ବଦଳିବାକୁ ଯାଉଛି ହ୍ୱାଟ୍ସଅପ୍ ଫିଚର; କେଉଁ ସବୁ ନୂଆ ଫିଚର ସାମିଲ ହେବ ଜାଣନ୍ତୁ…

1 min read

ନୂଆଦିଲ୍ଲୀ: ବଦଳିବାକୁ ଯାଉଛି ହ୍ୱାଟ୍ସଅପର ଫିଚର। କିଛି ନୂଆ ଫିଚର ଆଣିବାକୁ ଟେଷ୍ଟିଂ କରୁଛି ହ୍ୱାଟ୍ସଅପ । ଏହା ଭିତରେ ୟୁଜର ଇଣ୍ଟରଫେସର ଏକ ନୂଆ ଡିଜାଇନ ବି ରହିଛି । ଏହା ବ୍ୟତୀତ ମଲ୍ଟି ଡଭାଇସ୍ ସିଷ୍ଟମରେ ବି କିଛି ନୂଆ ଫିଚର ଆଣିପାରେ ହ୍ୱାଟ୍ସଅପ। WABetainfoର ଏକ ରିପୋର୍ଟ ଅନୁସାରେ ହ୍ବାଟସପ୍ ଅନେକ ନୂଆ ଫିଚର ଆଣିବାକୁ ଯାଉଛି । ଯଦିଓ ଏହା ଏବେ ଟେଷ୍ଟିଂ ସ୍ତରରେ ରହିଛି । ଟେଷ୍ଟିଂ ପାଇଁ ବିଟାକୁ ଏହାର ଇଣ୍ଟରଫେସ୍ ଦିଆଯାଇଛି । ଏହା ବ୍ୟତୀତ କମ୍ପାନୀ ଡିଲେଟ ମେସଜର ଟାଇମରର ମଧ୍ୟ ଟେଷ୍ଟିଂ କରୁଛି ଏବଂ ମଲ୍ଟି ଡିଭାଇସ୍ ସପୋର୍ଟରେ ଜଡିତ ଫିଚର ଉପରେ ବି ଆହୁରି ଅଧିକ ଟେଷ୍ଟିଂ କରୁଛି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଁଛୁ କି ନିକଟରେ କିଛି ଦିନ ପୂର୍ବରୁ ହ୍ବାଟସପ୍ ମଲ୍ଟି ଡିଭାଇସ୍ ସପୋର୍ଟ ଜାରି କରିଛି ।

WABetainfoର ଏକ ରିପୋର୍ଟ ଅନୁଯାୟୀ ହ୍ବାଟସପ୍ ଏକ ନୂଆ ଡିଫଲ୍ଟ ମେସେଜ ଟାଇମର ଜାରି କରିଛି । ଏହି ଫିଚର ଅଦୃଶ୍ୟ ମେସେଜ ପାଇଁ ଅଟେ । ଏହି ଡିଫଲ୍ଟ ମେସେଜ ଟାଇମର ୨୪ ଘଣ୍ଟା ଓ ୯୦ ଦିନ ପାଇଁ ସେଟ୍ କରିପାରିବେ ।ଏହି ଡିଫଲ୍ଟ ମେସେଜ ଟାଇମରକୁ ପ୍ରାଇଭେସି ସେଟିଂକୁ ଯାଇ ଏନାବେଲ କରିପାରିବେ । ଏହି ରିପୋର୍ଟ ଅନୁସାରେ ହ୍ବାଟସପ୍ ମଲ୍ଟି ଡିଭାଇସ୍ ସିଷ୍ଟମକୁ ନେଇ କିଛି ନୂଆ ଫିଚର ଟେଷ୍ଟିଂ କରୁଛି । ଏହା ଅଧିନରେ ପ୍ରତ୍ୟେକ ଥର ଡିଭାଇସ୍ ପରିବର୍ତ୍ତନ କଲେ ସିକ୍ୟୁରିଟି କୋଡ୍ ଦେଖାଇବ ନାହିଁ । ଏବେ ମଲ୍ଟି ଡିଭାଇସ୍ ସିଷ୍ଟମ ଦ୍ବାରା ଡିଭାଇସ୍ ପରିବର୍ତ୍ତନ ସମୟରେ ପ୍ରତି ଥର କୋଡ ଦେଖାଉଛି । ବର୍ତ୍ତମାନ ଏହି ମଲ୍ଟି ଡିଭାଇସ୍ ଫିଚର BETA ପର୍ଯ୍ୟାୟରେ ରହିଛି । ଯଦି ଆପଣ ବର୍ତ୍ତମାନ ହ୍ବାଟସପ୍ ଓ୍ବେବ ବ୍ୟବହାର କରୁଛନ୍ତି ତେବେ ସେଥିରେ ବିଟା ଲେଖା ହୋଇଥିବା ଆପଣ ନୋଟିସ୍ କରିଥିବେ । ତେବେ ଆଗାମୀ ସମୟରେ କିଛି ନୂଆ ଫିଚର ଏଥିରେ ସାମିଲ ହୋଇପାରେ ଏବଂ କିଛି ଫିଚର ମଧ୍ୟ ଏଥିରୁ ଅପସାରଣ କରାଯାଇପାରେ ବୋଲି କୁହାଯାଉଛି ।

Leave a Reply