spot_img
Home Blog Page 5110

ହ୍ୱାଟସଆପର ମଜାକ ଉଡାଇବା ଜିଓକୁ ମହଙ୍ଗା ପଡିଲା !

ନୂଆଦିଲ୍ଲୀ : କଥାରେ ଅଛି କାହା ଖରାପ ସମୟରେ ତା’ର ଥଟ୍ଟା ଉଡାଇବା ଠିକ୍ ନୁହେଁ । କାରଣ ଆପଣଙ୍କ କର୍ମ ଆପଣଙ୍କୁ ଖୋଜିନିଏ । ଲାଗୁଛି ଏହି କଥା ଜିଓ ପାଇଁ ସଠିକ ସାବ୍ୟସ୍ତ ହୋଇଛି । ଦୁଇ ଦିନ ତଳେ ଯେତେବେଳେ ହ୍ୱାଟସଆପ୍ ଡାଉନ୍ ହୋଇଥିଲା ସେତେବେଳେ ଜିଓ ହ୍ୱାଟସଆପର ଥଟ୍ଟା ଉଡାଇଥିଲା । ଆଉ ଦୁଇ ଦିନ ପରେ ପୁରା ଚିତ୍ର ବଦଳି ଯାଇଛି ।  ଏବେ ଜିଓ ଡାଉନ୍ ହୋଇଛି । ଆଉ ୟୁଜର୍ସ ସୋସିଆଲ ମିଡିଆରେ ଜିଓକୁ ଛିଗୁଲାଉଛନ୍ତି ।  ବୁଧବାର ସକାଳ ୯.୩୦ ମିନିଟରେ ଜିଓ ଡାଉନ୍ ହୋଇଥିଲା । ଏହା ସହିତ ଟ୍ୱିଟରରେ #JioDown ଟ୍ରେଣ୍ଡ୍ କରିବାକୁ ଲାଗିଥିଲା । ଦି’ ଦିନ ତଳେ ଜିଓ ହ୍ୱାଟସଆପକୁ ଟ୍ରୋଲ୍ କରୁଥିଲା ଏବେ ଜିଓ ନିଜେ ଟ୍ରୋଲ୍ ହେଉଛି ।

Downdetector  ସାଇଟ୍ ଅନୁସାରେ ଜିଓ ନେଟୱର୍କ ସହିତ ଜଡିତ ଅଭିଯୋଗରେ ବୃଦ୍ଧି ଆସିଛି । ଅବଶ୍ୟ ଏପର୍ଯ୍ୟନ୍ତ ଜିଓ କୌଣସି ସୂଚନା ଦେଇ ନାହିଁ । ଜିଓ ନିଜ ଉପଭୋକ୍ତାଙ୍କୁ ଗୋଟିଏ ଜେନରିକ୍ ଉତ୍ତର ଦେଉଛି.. ଏହି ସମସ୍ୟା ପାଇଁ ଆମେ ଦୁଃଖିତ ଓ ଏହା ଅସ୍ଥାୟୀ । ତେବେ ଏଇଠି ଜିଓ ପାଇଁ ଗୋଟିଏ ଭଲ ଖବର ହେଉଛି ଯେ, ଜିଓ ଡାଉନ୍ ଦ୍ୱାରା ପୁରା ଭାରତ ପ୍ରଭାବିତ ହୋଇନାହିଁ । କେବଳ ମୁମ୍ବାଇ,ଇନ୍ଦୋର,ଦିଲ୍ଲୀ ଓ ରାୟପୁର ଭଳି ସ୍ଥାନରେ ଏହାର ନେଟୱର୍କ ଡାଉନ୍ ହୋଇଥିବା ଜଣା ପଡିଛି ।

ଏବେ ଆପଣ ଭାବୁଥିବେ ଦୁଇ ଦିନ ତଳେ ଅର୍ଥାତ ସେପ୍ଟେମ୍ବର ୪ ତାରିଖରେ ଜିଓ କ’ଣ କହି ହ୍ୱାଟସଆପକୁ ଟ୍ରୋଲ୍ କରିଥିଲା ? ସେତେବେଳେ ଜିଓ ହ୍ୱାଟସଆପ ଡାଉନ୍ ହେବାକୁ ନେଇ ମସ୍ତି କରି ଟ୍ୱିଟ୍ କରିଥିଲା ଯେ, ‘ଏହା ଇଣ୍ଟରନେଟ୍ ସମସ୍ୟା ନୁହେଁ ,ନିଜର ଚାଟକୁ ରିଫ୍ରେସ କରିବା ବନ୍ଦ କରନ୍ତୁ । ଏବେ ୟୁଜର୍ସ ଜିଓର ପୁରୁଣା ଟ୍ୱିଟର ସ୍କ୍ରିନ୍ ସଟ୍ ସେୟାର କରି ଟ୍ରୋଲିଂରେ ମାତିଛନ୍ତି । ଆସନ୍ତୁ ଦେଖିବା କେମିତି ଟ୍ରେଲ୍ ହେଉଛି ଜିଓ ।

ଜଣେ ୟୁଜର ଜିଓର ଏହି ଟ୍ୱିଟ୍ କୁ ଶେଆର କରି ଲେଖିଛନ୍ତି, ଏବେ କିନ୍ତୁ ଏହା ଇଣ୍ଟରନେଟ୍ ସମସ୍ୟା #Jiodown

ସେହିଭଳି ଆଉଜଣେ ୟୁଜର ନିଜ ଫୋନର ସ୍କ୍ରିନ ଶଟ୍ ଶେଆର କରପି ଲେଖିଛନ୍ତି ଯେ ସକାଳୁ ଜିଓ ନେଟୱର୍କ ନାହିଁ । #Jiodown

ଆଉଜଣେ ୟୁଜର ରଗିଯାଇ ଲେଖିଛନ୍ତି ଯେ ଦୀର୍ଘ ଏକ ଘଣ୍ଟା ହେଲାଣି ନେଟର୍କ ନାହିଁ, ଏଇ କୋଉଭଳି ବ୍ୟହାର ଟିମ ଜିଓ । ଆପଣଙ୍କଠୁ ଏହା ଆଶା ନଥିଲା ।

 

 

 

ଡିଆରଡିଓ ତଥ୍ୟ ଲିକ୍ ମାମଲା: ରହସ୍ୟମୟୀ ମହିଳାଙ୍କ ରହିଛି ପାକିସ୍ତାନ ଲିଙ୍କ୍

ଭୁବନେଶ୍ୱର: ଡିଆରଡିଓ ତଥ୍ୟ ଲିକ୍‌ ମାମଲା। ପଦାକୁ ଆସିଲା ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହାସହ ବଡ଼ କଥା ହେଲା, ରହସ୍ୟମୟୀ ଯୁବତୀଙ୍କ ଆଇଏସଆଇ ଲିଙ୍କ ଥିବା ସନ୍ଦେହ । ପାକିସ୍ତାନରୁ ଅପରେଟ୍‌ କରୁଥିବା ଆଇଏସଆଇ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସମ୍ପର୍କରେ ତଥ୍ୟ ମିଳିଛି । ୩ଟି ଇସଲାମବାଦ ଓ ଗୋଟିଏ ରାଓଲପିଣ୍ଡିର ଫେସବୁକ ଆଇଡି ବ୍ୟବହାର ହୋଇଥିଲା । ରହସ୍ୟମୟୀ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ଜର୍ମାନ, ଆମେରିକା ଓ ଭାରତର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲେ । ଟେକ୍ନିକାଲ ଡାଟା ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍‌ସି ରେସପନ୍‌ସ ଟିମ୍‌କୁ ତଥ୍ୟ ମାଗିଛି କ୍ରାଇମବ୍ରାଞ୍ଚ ।

 

ମହାଳୟା: ଆଜି ଦେବୀଙ୍କର ଧରାପୃଷ୍ଠକୁ ଆଗମନ, ଜାଣନ୍ତୁ କ’ଣ ରହିଛି ମହତ୍ୱ ଓ କିମ୍ବଦନ୍ତୀ

0

ଭୁବନେଶ୍ୱର: ଆଶ୍ୱିନ ମାସର ପ୍ରଥମ ପକ୍ଷ “ପିତୃ ପକ୍ଷ” ନାମରେ ଜଣା । ଏହି ପକ୍ଷର ଅମାବାସ୍ୟା “ମହାଳୟା ଅମାବାସ୍ୟା” ନାମରେ ପାଳିତ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ତେବେ ମହାଳୟା ପରଦିନ ଆରମ୍ଭ ହୁଏ ଶାରଦୀୟ ନବରାତ୍ରୀ । ଅର୍ଥାତ ଆସନ୍ତାକାଲି ବା 07 ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛନ୍ତି ନବରାତ୍ରୀ । ତେବେ ନବରାତ୍ରର ଦୁର୍ଗାପୂଜାରେ ମହାଳୟାର ବିଶେଷ ମହତ୍ତ୍ୱ ରହିଛି। ଓଡିଶା, ପଶ୍ଚିମବଙ୍ଗ, ତ୍ରିପୁରା ଏବଂ କର୍ଣ୍ଣାଟକରେ ଏହି ପର୍ବ ବହୁତ ବଡ଼ ଆକାରରେ ପାଳନ କରାଯାଏ ।

କ’ଣ ରହିଛି ମହତ୍ତ୍ୱ?
ବାସ୍ତବରେ ମହାଳୟା ଦିନରୁ ହିଁ ଆରମ୍ଭ ହୁଏ ଶାରଦୀୟ ଦୁର୍ଗା ପୂଜା । ଏହି ଦିନ ହିଁ ଦେବୀଙ୍କର ଆଗମନ ହୁଏ । ବିଶ୍ୱାସ ରହିଛି ଯେଏହି ଦିନ ମା ଦୁର୍ଗା କୈଳାଶ ପର୍ବତରୁ ଧରା ପୃଷ୍ଠକୁ ଆସନ୍ତି ଏବଂ ସେ ଆସନ୍ତା ୧୦ ଦିନ ଏଠାରେ ହିଁ ରହିଥାନ୍ତି। ଦୁର୍ଗା ପୂଜା ମହାଳୟାର ସପ୍ତମ ଦିନରୁ ଆରମ୍ଭ ହୋଇ ଦଶହରା ଦିନ ଶେଷ ହୁଏ। ଆଜି ମା ଦୁର୍ଗାଙ୍କ ନିକଟରେ ଦୁର୍ଗସ୍ତୋତ୍ର ଓ ଚଣ୍ଡିପାଠ କଲେ ମାଆଙ୍କର ଆଶିଷ ଲାଭ ହୋଇଥାଏ। ଓ ଭକ୍ତଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ଦୂର ହୋଇଥାଏ। ଆଜିର ଦିନରେ ହିଁ ମା ଦୁର୍ଗାଙ୍କ ମୂର୍ତ୍ତୀ ଗୁଡ଼ିକୁ ଅନ୍ତିମ ରୂପ ଦିଆଯାଏ ବା ମୂର୍ତ୍ତୀରେ ରଙ୍ଗ ଲଗାଯାଏ।

କ’ଣ କହୁଛି କିମ୍ବଦନ୍ତୀ:
ହିନ୍ଦୁ ପୁରାଣ ଅନୁଯାୟୀ ଏକଦା ମହିଷାସୁର ନାମକ ଏକ ଶକ୍ତିଶାଳୀ ଅସୁର ଥିଲା। ଯିଏ କି ନିଜ ଇଚ୍ଛାରେ ରୂପ ପରିବର୍ତ୍ତନ କରିପାରୁଥିଲା । ସୃଷ୍ଟିକର୍ତ୍ତା ବ୍ରହ୍ମାର ଭକ୍ତ ଥିଲା ମହିଷାସୁର । କଠୋର ତପସ୍ୟା କରି ସେ ବ୍ରହ୍ନଦେବଙ୍କୁ ପ୍ରଶନ୍ନ କରିଥିଲା । ଆଉ ତାପରେ ତାଙ୍କଠୁ ବରଦାନ ପାଇଥିଲା ଯେ କୌଣସି ବି ଦେବତା କିମ୍ବା ଦାନବ ତାକୁ ପରାସ୍ତ କରିପାରିବେ ନାହିଁ । ବ୍ରହ୍ମଦେବଙ୍କଠୁ ବରଦାନ ପାଇବା ପରେ ସେ ଉତ୍ପାତ ଆରମ୍ଭ କରିଦେଇଥିଲା। ସ୍ୱର୍ଗ ଲକୋରେ ଦେବତାମାନଙ୍କୁ ବହୁତ ହଇରାଣ ମଧ୍ୟ କରିବାକୁ ଲାଗିଲା । କେବଳ ଏତିକି ନୁହେଁ, ମହିଷାସୁର ଧରା ପୃଷ୍ଠରେ ବି ତାଣ୍ଡବ ରଚୁଥିଲା। ଦେବରାଜ ଇନ୍ଦ୍ରଦେବଙ୍କୁ ପରାସ୍ତ କରି ସ୍ୱର୍ଗଲୋକକୁ କବଜା କରିନେଇଥିଲା ମହିଷାସୁର । ଫଳରେ ସମସ୍ତ ଦେବଗଣ ତ୍ରାହି ତ୍ରାହି ଡାକି ତ୍ରୀମୂର୍ତ୍ତୀଙ୍କ ସରଣରେ ପହଞ୍ଚିଲେ।

ପରେ ତାର ବିନାଶ କରିବା ପାଇଁ ସମସ୍ତ ଦେବତା ମିଶି ଯୁଦ୍ଧ ଆରମ୍ଭ କରିଥିଲେ । ହେଲେ ତାକୁ ପରାସ୍ତ କରିପାରିନଥିଲେ । ପରାସ୍ତ କରିବେ ବା କେମିତି? ବ୍ରହ୍ମ ଦେବଙ୍କଠୁ ବରଦାନ ପାଇଛନ୍ତି ଯେ ତାଙ୍କୁ କୌଣସି ଦେବତା କି ଦାନବ ପରାସ୍ତ କରିପାରିବେ ନାହିଁ । ଶେଷରେ କୌଣସି ଉପାୟ ନ ମିଳିବାରୁ ଦେବଗଣ ଶକ୍ତିରୂପିଣୀ ଦେବୀ ଦୁର୍ଗାଙ୍କର ସୃଜନ କରିଥିଲେ ଯାହାଙ୍କୁ ଶକ୍ତି ଓ ଦେବୀ ପାର୍ବତୀଙ୍କ ନାମରେ ବି ଜଣାଯାଏ। ଦଶଭୂଜା ମା ଦୁର୍ଗା ୯ ଦିନ ପର୍ଯ୍ୟନ୍ତ ମହିଷାସୁର ଉପରେ ଆକ୍ରମଣ କରି ୯ ଦିନ ଧରି ଯୁଦ୍ଧ କରିଥିଲେ ଓ ଦଶହରା ଦିନ ତା’ର ବଦ୍ଧ କରିଥିଲେ। ଆଉ ଏହି ଦିନ ହିଁ ନକାରତ୍ମକତା ଉପରେ ସକାରତ୍ମକତାର ବିଜୟ ଲାଭ କରିଥିଲା । ତେଣୁ ଉଦ୍ଦେଶ୍ୟରେ ଭକ୍ତମାନେ ନବରାତ୍ରୀ ବା ଦୁର୍ଗାପୂଜା ମନାଇଥାନ୍ତି। ଆଉ ଦଶମ ଦିନକୁ ବିଜୟା ଦଶମୀ ଭାବେ ପାଳନ କରିଥାନ୍ତି।

କଟକରୁ ପଚା ଅଣ୍ଡା ଗାଡ଼ି ଜବତ: କେକ୍ ପ୍ରସ୍ତୁତି ପାଇଁ ନିଆଯାଉଥିଲା

କଟକ: ଘୋଳ ଅଣ୍ଡାରେ ବାର୍ଥଡେ କେକ୍ । ପାଟିକୁ ସୁଆଦିଆ, ହେଲେ ଦେହକୁ ବିପଦ । ନକଲି ଖାଦ୍ୟ ସାମଗ୍ରୀର ଅମରାବତୀ କଟକରୁ ଏବେ ଜବତ ହୋଇଛି ବିପୁଳ ପରିମାଣ ଘୋଳ ବା ପଚା ଅଣ୍ଡା । ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ସ୍କ୍ବାଡ୍ ଘୋଳଅଣ୍ଡା ବୋଝେଇ ଗାଡି ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛନ୍ତି । ଗାଡିଟି କଟକ ସାଆନ୍ତସାହିରେ ଥିବା ବେକରୀ ଫ୍ୟାକଟ୍ରିକୁ ଯାଉଥିବା ଜଣାପଡିଛି । ଘୋଳଅଣ୍ଡାରୁ କେକ୍ ଓ ଅନ୍ୟ ବେକରୀ ସାମଗ୍ରୀ ତିଆରି ହୋଇ ସହର ଓ ଆଖପାଖ ମାର୍କେଟ ରେ ବିକ୍ରି ହୋଇଥାନ୍ତା । ପୂର୍ବରୁ କଟକ ଯୋବ୍ରା ଅଂଚଳରେ ଦୁଇଟି ବେକ୍ରୀ ଫ୍ୟାକଟ୍ରି ଉପରେ ଚଢାଉ ବେଳେ ପଚା ଅଣ୍ଡା ସଂପର୍କରେ ଖବର ମିଳିଥିଲା । ଆଜି ଘୋଳ ଓ ପଚା ଅଣ୍ଡା ଚାଲାଣ ବେଳେ ସ୍ବତନ୍ତ୍ର ସ୍କ୍ବାର୍ଡ ଏହାକୁ ଧରିଥିଲେ । ଘୋଳ ଅଣ୍ଡା ଆଠଗଡ, ବାଙ୍କି, ଚୌଦ୍ୱାର ଓ ବାଳି ଅଞ୍ଚଳରୁ ଆସୁଥିବା ଜଣାପଡିଛି । ବିଭାଗ ପକ୍ଷରୁ ଅଣ୍ଡା ସବୁ ନଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଫେସବୁକ ପରେ ଜିଓ ଡାଉନ୍ ,ଅନେକଙ୍କ ଫୋନରୁ ନେଟୱର୍କ ସାଇନ୍ ଗାଏବ

ମୁମ୍ବାଇ: ଫେସବୁକ ଓ ହ୍ୱାଟସଆପ୍ ଡାଉନ୍ ହେବାର ଦୁଇ ଦିନ ପରେ ବୁଧବାର ରିଲାଏନ୍ସ ଜିଓର ସର୍ଭିସ ଡାଉନ୍ ହୋଇଛି । ଟ୍ୱିଟରରେ ଜିଓଡାଉନ୍ ଟ୍ରେଣ୍ଡ୍ କରୁଥିବା ବେଳେ ଇଣ୍ଟରନେଟ୍ ଆଉଟରେଜକୁ ଟ୍ରାକ୍ କରୁଥିବା downdetector ସାଇଟ୍ ମଧ୍ୟ ଏହି ଖବରକୁ ସ୍ୱୀକାର କରିଛି । ଡିଟେକ୍ଟର ଅନୁସାରେ ଜିଓ ଡାଉନକୁ ନେଇ ଏପର୍ଯ୍ୟନ୍ତ ୪ ହଜାର ରିପୋର୍ଟ ଆସି ସାରିଛି ।

ଏହି ସାଇଟ୍ ଅନୁସାରେ ଜିଓ ସହିତ ଏହି ସମସ୍ୟା ବୁଧବାର ସକାଳ ୯.୩୦ ମିନିଟରୁ ଆରମ୍ଭ ହୋଇଥିଲା । ଯାହା ଦୁଇ ଘଣ୍ଟା ପରେ ଚରମରେ ପହଞ୍ଚିଥିଲା । DownDetectorରେ ଜିଓକୁ ନେଇ ଆସୁଥିବା ଇସ୍ୟରୁ ବୃଦ୍ଧି ଘଟିଛି । ଯେଉଁଥିରୁ ଜଣା ପଡୁଛି ଯେ, ଏହାର କନେକ୍ଟିଭିଟିରେ ସମସ୍ୟା ଆସୁଛି । ଅଧା ରିପୋର୍ଟରେ ଫୋନରେ ଜିଓ ନେଟୱର୍କ ନଥିବା କୁହାଯାଉଛି । ରିପୋର୍ଟ ଅନୁସାରେ ମୁମ୍ବାଇ,ଦିଲ୍ଲୀ,ରାୟପୁର,ବାଙ୍ଗାଲୁରୁ ଓ ଇନ୍ଦୋରର ଜିଓ ଉପଭୋକ୍ତ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆଉ ନାହାନ୍ତି ରାମାୟଣର ରାବଣ: ହୃଦଘାତରେ ଚାଲିଗଲା ଜୀବନ

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣାର ୭୨ ଘଣ୍ଟା ପରେ ବି ପୋଲିସ ହାତ ଖାଲି

ଲକ୍ଷ୍ଣୌ: ଲକ୍ଷ୍ମୀପୁର ହିଂସାକୁ ବିତିଛି ୭୨ ଘଣ୍ଟା । ୮ଜଣଙ୍କ ମୃତ୍ୟୁ, ହେଲେ ନା କାହାକୁ ଗିରଫ ନା କାହାକୁ ଅଟକ ରଖିଛି ପୋଲିସ । ଏମିତିକି ସବୁ ଅଭିଯୁକ୍ତଙ୍କ ସମ୍ପର୍କରେ ପୋଲିସ ପାଖରେ ଖବର ବି ନାହିଁ । ବିଜେପି ନେତାଙ୍କ ଗାଡ଼ି ଚଢ଼ି ୪ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୮ଜଣଙ୍କ ମୃତ୍ୟୁ ହୋଇଛି । ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ପୁଣି ବଢ଼ିଲା ରନ୍ଧନ ଗ୍ୟାସ ଦର: ୯୨୬ ଟଙ୍କା ପହଞ୍ଚିଲା

ଯାହାକୁ ନେଇ ମୃତକଙ୍କ ପରିବାର ଓ ବିରୋଧୀ ସରକାରଙ୍କୁ ଘେରିଛନ୍ତି । ରବିବାର ଘଟିଥିବା ଏହି ଘଟଣାକୁ ୭୨ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ବିତି ଥିଲେ ବି ଅଭିଯୁକ୍ତଙ୍କୁ ଗିରଫ କରିବା ତ ଦୂରର କଥା ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ ମଧ୍ୟ କରିପାରିନି । ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପରିବାର ଲୋକେ ଆପତ୍ତି ଉଠାଇବା ପରେ ଜଣେ ଚାଷୀଙ୍କର ଦୁଇଥର ପୋଷ୍ଟମର୍ଟମ କରାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ବୁଝାଇ ଅନ୍ତିମ ସଂସ୍କାର କରିବାରେ ପ୍ରଶାସନ ସଫଳ ହୋଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫଦାରୀରେ ବିଳମ୍ବକୁ ନେଇ ଉଠିଛି ପ୍ରଶ୍ନ । ମୃତକଙ୍କ ପରିବାର ସହ ଆଲୋଚନା, ଶବ ସତ୍କାରରେ ବ୍ୟସ୍ତ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇ ପାରିନି ବୋଲି ପୋଲିସ କହିଛି । ସେପଟେ ଘଟଣାଦିନର ଏକାଧିକ ଭିଡିଓ ଭାଇରାଲ ହେଉଥିବା ବେଳେ ଆନ୍ଦୋଳନକାରୀ ଚାଷୀଙ୍କୁ ପଛପଟୁ ଏକ ଗାଡ଼ି ଧକ୍କା ଦେଉଥିବା ଦେଖାଯାଇଛି ।

ରାଜଧାନୀରେ ପୁଣି ବଢ଼ିଲା ରନ୍ଧନ ଗ୍ୟାସ ଦର: ୯୨୬ ଟଙ୍କା ପହଞ୍ଚିଲା

ଭୁବନେଶ୍ୱର: ପୁଣି ବଢିଲା ରନ୍ଧନ ଗ୍ୟାସ ଦର । ସିଲିଣ୍ଡର ପିଛା ୧୫ ଟଙ୍କା ବଢିଛି ଦର । ଫଳରେ ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬ ଟଙ୍କାରେ ପହଂଚିଛି । ଦିଲ୍ଲୀରେ ଦର ୮୯୯ ଟଙ୍କା ୫୦ ପଇସାରେ ପହଞ୍ଚିଛି । ସେହିପରି ୫କେଜିଆ ସିଲିଣ୍ଡର ଦର ୫୦୨ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ଫଳରେ ଖୁଚୁରା ବଜାରରେ ମହଙ୍ଗା ହୋଇଛି ପେଟ୍ରୋଲିୟମ ଉତ୍ପାଦର ଦର । ଲଗାତାର ଭାବେ ଏଲପିଜି ଗ୍ୟାସ ଦର ମହଙ୍ଗା ହୋଇଛି । ଜୁଲାଇରେ ୨୫ ଟଙ୍କା ୫୦ ପଇସା, ଅଗଷ୍ଟରେ ୨୫ ଟଙ୍କା ଓ ପୁଣି ସେପ୍ଟେମ୍ବରରେ ସିଲିଣ୍ଡର ପିଛା ଦର ୨୫ ଟଙ୍କା ବୃଦ୍ଧି ହୋଇଥିଲା । ପେଟ୍ରୋଲ ଓ ଡିଜେଲ ଦର ମଧ୍ୟ ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୩୧ପଇସା ଓ ପେଟ୍ରୋଲ ଲିଟର ପିଛା ୩୯ପଇସା ବୃଦ୍ଧି ପାଇଛି । ପେଟ୍ରୋଲ ଦର ଭୁବନେଶ୍ୱରରେ ଲିଟର ୧୦୩ଟଙ୍କା ୮୪ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଲିଟର ୯୯ଟଙ୍କା ୭୨ପଇସାରେ ପହଞ୍ଚିଛି ।

 

ତାଳଦଣ୍ଡା କେନାଲରେ ଦୁଇ ଶିଶୁଙ୍କ ସଲୀଳ ସମାଧି: ଖେଳୁଥିବା ବେଳେ ଖସିପଡ଼ିଥିଲେ

ପାରାଦୀପ ତାଳଦଣ୍ଡା କେନାଲରେ ଦୁଇ ଶିଶୁଙ୍କ ସଳିଳ ସମାଧୀ । ଖେଳୁଥିବା ବେଳେ କେନାଲକୁ ଖସିପଡ଼ି ଚାଲିଗଲା ଜୀବନ । ମୃତ ଶିଶୁ ଦ୍ୱୟଙ୍କ ମଧ୍ୟରେ ଜଣେ ୪ ବର୍ଷର ଝିଅ ଓ ୪ ବର୍ଷର ପୁଅ ଅଛନ୍ତି । ପାରାଦୀପ ସହର ଅଠରବାଙ୍କି ଲକପଡ଼ାର ଏ ଅଭାବନୀୟ ଘଟଣା । ଲକପଡାର ନୃସିଂହ ମିସ୍ତ୍ରୀଙ୍କ ୪ ବର୍ଷର ପୁଅ ଜିତେନ୍ଦ୍ର ଓ ବୁଦ୍ଧଦେବ ଦାସଙ୍କ ୪ବର୍ଷର ଝିଅ ସଙ୍ଗିତା କେନାଲ ବନ୍ଧରେ ଖେଳୁଥିବା ବେଳେ ଖସି ପଡ଼ିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଦୁଇ ଶିଶୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏଥିସହିତ ପଢ଼ନ୍ତୁ: କ୍ରୁଜରେ ରେଭ୍ ପାର୍ଟିରେ ଡ୍ରଗ୍ସ ମାମଲା, ୨ ଓଡ଼ିଆଙ୍କୁ ଗିରଫ କଲା NCB

ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ରାହୁଲ ଗାନ୍ଧିଙ୍କୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଷୀ ହତ୍ୟା ଘଟଣାରେ ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅନୁମତି ମିଳିଲା ନାହିଁ । ସେ ଆଜି ଲକ୍ଷ୍ମୌକୁ ଏକ ଗସ୍ତରେ ଯିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ୟୁପି ସରକାର ତାଙ୍କୁ ଚାଷୀଙ୍କ ପରିବାରକୁ ଭେଟିବାକୁ ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ସୀତାପୁରରେ ଇଣ୍ଟରନେଟ ସେବା ବାତିଲ ହୋଇଛି ।

ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା ।

ତେବେ ବର୍ତ୍ତମାନ କୌଣସି ନେତାଙ୍କୁ ଲଖିମପୁର ଆସିବା ପାଇଁ ସୁଯୋଗ ଦିଆଯାଉନି । ଯାହାକୁ ନେଇ ବିରୋଧୀମାନେ ଯୋଗୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଲାଠିମାଡ଼, ବ୍ରେନ୍ ହାମରେଜ ଓ ଘୋଷାଡି ହୋଇଯିବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଏପଟେ ଘଟଣାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଛି।

ସେପଟେ ଉତ୍ତର ପ୍ରଦେଶ ଲଖିମପୁରରେ ଚାଷୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ। ଏ ନେଇ ଏକ ୬ ଜଣିଆ ଟିମ୍ ଗଠନ ହୋଇଛି । ଘଟଣା ଦିନ ପ୍ରକୃତରେ କଣ ଘଟିଥିଲା? କିଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଗାଡି ଚଢ଼ିଗଲା ? ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଛାନବିନ କରିବ ଏସଆଟି। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ । ସେପଟେ ଏ ତମାମ ଘଟଣାକୁ ନେଇ ରାଜନୀତି ଜୋର ଧରିଛି ।

ରାଜ୍ୟରେ ଆଉ ୫୩୯ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବୟସର ୮୦ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୩୪୬ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୪୭ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୨୨ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୯୦ ଜଣ, କଟକରୁ ୮୪ ଜଣ,ମୟୂରଭଞ୍ଜରୁ ୨୭ ଜଣ, ପୁରୀରୁ ୨୩ ଜଣ,ଜଗତସିଂହପୁରରୁ ୨୨ ଜଣ, ଯାଜପୁରରୁ ୧୪ ଜଣ, ବାଲେଶ୍ବରୁ ୧୧ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୯ ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ ୮ ଜଣ, କଳାହାଣ୍ଡିରୁ ୫ ଜଣ, ଅନୁଗୁଳ, ଭଦ୍ରକ,ଢ଼େଙ୍କାନାଳ ଓ ନୟାଗଡ଼ ଜି୍ଲ୍ଲାରୁ ୪ ଜଣ ଲେଖାଏଁ, ଦେବଗଡ଼ ଓ ଗଞ୍ଜାମ ଜିଲ୍ଲାରୁ ୨ ଜଣ ଲେଖାଏଁ, ବରଗଡ଼, ବଲାଙ୍ଗୀର, କନ୍ଧମାଳ, କୋରାପୁଟ ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୬୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।