ଲୋକସେବା ଭବନରେ ପହଞ୍ଚିଲେ ଜଗନ ମୋହନ, କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା

Andhra Pradesh CM Jagan Mohan Reddy Reaches Bhubaneswar To Meet Odisha CM

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନ ପରେ ଲୋକସେବା ଭବନ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସନ୍ଧ୍ୟା ୫ଟା ୫୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

Andhra Pradesh CM Jagan Mohan Reddy Reaches Bhubaneswar To Meet Odisha CM

୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଟିଆ ସୀମା ବିବାଦ, ପୋଲାଭରମ ସହ ନେରେଡି ପ୍ରକଳ୍ପ ବାବଦରେ ଆଲୋଚନା ହେବା ଆଶା କରାଯାଉଛି । ଦୁଇ ନେତା ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ କଥା ହେବେ । ପରେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିମାନବନ୍ଦରକୁ ଯାଇ ଆନ୍ଧ୍ର ଫେରିଯିବେ ଜଗନ ମୋହନ ରେଡ୍ଡୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ ।

Leave a Reply