Jio Phone Next କିଣିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସବୁ ନିୟମ

1 min read

ନୂଆଦିଲ୍ଲୀ: ଲଞ୍ଚ ହୋଇସାରିଛି Jio Phone Next । ଏହି ଫୋନକୁ ଆପଣ EMIରେ ବି କିଣିପାରିବେ । ଏହି ଫୋନରେ ଇନବିଲ୍ଟ ଲକିଂ ଫିଚର ଦିଆଯାଇଛି । ଯାହାଫଳରେ ଯଦି ୟୁଜର୍ସ EMI ଦେଇପାରିବେ ନାହିଁ ତାହାଲେ ଉପଭୋକ୍ତାମାନଙ୍କ ଆକ୍ସେସକୁ କମ୍ କରିଦିଆଯିବ । Jio Phone Nextର ମୂଲ୍ୟ ୬ ହଜାର ୪୯୯ ଟଙ୍କା ରଖାଯାଇଛି । ତେବେ ଆପଣ ୧୯୯୯ ଟଙ୍କା ଡାଉନ ପେମେଣ୍ଟ ଦେଇ କିଣିପାରିବେ ଏହି ଫୋନ । ୧୯୯୯ ଡାଉନ ପେମେଣ୍ଟ ପରେ ଆଉ ବଳକା ଟଙ୍କା EMI ଦ୍ବାରା ଆପଣ ଦେଇପାରିବେ । ଯଦି ଉପଭୋକ୍ତା EMI ଇନଷ୍ଟାଲମେଣ୍ଟ ଦେଇପାରିବେ ନାହିଁ ତେବେ ଲକିଂ ଫିଚର ସାହାର୍ଯ୍ୟରେ ଫୋନରେ ଥିବା କିଛି ଆପ୍ସକୁ ବ୍ଲକ କରିଦେବ ।

GizBotର ଏକ ରିପୋର୍ଟ ଅନୁସାରେ Jio Phone Next ଦ୍ବାରା ଦିଆଯାଇଥିବା ସବିଶେଷ ତଥ୍ୟ ଅନୁସାରେ ସ୍ମାର୍ଟଫୋନରେ ବ୍ୟବହୃତ ସମସ୍ତ ଆପ୍ସର ତାଲିକା ଆଡମିନ୍ ଦେଖିପାରିବେ । ଏହା ବ୍ୟତୀତ ଏହି ଫୋନରେ ଇନଷ୍ଟାଲ ହୋଇଥିବା ଆପ୍ସ, ଲୋକେସନ ପରମିଶନ, ମାଇକ୍ରୋଫୋନ ପରମିଶନ ଏବଂ କ୍ୟାମେରା ପରମିଶନକୁ ଆଡମିନ୍ ନିୟନ୍ତ୍ରଣ କରିପାରିବ । ଯଦି ଗ୍ରାହକମାନେ ଏହି ଫୋନକୁ EMIରେ କିଣିବାକୁ ଚାହୁଁଛନ୍ତି ତେବେ ତାଙ୍କ ପାଖରେ ଚାରୋଟି EMI ପ୍ଲାନ ଉପଲବ୍ଧ ଅଛି । ଏହି ପ୍ଲାନ ମଧ୍ୟରେ ରହିଛି Always Plan, Large Plan, XL Plan ଏବଂ XXL Plan ରହିଛି ।

Always Planରେ ୟୁଜର୍ସଙ୍କ ପାଖରେ ଦୁଇଟି EMI ପ୍ଲାନ ବାଛି ପାରିବେ । ଏଥିରେ ୨୪ ମାସ ପାଇଁ ୩୦୦ ଟଙ୍କା ଏବଂ ୧୮ ମାସ ପାଇଁ ୩୫୦ ଟଙ୍କାର ପ୍ଲାନ ରହିଛି । ଏହି ପ୍ଲାନରେ ପ୍ରତି ମାସରେ ୫ ଜିବି ଡାଟା ଓ ଭଏସ କଲ୍ ପାଇଁ ୧୦୦ ମିନିଟ୍ ଦିଆଯାଉଛି । Large Planରେ ଉପଭୋକ୍ତାମାନେ ୨୪ ମାସ ପାଇଁ ୪୫୦ ଟଙ୍କା କିମ୍ବା ୧୮ ମାସ ପାଇଁ ୫୦୦ ଟଙ୍କା ଚୟନ କରିପାରିବେ । ଏହି ପ୍ଲାନରେ ପ୍ରତିଦିନ ୧.୫ ଜିବି ଡାଟା ଓ ଅନଲିମିଟେଡେ ଭଏସ କଲ ସୁଯୋଗ ଦିଆଯିବ । ସେହିପରି ଭାବରେ XL ପ୍ଲାନରେ ଉପଭୋକ୍ତାମାନେ ୨୪ ମାସ ପାଇଁ ୫୦୦ ଟଙ୍କା କିମ୍ବା ୧୮ ମାସ ପାଇଁ ୫୫୦ ଟଙ୍କା  ଚୟନ କରିପାରିବେ । ଏଥିରେ ପ୍ରତିଦିନ ୨ ଜିବି ଡାଟା ସହ ଅନଲିମିଟେଡ ଭଏସ କଲ ଦିଯାଆଉଛି । ସେହିପରି XXL ପ୍ଲାନରେ ୨୪ ମାସ ପାଇଁ ୫୫୦ ଟଙ୍କା କିମ୍ବା ୧୮ ମାସ ପାଇଁ ୬୦୦ ଟଙ୍କା ଚୟନ କରିପାରିବେ ।  ଏହି ପ୍ଲାନରେ ଆପଣ ପ୍ରତିଦିନ ୨.୫ ଜିବି ଡାଟା ଦେଉଥିବା ବେଳେ ଅନଲିମିଟେଡ ଭଏସ କଲିଂର ସୁବିଧା ରହିଛି ।

Leave a Reply