସ ସଂକ୍ରମଣ ଓ ହୃଦ ରୋଗର କାରଣ ହୋଇପାରେ ।

ସୂଚନାଯୋଗ୍ୟ, ଦୀପାବଳି ଓ ଛଟ ପୂଜାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ । ହେଲେ କୋଲକାତା ହାଇକୋର୍ଟ ବାଣି ବିକ୍ରି, କିଣା ଓ ଫୁଟାଇବା ଉପରେ କଟକଣା ଲଗାଇ ଥିଲେ । ପରେ ସୁପ୍ରିମକୋର୍ଟ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ।

କୋଲକାତାରେ ମାତ୍ର ଦୁଇ ଘଣ୍ଟା ପାଇଁ ସବୁଜ ବାଣ ଫୁଟାଇବାକୁ ମିଳିଥିଲା । ହେଲେ ଲୋକେ ସନ୍ଧ୍ୟାରୁ ଲଚାଛପାରେ ମନଇଚ୍ଛା ବାଣ ଫୁଟା ଆରମ୍ଭ କରିଥିଲେ । ଯାହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ଏହି ସମୟ ମଧ୍ୟରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ପାଖକୁ ୪୦ରୁ ଅଧିକ ଅଭିଯୋଗ ଆସିଥିଲା ।

Leave a Reply