spot_img
Home Blog Page 5119

କାର୍ ଚଢାଇ ଚାଷୀଙ୍କୁ ହତ୍ୟା: ଘଟଣାସ୍ଥଳକୁ ଯାଉଥିବା ପ୍ରିୟଙ୍କା ଗାନ୍ଧୀଙ୍କୁ ୟୁପି ପୋଲିସର ଅଟକ

ଲକ୍ଷ୍ନୌ: ନିରୀହ ଚାଷୀଙ୍କ ଉପରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ କାର ଚଢାଇବା ଘଟଣା ଦିନକୁ ଦିନ ତେଜିବାରେ ଲାଗିଛି  । ୟୁପି ଲକ୍ଷ୍ମୀପୁର ଖେରିରେ ଗାଡି ମଡାଇ ଚାଷୀଙ୍କୁ ହତ୍ୟା କରିବା ନେଇ ମାମଲା ରୁଜୁ ହୋଇଛି । କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଓ ଅନ୍ୟ ୧୩ ଜଣଙ୍କ ବିରୋଧରେ ରୁଜୁ ହୋଇଛି ହତ୍ୟା ମାମଲା । ଗତକାଲି ଆନ୍ଦୋଳନରତ ଚାଷୀଙ୍କ ଉପରେ ଆଶିଷ ନିଜ କାର୍ ମଡାଇ ଦେବାରୁ ୨ଜଣ ଲୋକ ପ୍ରାଣ ହରାଇଥିଲେ ବୋଲି ଅଭିଯୋଗ ହୋଇଥିଲା । ସେପଟେ ଘଟଣା ଘଟିଥିବା ସ୍ଥଳକୁ ଯାଉଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଟକ ରଖିଛି ପୋଲିସ ।

ହରଗାଁ ପୋଲିସ ଥାନା ଅଞ୍ଚଳରେ ଆଜି ଭୋରରେ ତାଙ୍କୁ ଅଟକାଇଥିଲା ପୋଲିସ । ପରେ ତାଙ୍କୁ ସୀତାପୁର ଜିଲ୍ଲାର ଏକ ଗେଷ୍ଟ ହାଉସକୁ ନିଆଯାଇଛି । ସେ ତିକୁନିଆ ଅଞ୍ଚଳକୁ ଯାଇ ସେଠାରେ ମୃତକଙ୍କ ପରିବାରକୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ଥିଲା । ତେଣେ ଲକ୍ଷ୍ମୀପୁର ହିଂସା ଘଟଣାରେ ୮ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ନେଇ ମାମଲା ଦାଏର ହୋଇଛି । ଜିଲ୍ଲା ମାଜିଷ୍ଟ୍ରେଟ ଅରବିନ୍ଦ ଚୌରାସିଆ କହିଛନ୍ତି ଏହି ଘଟଣାରେ ୪ ଜଣ ଚାଷୀ ଓ ୪ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି ।

ସେପଟେ ପ୍ରଭାବିତ ଅଞ୍ଚଳ ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହିଂସା ବଢିବା ଆଶଙ୍କାରେ ଲକ୍ଷ୍ମୀପୁର ଅଞ୍ଚଳରେ ମୋବାଇଲ ସେବା ବନ୍ଦ କରାଯାଇଛି । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ । ଅନ୍ୟପଟେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ଆଜି ଘଟଣାସ୍ଥଳକୁ ଯାଉଛନ୍ତି । ତେଣୁ ଏମାନଙ୍କୁ ଲକ୍ଷ୍ନୌ ବିମାନ ବନ୍ଦର ବାହାରକୁ ନଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ଅତିରିକ୍ତ ମୁଖ୍ୟ ଶାସନ ସଚିବ ।

BSKYରେ ଉପକୃତ ବିନିତା, ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଉପକୃତ ହେଉଛନ୍ତି ହିତାଧିକାରୀ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମିଳୁଛି ଉନ୍ନତ ସ୍ୱାସ୍ଥ୍ୟ ସୁବିଧା  ।  BSKY ମାଧ୍ୟମରେ ସଫଳ ଚିକିତ୍ସା ମିଳି ପାରୁଥିବାରୁ ଖୁିସି ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ଜନିତ ସମସ୍ୟା ଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଥିଲେ  । ଜଟିଳ ସମସ୍ୟା ରହିଥିବା କହିଥିଲେ ଚିକିତ୍ସା କରୁଥିବା ଡାକ୍ତର  । ଏହାପରେ ତାଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତ୍ରଭୁକ୍ତ କରାଯାଇଥିଲା  ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଉପକୃତ ବିନିତା ସାହୁଙ୍କ ଖୁସି ଦେଖି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଥିଲେ  । ରାଜ୍ୟ ସରକାରଙ୍କ ସଫଳ ଯୋଜନା ପାଇଁ ତାଙ୍କୁ ମୋର ଶୁଭକାମନା ଜଣାଇବା ସହ ଉତ୍ତମ ସେବା ସୁନିଶ୍ଚିତ କରିଥିବା ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ସଫାରୀ ବସରେ ବସିବେ ପର୍ଯ୍ୟଟକ, ବୁଲି ଦେଖିବେ ଡମପଡ଼ା- ଡ଼େରାସ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ୟାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ୟଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା 8ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ ।

ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ୟଟକ  ଝଲରା, ଆମ୍ବିଲୋ ୱାଚ ଟାୱାର, କୁମାର ଖୁଣ୍ଟି ଆଦି ଅଞ୍ଚଳ ଭ୍ରମଣ କରିପାରିବେ  ।  ପ୍ରାୟ ୩ ଘଣ୍ଟା ଧରି ପର୍ଯ୍ୟଟକ ବୁଲାବୁଲି କରିପାରିବା ସହ ପ୍ରାକୃତିକ ପରିବେଶ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ  ।

ଗଜପତି ଯାଉଛନ୍ତି ନବୀନ, ଭେଟିଦେବେ BSKY

ଭୁବନେଶ୍ୱର: ଆଜି ଦିନିକିଆ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଶହରା ପୂର୍ବରୁ ଗଜପତିବାସୀଙ୍କୁ ଭେଟିଦେବାକୁ ନବୀନ ଗସ୍ତ କରୁଛନ୍ତି  ।  ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ ସହ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବାହ୍ନ ୧୧ଟାରେ ଗଜପତି ଷ୍ଟାଡିୟମ ଠାରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଷ୍ଟାଡିୟମ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ୪୯୦କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ । ଏହା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ ।

ପରେ ୧୧ଟା ୨୨ ମିନିଟରେ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ନବୀନ । ରାଜ୍ୟ ସରକାରଙ୍କ ଯୋଜନା ଗୁଡ଼ିକୁ ତୃଣମୂଳସ୍ତରରେ ସଫଳ ରୂପାୟନ ପାଇଁ ଜିଲ୍ଲାର ୭ଟି ବ୍ଲକ ପାଇଁ ୭ଜଣ ମନ୍ତ୍ରୀ ଓ ଦଳୀୟ ଉପଦେଷ୍ଟାଙ୍କୁ ଦାୟିତ୍ବ ଦିଆଯାଇଛି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ପକ୍ଷରୁ ସଭାସ୍ଥଳରେ ପ୍ରସ୍ତୁତି କାର୍ଯ୍ୟର ତଦାରଖ କରାଯାଇଛି ।

ସେପଟେ ଗଜପତି ଜିଲ୍ଲା ଗସ୍ତ ପୂର୍ବରୁ ଉତ୍ସାହିତ ଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କ ସହିତ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । ଜିଲ୍ଲାବାସୀଙ୍କୁ ସହଜରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ ସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

IPL 2021: ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ କୋଲକାତା ୬ଓ୍ୱିକେଟରେ ବିଜୟୀ

0

ଦୁବାଇ: ରବିବାର ସନରାଇର୍ଜସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌କୁ ୬ ଓ୍ୱିକେଟରେ ଜିିତିନେଇଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମ ପାଳିରେ ହାଇଦ୍ରାବାଦ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ମାତ୍ର ୧୧୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଜବାବରେ କୋଲକାତା ୧୯.୪ ଓଭରରେ ୪ ୱିକେଟ ହରାଇ ୧୧୯ ରନ୍‌ କରି ବିଜୟ ହାସଲ କରିଛି । ଶୁବମାନ ଗିଲ ୫୧ ବଲରେ ୫୭ ରନ୍‌ କରିଥିବା ବେଳେ ନୀତୀଶ ରାଣା ୩୩ ବଲରେ ୨୫ ରନ୍‌ କରିଥିଲେ । ଶେଷରେ ଦିନେଶ କାର୍ତ୍ତିକ ୧୨ ବଲରେ ୧୮ ରନ୍‌ କରି କୋଲକାତାକୁ ବିଜୟୀ କରାଇଥିଲେ । କୋଲକାତା ଏହି ବିଜୟ ସହ ୧୨ ପଏଣ୍ଟ ସହ ତାଲିକାର ପଞ୍ଚମରେ ରହିଛି ।

ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ହୋଇଥିବା ଏହି ମୁକାବିଲାରେ ହାଇଦ୍ରାବାଦ୍‌ ଟସ୍‌ ଜିଣି  ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଇନିଂସ ଆରମ୍ଭରୁ ହାଇଦ୍ରାବାଦ୍‌ର ବ୍ୟାଟିଂ ବିପର୍ଯ୍ୟୟ ଦେଖାଯାଇଥିଲା। ଦଳ ମାତ୍ର ଏକ ରନ୍‌ରେ ଓପନର ଋଦ୍ଧିମାନ ଶାହା ବିନା କୌଣସି ରନ୍‌ କରି ପେଭିଲିୟନ୍‌ ଫେରିଯାଇଥିଲେ । ସେହିପରି ସ୍କୋର ୧୬ ରନ୍‌ ଥିବା ବେଳେ ଅଧିନାୟକ ଓ୍ଵିଲିୟମ୍‌ସନ୍‌ (୨୬) ଆଉଟ୍‌ ହୋଇ ପାଭଲିଅନ୍‌କୁ ଫେରିଥିଲେ। ଜସନ ରୟ ୧୩ଟି ବଲ ଖେଳି ୨ଟି ଚୌକା ସହାୟତାରେ ୧୦ ରନ୍‌ କରିଥିଲେ। ହାଇଦ୍ରାବାଦର ସ୍କୋର ୫୧ ରନ୍‌ ବେଳକୁ ଆଗଧାଡ଼ିର ୪ ଜଣ ବ୍ୟାଟ୍‌ସମ୍ୟାନଙ୍କୁ ହରାଇ ସାରିଥିଲା। କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ନେତୃତ୍ୱରେ ହାଇଦ୍ରାବାଦ୍‌ ୨୦ ଓଭରରେ ୮ ଓ୍ଵିକେଟ୍‌ ହରାଇ ୧୧୫ ରନ୍‌ କରିଥିଲା ଫଳରେ କୋଲକାତାକୁ ଏହି ମ୍ୟାଚ୍‌ ଜିତିବା ପାଇଁ ୧୧୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ।

May be an image of 1 person and text

 

‘ପିପିଲି’ ବିଜୟ ନବୀନଙ୍କ ଲୋକାଭିମୁଖୀ କାମ ପ୍ରତି ଥିବା ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି’

ଭୁବନେଶ୍ୱର: ପିପିଲି ଉପ-ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ । ଏ ନେଇ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ । ବିଜେଡିର ‘ପିପିଲି’ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାମ ପ୍ରତି ଜନସାଧାରଣଙ୍କ ସମର୍ଥନକୁ ଦର୍ଶାଉଛି ବୋଲି ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି । ବିପୁଳ ସମର୍ଥନ ପାଇଁ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଦଳର କର୍ମୀ ଓ ନେତୃବୃନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଣବ ପ୍ରକାଶ ।

ଅପରପକ୍ଷରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର ମଧ୍ୟ ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆର୍ଶୀବାଦ ବୋଲି ଶ୍ରୀ ପାତ୍ର ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ: ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମାନସ ମଙ୍ଗରାଜ

ମୃତ ଏଲିୟନକୁ ଦେଖିବା ପାଇଁ ଆମେରିକା ଯାଇଥିଲେ ବୈଜ୍ଞାନିକ ଆଇନଷ୍ଟାଇ, ଆସିଲା ଅଡିଓ ଟେପ୍‌

ନୂଆଦିଲ୍ଲୀ: ଯେତେବେଳେ ପୃଥିବୀ ଆକାଶ ଅନ୍ତରୀକ୍ଷର କଥା ଉଠେ ସେତେବଳେ ଆଉ ଏକ କଥା ମଧ୍ୟ ସେଥିରେ ଯୋଡ଼ିହୁଏ। ସେହି କଥାଟି ହେଉଛି ଏଲିୟନର କଥା। ପୃଥିବୀରେ ଏଲିୟନ ଅଛନ୍ତି ନା ନାହନ୍ତି, ଆକୁ ନେଇ ତର୍କ ବିତର୍କ ଅନେକ ସମରେ ଲାଗିରୁହେ। ଏଲିୟନଙ୍କ ଉପସ୍ଥିତିକୁ ନେଇ ପ୍ରମାଣ ଦିଏ ସୋସିଆଲ ମିଡିଆ। କାରଣ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆକାଶରେ ଦେଖାଯାଉଥିବା ଅଜବ ମଣିଷଙ୍କର ଚିତ୍ର ଭାଇରାଲ ହୁଏ। ସେମିତି ଏକ ଖବର ଆଉଥରେ ଏବେ ଏଲିୟନଙ୍କୁ ନେଇ ଚର୍ଚ୍ଚା ଆରମ୍ଭ କରିଦେଇଛି। ଏବେ ଏକ ଅଡିଓ ଟେପ୍‌ ଚର୍ଚ୍ଚାକୁ ଅଧିକ ଘନିଭୂତ କରିବାରେ ଲାଗିଛି।

ଏବେ ଖାଲି ଏଲିୟନ ଚର୍ଚ୍ଚାକୁ ଆସିନାହିଁ। ଚର୍ଚ୍ଚାରେ ସାମିଲ ହୋଇଛନ୍ତି ବିଶ୍ୱର ମହାନ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ। ଅଡିଓ ଟେପ୍‌ରୁ ଜଣା ପଡ଼ିଛି ମୃତ ଏଲିୟନକୁ ଦେଖିବା ପାଇଁ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନଙ୍କୁ ଆମେରିକା ନିଆଯାଇଥିଲା।

ରେକର୍ଡ ହୋଇଥିବା ବାର୍ତ୍ତାଳାପରେ କୁହାଯାଇଛି ଯେ ବୈଜ୍ଞାନିକ ଆଇନଷ୍ଟାଇନଙ୍କୁ ବ୍ରିଟେନରୁ ଲୁଚାଯାଇ ୧୯୪୭ ମସିହାରେ ନ୍ୟୁ ମେକ୍ସିକୋର ରୋଜୱେଲରେ ଦୁର୍ଘଟଣାଗ୍ରସ୍ତ UFO ର ଧ୍ୱଂସାବଶେଷ ଯାଞ୍ଚ କରିବା ପାଇଁ ପଠାଇଥିଲେ ଯେଉଁଠାରେ ଏଲିୟନ ମାନେ ଉପସ୍ଥିତ ଥିଲେ।

ସେହି ଟେପକୁ ଭିତ୍ତି କରି ଦାବି କରାଯାଇଛି ଯେ ଆଇନଷ୍ଟାଇନ ଏବଂ ତାଙ୍କ ସହାୟକ ଡକ୍ଟର ଶିର୍ଲି ରାଇଟଙ୍କୁ “UFO” ମୃତଦେହ ଏବଂ ଦୁର୍ଘଟଣା ସ୍ଥଳର ଯାଞ୍ଚ ପାଇଁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଉକ୍ତ ସ୍ଥାନକୁ ପଠାଯାଇଥିଲା। ଯେଉଁ ଅଡିଓ ଟେପ୍ ସାମ୍ନାକୁ ଆସିଛି, ଶିର୍ଲିଙ୍କ ସାକ୍ଷାତକାରକୁ ରେକର୍ଡ କରାଯାଇଛି। ଦାବି ଅନୁଯାୟୀ, ଶିର୍ଲି ସେହି ଟେପରେ କହିଛନ୍ତି ଯେ ସେ ସତ୍ୟ ପ୍ରକାଶ କରିବା ପୂର୍ବରୁ ଇତିହାସ ପ୍ରତି ତାଙ୍କର ଦାୟିତ୍ୱ ଅନୁଭବ ହୋଇଥିଲା । ଡାକ୍ତର ଶିର୍ଲି କହିଛନ୍ତି ଯେ ବିଂଶ ଶତାବ୍ଦୀର ସବୁଠାରୁ ପ୍ରସିଦ୍ଧ ତାତ୍ତ୍ୱିକ ପଦାର୍ଥ ବିଜ୍ଞାନୀ ଯିଏ ପରମାଣୁ ଏବଂ ଅଣୁଗୁଡ଼ିକର ଅସ୍ତିତ୍ୱ ପ୍ରମାଣ କରିଥିଲେ, ଜୁଲାଇ ୧୯୪୭ ରେ ଏହି ବିଷୟରେ ତାଙ୍କ ମତାମତ ଦେବାକୁ କୁହାଯାଇଥିଲା।

ଡାକ୍ତର ଶିର୍ଲି ରାଇଟ୍ ଙ୍କ ଏହି ସାକ୍ଷାତକାର ୧୯୯୩ ରେ ରେକର୍ଡ କରାଯାଇଥିଲା କିନ୍ତୁ ଏହା ବର୍ତ୍ତମାନ ସାର୍ବଜନୀନ କରାଯାଇଛି। ଟେପରେ ସେ କହିଛନ୍ତି ଯେ ଆଇନଷ୍ଟାଇନ ନିଜେ ଏବଂ ମୋତେ ଏହି ଅଜ୍ଞାତ ସଙ୍କଟର ସମାଧାନ ପାଇଁ କାର୍ଯ୍ୟକ୍ରମରେ ଭାଗ ନେବାକୁ କୁହାଯାଇଥିଲା। ବିମାନ ବନ୍ଦରରେ ଅନ୍ୟ ସାମରିକ ଏବଂ ବୈଜ୍ଞାନିକଙ୍କ ଉପସ୍ଥିତିରେ ଏହି ଘଟଣା ଘଟିଛି।

ଟେପକୁ ଆଧାର କରି ଦାବି କରାଯାଇଛି ଯେ ଡାକ୍ତର ଶିର୍ଲି କହିଛନ୍ତି ଯେ ଘଟଣା ସ୍ଥଳରେ ତାଙ୍କୁ ଏକ ଏଲିୟନ ବିମାନ ଦେଖାଯାଇଥିଲା ଯାହା ଡିସ୍କ ଆକାରରେ ଥିଲା। ସେ କହିଛନ୍ତି ଯେ ସେତେବେଳେ UFO ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ୁଥିଲା। ଡାକ୍ତର ଚାର୍ଲି ଏଲିୟନଙ୍କ ବିଷୟରେ ଟେପ୍‌ରେ କହିଛନ୍ତି ଯେ ଜାହାଜ ଭିତରେ ଏକ ଶରୀର ଥିଲା ଯାହାକୁ ମୁଁ ଏକ ପ୍ରତିଫଳିତ ସାମଗ୍ରୀ ବୋଲି କହିପାରେ କିନ୍ତୁ ତୁମେ ଏହାର ନିକଟତର ହେବା ବେଳକୁ ସେ ଗାୟବ ହୋଇଯାଇଥିଲା।

ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିପୁଳ ବିଜୟ: ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମାନସ ମଙ୍ଗରାଜ

ଭୁବନେଶ୍ୱର: ପୁଣି ଏକ ଉପ-ନିର୍ବାଚନ ଜିତିଛି ବିଜୁ ଜନତା ଦଳ(ବିଜେଡି) । ଅକ୍ଷୁର୍ଣ୍ଣ ରହିଛି ବିଜେଡି ଓ ନବୀନଙ୍କ ଲୋକପ୍ରିୟତା । ଆଉ ଚିତପଟାଙ୍ଗ୍ ମାରିଛନ୍ତି ବିରୋଧୀ । ପ୍ରାୟ ୨୦ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ପରାସ୍ତ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ପ୍ରଦୀପ ମହାରଥୀଙ୍କ ପୁତ୍ର ରୁଦ୍ର ମହାରଥୀ । ମୋଟ ୯୬ହଜାର ୩୯୨ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି ରୁଦ୍ର । ଏହି ପ୍ରରିପ୍ରେକ୍ଷୀରେ ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ତଥା ବିଜେଡି ସାଂଗଠନିକ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ।

  ଟ୍ୱିଟ୍ ଯୋଗେ ସେ ପିପିଲି ଜନସାଧରଣଙ୍କୁ ଧନ୍ୟବାଦ ଜଣାଇବା ସହ ଲେଖିଛନ୍ତି, ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କୁ ବିଜୟୀ କରାଇଥିବାରୁ ପିପିଲିବାସୀ ବହୁତ ବହୁତ ଧନ୍ୟବାଦ । ଓଡ଼ିଶାବାସୀ ଲଗାତାର ଭାବେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ସହଯୋଗ ବଜାୟ ରଖିଛନ୍ତି । ବିଜେପୁର, ତିର୍ତ୍ତୋଲ, ବାଲେଶ୍ୱର ଉପ-ନିର୍ବାଚନ ପରେ ଏବେ ପିପିଲି ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କ ବିଜୟ ନବୀନ ପଟ୍ଟନାୟକଙ୍କ ପ୍ରତି ଥିବା ଲୋକଙ୍କ ଜନସମର୍ଥନକୁ ପ୍ରମାଣିତ କରୁଛି ବୋଲି ଶ୍ରୀ ମଙ୍ଗରାଜ ଲେଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପ-ନିର୍ବାଚନ: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ବିଜୟୀ, ପିପିଲିବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଫଗାନିସ୍ତାନରେ ପୁଣି ପଡ଼ିଲା ରକ୍ତର ଛିଟା, ମସଜିଦ୍‌ ବାହାରେ ହେଲା ଭୟଙ୍କର ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ପଡିଲା ରକ୍ତର ଛିଟା। ଏକ ମସଜିଦ ଉପରେ ହୋଇଛି ଆକ୍ରମଣ। ବୋମା ବିସ୍ଫୋରଣରେ ଅନେକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି। କାବୁଲର ଇଦଗା ମସଜିଦକୁ ଲକ୍ଷ୍ୟ କରି ଆଜି ସନ୍ଧ୍ୟାରେ ବୋମାମାଡ କରାଯାଇଥିଲା। ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ମା’ଙ୍କ ଏକ ସ୍ମୃତିସଭା ସମେତ ନମାଜ ପାଠ ହେଉଥିବାବେଳେ ସେଠାରେ ବୋମାମାଡ ହୋଇଥିଲା। ଏହି ବିସ୍ଫୋରଣ ଲାଗି କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି।

ତେବେ ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରେ ସେଠାରେ ଆଇଏସଆଇଏସ-କେ ସମେତ କିଛି ସଂଗଠନ ବିଶେଷ ସକ୍ରିୟ ହୋଇଛନ୍ତି। ନଙ୍ଗରାହାର ଓ ଅନ୍ୟାନ୍ୟ ଅଞ୍ଚଳରେ ଏହି ସଂଗଠନ ନିଜର ଅଧିକାର ଜାହିର କରିଛି। ପୂର୍ବରୁ ଜଲାଲାବାଦ, କାବୁଲରେ ହୋଇଥିବା କିଛି ବିସ୍ଫୋରଣ ଘଟଣାରେ ନିଜକୁ ଦାୟୀ କରିଆସିଛି ଆଇଏସଆଇଏସ-କେ ସଂଗଠନ। ଏହି ଘଟଣାର ତଦନ୍ତ ହେବ ବୋଲି କାବୁଲ ସରକାର ଘୋଷଣା କରିଛନ୍ତି।

ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କରୋନା ସଂକ୍ରମିତ ଚିହ୍ନଟ: ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାଲେଶ୍ୱର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଏ ନେଇ ଖୋଦ୍ ଶ୍ରୀ ଷଡ଼ଙ୍ଗୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ପୃଥକବାସରେ ରହିବାକୁ ନିବେଦନ କରିଛନ୍ତି ଶ୍ରୀ ଷଡ଼ଙ୍ଗୀ । ଅପରପକ୍ଷରେ ଶ୍ରୀ ଷଡ଼ଙ୍ଗୀ କରୋନା ସଂକ୍ରମିତ ହେବା ନେଇ ଜାଣିବା ପରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।