spot_img
Home Blog Page 5139

ସୀମା ଟପୁଛି ତାଲିବାନର କ୍ରୁରତା: ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଲେ ଆତଙ୍କୀ, ରାସ୍ତାରୁ ମିଳିଲା ରକ୍ତ ଜୁଡୁବୁଡୁ ମୃତଦେହ

କାବୁଲ: କ୍ରୁରତାର ସୀମା ଟପିଛି ତାଲିବାନ । ବିଦ୍ରୋହୀ ବାହିନୀ ସଦସ୍ୟଙ୍କ ପୁଅ ସନ୍ଦେହରେ ଏକ ଶିଶୁପୁତ୍ରକୁ ମୃତ୍ୟୁଦଣ୍ଡ ଦେଇଛି ତାଲିବାନ । ଆଫଗାନିସ୍ତାନ ତାଖର ପ୍ରଦେଶର ଏକ ଶିଶୁକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଶିଶୁଟିର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଏହାର ଏକ ଭିଡିଓ ଭାଇରାଲ କରିଛି ପଞ୍ଜସୀରର ସ୍ଥାନୀୟ ଗଣମାଧ୍ୟମ । ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରାଯାଇଛି । ପିଲାଟିର ରକ୍ତ ଭିଜା ମୃତଦେହ ରାସ୍ତାରେ ପଡ଼ିଥିବା ବେଳେ ୩ଜଣ ଶିଶୁ ବସି କାନ୍ଦୁଛନ୍ତି ।

ତାଲିବାନ ଆଫଗାନିସ୍ତାନକୁ କବଜା କରିବା ପରେ ପଞ୍ଜଶୀର ଅକ୍ତିଆର କରିବାକୁ ଚେଷ୍ଟା କରିଥିଲା । ମାତ୍ର ବିଦ୍ରୋହୀ ଗୋଷ୍ଠୀ ଏହାର ଦୃଢ଼ ବିରୋଧ କରିବା ସହ ବହୁଦିନ ରକ୍ତାକ୍ତ ସଂଘର୍ଷ ଜାରି ରହିଥିଲା । ଶେଷରେ ତାଲିବାନ ଏହି ଅଭେଦ୍ୟ ଗଡ଼କୁ ଅକ୍ତିଆରକୁ ନେଇଛି । ଏହାପରେ ବିଦ୍ରୋହୀ ଗୋଷ୍ଠୀ ଓ ସେମାନଙ୍କ ପରିବାରକୁ ଅକଥନୀୟ ନିର୍ଯାତନା ଦେଉଛନ୍ତି ତାଲିବାନ ଆତଙ୍କୀ ।

ଗତ ସପ୍ତାହରେ ଚାରିଜଣ ଅପହରଣକାରୀଙ୍କୁ ହତ୍ୟା କରି ସର୍ବସମ୍ମୁଖରେ ଟାଙ୍ଗି ଦେଇଥିଲେ ତାଲିବାନୀ । ତାଲିବାନ ଶାସନରେ ଅପହରଣକୁ ବରଦାସ୍ତ କରାଯିବନି ଓ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ ଅପହରଣକାରୀଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିଲେ ତାଲିବାନ ଆତଙ୍କୀ ।

ଅକ୍ଟୋବର ୩୦ରେ ଅନୁଷ୍ଠିତ ହେବ ୩୦ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ

ନୂଆଦିଲ୍ଲୀ: ଦେଶରେ ଖାଲିପଡ଼ିଥିବା ୩ଟି ଲୋକସଭା ଆସନ ଏବଂ ୩୦ ବିଧାନସଭାର ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ନିର୍ବାଚନ କମିଶନ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ସମସ୍ତ ସିଟ୍ ପାଇଁ ଅକ୍ଟୋବର ୩୦ ତାରିଖରେ ନିର୍ବାଚନ ହେବ । ଲୋକସଭାର ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ୩ଟି ସିଟ୍ ହେଉଛି ଦାଦରା ନଗର ହାବେଳୀ, ମଧ୍ୟପ୍ରଦେଶର ଖଣ୍ଡଓ୍ୱା ଏବଂ ହିମାଚଳ ପ୍ରଦେଶର ମଣ୍ଡି ସିଟ୍  ।

ଏହା ବ୍ୟତୀତ ଆନ୍ଧ୍ର ପ୍ରଦେଶର ଗୋଟିଏ, ଆସାମର ୫, ବିହାରର ୨, ହରିୟାଣାର ଗୋଟିଏ, ହିମାଚଳ ପ୍ରଦେଶରର ୩ କର୍ଣ୍ଣାଟକର ୨, ମଧ୍ୟପ୍ରଦେଶର ୩, ମହାରାଷ୍ଟ୍ରର ୧,  ମେଘାଳୟର ୩, ନାଗାଲ୍ୟାଣ୍ଡର ୧, ରାଜସ୍ଥାନର ୨, ତେଲେଙ୍ଗାନାର ୧ ଏବଂ ପଶ୍ଚିମବଙ୍ଗର ୪ ବିଧାନସଭା ସିଟ୍ ଉପରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।

ସୂଚନା ଯୋଗ୍ୟ ଯେ, ଦାଦରା ନଗର ହାବେଳୀର ନିର୍ଦ୍ଦଳୀୟ ସାଂସଦ ମୋହନ ଡେଲକରଙ୍କ ମୃତଦେହ ଏହି ବର୍ଷ ଫେବ୍ରୁଆରୀରେ ହୋଟେଲରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏଣୁ ତାଙ୍କ ଅବର୍ତ୍ତମାନରେ ଏହି ନିର୍ବାଚନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ମଧ୍ୟପ୍ରଦେଶର ଖଣ୍ଡବାରୁ ବିଜେପି ସାଂସଦ ନନ୍ଦକୁମାର ସିଂହ ଚୈହାନଙ୍କ ମଧ୍ୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ଦେହାନ୍ତ ହୋଇଥିଲା । ସେ କରୋନା ସଂକ୍ରମିତ ଥିଲେ । ଅନ୍ୟ ପକ୍ଷରେ ହିମାଚଳ ପ୍ରଦେଶର ମଣ୍ଡିରୁ ବିଜେପି ସାଂସଦ ରାମସ୍ୱରୂପ ଶର୍ମାଙ୍କ ମୃତଦେହ ଦିଲ୍ଲୀର ଏକ ଫ୍ଳାଟରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ସୀମା ବିବାଦ କାରଣରୁ ୨୪ ଘଣ୍ଟା ଧରି ଝୁଲି ରହିଛି ନବବଧୂର ମୃତଦେହ

ଆନନ୍ଦପୁର: ଅଧା କେନ୍ଦୁଝର, ଅଧା ଯାଜପୁର। ଥାନାର ସୀମା ବିବାଦ ପାଇଁ ୨୪ ଘଣ୍ଟା ଧରି ଉଦ୍ଧାର ହୋଇପାରୁନି ନବବଧୂର ମୃତଦେହ। ବେଡ୍‌ରୁମ୍‌ରେ ଝୁଲୁଛି ନବବିବାହିତାଙ୍କ ମୃତଦେହ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଦୀପପାଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୀମା ବିବାଦ ଯୋଗୁ ୨୪ ଘଣ୍ଟା ଧରି ଝୁଲନ୍ତା ଅବସ୍ଥାରେ ରହିଛି ନବବଧୂର ମୃତଦେହ। ଘରଟି ଅଧା କେନ୍ଦୁଝର ଓ ଅଧା ଯାଜପୁର ଜିଲ୍ଲାରେ ଥିବାରୁ ବିବାଦ ସୃଷ୍ଟି ହୋଇଛି। ସୀମା ବିବାଦକୁ ନେଇ ମୃତଦେହ ଉଦ୍ଧାର ହେଉନଥିବାରୁ ଚାପା ଉତ୍ତେଜନା ଦେଖାଦେଇଛି।

ସେପଟେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତ ଜୁଲାଇ ମାସରେ ଯାଜପୁର ଜିଲ୍ଲା କୋରେଇ ଥାନା ପୁରୁଷୋତ୍ତମପୁର ବୋଇତେଇଙ୍କ ଝିଅ ହେମଲତାଙ୍କ ସହିତ କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁର ବାଇଧର ବାରିକଙ୍କ ପୁଅ ହରିହରଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରେ ହେମଲତାଙ୍କୁ ଶାଶୂଘର ଲୋକ ନିର୍ଯାତନା ଦେଉଥିଲେ ବୋଲି ବାପଘର ଲୋକ ଅଭିଯୋଗ କରିଛନ୍ତି। ହେଲେ ସୀମା ବିବାଦରୁ ଆଜି ମଧ୍ୟାହ୍ନ ହେଲାଣି ଝୁଲନ୍ତା ମୃତଦେହକୁ କଢାଯାଇପାରିନି।

ସୁଚିନ୍ତିତ ଥିଲା ୨୦୨୦ ଦିଲ୍ଲୀ ହିଂସା, CCTV ଭାଙ୍ଗିବା ମଧ୍ୟ ଥିଲା ଯୋଜନାରେ ଅନ୍ତଭୁକ୍ତ: ହାଇକୋର୍ଟ

ନୂଆଦିଲ୍ଲୀ: ଭାରତ ଇତିହାସରେ ଦିଲ୍ଲୀ ଦଙ୍ଗା ଏକ କଳା ଇତିହାସ ହୋଇ ରହିଛି । ଦେଶର ଛାତି ଉପରେ ଯେଉଁ ଦଙ୍ଗା ହୋଇଥିଲା ତାହା ଏବେ ବି ମନେପଡିଲେ ଛାତି ଥରିଉଠୁଛି । ୨୦୨୦ ମସିହା ଫେବୃଆରୀ ୨୩ ତାରିଖରେ ଦିଲ୍ଲୀ ଦେଖିଥିଲା ଭୟଙ୍କର ଦୃଶ୍ୟ । ଏବେ ଏହାକୁ ନେଇ ଏକ ବଡ ରାୟ ଦେଇଛନ୍ତି ହାଇକୋର୍ଟ ।

ଦିଲ୍ଲୀ ଦଙ୍ଗା ମାମଲାରେ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି କରି କୋର୍ଟ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି ତାହା ଜାଣିଲେ ଯେ କେହି ତାଜୁବ ହୋଇଯିବେ । ଦିଲ୍ଲୀରେ ହୋଇଥିବା ଦଙ୍ଗା ପୂର୍ବ ନିର୍ଦ୍ଧାରିତ ଥିଲା । ଏହା ଅଚାନକ୍‌ ହୋଇନଥିଲା ବରଂ ସୁଚିନ୍ତିତ ଉପାୟରେ ବହୁ ପୂର୍ବରୁ ଏଭଳି ନାରକୀୟ କାଣ୍ଡ ଭିଆଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଘଟଣାର କିଛି ଭିଡିଓ ଜରିଆରେ ଏଭଳି କହିଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ଗତ ସୋମବାର ଦିଲ୍ଲୀ ଦଙ୍ଗା ଘଟଣାରେ ଅଭିଯୁକ୍ତମାନେ ଜାମିନ ପାଇଁ ଆବେଦନ କରିଥିଲେ । ତେବେ ଜାମିନ ଆବେଦନକୁ ତୁରନ୍ତ ରଦ୍ଦ କରିବା ସହ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି କୋର୍ଟ । ଶୁଣାଣି କରି କୋର୍ଟ କହିଛନ୍ତି, ‘ଦିଲ୍ଲୀରେ ହିଂସାକାଣ୍ଡ ଘଟାଇବା ଏବଂ ଆଇନ ବ୍ୟବସ୍ଥାକୁ ପ୍ରଭାବିତ କରିବା ପାଇଁ ସୁଚିନ୍ତିତ ଭାବେ ଯୋଜନା ପ୍ରସ୍ତୁତ କରାଯାଇଥିଲା ।’

ଦିଲ୍ଲୀ ହାଇକୋର୍ଟ କହିଛନ୍ତି, ‘ଭିଡିଓ ମୁତାବକ ପ୍ରଦର୍ଶନକାରୀଙ୍କ ଆଚରଣରୁ ଜଣାପଡୁଥିଲା ଯେ ଆଇନ ବ୍ୟବସ୍ଥା ଏବଂ ଜନଜୀବନକୁ ପ୍ରଭାବିତ କରିବା ପାଇଁ ହିଁ ପୂର୍ବ ନିର୍ଦ୍ଧାରିତ ଭାବେ ହିଂସାକାଣ୍ଡ ଘଟିଥିଲା । ଅର୍ଥାତ ଏହା ପୁରାପୁରି ଭାବେ ସୁଚିନ୍ତିତ ଯୋଜନା ଥିଲା । ଅତ୍ୟନ୍ତ ଅମାନୁଷିକ ଭାବେ ପୋଲିସର ଏକ ଟିମ ଉପ​‌ରେ ଦଙ୍ଗାକାରୀମାନେ ଲାଠି, ହକି ଷ୍ଟିକ୍‌ ଏବଂ ବ୍ୟାଟ୍‌ରେ ଆକ୍ରମଣ କରୁଥିଲେ । ବିରୋଧ ପ୍ରଦର୍ଶନ ବେଳେ ଆକ୍ରମଣକାରୀମାନେ ଖଣ୍ଡା ମଧ୍ୟ ଧରିଥିଲେ ।’

ସୂଚନାଯୋଗ୍ୟ, ୨୦୨୦ ଫେବୃଆରୀ ୨୩ ତାରିଖରେ ଆରମ୍ଭ ହୋଇ ଫେବୃଆରୀ ୨୯ ତାରିଖରେ ଶେଷ ହୋଇଥିଲା ଦିଲ୍ଲୀ ଦଙ୍ଗା । ସରକାରୀ ଭାବେ କହିବାକୁ ଗଲେ ପ୍ରାୟ ୫୩ ଜଣଙ୍କର ଏଥିରେ ମୃତ୍ୟୁ ହୋଇଥିଲା । ଯେଉଁଥିରେ ୩୬ ଜଣ ମୁସଲିମ ଏବଂ ୧୫ ଜଣ ହିନ୍ଦୁଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଚିହ୍ନଟ କରାଯାଇ ପାରିନଥିଲା । ତେବେ ବେସରକାରୀ ଭାବେ କହିବାକୁ ଗଲେ ମୃତ୍ୟୁ ସଂଖ୍ୟା ଅଧିକ ବୋଲି ଶୁଣାଯାଏ । ଦଙ୍ଗାରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ଆହତ ହୋଇଥିଲେ ଏବଂ ୨୨୦୦ରୁ ଉର୍ଦ୍ଧ୍ବ ଲୋକଙ୍କୁ ଗିରଫ କରାଯାଇଥିଲା ।

ମା’ ଅଁଳେଇ ଦେବୀଙ୍କ ମନ୍ଦିରରୁ ଲୁଟେରା ଲୁଟିନେଲେ ସୁନାରୂପା ଗହଣା ସହ ଦାନବାକ୍ସରୁ ଟଙ୍କା

ଖୋର୍ଦ୍ଧା: ଖୋର୍ଦ୍ଧା ଆଦର୍ଶ ଥାନା ଉଇଲକିଶନନଗର ଗାଁର ମା’ ଅଁଳେଇ ଦେବୀଙ୍କ ମନ୍ଦିରରୁ ଲୁଟ୍। ଲୁଟେରାମାନେ ଦୁଇଟି ଦାନବାକ୍ସରୁ ସମସ୍ତ ଟଙ୍କାପଇସା ଲୁଟି ନେବା ସହ ମା’ଙ୍କର ସୁନାରୂପା ଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି। ମନ୍ଦିରର ମୁଖ୍ୟଦ୍ୱାର ସମେତ ଅନ୍ୟ ଏକ କୋଠରୀର ତାଲା ଭାଙ୍ଗି ଆଲମିରାରେ ଥିବା ଘଣ୍ଟ, ଘଣ୍ଟି, ପିତଳ ବାସନକୂସନ ଆଦି ଲୁଟିନେଇଛନ୍ତି ଦୁବୃର୍ତମାନେ।

ଏଥିସହ ମନ୍ଦିର ନିକଟରେ ଥିବା,ଏକ ଦୋକାନ ଘରର ଦୁଇଟି ତାଲା ଭାଙ୍ଗିବା ସହ ପାଣିପମ୍ପ ହାଉସର ଏକ ସାଇକେଲ ମଧ୍ୟ ଲୁଟ୍ ହୋଇଛି। ଆଜି ଭୋରରୁ ମନ୍ଦିର ପୂଜକ ପ୍ରଥମେ ଏସବୁ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ପରେ ପୋଲିସ ପହଞ୍ଚି ସାଇଣ୍ଡିଫିକ୍‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି।

ବଳଙ୍ଗା ଥାନା ବିସ୍ଫୋରଣ ଘଟଣା: ‘ଥାନାରେ ଥିଲା ଜବତ ବାଣ ଓ ସୋଲାର ବ୍ୟାଟେରୀ’

ପିପିଲି: ପୁରୀ ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଏସପି ବିଶାଲ ସିଂ । ମାଲଖାନାରେ ଥିବା ବିସ୍ଫୋରକ ସାମଗ୍ରୀରୁ ବିସ୍ଫୋରଣ ଘଟିଛି । ଦୁର୍ଘଟଣାସ୍ଥଳରେ ବୋମା ବିସ୍ଫୋରଣକାରୀ ଟିମ୍ ପହଞ୍ଚିଛି । ବିସ୍ଫୋରଣରେ କେହି ଆହତ ହୋଇନାହାନ୍ତି । ଟିକିନିଖି ତଦନ୍ତ ହେବ କହିଲେ ପୁରୀ ଏସପି । ପୁରୀ ଅତିରିକ୍ତ ଏସପିଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ସଂଧ୍ୟାସୁଦ୍ଧା ପ୍ରାଥମିକ ତଦନ୍ତ ରିପୋର୍ଟ ଦେବେ ଏଏସପି । ସୂଚନା ଯୋଗ୍ୟ ଯେ, ଥାନାରେ ୨୦୧୮ ମସିହାରୁ ଜବତ ବାଣ ରହିଥିଲା ଏଥିସହିତ ୧୫ରୁ ୧୮ଟି ସୋଲାର ବ୍ୟାଟେରୀ ମଧ୍ୟ ଥିଲା । ଏଣୁ ଏଥିଯୋଗୁଁ ବିସ୍ଫୋରଣ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି ।

ସୂଚନା ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ବିସ୍ଫୋରଣରେ ଥାନାର ଛାତ ଭୁଶୁଡିବା ସହ କାନ୍ଥ ଫାଟିଥିଲା। ଏସପି ଘଟଣାର ତଦନ୍ତ ଜାରି ରହିଛି । ବିସ୍ଫୋରଣରେ ଥାନା ଭିତରର ନକ୍ସା ବଦଳି ଯାଇଛି। ଥାନା ଭିତରର ସବୁ ଆସବାବପତ୍ର ଛିନଛତ୍ର ହୋଇପଡିଛି ।

ଫୋନ୍ ଉଠାଉ ନାହାନ୍ତି କହ୍ନେୟା, କଂଗ୍ରେସରେ ସାମିଲ ହେବା ଆଗରୁ CPI ଅଫିସରୁ ଖୋଲିନେଲେ AC

0

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟୀର ନେତା ଏବଂ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଛାତ୍ରସଂଘର ପୂର୍ବତନ ଅଧ୍ୟକ୍ଷ କହ୍ନେୟା କୁମାରଙ୍କ କଂଗ୍ରେସରେ ଯୋଗ ଦେବା ଖବର ମଝିରେ ବାମପନ୍ଥୀ ନେତା ମାନେ ବିତଳିତ ଥିବା ନଜର ଆସିଛି । ପ୍ରକାଶ ଯେ, ଏହି ଘଟଣାକୁ ଖଣ୍ଡନ କରିବା ପାଇଁ ଦଳର ନେତାଙ୍କ ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁମାର ଅନ୍ୟ ନେତାମାନଙ୍କୁ ଅପେକ୍ଷା କରାଇଥିବା ଖବର ସାମ୍ନାକୁ ଆସିଛି । କେବଳ ସେତିକି ନୁହେଁ, ସେ ତାଙ୍କ ସହକର୍ମୀଙ୍କ ଫୋନ୍ କଲ୍ ଏବଂ ମେସେଜର ଉତ୍ତର ମଧ୍ୟ ଦେଉନାହାଁନ୍ତି । ଖବର ଆସୁଛି ଯେ କୁମାର ଏବଂ ଜିଗ୍ନେଶ ମେଭାନୀ ମଙ୍ଗଳବାର ଗୁଜୁରାଟରେ କଂଗ୍ରେସରେ ଯୋଗ ଦେଇପାରନ୍ତି ।

ଜଣେ ନେତା କହିଛନ୍ତି ଯେ, କୁହାଯାଉଥିଲା ଯେ ସିପିଆଇ ନେତା ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅନେକ ଥର ଭେଟିଥିଲେ। ଏଥି ସହିତ ଜାତୀୟ ସ୍ତରରେ ଜେଏନୟୁ ର ପୂର୍ବତନ ଛାତ୍ର ନେତାଙ୍କୁ ମଧ୍ୟ କଂଗ୍ରେସ ଏକ ଭୂମିକା ଦେଇପାରେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା।

ଶନିବାର ଗୁଜୁରାଟ ବିଧାୟକ ଏବଂ ଦଲିତ ନେତା ମେୱାଣୀ ଗଣମାଧ୍ୟମକୁ କହିଥିଲେ ଯେ, ସେ ଏବଂ କୁମାର ସେପ୍ଟେମ୍ବର ୨୮ ତାରିଖରେ କଂଗ୍ରେସରେ ସାମିଲ ହେବାକୁ ଯାଉଛନ୍ତି । ରିପୋର୍ଟ ମୁତାବକ କୁମାର ବର୍ତ୍ତମାନ ଥିବା ଦଳରେ ଖୁସି ନାହାନ୍ତି, ସେ ବଡ଼ ଭୂମିକା ଗ୍ରହଣ କରିବାକୁ ଚାହୁଛନ୍ତି ବୋଲି ସୂଚନା ମିଳିଛି ।

ରାମନରେଶ ପାଣ୍ଡେ କହିଛନ୍ତି ଯେ, କାନହାଇୟା କୁମାର ନିଜ ତଥା ତାଙ୍କ ଲୋକଙ୍କ ପାଇଁ ରାଜ୍ୟ କାର୍ଯ୍ୟାଳୟରେ ତାଙ୍କ କୋଠରୀରେ ଏୟାର କଣ୍ଡିସନର (ଏସି) ଲଗାଇଥିଲେ । ସେ ସେହି ଏସି କୁ ନେବା ପାଇଁ ଅନୁମତି ମାଗିଛନ୍ତି ବୋଲି କହିଛନ୍ତି । ତେବେ ଏସିଟି ତାଙ୍କ ସମ୍ପତ୍ତି ହୋଇଥିବାରୁ ତେକୁ ନେବାକୁ ଅନୁମତି ଦିଆଯାଇଥିଲା । କହ୍ନେୟା କୁମାର ତାଙ୍କ ଦଳର ମୁଖ୍ୟଙ୍କୁ କହିଛନ୍ତି ଯେ ସେ ଅନ୍ୟ ଏକ କୋଠରୀ ନେଇଛନ୍ତି, ଯେଉଁଠାରେ ସେ ଏହି ଏସିକୁ ଲଗାଇବେ ।

ପାରିବାରିକ କଳହ; ସ୍ୱାମୀ ମାଡ଼ରେ ଭାଙ୍ଗିଲା ଦାନ୍ତ, ସ୍ତ୍ରୀ କାଟିଦେଲା ଗୁପ୍ତାଙ୍ଗ

ଆରଡି: ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଅଭାବନୀୟ ଘଟଣା। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ଉଭୟଙ୍କୁ ଉଦ୍ଧାର କରି ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି । ସ୍ୱାମୀର ନାଁ ଅମୂଲ୍ୟ ଜେନା ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ନାଁ ହେଉଛି ସୁଲୋଚନା ଜେନା ।

ସୂଚନା ମୁତାବକ, ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କହଳ ଲାଗି ରହିଥାଏ। ତେବେ ଆଜି ଦୁଇଜଣଙ୍କ ମଧ୍ୟ କଳହ ପ୍ରଚଣ୍ଡ ରୂପ ନେଇଥିଲା। ଯାହା ଫଳରେ ପ୍ରଥମେ ସ୍ତ୍ରୀକୁ ଠେଙ୍ଗାରେ ଆକ୍ରମଣ କରିଥିଲା ସ୍ୱାମୀ। ଯେଉଁଥିରେ ସ୍ତ୍ରୀର ସବୁ ଦାନ୍ତ ଝଡ଼ିପଡ଼ିଛି। ଏହା ପରେ ସ୍ତ୍ରୀ ଉତକ୍ଷିପ୍ତ ହୋଇ ଚାଳରେ ଲାଗିଥିବା ଦା କୁ ଆଣି ସ୍ୱାମୀର ଗୁପ୍ତାଙ୍ଗକୁ କାଟି ଦେଇଥିଲା। ଖାଲି ସେତିକି ନୁହେଁ ସ୍ୱାମୀର ଗଳାକୁ ମଧ୍ୟ ଆକ୍ରମଣ କରିଥିଲା। ସେପଟେ ଗ୍ରାମବାସୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ।  ୧୦୮ ଆମ୍ବୁଲାନ୍ସକୁ ଡକାଇ ଉଭୟ ସ୍ଵାମୀ ଓ ସ୍ତ୍ରୀକୁ ଗୁରୁତର ଅବସ୍ଥାରେ ଚାନ୍ଦବାଲି ମେଡ଼ିକାଲରେ ଭର୍ତ୍ତି କରିଛନ୍ତି। ଏଥିନେଇ ଚାନ୍ଦବାଲି ଥାନା ପକ୍ଷରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

୬ ଦିନ ହେବ ଜଳ ବିଭାଜିକା ଉନ୍ନୟନ ବିଭାଗର ଓଭରସିଅର ନିଖୋଜ

କଳାହାଣ୍ଡି: କଳାହାଣ୍ଡି ଜଳ ବିଭାଜିକା ଉନ୍ନୟନ ବିଭାଗର ଓଭରସିଅର ନିଖୋଜ। ଗତ ୨୨ତାରିଖରୁ ୬ଦିନ ହେବ ଧନଞ୍ଜୟ ଧୋବା ନିଖୋଜ ଥିବା ସୂଚନା ମିଳିଛି। ଅଫିସ କାମରେ ଭବାନୀପାଟଣାରରୁ ଥୁଆମୂଳ ରାମପୁର ଯାଉଥିବା ବେଳେ ନିଖୋଜ ହୋଇଯାଇଛନ୍ତି ଓଭରସିଅର ଧନଞ୍ଜୟ ଧୋବା। ତେବେ ଅଭିଯୋଗ ପରେ ତାଙ୍କର ମୋବାଇଲ ଫୋନ୍‌ର ଲୋକେସନ୍‌କୁ ଟ୍ରେସ୍‌ କରାଯାଇଥିଲା।

ଟ୍ରେସିଂରେ ରେ ଜଣାପଡ଼ିଥିଲା ଗୁଣପୁରଠାରୁ ତାଙ୍କ ମୋବାଇଲ ବନ୍ଦ ରହିଛି ବୋଲି। ମୁଖ୍ୟତଃ ଏହି ଅଞ୍ଚଳ ଜଙ୍ଗଲ ଥିବାରୁ ନେଟୱର୍କ ଆସିନଥାଏ। ତାଙ୍କର କିଛି ଖବର ନପାଇ ସହକର୍ମୀ ସ୍ୱରୂପ ସିଂଦେଓ ଥୁଆମୂଳ ରାମପୁର ଥାନାରେ ଏତେଲା ଦେଇଛନ୍ତି। ଧନଞ୍ଜୟଙ୍କ ଗାଁ ରାୟଗଡା ସିରିଗୁଡ଼ିରେ। ସେଠାରେ ତାଙ୍କ ସ୍ତ୍ରୀ ଓ ପୁଅ ରୁହନ୍ତି। ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି।

ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଜୋ ବିଡେନ ନେଲେ କୋଭିଡର ବୁଷ୍ଟର ଡୋଜ । ଏହା ସହ ଯେଉଁମାନେ ଟିକା ନେବାକୁ ଅମଙ୍ଗ ଅଛନ୍ତି ସେମାନେ ଦେଶର ଭବିଷ୍ୟତକୁ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି । ହ୍ୱାଇଟହାଉସରେ ରାଷ୍ଟ୍ରପତି ବିଡେନ ଫାଇଜରର ତୃତୀୟ ଡୋଜ ନେବା ସହ ସ୍ୱାସ୍ଥ୍ୟ ବିଭାଗ ଗାଇଡଲାଇନକୁ ପାଳନ କରିଛନ୍ତି । ୬୫ବର୍ଷରୁ ଅଧିକ ବୟସର ଲୋକେ ବୁଷ୍ଟର ଡୋଜ ନେଇପାରିବେ ବୋଲି ଘୋଷଣା ହେବା ପରେ ସେ ଏହି ଡୋଜ ନେଇଛନ୍ତି ।

ତୃତୀୟ ଡୋଜ ନେଇ ବେଶ୍ ଆନନ୍ଦିତ ଥିବା ନେଇ କହିଛନ୍ତି ୭୮ ବର୍ଷ ବୟସ୍କ ବିଡେନ । ହାଇରିସ୍କରେ ଥିବା ବ୍ୟକ୍ତି ଓ ସର୍ବଦା କୋଭିଡ ବିରୋଧରେ ମୁକାବିଲା କରୁଥିବା ଲୋକମାନେ ବୁଷ୍ଟର ଡୋଜ ନେବା ଆବଶ୍ୟକ ବୋଲି ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ କହିଥିଲା । ଦେଶରେ ଡେଲଟା ଭାରିଆଣ୍ଟର ପ୍ରଭାବ ଏବେ ବି ଜାରି ରହିଥିବାବେଳେ ବ୍ୟାପକ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଦେଶରେ ବର୍ତ୍ତମାନ ସୁଦ୍ଧା ୭୭ ପ୍ରତିଶତ ଲୋକ ଟିକା ନେଇ ସାରିଥିବାବେଳେ ଅନେକ ଲୋକ ଟିକା ନେବାକୁ ଚାହୁଁନାହାଁନ୍ତି ।