ଏଥର ବି କରୋନା ପାଇଁ କଟକର ଐତିହାସିକ ବାଲିଯାତ୍ରା ବନ୍ଦ

କଟକ: କମ୍ପିବନି ମହାନଦୀ କୂଳ, ସନ୍ଧ୍ୟା ହେଲେ ବଢ଼ିବନି ଭିଡ଼ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ । ଏବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । ଜିଲ୍ଲା ସଂସ୍କୃତି ବିଭାଗ ଏହି ନିଷ୍ପତ୍ତି ନେଇଛି । କୋଭିଡ୍ କଟକଣାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

No Bali Jatra In Cuttack This Year For Covid19

ରାଜ୍ୟର ସର୍ବବୃହତ ଯାତ୍ରା ହେଉଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ୨ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ସାମିଲ୍ ହୋଇଥାନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇଥିବା ବେଳେ ଅଧିକ ଜନସମାଗମ ହେଲେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ମଧ୍ୟ କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜନ ହୋଇ ନଥିଲା ।

Leave a Reply