୧୪୩ଟି ସ୍ମାର୍ଟ ବିଦ୍ୟାଳୟର ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

1 min read

ଭୁବନେଶ୍ୱର: ହାଇଟେକ୍ ହେଉଛି ସରକାରୀ ହାଇସ୍କୁଲ ଏବଂ ନୂଆ ରୂପ ନେଇଛି ଶ୍ରେଣୀ ଗୃହ। ଇ-ଲାଇବ୍ରେରୀ ସାଙ୍ଗକୁ ସ୍କାର୍ଟ କ୍ଲାସର ବ୍ୟବସ୍ଥା । ୫-ଟି ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର ୬୭ଟି ସରକାରୀ ହାଇସ୍କୁଲର ରୁପାନ୍ତରଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବେ।

ସୁନ୍ଦରଗଡର ୬୭ଟି ବିଦ୍ୟାଳୟ ସହ ନବରଙ୍ଗପୁରର ୧୨ଟି, ବାଲେଶ୍ବରର ୨୪ଟି, କଳାହାଣ୍ଡିର ୧୦ଟି ଓ କଟକର ୩୦ଟି ହାଇସ୍କୁଲର ଉଦଘାଟନ କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ୫ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ। ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସ୍କୁଲ ପରିସର ସୁନ୍ଦର ହେବା ସହ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା, ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ୱଚ୍ଛ ଶୌଚାଳୟ ଆଦି ନିର୍ମାଣ କରାଯାଇଛି। ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟ ପରେ ସରକାରୀ ହାଇସ୍କୂଲରେ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛାତ୍ରଛାତ୍ରୀ ଓ ଅଭିଭାବକ ଧନ୍ୟବାଦ ଜଣାଇଛନ୍ତି ।

Leave a Reply