ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ଖୁଲାସା: ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ

ଲକ୍ଷ୍ଣୌ: ୩ ଅକ୍ଟୋବର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ କାର୍‌ରେ ଦଳିଦେବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଫରେନ୍ସିକ ରିପୋର୍ଟ ଅନୁଯାୟୀ ଦାବି କରାଯାଇଛି ଯେ, ସେହି ଜଙ୍ଘନ୍ୟକାଣ୍ଡ ସମୟରେ ଫାୟରିଂ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା । ତେବେ  ମାମଲାର ତଦନ୍ତ ଅଗ୍ରଗତି ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏବଂ କୌଣସି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ତଦନ୍ତ ଏଭଳି ମନ୍ଥର ଗତିରେ ଚାଲୁଥିବା ମାନ୍ୟବର କୋର୍ଟ କହିଛନ୍ତି ।

ସେଦିନର ଜଙ୍ଘନ୍ୟକାଣ୍ଡ ସମୟରେ ଆଶିଷ ମିଶ୍ର ନିଜ ବନ୍ଧୁକ ଏବଂ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ରିପିଟର ଗନ ପିଷ୍ଟଲରୁ ଫାୟରିଂ କରିଥିଲେ । ବର୍ତ୍ତମାନ ସମୟରେ ଉଭୟ ଅଭିଯୁ୍କ୍ତ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ଜେଲରେ ବନ୍ଦ ଅଛନ୍ତି । ଏଏସ୍‌ପି ଅରୁଣ କୁମାର ସିଂହ କହିଛନ୍ତି ଯେ ମାମଲାରେ ଜଡ଼ିତ ସାକ୍ଷୀଙ୍କୁ ତଦନ୍ତ ପାଇଁ ପଠାଯାଇଛି । ଯାହାର ଆଧାରରେ ଆଗକୁ ତଦନ୍ତ ହେବ । ସୋମବାର ସୁପ୍ରିମକୋର୍ଟ ମାମଲା  ଉପରେ ଶୁଣାଣି କରି କହିଥିଲେ ଯେ, ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଟିଂ ଟିମ୍ (ଏସ୍‌ଆଇଟି) ତଦନ୍ତର ତଦାରଖ ନେଇ ୟୁପି ସରକାର ପକ୍ଷରୁ ଗଠିତ ନୂଆ ନ୍ୟାୟିକ ଆୟୋଗ ଉପରେ ତାଙ୍କର ଭରସା ନାହିଁ । ମାନ୍ୟବର କୋର୍ଟ ଏସ୍ଆଇଟି ତଦନ୍ତ ରିପୋର୍ଟ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ, ନିରପେକ୍ଷ ତଦନ୍ତ ଲାଗି ଅନ୍ୟ ରାଜ୍ୟର ସେବାନିବୃତ୍ତ ବିଚାରପତି ଦ୍ୱାରା ମାମଲାର ତଦାରଖ କରାଯାଉ । ତେବେ ମାମଲା ଉପରେ ଆଗାମୀ ଶୁଣାଣି ୧୨ ନଭେମ୍ୱରର ଧାର୍ଯ୍ୟ କରାଯାଇଛି ।

ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ୍ ଏନ୍‌ବି ରମଣ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲୀଙ୍କ ଖଣ୍ଡପୀଠ ରିପୋର୍ଟ ଦେଖିବା ପରେ ତଦନ୍ତର ମନ୍ଥର ଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଣ୍ଡପୀଠକୁ ଏଭଳି ଅନୁଭବ ହେଉଛି ଯେ, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମାଣ ସଂଗ୍ରହ ହେଉଛି ।

ଏଥିସହିତ ପଢ଼ନ୍ତୁ: ୨୦ ନଭେମ୍ୱରରେ ଇପିଏଫ୍‌ଓ ଟ୍ରଷ୍ଟ ବୋର୍ଡର ବୈଠକ: ଖାତାଧାରକଙ୍କୁ ସୁଧ ଦିଆଯିବ ନେଇ ହେବ ନିଷ୍ପତ୍ତି

Leave a Reply