ସ୍ୱାମୀ ବିରାଟ କୋହଲିଙ୍କ ଜନ୍ମଦିନରେ ଅନୁଷ୍କା ଶର୍ମା ଏମିତି ଜଣାଇଲେ ଶୁଭେଚ୍ଛା

1 min read
Anushka Sharma Wishes Virat Kohli Happy Birthday Shares Cute Pic

ମୁମ୍ବାଇ: ବଲିଉଡ୍ ଓ କ୍ରିକେଟ ଦୁନିଆର ଲୋକପ୍ରିୟ ଦମ୍ପତିଙ୍କ ମଧ୍ୟରୁ ଅନୁଷ୍କା ଶର୍ମା ଓ ବିରାଟ କୋହଲି ଅନ୍ୟତମ । ବିରୁଷ୍କାଙ୍କୁ ନେଇ ଫ୍ୟାନ୍ସ ଅନେକ ଚର୍ଚ୍ଚା କରନ୍ତି । ଅନୁଷ୍କା ଓ ବିରାଟଙ୍କ ଲଭ ଷ୍ଟୋରୀକୁ ଫ୍ୟାନ୍ସ ବି ବେଶ୍ ପସନ୍ଦ କରନ୍ତି । ଅନେକ ସମୟରେ ଅନୁଷ୍ଟା ଓ ବିରାଟ ଦୁହେଁ ଦୁହିଁଙ୍କ ପାଇଁ ରୋମାଣ୍ଟିକ ପୋଷ୍ଟ ସେୟାର କରିଥାନ୍ତି । ଏବେ ଅନୁଷ୍କା ସ୍ୱାମୀ ବିରାଟଙ୍କ ଜନ୍ମଦିନରେ ଏକ ସୁନ୍ଦର ଫଟୋ ପୋଷ୍ଟ କରି ଶୁଭେଚ୍ଛା ଜଣାଇଛନ୍ତି ।

ଅନୁଷ୍କା ଶର୍ମା ବିରାଟ କୋହଲିଙ୍କ ସହିତ ଫଟୋ ସେୟାର୍ କରିଛନ୍ତି । ଏହି ଫଟୋରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଛନ୍ତି । ଫଟୋ ପୋଷ୍ଟ କରିବା ସହ ଅନୁଷ୍କା ସ୍ୱାମୀ ବିରାଟଙ୍କ ଖୁବ୍ ପ୍ରଶଂସା କରିଛନ୍ତି । ଲେଖିଛନ୍ତି ‘ଏହି ଫଟୋ ପାଇଁ ଏବଂ ଯେଉଁ ପ୍ରକାରରେ ତୁମେ ଜୀବନ ଜିଉଁଛ ସେଥିପାଇଁ କୌଣସି ଫିଲ୍ଟରର ଆବଶ୍ୟକତା ନାହିଁ । ତୁମେ ସଚ୍ଚୋଟ ଓ ବିଶ୍ୱସ୍ତ । ତୁମ ଭିତରେ ଥିବା ପ୍ରତିଭା ସବୁ ଚିନ୍ତାକୁ ଭୁଲାଇ ଦିଏ । ମୁଁ ତୁମ ଛଡ଼ା ଆଉ କାହାରିକୁ ଜାଣିନି, ଯିଏ ଖରାପ ସମୟରୁ ନିଜେ ଉଠି ଛିଡ଼ା ହୋଇପାରେ ।’

 

View this post on Instagram

 

A post shared by AnushkaSharma1588 (@anushkasharma)

ଏହି ପୋଷ୍ଟରେ ଅନୁଷ୍କା ଆହୁରି ଲେଖିଛନ୍ତି, ‘ତୁମେ ଠିକ୍ ଭାବେ ଆଗକୁ ବଢ଼ୁଛ, କାରଣ କିଛି ବି ନିଜ ଭିତରେ ତୁମେ ସବୁଦିନ ଲାଗି ରଖ ନାହିଁ । ମୁଁ କେବେ କେବେ ଦୁନିଆକୁ ଚିଲେଇ କହିବାକୁ ଚାହେଁ ତୁମେ କେତେ ଭଲ ମଣିଷ । ଯେଉଁମାନେ ତୁମକୁ ଠିକ୍ ଭାବରେ ଜାଣିଛନ୍ତି ସେମାନେ ଭାଗ୍ୟଶାଳୀ । ପ୍ରତି ମୁହୂର୍ତ୍ତକୁ ସୁନ୍ଦର କରି ଉଜ୍ଜିବୀତ କରି ରଖିଥିବାରୁ ଧନ୍ୟବାଦ । ଜନ୍ମଦିନର ଶୁଭେଚ୍ଛା କ୍ୟୁଟନେସ୍ ।’

ଅନୁଷ୍କାଙ୍କ ଏଭଳି ପୋଷ୍ଟକୁ ପଢ଼ି ଫ୍ୟାନ୍ସ ପ୍ରଶଂସା କରୁଥିବା ବେଳେ ବିରାଟ ଇମୋସନାଲ ହୋଇ ଯାଇଛନ୍ତି । ବିରାଟ, ଅନୁଷ୍କାଙ୍କ ପୋଷ୍ଟରେ କମେଣ୍ଟ କରି ଲେଖିଛନ୍ତି ‘ତୁମେ ମୋ ଶକ୍ତି, ମୋତେ ରାସ୍ତା ଦେଖାଉଥିବା ଶକ୍ତି ହେଉଛ ତୁମେ । ମୁଁ ଭଗବାନଙ୍କୁ କହୁଛି ସବୁବେଳେ ଆମେ ଏକାଠି ଥାଉ ।’

Leave a Reply