ଆଜି ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପର ଦ୍ବିତୀୟ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ ଓ ପାକିସ୍ତାନ । ଏହି ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ଖେଳିବା ପାଇଁ ଉଭୟ ଦଳ ଚେଷ୍ଟା କରିବେ । ଚଳିତ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ କରିଛି ପାକିସ୍ତାନ । ଗ୍ରୁପ୍ ଷ୍ଟେଜରେ ସମସ୍ତ ମ୍ୟାଚକୁ ବିଜୟ ଲାଭ କରି ଫାଇନାଲରେ ପହଞ୍ଚିଛି ପାକିସ୍ତାନ । ପାକିସ୍ତାନର ଏହି ବିଜୟ ରଥକୁ ଅଟକାଇବାକୁ ଚେଷ୍ଟା କରିବ କଙ୍ଗାରୁ ଦଳ । ତେବେ ପାକିସ୍ତାନର ଦମଦାର ବୋଲିଂ ଲାଇନ ଅଫକୁ ସାମ୍ନା କରିବାକୁ ତୟାର ଅଛନ୍ତି ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ସେହିପରି ଭାବରେ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା ପାଇଁ ମଧ୍ୟ ପୂରା ତୟାର ଅଛନ୍ତି ପ୍ୟାଟ କମିନ୍ସ, ମିଚେଲ ଷ୍ଟାର୍କ ଓ ଜୋଶ ହେଜେଲଉଡ ।

ତେବେ ଯଦି ଟି-୨୦ ବିଶ୍ବକପ କଥା କହିବା ତାହାଲେ ଅଷ୍ଟ୍ରେଲିଆଠାରୁ ଆଗରେ ରହିଛି ପାକିସ୍ତାନ । ୨୦୦୭ ଟି-୨୦ ବିଶ୍ବକପର ପ୍ରଥମ ସଂସ୍କରଣରେ ଭାରତଠାରୁ ପରାଜିତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହୋଇଥିଲା ପାକିସ୍ତାନ ଏବଂ ଏହା ପର ସଂସ୍କରଣ ଅର୍ଥାତ ୨୦୦୯ ବିଶ୍ବକପରେ ବିଜୟ ମୁକୁଟ ପିନ୍ଧିଥିଲା ପାକିସ୍ତାନ । ତେବେ ଚଳିତ ବିଶ୍ବକପରେ ଆଜି ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ଚମ୍ପିଆନ ହେବ ଲକ୍ଷ୍ୟରେ ରହିଛି ପାକିସ୍ତାନ । ଯଦି ଅଷ୍ଟ୍ରେଲିଆ କଥା କହିବା ତାହାଲେ ଅଷ୍ଟ୍ରେଲିଆ ୨୦୧୦ରେ ଇଂଲଣ୍ଡଠାରୁ ପରାଜିତ ହୋଇଥିଲା ଏବଂ ଏହା ପରାଠାରୁ ଅଷ୍ଟ୍ରେଲିଆ ଆଉ ଫାଇନାଲ ଖେଳିନାହିଁ । ତେଣୁ ଏହି ମ୍ୟାଚକୁ ଜିତି ଚଳିତ ବିଶ୍ବକପର ଫାଇନାଲ ଖେଳିବାକୁ ଚେଷ୍ଟା କରିବ ଅଷ୍ଟ୍ରେଲିଆ ।

Leave a Reply