ସେମିଫାଇନାଲ ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକ୍କା; ଏହି ଦୁଇ ଷ୍ଟାର ଖେଳାଳି ଫ୍ଳୁରେ ଆକ୍ରାନ୍ତ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରୁଛି ପାକିସ୍ତାନ । ଗ୍ରୁପ୍ ଷ୍ଟେଜରେ ଅପରାଜୟ ରହି ବିଶ୍ବକପର ସେମିଫାଇନାଲରେ ପହଞ୍ଚିଛି ପାକିସ୍ତାନ । ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ତେବେ ଏହି ମ୍ୟାଚ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକ୍କା ଲାଗିଛି । ପାକିସ୍ତାନର ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନଙ୍କୁ ନେଇ ଚିନ୍ତା ପାକିସ୍ତାନ କ୍ରିକେଟ ବୋର୍ଡ । ଦମଦାର ଫର୍ମରେ ଥିବା ଶୋଏବ ମଲ୍ଲିକ ଓ ମହମ୍ମଦ ରିଜଓ୍ବାନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ ଉଭୟ ବ୍ୟାଟ୍ସମ୍ୟାନ ମ୍ୟାଚ ପୂର୍ବରୁ ହୋଇଥିବା ଅଭ୍ୟାସ ଅଧିବେସନରେ ଯୋଗ ଦେଇନଥିଲେ ।

ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ସରଫରାଜ ଅହମଦ ଓ ହାଇଦର ଅଲ୍ଲୀ ଏହି ଦୁଇ ଖେଳାଳିଙ୍କୁ ରିପ୍ଲେସମେଣ୍ଟ ପାଇଁ ରଖାଯାଇଛି । ଯିଏକି ପୂର୍ବରୁ ଏହି ଦଳ ସହ ପୂର୍ବରୁ ଷ୍ଟାଣ୍ଡବାଏ ଥିଲେ । ଯଦିଓ ଶୋଏବ ମଲ୍ଲିକ ଓ ମହମ୍ମଦ ରିଜଓ୍ବାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଛି କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ଏବେ ବିଶ୍ରାମ ନେବା ପାଇଁ ଡାକ୍ତର କହିଛି । ତେବେ ଏହି ଦୁଇ ଷ୍ଟାର ଖେଳାଳି ସେମିଫାଇନାଲ ଖେଳିବେ କି ନାହିଁ ତାହା ମ୍ୟାଚ ପୂର୍ବରୁର ହିଁ ନିଷ୍ପତି ନିଆଯିବ । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ବଡ଼ ମ୍ୟାଚ ପୂର୍ବରୁ ପାକିସ୍ତାନର ଚିନ୍ତା ବଢ଼ିଯାଇଛି । ଉଭୟ ମହମ୍ମଦ ରିଜଓ୍ବାନ ଓ ଶୋଏବ ମଲ୍ଲିକ ଦମଦାର ଫର୍ମରେ ରହିଛନ୍ତି । ଶୋଏବ ମଲ୍ଲିକ ପୂର୍ବ ମ୍ୟାଚରେ ୧୮ ବଲରୁ ଧୂଆଁଧାର ୫୪ ରନର କରିଥିଲେ । ଚଳିତ ବିଶ୍ବକପରେ ୫ଟି ମ୍ୟାଚରେ ଶୋଏବ ମଲ୍ଲିକ ୩ଟି ମ୍ୟାଚରେ ବ୍ୟାଟିଂ କରି ଯଥାକ୍ରମେ ୨୬, ୧୯ ଓ ୫୪ ରନ ସଂଗ୍ରହ କରିଛନ୍ତି । ସେହିପରି ମହମ୍ମଦ ରିଜଓ୍ବାନ ୫ଟି ମ୍ୟାଚ ଖେଳି ଯଥାକ୍ରମେ ୭୯, ୩୩, ୮, ୭୯ ଓ ୧୫ ରନ କରିଛନ୍ତି । ତେଣୁ ଏହି ଦୁଇ ଖେଳାଳି ପାକିସ୍ତାନ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟନ୍ତି । ଯିଦି ଆଜିର ସେମିଫାଇନାଲରେ ଏହି ଦୁଇ ଖେଳଳି ନ ଖେଳନ୍ତି ତେବେ ପାକିସ୍ତାନ ଅଡୁଆରେ ପଡ଼ିପାରେ ।

ପାକିସ୍ତାନ ପ୍ରଦର୍ଶନ କଥା ଯଦି କହିବା ତାହାଲେ ଚଳିତ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛି । ସୁପର-୧୨ ଷ୍ଟେଜରେ ପାକିସ୍ତାନ ଭାରତ,ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ସ୍କଟଲାଣ୍ଡ ଓ ନାମବ୍ୟାକୁ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଛି । ତେବେ ପାକିସ୍ତାନ ଆଜି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚଳିତ ବିଶ୍ବକପ ଫାଇନାଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବା ପାଇଁ ଚେଷ୍ଟା କରିବ ।

Leave a Reply