T20 World Cup: ଇଂଲଣ୍ଡକୁ ହରାଇ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ

1 min read

ଦୁବାଇ: ଇଂଲଣ୍ଡକୁ ହରାଇ ପ୍ରଥମ ଟିମ୍ ଭାବେ T20 World Cup ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ । ୭ଟି ବଲ୍ ବାକି ଥାଇ ନ୍ୟୁଜିଲ୍ୟାଣ୍ଡ ୧୬୭ର ବିଜୟ ଲକ୍ଷ୍ୟ ହାସଲ କରିନେଇଛି । ଦଳ ତରଫରୁ ମିଚେଲ ଧୂଆଁଧାର ବ୍ୟାଟିଂ କରି ୪୭ ବଲରେ ୪ଟି ଲେଖାଏଁ ଚୌକା ଓ ଛକା ସହାୟତାରେ ୭୨ ରନ୍ କରି ନ୍ୟୁଜିଲ୍ୟାଣ୍ଡ ବିଜୟର ହିରୋ ବନିଥିଲେ ।

୧୬୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ନ୍ୟୁଜିଲ୍ୟାଣ୍ଡର ଆରମ୍ଭ ଭଲ ହୋଇ ନଥିଲା । ମାତ୍ର ୪ ରନ୍ କରି ଓପନର୍ ଗୁପଟିଲ ଭ୍ୟାଭିଲିୟନକୁ ଫେରିଥିଲେ । ଫାଷ୍ଟ ଡାଇନରେ ଆସିଥିବା ଅଧିନାୟକ କେନ୍ ବି ବିଶେଷ କିଛି କରିପାରି ନଥିଲେ । ୧୧ ବଲରୁ ୫ ରନ୍ କରି ସେ ବି ଆଉଟ ହୋଇଯାଇଥିଲେ । ହେଲେ ଗୋଟିଏ ପଟରେ ମିଚେଲ ଛିଡ଼ା ହୋଇ ଦଳକୁ ଆଗକୁ ନେଇଥିଲେ । ଇଂଲଣ୍ଡ ତରଫରୁ କ୍ରିସ୍ ଓ୍ବାକସ୍ ଏବଂ ଲିଆମ ୨ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ରାସିଦଙ୍କୁ ଗୋଟିଏ ଓ୍ବିକେଟ ମିଳିଥିଲା ।

ପ୍ରଥମେ ବ୍ୟାଟି କରି ଇଂଲଣ୍ଡ ୪ ଓ୍ବିକେଟ୍ ହରାଇ ୧୬୬ ରନ୍ କରିଥିଲା । ଦଳ ପକ୍ଷରୁ ଜୋସ୍ ବଟଲର୍ ୨୯ ରନ୍ କରିଥିବା ବେଳେ ମଲାନ୍ ୪୧ ରନ୍ କରିଥିଲେ । ମୋଇନ୍ ଅଲ୍ଲୀ ୩୭ ବଲରୁ ୫୧ ରନ୍ କରି ସଂଗ୍ରହ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ତରଫରୁ ସାଉଥି, ମିଲନ, ସୋଧି ଏବଂ ଜେମସ୍ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

Leave a Reply