spot_img
Home Blog Page 5109

ଲୋକାର୍ପିତ ହେଲା ‘ଆମ ଘର ଆମ ହାଣ୍ଡିଶାଳ ସିଜିନ୍-୨’: ବିଶ୍ୱ ଦେଖିବ ଓଡ଼ିଆ ଖାଦ୍ୟ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ସହଯୋଗରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ପାରମ୍ପରିକ ଶୁଦ୍ଧ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣକୁ ବୁଧବାର ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପଣ କରିଛନ୍ତି । ଗତବର୍ଷ କରୋନା ମହାମାରୀ କଟକଣା ଭିତରେ ବି ‘ଆମ ଘର ଆମ ହାଣ୍ଡିଶାଳ’ର ପ୍ରଥମ ସଂସ୍କରଣ ରାଜ୍ୟବାସୀଙ୍କ ଦ୍ୱାରା ବହୁଳ ଆଦୃତ ହେବା ପରେ ଚଳିତବର୍ଷ ଏହାର ଦ୍ୱିତୀୟ ସଂସ୍କରଣ ଆରମ୍ଭ ପାଇଁ ନିଷ୍ପତ୍ତି ହୋଇଛି ।

ଏହି ଦ୍ୱିତୀୟ ସଂସ୍କରଣ ପ୍ରତିଯୋଗିତାକୁ ଲୋକାର୍ପଣ କରି ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଥିଲେ ଯେ, ଆମ ଓଡ଼ିଆଙ୍କ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାଣ୍ଡିଶାଳ ‘ଆନନ୍ଦ ବଜାର’ ହେଉଛି ବିଶ୍ୱର ସବୁଠୁ ବଡ଼ ହାଣ୍ଡିଶାଳ । ଆଉ ଆମର ମହାନ୍ ଉତ୍କଳୀୟ ସଂସ୍କୃତିରେ ୧୨ମାସରେ ୧୩ ପରବ ଓ ପ୍ରତ୍ୟେକ ପର୍ବପର୍ବାଣୀରେ ସ୍ୱତନ୍ତ୍ର ଖାଦ୍ୟର ସମ୍ଭାର ରହିଛି । ଏହି ପାରମ୍ପରିକ ଖାଦ୍ୟକୁ ବିଶ୍ୱ ଦରବାରରେ ପହଂଚାଇବା ଲକ୍ଷ୍ୟରେ ଗତବର୍ଷ କରୋନା କାଳରେ ‘ଆମ ଘର ଆମ ହାଣ୍ଡିଶାଳ’ ପ୍ରତିଯୋଗିତାର ପରିକଳ୍ପନା କରାଯାଇଥିଲା । ଏହି ପ୍ରତିଯୋଗିତାକୁୂ ମାନ୍ୟବର ରାଜ୍ୟପାଳ, ମାନ୍ୟବର ମୁୂଖ୍ୟମନ୍ତ୍ରୀଙ୍କଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ଅନେକ ମନ୍ତ୍ରୀ, ଅଫିସର ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିଥିବା ବ୍ୟକ୍ତିମାନେ ସହଯୋଗର ହାତ ବଢ଼ାଇଥିଲେ । ଯାହା ଏହି ପ୍ରତିଯୋଗିତାକୁ ସଫଳ ଓ ଲୋକାଦୃତ କରାଇପାରିଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବାବେଳେ ସେ ନିଜେ ଓଡ଼ିଆଙ୍କ ନିଜସ୍ୱ ଖାଦ୍ୟ ‘ପଖାଳ’ ଖାଇବାକୁ ପସନ୍ଦ କରିଥାନ୍ତି । ଏପରିକି ଦେଶର ପ୍ରମୁଖ ରାଜନୀତିଜ୍ଞମାନଙ୍କୁ ନବୀନ ନିବାସରେ ଶୁଦ୍ଧ ଓଡ଼ିଆ ଖାଦ୍ୟରେ ଆପାୟ୍ୟିତ କରାଇବାକୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଭୁଲନ୍ତି ନାହିଁ । ଓଡ଼ିଆ ଖାଦ୍ୟର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଉଥିବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଆ ଖାଦ୍ୟର ପ୍ରତିଯୋଗିତା ‘ଆମ ଘର ଆମ ହାଣ୍ଡିଶାଳ’ର ଦ୍ୱିତୀୟ ସଂସ୍କରଣ ପ୍ରକ୍ରିୟା ଆଜିଠୁ ଆରମ୍ଭ ହୋଇଛି । ଗତବର୍ଷ ଭଳି ଏଥିରେ ଅଧିକରୁ ଅଧିକ ମହିଳାମାନେ ସାମିଲ ହୋଇ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଆଶା । ଓଡ଼ିଆ ଖାଦ୍ୟର ପ୍ରସାର ଓ ପ୍ରଚାର ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାର ସିଜିନ-୨ କାର୍ଯ୍ୟକ୍ରମକୁ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନେଇଥିବାରୁ ପର୍ଯ୍ୟଟନ ବିଭାଗ ଓ ଓଟିଡିସିର ଅଧିକାରୀମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ ଦୁର୍ଗା ପ୍ରସାଦ ମହାପାତ୍ର,ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, କମ୍ପାନୀ ସେକ୍ରେଟେରୀ ପ୍ରଶାନ୍ତ ପଣ୍ଡା, ଡିଭିଜିନାଲ ମ୍ୟାନେଜର ପ୍ରଣବ କୁମାର ଚାନ୍ଦ, ମାର୍କେଟିଂ ମ୍ୟାନେଜର ରଞ୍ଜନ ମିଶ୍ର ଓ ଅନ୍ୟ ପଦାଧିକାରୀମାନେ ଯୋଗ ଦେଇଥିଲେ । ପ୍ରଥମ ସିଜନର ବିଜୟିନୀ ଦେବଯାନୀ ଦାସ ମଧ୍ୟ ଏହି ଦ୍ବିତୀୟ ସଂସ୍କରଣ ଉନ୍ମୋଚନ କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ଅଭିଜ୍ଞତା ବର୍ଣ୍ଣନା କରିଥିଲେ।

କଲରାପତରିଆ ଛାଲ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ଏସ୍‌ଟିଏଫ୍

କଲରାପତରିଆ ଛାଲ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ । କନ୍ଧମାଳ ବାଲିଗୁଡ଼ା ରେଞ୍ଜ ସିପତିଗୁଡ଼ାରୁ ବାଘଛାଲ ଜବତ କରିଛି ଏସଟିଏଫ । ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ହେଲେ ବାଲିଗୁଡ଼ା ହାଟପଡ଼ା ସାହିର ବିଦ୍ୟାଧର ନାୟକ । ତାଙ୍କ ଠାରୁ ବାଘ ଛାଲ ସମେତ ଶୀକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ଏସଟିଏଫ । ଗିରଫ ଅଭିଯୁକ୍ତଙ୍କୁ ବନବିଭାଗକୁ ହସ୍ତାନ୍ତର କରିଛି ଏସଟିଏଫ । ଏସଟିଏଫର ସ୍ପେଶାଲ ଡ୍ରାଇଭ ମାଧ୍ୟମରେ ଗତ ବର୍ଷକ ମଧ୍ୟରେ ୧୬ଟି କଲରାପତରିଆ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୪ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି । ମାମଲାରେ ୩୩ ଜଣ ଶିକାରୀ ଓ ଚୋରା ବେପାରୀଙ୍କୁ ଗିରଫ କରାଯାଇଥିବା ଏସଟିଏଫ କହିଛି ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍ ପାର୍ଟିରୁ ଗିରଫ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ: ଡ୍ରଗ୍ସ ନୁହଁ ଗଞ୍ଜେଇ ସିଗାରେଟ୍ ଥିଲା

ରାଜଧାନୀର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟରେ ଲାଗୁ ହେଲା କଣ୍ଟେନମେଣ୍ଟ କଟକଣା

ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ । ଏକାଧିକ ପଜିଟିଭ୍ ଚିହ୍ନଟ ପରେ ଫରେଷ୍ଟ ପାର୍କ ଅଞ୍ଚଳର ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ ଘୋଷଣା ହୋଇଛି କଣ୍ଟେନମେଣ୍ଟ ଜୋନ । ଏହି ଆପାର୍ଟମେଣ୍ଟର ୧୦ଟି ଫ୍ଲାଟକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । କଣ୍ଟେମେଣ୍ଟ ଜୋନ ଭିତରକୁ ବାହାର ଲୋକଙ୍କ ପ୍ରବେଶ ଉପରେ ଲାଗିଛି କଟକଣା । ସେହିପରି କଣ୍ଟେନମେଣ୍ଟ ଜୋନ ଭିତରର ଲୋକଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ।

କଣ୍ଟେନମେଣ୍ଟ ଜୋନ ପରିସରରେ ଥିବା ଉଭୟ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନକୁ ବନ୍ଦ ରଖିବା ପାଇଁ ଦିଆଯାଇଛି ନିର୍ଦ୍ଦେଶ । କଣ୍ଟେନମେଣ୍ଟର ଜୋନର ସମସ୍ତ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଯୋଗାଇବ ବିଏମସି । ଏନେଇ ସୂଚନା ଦେଇଛନ୍ତି ବିଏମସି ଦକ୍ଷିଣ ପଶ୍ଚିମ ଜୋନର ଡେପୁଟି କମିଶନର ରବି ନାରାୟଣ ସେଠୀ ।

ଏଥିସହିତ ପଢ଼ନ୍ତୁ: କ୍ରୁଜ୍ ପାର୍ଟିରୁ ଗିରଫ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ: ଡ୍ରଗ୍ସ ନୁହଁ ଗଞ୍ଜେଇ ସିଗାରେଟ୍ ଥିଲା

ଟାଟା କମ୍ପାନୀ ନାଁରେ ମିଛ ନିଯୁକ୍ତି ମାମଲା: ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପଙ୍କ ଝିଅ

ଭୁବନେଶ୍ୱର: ଟାଟା ନାଁ ରେ ମିଛ ନିଯୁକ୍ତି ମାମଲା । ଇଡିରେ ହାଜର ହେବାକୁ ପୁଣି ସମୟ ମାଗିଲେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ । ଓକିଲଙ୍କ ଜରିଆରେ ଇଡି କାର୍ଯ୍ୟାଳୟରେ ସମୟ ମାଗିଲେ ପ୍ରଦୀପଙ୍କ ଝିଅ । ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା ଇଡି । ପ୍ରଥମଥର ହାଜର ନହେବାରୁ ଦ୍ୱିତୀୟ ଥର ସମନ କରିଥିଲା ଇଡି । ଗତକାଲି ପ୍ରଦୀପଙ୍କ ସମୁଦି ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଇଡିରେ ହାଜର ହୋଇଥିଲେ । ବେଆଇନ ଆର୍ଥିକ କାରବାର ନେଇ ତାଙ୍କୁ ୧୧ ଘଣ୍ଟା ଧରି ଜେରା କରିଥିଲେ ଇଡିର ୩ଜଣ ଅଧିକାରୀ ।

 

କେଉଁ ବାବଦକୁ ଆକାଉଣ୍ଟ ଆସିଥିଲା ଲକ୍ଷ ଲକ୍ଷ ଟଙ୍କା ? ପୁଅ ଆକାଶ ପାଠକଙ୍କୁ ପଠାଇଥିବା ଟଙ୍କା କାହାର ? ଏତେ ଟଙ୍କା ପୁଅ ଆକାଉଣ୍ଟକୁ କାହିଁକି ପଠାଇଥିଲେ ? ବନୀକରଣ ନାଁରେ ହେରଫେର ହୋଇଛି କି ସରକାରୀ ଅର୍ଥ ? ପଦବୀରେ ଥିବା ବେଳେ ଅପବ୍ୟବହାର ହୋଇଛି କି ସରକାରୀ ଟଙ୍କା ? ଦିନସାରା ଏଭଳି ଅନେକ ପ୍ରଶ୍ନବାଣରେ ଘାଇଲା ହୋଇଥିଲେ ଅଭୟ। ସେ ଆଣିଥିବା କାଗଜପତ୍ରକୁ ମଧ୍ୟ ଯାଞ୍ଚ କରିଛି ତଦନ୍ତକାରୀ ଟିମ । ପୂର୍ବରୁ ଅଭୟ କାନ୍ତ ପାଠକ, ଆକାଶ ପାଠକ ଓ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାମରେ ମାମଲା ରୁଜୁ କରିଥିଲା ଇଡି । ଏବେ ଯାଏଁ ଇଡି ୧୫ ଜଣଙ୍କୁ ଜେରା କରିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗତ ବର୍ଷ ନଭେମ୍ବର ୨୫ତାରିଖରେ ଓଡିଶା, ମୁମ୍ବାଇ ଓ ବିହାରର ୧୨ଟି ଜାଗାରେ ଭିଜିଲାନ୍ସ ରେଡ୍‌ କରିଥିଲା। ଭିଜିଲାନ୍ସ ପାଖରୁ ସମସ୍ତ ତଥ୍ୟ ନେବାପରେ ତଦନ୍ତ କରୁଛି ଇଡି।

 

ଆଫଗାନିସ୍ତାନର ଗୁରୁଦ୍ବାରରେ ଭଙ୍ଗାରୁଜା କଲା ତାଲିବାନ

କାବୁଲ: ଆଫଗାନିସ୍ତାନ କାବୁଲରେ ପୁଣି ତାଲିବାନର ହିଂସାରାଜ୍। ଏକ ଗୁରୁଦ୍ବାରରେ ଭଙ୍ଗାରୁଜା କରିଛି ତାଲିବାନ । କିଛି ଲୋକଙ୍କୁ ବି ନିଜ ହେପାଜତକୁ ନେଇଛନ୍ତି ଆତଙ୍କବାଦୀ । ଉତ୍ତରପଶ୍ଚିମ କାବୁଲର କାରଟେ ପରଓ୍ବାନ ଗୁରୁଦ୍ବାରରେ କିଛି ସଶସ୍ତ୍ର ଆତଙ୍କବାଦୀ ପ୍ରବେଶ କରି ଭଙ୍ଗାରୁଜା କରିବା ସହ ଭିତରେ ଥିବା ଲୋକଙ୍କୁ ନିଜ କବଜାକୁ ନେଇଯାଇଥିଲେ । ସେମାନଙ୍କ ଆକ୍ରମଣରେ କିଛି ଲୋକ ଆହତ ହୋଇଛନ୍ତି ।

ଏହି ଗୁରୁଦ୍ବାରକୁ ଅତୀତରେ ଗୁରୁ ନାନକ ପରିଦର୍ଶନ କରିଥିଲେ । ପାକଟିଆର ଚମକାନି ଇଲାକାରେ ଥିବା ଏହି ଗୁରୁଦ୍ବାରକୁ ଆତଙ୍କବାଦୀମାନେ ଟାର୍ଗେଟ କରିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଫଗାନିସ୍ତାନରେ ତାଲିବାନ ନିଜର ଶାସନ ପ୍ରତିଷ୍ଠା କରିବା ପରଠାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ବିପଦରେ ରହିଛନ୍ତି ।

ଲଖିମପୁର ଖେରି ଯିବା ଲାଗି ରାହୁଲ ଗାନ୍ଧି ଓ ପ୍ରିୟଙ୍କାଙ୍କୁ ମିଳିଲା ଅନୁମତି

ଲକ୍ଷ୍ନୗେ: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଗସ୍ତରେ ଯିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଅନୁମତି ଦେଇଛି ପ୍ରଶାସନ। ଏହା ସହ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ମଧ୍ୟ ଅନୁମତି ମିଳିଛି। ମୃତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅନୁମତି ମିଳି ନଥିବାରୁ ପ୍ରତିବାଦ ଜଣାଇଥିଲେ ରାହୁଲ। ଏପରିକି ପ୍ରେସମିଟ୍ କରି ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ।

Greater Noida Police Lodged An FIR Against Rahul Gandhi And Priyanka Gandhi

ସେ ଆଜି ଲକ୍ଷ୍ମୌକୁ ଏକ ଗସ୍ତରେ ଯିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ୟୁପି ସରକାର ତାଙ୍କୁ ଚାଷୀଙ୍କ ପରିବାରକୁ ଭେଟିବାକୁ ଅନୁମତି ଦେଇନାହାଁନ୍ତି । ଅନ୍ୟପଟେ ଉତ୍ତେଜନା ବୃଦ୍ଧି ପାଉଥିବାରୁ ସୀତାପୁରରେ ଇଣ୍ଟରନେଟ ସେବା ବାତିଲ ହୋଇଛି। ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା ।

ସେପଟେ ଉତ୍ତର ପ୍ରଦେଶ ଲଖିମପୁରରେ ଚାଷୀ ମୃତ୍ୟୁ ଘଟଣାର ହେବ SIT ତଦନ୍ତ । ଏ ନେଇ ଏକ ୬ ଜଣିଆ ଟିମ୍ ଗଠନ ହୋଇଛି । ଘଟଣା ଦିନ ପ୍ରକୃତରେ କଣ ଘଟିଥିଲା । କିଭଳି ପରିସ୍ଥିତିରେ ଚାଷୀଙ୍କ ଉପରେ ଚଢ଼ିଗଲା ଗାଡି । ଏବଂ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ଛାନବିନ କରିବ ଏସଆଟି । ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଆଇଜି ଲକ୍ଷ୍ମୀ ସିଂହ । ସେପଟେ ମୃତ ଚାଷୀଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି । ଲାଠିମାଡ଼, ବ୍ରେନ୍ ହାମରେଜ ଓ ଘୋଷାଡି ହୋଇଯିବା ଯୋଗୁ ସେମାନଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଘଟଣାକୁ ନେଇ ଆହ୍ଲାବାଦ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାଏର ହୋଇଛି ।

କ୍ରୁଜ୍ ପାର୍ଟିରୁ ଗିରଫ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ: ଡ୍ରଗ୍ସ ନୁହଁ ଗଞ୍ଜେଇ ସିଗାରେଟ୍ ଥିଲା

ରାଉରକେଲା: ମୁମ୍ୱାଇ କ୍ରୁଜ୍ ପାର୍ଟିରୁ ଗିରଫ ଓଡ଼ିଆ ଯୁବକ ମନୀଷଙ୍କ ବାପାଙ୍କ ବଡ଼ ଅଭିଯୋଗ । ତାଙ୍କୁ ପୁଅକୁ ଫସାଇଦିଆଯାଉଥିବା ନେଇ ଅଭିଯୋଗ ଆଣିଲେ ଗିରଫ ଅଭିଯୁକ୍ତ ମନୀଷ ରାଜଗରିଆଙ୍କ ବାପା । ସେ କହିଛନ୍ତି ତାଙ୍କ ପୁଅ ପାଖରେ କେବଳ ୨.୪ ଗ୍ରାମର ଏକ ଗଞ୍ଜେଇ ସିଗାରେଟ ଥିଲା । ଏନସିବି ମନୀଷଙ୍କୁ ଫସାଇଦେଇଛି । ଶିଳ୍ପପତି ମନୀଷ ମୁମ୍ବାଇ କ୍ରୁଜ ପାର୍ଟି ଦେଖଥିବାକୁ ଯାଇଥିଲେ । ସେ କୌଣସି ନିଶା କାରବାରରେ ସମ୍ପୃକ୍ତ ନିହଁନ୍ତି ବୋଲି ତାଙ୍କ ବାପା କହିଛନ୍ତି । କ୍ରୁଜ ପାର୍ଟିରେ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇ ସାରିଛନ୍ତି । ସେମଧ୍ୟରେ ଦୁଇ ଓଡ଼ିଆ ଅଭିନ ସାହୁ ଓ ମନୀଷ ରାଜଗରିଆ ଅଛନ୍ତି ।

ସୂଚନା ଯୋଗ୍ୟ, ମୁମ୍ବାଇ ରେଭ୍‌ ପାର୍ଟିରେ ଡ୍ରଗ୍ସ କାରବାର ମାମଲାରେ ୨ ଓଡ଼ିଆଙ୍କୁ ଗିରଫ କଲା ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ । ଅଭିନ ସାହୁ, ମନୀଷ ରାଜଗରିଆକୁ ଏନସିବି ଗିରଫ କରିଛି । ରାଉରକେଲାର ମନୀଷ ରାଜଗରିଆଙ୍କ ସହ ରଘୁନାଥପାଲ୍ଲୀର ଅଭିନ ସାହୁଙ୍କୁ ଗିରଫ କରାଯାଇଛି । ଘଟଣାରେ ପୂର୍ବରୁ ଶାହରୁଖଙ୍କ ପୁଅ ଆର୍ଯ୍ୟନ ଗିରଫଙ୍କୁ କରାଯାଇଥିଲା । ୨ ଓଡ଼ିଆଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ଏନସିବି । ମାମଲାରେ ଏପର୍ଯ୍ୟନ୍ତ ୧୬ ଜଣ ଗିରଫ ହୋଇଛନ୍ତି । ଆସନ୍ତାକାଲି ଗିରଫ ୪ ଜଣଙ୍କୁ କୋର୍ଟରେ ହାଜର କରାଯିବ । ଗିରଫ ୪ ଜଣ ରେଭ୍ ପାର୍ଟି ଚାଲିଥିବା ବେଳେ କ୍ରୁଜରେ ମହଜୁଦ୍ ଥିବା ଜଣାପଡ଼ିଛି

ଜଣାପଡ଼ିଛି

ଅସହ୍ୟ ହେଉଥିଲା ଅସ୍ଥିକର୍କଟ ଯନ୍ତ୍ରଣା, ବିଷ ଦେଇ ମାରିଦେଲେ ବାପା

ଚେନ୍ନାଇ: ଅସ୍ଥିକର୍କଟରେ ପୀଡିତ ପୁଅକୁ ମାରିଦେଲେ ବାପା। ଏହି କାର୍ଯ୍ୟରେ ପିତାଙ୍କୁ ସହଯୋଗ କରିବା ଅଭିଯୋଗରେ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ତାମିଲନାଡୁର ସାଲେମ ଜିଲ୍ଲାରେ ଘଟିଛି ଏହି ଛାତିଥରା ଘଟଣା।

ସୂଚନା ଅନୁଯାୟୀ, ସାଲେମର ପେରିୟାସାମୀ ନାମକ ଜଣେ ବ୍ୟକ୍ତିର ପୁଅ ବନ୍ନଥମିଝାନ ଗୁରୁତର ଅସ୍ଥିକର୍କଟରେ ପୀଡିତ ଥିଲେ । ପ୍ରତିଦିନ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲା । ଏହି ସମସ୍ୟାର ସ୍ଥାୟୀ ସମାଧନ ଲାଗି ପେରିୟାମାମୀ ତାଙ୍କ ସାଙ୍ଗ ତଥା ଏକ ଲାବରେଟୋରୀର ମାଲିକ ଭେଙ୍କଟସନକୁ ସାକ୍ଷାତ କରିଥିଲା । ପରେ ପେରିୟାସାମୀ ଓ ଭେଙ୍କଟସନ ସ୍ଥାନୀୟ ଜଣେ ମେଡିକାଲ ପ୍ରଫେସନାଲ ପ୍ରଭୁଙ୍କ ନିକଟକୁ ଯାଇଥିଲେ ।

ଯୋଜନା ଥିଲା ପିଲାଟିକୁ ବିଷାକ୍ତ ଇଞ୍ଜେକସନ ଦେଇ ମାରିବା । ଶେଷରେ ସେମାନେ ବନ୍ନଥମିଝାନକୁ ବିଷାକ୍ତ ଇଞ୍ଜେକସନ ଦେଇଥିଲେ । ଫଳରେ ପିଲାଟି ମରିଯାଇଥିଲା । ପ୍ରଭୁ ତିନି ପ୍ରକାର ଔଷଧକୁ ମିଶାଇ ଏକ ବିଷାକ୍ତ ଇଞ୍ଜେକସନ ତିଆରି କରିବା ସହ ବନ୍ନଥମିଝାନକୁ ଓଭରଡୋଜ ଦେଇଥିଲା । ଏହି ନାରକୀୟ କାଣ୍ଡ ପଦାକୁ ଆସିବା ପରେ ପୋଲିସ ପେରିୟାସାମୀ, ଭେଙ୍କଟସନ ଓ ପ୍ରଭୁଙ୍କୁ ଗିରଫ କରିଛି ।

ଲଣ୍ଡା ହୋଇ ବିଜେପି ଛାଡିବାକୁ ଘୋଷଣା କଲେ ବିଧାୟକ, କହିଲେ- ମମତା ଅସଲି ନେତା

ଗୗେହାଟି: ତ୍ରିପୁରାରେ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ ଝଟକା । ଉତ୍ତର ତ୍ରିପୁରାର ସୁରମା ବିଧାୟକ  ଆଶିଷ ଦାସ ମଙ୍ଗଳବାର ଦିନ କୋଲକାତାର କାଲିଘାଟ କାଳି ମନ୍ଦିରରେ ଲଣ୍ଡା ହୋଇ ବିଜେପି ଛାଡିବାକୁ ଘୋଷଣା କରିଛନ୍ତି । କୋଲକାତାର ପ୍ରସିଦ୍ଧ ମନ୍ଦିରରେ ଯଜ୍ଞ ମଧ୍ୟ କରିଛନ୍ତି । ରାଜ୍ୟରେ ବିଜେପି ତେନୃତ୍ୱାଧୀନ ସରକାରକୁ ହଟାଇବା ତାଙ୍କର ଏକମାତ୍ର ଲକ୍ଷ୍ୟ।

ବିଜେପି ଛାଡିବା ପୂର୍ବରୁ ତ୍ରିପୁରା ବିଧାୟକ ଆଶିଷ ଦାସ ମଙ୍ଗଳବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବେଙ୍ଗଲର ମା, ମାଟି ମନୁଷର ପ୍ରକୃତ ନେତା ବୋଲି କହିଛନ୍ତି । ଯଦି ଭବିଷ୍ୟତରେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ପ୍ରତ୍ୟେକ ବଙ୍ଗାଳୀଙ୍କ ପାଇଁ ଏହା ଗର୍ବର ବିଷୟ ହେବ । ​​ମମତା ବାନାର୍ଜୀ ଯେପରି ଭବାନୀପୁର ନିର୍ବାଚନରେ ରେକର୍ଡ ସଂଖ୍ୟକ ବିଜୟ ହାସଲ କରିଥିଲେ, ତାହା ତାଙ୍କର ଲୋକପ୍ରିୟତାର ଅନ୍ୟ ଏକ ପ୍ରମାଣ।

ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କ ଶାସନ ବିରୋଧରେ ସେ ଦୀର୍ଘ ଦିନଧରି ସ୍ବର ଉତ୍ତୋଳନ କରିଆସୁଥିଲେ । ଆଶିଷ ଖୁବ୍ ଶୀଘ୍ର ତୃଣମୂଳ କଂଗ୍ରେସରେ ଯ଼ୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଆଶିଷ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତିକୁ ବିରୋଧ କରିଛନ୍ତି । କହିଛନ୍ତି ଦେଶର ଅଧିକାଂଶ ସରକାରୀ ସମ୍ପତ୍ତିକୁ ସେ ଘରୋଇ ହାତରେ ଟେକିଦେଲେଣି ।

ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଥିବା କ୍ରୁଜ୍ ଦେଲା ‘ନବରାତ୍ରୀ’ ପ୍ୟାକେଜ୍ ଅଫର

ମୁମ୍ବାଇ: ମଝି ସମୁଦ୍ରରେ ହେଉଥିବା ଡ୍ରଗ୍ସ ପାର୍ଟିକୁ ନେଇ ଚର୍ଚ୍ଚାରେ ରହିଥିଲା କାର୍ଡେଲିଆ କ୍ରୁଜ୍ । ଏବେ ପୁଣି ଥରେ କ୍ରୁଜ୍  କୁ ଲାଇମଲାଇଟକୁ ଆଣିଛି ଏହାର ଟୁର୍ ପ୍ୟାକେଜ୍।

କମ୍ପାନୀ ତରଫରୁ ମଙ୍ଗଳବାର ଦିନ ନବରାତ୍ରୀ ଟୁର୍ ପ୍ୟାକେଜ୍ ପାଇଁ ଇନଭିଟେସନ୍ ଦିଆଯାଇଛି। ଏହି ସମୟରେ କ୍ରୁଜରେ ସଂଗୀତ କାର୍ଯ୍ୟକ୍ରମ, ନୃତ୍ୟ ଏବଂ ଷ୍ଟାଣ୍ଡ ଅପ୍ କମେଡି ମଧ୍ୟ ଆୟୋଜିତ ହେବ ସୂଚନା ମିଳିଛି ।

Mumbai Cruise Drugs Case, NCB Arrested An Odia

ଏହି ପ୍ୟାକେଜ ଅନୁସାରେ ଲୋକମାନେ କ୍ରୁଜରେ ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରିବା ସହ ସୋମନାଥ ମନ୍ଦିର ପରିଦର୍ଶନ ମଧ୍ୟ କରିପାରିବେ । ଯେଉଁଥିପାଇଁ କ୍ରୁଜର ଏକ ଷ୍ଟପେଜ୍ ସୋମନାଥ ରେ ରଖାଯାଇଛି । ଆଉ ନବରାତ୍ରୀ ସମୟରେ କ୍ରୁଜରେ ସମ୍ପୂର୍ଣ୍ଣ ଶାକାହାରୀ ଖାଦ୍ୟ ପରିବେଷଣ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Mumbai Cruise Drugs Case, NCB Arrested An Odia

କ୍ରୁଜ୍ ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚଢାଉ କରିବାର କିଛି ଦିନ ପରେ କମ୍ପାନୀ ପକ୍ଷରୁ ଏଭଳି ଇନଭିଟେସନ୍ ଦିଆଯାଇଛି। ଏହି ଚଢାଉ ବେଳେ ବହୁ ପରିମାଣର ଡ୍ରଗ୍ସ ଜବତ କରାଯାଇଥିଲା । ପରେ ଏହି ମାମଲାରେ ବଲିଉଡ ଷ୍ଟାର୍ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା।

ଏହି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ରିମାଣ୍ଡ ଅବଧି ଆସନ୍ତା ଅକ୍ଟୋବର ୭ ଯାଏ ବଢିଛି। ଡ୍ରଗସ ସେବନ ମାମଲାରେ କିଙ୍ଗ ଖାନଙ୍କ ପୁଅଙ୍କୁ ଅଧିକ ଜେରା କରିବ ନାର୍କୋଟିକସ୍ କଣ୍ଟ୍ରୋଲ ବ୍ୟୁରୋ । ଏନସିବି ରେଡ ବେଳେ ଆର୍ଯ୍ୟନଙ୍କ ଚଷମା ଖୋଳରୁ ଜବତ ହୋଇଥିଲା ନିଷିଦ୍ଧ ସାମଗ୍ରୀ।