spot_img
Home Blog Page 5099

OAS ପରୀକ୍ଷାରେ ୧୫୩ ଜଣ କୃତକାର୍ଯ୍ୟ, ଅଶ୍ୱିନୀ କୁମାର ପଣ୍ଡା ଟପ୍ପର

ଭୁବନେଶ୍ୱର: ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ । ୨୦୧୯ OAS ପରୀକ୍ଷାରେ ଟପ୍ପର ହୋଇଛନ୍ତି ଅଶ୍ୱିନୀ କୁମାର ପଣ୍ଡା । ୨୫ ହଜାର ୭୮୦ ଜଣ ପରୀକ୍ଷା ଦେଇଥିବା ବେଳେ ୧୮ ଶହ ୮୦ ଜଣ ଲିଖିତ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସେଥିରୁ ୧୬ ଶହ ୧୦ ଜଣ ପରୀକ୍ଷା ଦେଇଥିଲେ ।

ଏଥିସହ ପଢ଼ନ୍ତୁ: ଭିଡିଓ କଲରୁ ସନ୍ଦେହଜନକ ମୃତ୍ୟୁ, ୧୮ ମିନିଟରେ କେମିତି ଶବ ପାଲଟିଗଲା ନିରୁପମା ?

ଯେଉଁଥିରୁ ମୋଟ ୧୫୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫୬ ଜଣ ମହିଳା ଅଛନ୍ତି । ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୭ଜଣ ପୁରୁଷ ଓ ୩ ଜଣ ମହିଳା ଅଛନ୍ତି । ଦ୍ୱିତୀୟରେ ଅଙ୍କୁର ଅଭିଳାଷ, ତୃତୀୟରେ ରଶ୍ମିରେଖା ପାତ୍ର ଥିବା ବେଳେ ଚତୁର୍ଥ, ପଞ୍ଚମ ସ୍ଥାନରେ ସୌମ୍ୟରଞ୍ଜନ ପ୍ରଧାନ ଓ ସିଦ୍ଧେଶ୍ୱର ନାୟକ ରହିଛନ୍ତି ।

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତଙ୍କୁ ମୋର ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି. ଆପଣମାନଙ୍କ ପ୍ରତିଟି ପଦକ୍ଷେପରେ ଲୋକଙ୍କ ସେବା ଓ ଉନ୍ନତି, ସର୍ବଦା ପ୍ରାଥମିକତା ରହୁ । ସମସ୍ତଙ୍କ ଉଜ୍ଜ୍ୱ ଭବିଷ୍ୟତ କାମନା କରୁଛି ।

ଭିଡିଓ କଲରୁ ସନ୍ଦେହଜନକ ମୃତ୍ୟୁ, ୧୮ ମିନିଟରେ କେମିତି ଶବ ପାଲଟିଗଲା ନିରୁପମା ?

ବଲାଙ୍ଗିର: ଭୀମ ଭୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଏମବିବିଏସ୍ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁକୁ ୩୬ ଘଣ୍ଟାରୁ ଅଧିକ ବିତିଲାଣି । ହେଲେ ରହସ୍ୟଜନକ ମୃତ୍ୟୁ ଉପରୁ ଉଠୁନି ପରଦା । ନିରୁପମା ଆତ୍ମହତ୍ୟା କରିଛନ୍ତା ନା କେହି ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି । ଏହାର ତଦନ୍ତ ପୋଲିସ କରୁଥିବା ବେଳେ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ପାଇଁ ନିରୁପମାଙ୍କ ପୁରୁଷ ବନ୍ଧୁ ଅନ୍ତରାମ ମିଶ୍ରକୁ ସନ୍ଦେହ କରି ଦାୟୀ କରିଛନ୍ତି ପରିବାର ଲୋକ ।

Last 18 Minutes Of MBBS Student Nirupama Nanda Balangir

ଅନ୍ତରାମ ବିଭିନ୍ନ ସମୟରେ ଫୋନ୍ କରି ମାନସିକ ସ୍ତରରେ ଚାପ ପକାଉଥିବା ନେଇ ପୂର୍ବରୁ ଘରେ ଜଣାଇଥିଲେ ମୃତ ନିରୁପମା । ତେବେ ମେଧାବୀ ଡାକ୍ତରୀ ଛାତ୍ରୀଙ୍କ ନିରୁପମାଙ୍କୁ ଘଟଣା ଦିନ ରାତିରେ ଶେଷ କଲ୍ କିଏ କରିଥିଲା । କିଏ ସେହି ସନ୍ଦିଗ୍ଧ ଯିଏ କି ନିରୂପମା ଆତ୍ମହତ୍ୟା କରୁଥିବା କଥା ଜାଣି ହଷ୍ଟେଲକୁ କଲ୍ କରି ଜଣାଇଥିଲେ । ଏସବୁ ଦିଗକୁ ନେଇ ପୋଲିସ ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଆତ୍ମହତ୍ୟା ନା ହତ୍ୟା ସ୍ପଷ୍ଟ ହେବ । ନିରୁପମାଙ୍କ ମୋବାଇଲ୍ ଜବତ କରି ଭଏସ ରେକର୍ଡିଂ ଓ ଚାଟରୁ ପୋଲିସ ଖୋଜୁଛି ଖିଅ ।

Last 18 Minutes Of MBBS Student Nirupama Nanda Balangir

ବଲାଙ୍ଗିର ସିଭିଲ୍ କୋର୍ଟ ପଛ ପଟେ ନିରୁପମାଙ୍କ ଘର । କିନ୍ତୁ ନିରୂପମା ମେଡିକାଲ କଲେଜ ହଷ୍ଟେଲରେ ରହି ପାଠ ପଢୁଥିଲେ । ସପ୍ତାହରେ ଥରେ ଘରକୁ ଆସୁଥିଲେ । ସବୁଦିନ ଭଳି ଘଟଣା ଦିନ ମଧ୍ୟ ବାପା-ମାଆ, ଭାଇ ଭଉଣୀ ମାନଙ୍କ ସହ ଭିଡିଓ କଲରେ ରାତି ୧୧ଟା ୨୭ ମିନିଟ୍ ଯାଏଁ ହସ ଖୁସିରେ କଥା ହୋଇଥିଲେ ନିରୁପମା । ହେଲେ ଠିକ ୧୧ଟା ୪୫ରୁ ୫୦ ମିନିଟ୍ ମଧ୍ୟରେ ମେଡିକାଲ କଲେଜ କର୍ତ୍ତୃପକ୍ଷ ଛାତ୍ରୀନିବାସରେ ନିରୁପମା ଆତ୍ମହତ୍ୟା କରିଥିବା ପରିବାର ଲୋକଙ୍କୁ ଜଣାଇଥିଲେ । ଠିକ୍ ୧୮ରୁ ୨୦ ମିନିଟ୍ ମଧ୍ୟରେ କ’ଣ ଏମିତି ଘଟିଲା ଫଳରେ ନିରୁପମା ଆତ୍ମହତ୍ୟା କଲେ । ଏକଥା ପରିବାର ଲୋକେ ବିଶ୍ୱାସ କରିପାରୁ ନାହାନ୍ତି ।

Last 18 Minutes Of MBBS Student Nirupama Nanda Balangir

ତେବେ ଘଟଣା ଦିନ ଘର ଲୋକଙ୍କ ସହ କଥା ହେବା ପରେ କାହା ସହ କଥା ହୋଇଥିଲେ ନିରୁପମା । ସେହି ସନ୍ଦିଗ୍ଧ ଯୁବକ ଜଣକ କିଏ ଯିଏ ନିରୁପମା ଆତ୍ମହତ୍ୟା କରୁଥିବା କଥା ହଷ୍ଟେଲକୁ ଜଣାଇଥିଲେ ।  ଫୋନ କରିଥିବା ଯୁବକ ଜଣକ ଅନ୍ତରାମ ନା ଆଉ କିଏ ?  ନିରୁପମାଙ୍କ ପରିବାର ଲୋକ ପ୍ରଶ୍ନ କରିବା ସହ ଅନ୍ତରାମଙ୍କ ବିରୋଧରେ ମଧ୍ୟ ଏତଲା ଦେଇଛନ୍ତି ।

ମୃତ ଡାକ୍ତରୀ ଛାତ୍ରୀଙ୍କ ହଷ୍ଟେଲ ରୁମ ଭିତରୁ କେମିକାଲ ଗନ୍ଧ ଆସୁଥିଲା ବୋଲି କଲେଜ ଡିନ ଡ଼ ସବିତା ମହାପାତ୍ର କହିଥିଲେ । ପ୍ରଶ୍ନ ଉଠୁଛି ହଷ୍ଟେଲକୁ କେମିତି ଆସିଲା କେମିକାଲ ? ହଷ୍ଟେଲ ଭିତରକୁ କେମିକାଲ କିଏ ନେଇକି ଗଲା ? କଣ ପାଇଁ କେମିକାଲ ରଖିଥିଲେ ନିରୁପମା ?

 

ACF ସୌମ୍ୟ ମୃତ୍ୟୁ ମାମଲାରେ ନାହିଁ ଡିଏଫଓଙ୍କ ସମ୍ପୃକ୍ତି, ନିଆଁ ଲିଭାଇବା ପାଇଁ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ ଖୁଲାସା । ସୌମ୍ୟଙ୍କ ମୃତ୍ୟୁ ସହ ନାହିଁ ଡିଏଫଓ ସଂଗ୍ରାମକେଶରୀ ବେହେରା ଓ ମନ୍ମଥ କୁମ୍ଭଙ୍କ ସମ୍ପୃକ୍ତି । ପତ୍ନୀ ବିଦ୍ୟାଭାରତୀ ଦାୟୀ । କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ପରେ ଏଡିଜି ସଞ୍ଜୀବ ପଣ୍ଡା ପ୍ରେସମିଟରେ ଏହି ସୂଚନା ଦେଇଛନ୍ତି ।

ACF Soumya Death Case Crime Branc Filed Charge Sheet Against Bidya Bharati

ବିଦ୍ୟାଭାରତୀ-ସୌମ୍ୟରଞ୍ଜନଙ୍କ ଦାମ୍ପତ୍ୟ ଜୀବନ ଭଲ ନଥିଲା । ପଲିଗ୍ରାଫ ଟେଷ୍ଟରେ ବିଦ୍ୟା ମିଛ କହିଥିବା ଜଣାପଡ଼ିଛି । ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ପରେ ଲିଭାଇବାକୁ ଯଥାସାଧ୍ୟ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀ ସାହାଯ୍ୟ ପାଇଁ ସଙ୍ଗେ ସଙ୍ଗେ ଅନ୍ୟ କାହାରିକୁ ଡାକି ନଥିବା କହିଛି କ୍ରାଇମବ୍ରାଞ୍ଚ । ତଦନ୍ତ ସରିବା ପରେ ବିଦ୍ୟାଙ୍କ ବିରୋଧରେ ଆଇପିସି ଧାରା ୨୮୫, ୩୦୪ (ଏ) ଦଫାରେ ଚାର୍ଜସିଟ୍ ଦାଖଲ ହୋଇଛି ।

ଜୁଲାଇ ୧୧ ତାରିଖରେ ସୌମ୍ୟ ନିଆଁରେ ପୋଡ଼ି ହୋଇ ଯାଇଥିଲେ । ଗଜପତି ପୋଲିସ ଦ୍ୱାରା ଘଟଣାସ୍ଥଳରୁ ମିଳିଥିବା ପ୍ରମାଣର ଫରେନ୍ସିକ ଆନାଲିସିସ୍ ରିପୋର୍ଟ କ୍ରାଇମବ୍ରାଞ୍ଚକୁ ମିଳିଥିଲା ।  ସୌମ୍ୟ, ବିଦ୍ୟାଭାରତୀ, ଡିଏଫଓଙ୍କ ଫୋନ୍ ବାର୍ତ୍ତାଳାପ ସିଡିଆର୍ ପାଇବା ପରେ ଅନୁଧ୍ୟାନ କରିଥିଲା କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁକାଳୀନ ଜମାନ ବନ୍ଦୀ ଭିଡିଓ ଜବତ କରାଯାଇଥିଲା । ଘଟଣାରେ ପ୍ରମୁଖ ୩ ଅଭିଯୁକ୍ତ କୁହାଯାଉଥିବା ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭ, ବିଦ୍ୟାଭାରତୀ ପଣ୍ଡାଙ୍କ ପଲି ଗ୍ରାଫ୍ ଟେଷ୍ଟ କରାଯାଇଥିଲା ।

ACF Soumya Death Case Crime Branch Filed Charge Sheet Against Bidya Bharati

ସାକ୍ଷ୍ୟ ମାନଙ୍କ ଜମାନ ବନ୍ଦୀ, ସାଇଣ୍ଟିଫିକ୍ ଦଳର ସ୍ପଷ୍ଟ ଆନାଲିସିସ୍ ରିପୋର୍ଟ ଓ ତଦନ୍ତ ରିପୋର୍ଟ ଆନାଲିସିସରୁ ଜଣାପଡ଼ୁଛି ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଥିବା କହିଛି କ୍ରାଇମବ୍ରାଞ୍ଚ । ସମସ୍ତ ତଥ୍ୟ ଅନୁଧ୍ୟାନ ପରେ ଡିଏଫଓଙ୍କ ସହ ବିଦ୍ୟାଭାରତୀଙ୍କ ସମ୍ପର୍କ ଥିବା ନେଇ କ୍ରାଇମବ୍ରାଞ୍ଚକୁ କୌଣସି ପ୍ରମାଣ ମିଳିନାହିଁ । ପୋଡ଼ି ହେବା ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ମନ୍ମଥ କୁମ୍ଭଙ୍କ ମଧ୍ୟ ସମ୍ପୃକ୍ତି ଥିବା ପ୍ରମାଣ ନାହିଁ । ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି କହିଛି କ୍ରାଇମବ୍ରାଞ୍ଚ । ମୃତ୍ୟୁକାଳୀନ ଜମାନବନ୍ଦୀରେ ସୌମ୍ୟ ମଧ୍ୟ ସେଭଳି କହିଛନ୍ତି ।

ଜାମିନ ଆବେଦନ ଖାରଜ କଲେ ଏସପ୍ଲାନେଡ କୋର୍ଟ, ଜେଲରେ ରହିବେ ଆର୍ୟନ

ମୁମ୍ବାଇ: ଜେଲରେ ରହିବେ ଆର୍ୟନ ଖାନ। ଆଜି ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ମୁମ୍ବାଇର ଏସପ୍ଲାନେଡ କୋର୍ଟ । ଆର୍ୟନଙ୍କ ସହ ଗିରଫ ହୋଇଥିବା ଅନ୍ୟ ଅଭିଯୁକ୍ତ ମଧ୍ୟ ଜେଲରେ ରହିବେ ବୋଲି ଜଣାପଡ଼ିଛି । ଆର୍ୟନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଏନସିବି ହେପାଜତରେ ରହିବେ ।

ଉଲ୍ଲେଖଯୋଗ୍ୟ, ଆଜି ଜାମିନ ଆବେଦନ ଶୁଣାଣି ପ୍ରକ୍ରିୟାର ଅଂଶବିଶେଷ ଭାବେ ଆର୍ୟନ ଖାନ୍‌ ଏବଂ ଅନ୍ୟମାନଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ‘ଜେଜେ ହସ୍ପିଟାଲ୍‌’କୁ ନିଆଯାଇଥିଲା। ଜାମିନ ଆବେଦନ ଶୁଣାଣି ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଡାକ୍ତରୀ ପରୀକ୍ଷା ପରେ ସେମାନଙ୍କୁ ଅର୍ଥର୍‌ ରୋଡ୍‌ ଜେଲ୍‌କୁ  ନେବା ପାଇଁ ‘ଏନ୍‌ସିବି’ ନିଷ୍ପତ୍ତି ନେଇଥିଲା । ଜାମିନ ଆବେଦନ ଶୁଣାଣି ଚାଲିଥିବା ବେଳେ ଅତିରିକ୍ତ ସଲିସଟର୍‌ ଜେନେରାଲ୍‌ ମାଜିଷ୍ଟ୍ରେଟ୍‌ କୋର୍ଟରେ ‘ମେଣ୍ଟେନାବିଲିଟି ଇସ୍ୟୁ’ ଉଠାଇଥିଲେ। ପ୍ରଥମେ ତାହା ସ୍ଥିର କରାଯିବା ପରେ ମାମଲାର ‘ମେରିଟ୍‌’ ଅଛି କି, ନାହିଁ ଦେଖାଯିବା ଉଚିତ ବୋଲି ସେ କହିଥିଲେ।

ତେବେ ଗୋଆ ଅଭିମୁଖେ ଯାତ୍ରାରତ ‘କ୍ରୁଜ୍‌ ପାର୍ଟି’କୁ ବର୍ଣ୍ଣାଢ୍ୟ କରିବା ଲାଗି ଆର୍ୟନ ଖାନ୍‌ଙ୍କୁ ଆମନ୍ତ୍ରଣ କରାଯାଇଥିଲା। ଡ୍ରଗ୍‌ ସହ ତାଙ୍କର କୌଣସି ସମ୍ପର୍କ ନ ଥିବା କଥା ଗୁରୁବାର ଦିନ ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ। ଅନେକ ତର୍କ ବିତର୍କ ପରେ ବି ଆର୍ୟନଙ୍କ ଓକିଲ ତାଙ୍କୁ ଜାମିନ ଦେବାରେ ବିଫଳ ହୋଇଛନ୍ତି ।

ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, କିଟ୍ ନଥିବାରୁ ୪ ଦିନ ହେଲା ଟେଷ୍ଟିଂ ବନ୍ଦ

ରାଉରକେଲା: ରାଉରକେଲା ସହରରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୪୭୫କୁ ବୃଦ୍ଧି ପାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ୧୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୪ ଦିନ ହେଲା ଟେଷ୍ଟିଂ ବନ୍ଦର ରହିଛି ।

Dengue Testing Paused In Rourkela For Non-Availability Of Testing KIT

ଗତ ୪ ଦିନ ହେଲା ଡେଙ୍ଗୁ ଟେଷ୍ଟ ବନ୍ଦ ରହିଥିବା ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଡେଙ୍ଗୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ଥିବା କିଟ୍ ମହଜୁଦ ନଥିବାରୁ ୪ ଦିନ ହେଲା ଡେଙ୍ଗୁ ଟେଷ୍ଟ ହୋଇ ପାରୁନାହିଁ । ଲକ୍ଷଣ ଦେଖି ରୋଗୀଙ୍କୁ ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଉଛି । ପ୍ଲେଟଲେଟ୍ ହ୍ରାସ ଦେଖି ଚିକିତ୍ସା କରୁଛନ୍ତି ଡାକ୍ତର ।

ଏବେ ଏୟାର ଇଣ୍ଡିଆର ଭାର ସମ୍ଭାଳିବ Tata Sons, ସରକାର ମାରିଲେ ମୋହର

ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ବିମାନ ସେବା ପ୍ରଦାନକାରୀ ଏୟାର ଇଣ୍ଡିଆ ଘରୋଇକରଣ ପ୍ରକ୍ରିୟା ଶେଷ ହୋଇଛି । ବର୍ଷ ଧରି ଚାଲିଥିବା ନିଲାମରେ ଏବେ ଏୟାର ଇଣ୍ଡିଆକୁ ନୂଆ ମାଲିକ ମଳିଛି । ସରକାର ଏହାର ମାଲିକଙ୍କ ନାମରେ ଆଜି ମୋହର ମାରିଛନ୍ତି । କେନ୍ଦ୍ର ସରକାରଙ୍କ ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଭେଷ୍ଟମେଣ୍ଟ ଏଣ୍ଡ ପବ୍ଲିକ୍‌ ମ୍ୟାନେଜ୍‌ମେଣ୍ଟ (Department of Investment and Public Asset Management- DIPAM)ବା ଦିପମ୍‌ ଏନେଇ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛି ।

କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଟାଟା ସହିତ କିଛି ସର୍ତ୍ତ ରଖିଥିବା ଜଣାପଡ଼ିଛି । ଦୀପମ୍‌ର ସଚିବ ତୁହିନକାନ୍ତ ପାଣ୍ଡେ ଏ ନେଇ ଗଣମାଧ୍ୟମକୁ ଜଣାଇଥିବା ବେଳେ କମ୍ପାନୀର ଜମି ଓ ଅଫିସ୍‌ ଗୃହ କେନ୍ଦ୍ର ସରକାର ଅଧିନରେ ରହିବ ବୋଲି ସେ କହିଛନ୍ତି । ଋଣରେ ବୁଡ଼ି ରହିଥିବା ଏୟାର ଇଣ୍ଡିଆ କମ୍ପାନୀରୁ ଭାରତ ସରକାର ନିଜ ଅଂଶଧନ ପ୍ରତ୍ୟାହାର କରିବେ ବୋଲି ନିଷ୍ପତ୍ତି ନେଇଥିଲେ । ଏଥି ପାଇଁ ନିଲାମ ଡକାଯାଇଥିଲା ।  ମୋଟ ୭ଟି ସଂସ୍ଥା ଏହି ପ୍ରକ୍ରିୟାରେ ଭାଗ ନେଇଥିଲେ । ୧୮ ହଜାର କୋଟିର ବିଡ୍‌ ଦାଖଲ କରିଥିଲା ଟାଟା । ସରକାର ଆଜି ଏହି ବିଡ୍‌ରେ ମୋହର ମାରିଛନ୍ତି ।

କରଜରେ ବୁଡ଼ି ରହିଥିବା ଏହି ରାଷ୍ଟ୍ରାୟତ୍ତ କମ୍ପୀନୀ ଏଣିକି ଟାଟା ଗ୍ରୁପ ଅଧୀନରେ ରହିବ । କିଛିଦିନ ତଳେ ଏୟାର ଇଣ୍ଡିଆ ବିକ୍ରୟ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟରେ ନିଲାମ ଜିତିଥିଲା ଟାଟା ଗ୍ରୁପ୍ । ଟାଟା ଗ୍ରୁପ୍‌ର ଅଜୟ ସିଂ ଏବଂ ସ୍ପାଇସଜେଟ୍‌ ଏୟାର ଇଣ୍ଡିଆ ପାଇଁ ଟେଣ୍ଡର ଡାକିଥିଲେ । ଏହାପୂର୍ବରୁ ୨୦୧୮ରେ ସରକାର କମ୍ପାନୀର ୭୬ ପ୍ରତିଶତ ଅଂଶଧନ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଟାଟା ସନ୍ସ ଏୟାର ଇଣ୍ଡିଆ ବିଡ ଜିତିଥିଲା । ଏହାର ଆନୁଷ୍ଠାନିକ ଘୋଷଣା ପୂର୍ବରୁ ହୋଇନଥିଲା ।

୨୦୦୭ ରେ ଇଣ୍ଡିଆନ୍ ଏୟାରଲାଇନ୍ସ ସହିତ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆର ନିଟ୍ ଲାଭ ହୋଇନାହିଁ । ୩୧ମାର୍ଚ୍ଚ ୨୦୧୯ ସୁଦ୍ଧା କମ୍ପାନୀର ମୋଟ ୬୦,୬୭୪ କୋଟି ଟଙ୍କା ଋଣ ଥିଲା । କିନ୍ତୁ ବର୍ତ୍ତମାନ ଟାଟା ସନ୍ସଙ୍କୁ ଏଥିରୁ ୨୩,୨୮୬.୫କୋଟି ଟଙ୍କା ବୋଝ ସହିବାକୁ ପଡିବ ।

କୁଲର ଲଗାଇ ଶୋଇଥିଲେ ପରିବାର ଲୋକ, ଆନାସ୍ଥେସିଆ ସ୍ପ୍ରେ କରି ଘର ଲୁଟିନେଲେ ଚୋର

ଜୟପୁର: ଗତକାଲି ରାତିରେ ରାଜସ୍ଥାନର ଯମୁନାନଗରର ଚୌଧୁରୀ କଲୋନୀରେ ତିନୋଟି ଘରେ ଚୋରି ହୋଇଛି । ଏହି ଘରର ପରିବାର ସଦସ୍ୟମାନେ ରୁମରେ କୁଲର୍ ଲଗାଇ ଶୋଇଥିଲେ । ଚୋର ଅତି ଚତୁରତାର ସହ କୁଲରରେ ନିଶା ମେଡିସିନ ସ୍ପ୍ରେ କରିବା ପରେ ସମସ୍ତେ ତାହା କବଳରେ ଆସିଥିଲେ । ଏହାପରେ ଚୋରଟି ଅତି ସହଜରେ ଘରେ ଚୋରି କରିଥିଲା । ତେବେ କୁଲରେ ନିଶା ମେଡିସିନ ସ୍ପ୍ରେ କରୁଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଚୋରକୁ ଖୋଜିବା ଆରମ୍ଭ କରିଛି ।

କୁଲର ଲଗାଇ ଶୋଇଥିବା ପରିବାର ଲୋକ କେବେ କଳ୍ପନା ବି କରି ନଥିବେ ଯେ, ଚୋର କୁଲରକୁ ଚୋରିର ସବୁଠାରୁ ବଡ ଅସ୍ତ୍ରରେ ପରିଣତ କରିବେ । ଚୋର ପ୍ରଥମେ କୁଲରରେ ଆନାସ୍ଥେଟିକ୍ ସ୍ପ୍ରେ କଲା, ତାପରେ ଘରର ଭିତରେ ପଶି ଅତି ସହଜରେ ନଗଦ ଟଙ୍କା ଏବଂ ମୂଲ୍ୟବାନ ଜିନିଷ ଚୋରି କଲା । ଚୋର ଗୋଟିଏ ଘରୁ ୧୧ ହଜାର, ଆଉ ଏକ ଘରୁ ୧୭ ହଜାର ଟଙ୍କା ଚୋରି କରିନେଇଗଲେ ।

ଏହି ମାମଲାରେ ପୋଲିସ ଅଧିକାରୀ କହିଛନ୍ତି ଯେ ଚୌଧୁରୀ କଲୋନୀରେ ଚୋରି ଘଟଣା ଘଟିଥିବାର ଅଭିଯୋଗ ଆସିଛି, ସିସିଟିଭି ଫୁଟେଜ ପାଖରେ ଅଛି ଏବଂ ତଦନ୍ତ ଚାଲିଛି। ସମସ୍ତ ଲୋକଙ୍କ କହିବା ଅନୁଯାୟୀ ଯେତେବେଳେ ସେମାନେ ସକାଳୁ ଉଠିଲେ, ସେତେବେଳେ ତାଙ୍କର ମୁଣ୍ଡବିନ୍ଧା ହୋଇଥିଲା, ତେଣୁ ସମସ୍ତଙ୍କର ଚିକିତ୍ସା ମଧ୍ୟ କରାଯିବ ।

ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବ, ଦଳରେ ମିଶିଲେ ଶତାଧିକ ବିଜେପି କର୍ମୀ

ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ଧର୍ମଶାଳାରେ ବିଜେଡିର ମିଶ୍ରଣ ପର୍ବଷ । ଧର୍ମଶାଳାରେ ବଢୁଛି ବିଜେଡିର ବଳ । ଧର୍ମଶାଳା ନିର୍ବାଚନ ମଣ୍ଡଳିର ଶତାଧିକ ବିଜେପି କର୍ମୀ ବିଜେଡିରେ ସାମିଲ୍ ହୋଇଛନ୍ତି । ଯାଜପୁର ଜିଲ୍ଲା ଜାରକା ସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ ପରିସରରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ପୂର୍ବରୁ ଧର୍ମଶାଳା ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପାର୍ଥୀ ରମେଶ ଚନ୍ଦ୍ର ପରିଡ଼ି ଓ ବହୁ ବିଜେପି କାର୍ଯକର୍ତ୍ତା ବିଜେଡିରେ ମିଶିଥିଲେ ।

 Several BJP Worker Joins BJD At Dharmasala

ଆଜି ରମେଶ ଚନ୍ଦ୍ର ପରିଡ଼ାଙ୍କ ନେତୃତ୍ୱରେ ପାଖାପାଖି ୫ ଶହରୁ ଊର୍ଦ୍ଧ୍ୱ ବିଜେପି କର୍ମୀ ଧର୍ମଶାଳାର ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ଦଳକୁ ଆଗାମୀ ଦିନରେ ଆହୁରି ମଜଭୁତ୍ କରିବା ସହ ଧର୍ମଶାଳାର ବିକାଶର ଧାରାକୁ ଆହୁରି ଆଗକୁ ନେବ ବୋଲି କହିଛନ୍ତି ବିଧାୟକ ପ୍ରଣବ ବଳବନ୍ତରାୟ ।

ଗର୍ଲଫ୍ରେଣ୍ଡକୁ ଭିକ ମାଗିବାକୁ ବାଧ୍ୟ କରି ସେଇ ଟଙ୍କାରେ ଅଏସ କରୁଥିଲା ବୟଫ୍ରେଣ୍ଡ, ପ୍ରତିବାଦ କଲେ ଦେଉଥିଲା ନିର୍ଯାତନା

ନୂଆଦିଲ୍ଲୀ: ପ୍ରେମିକାକୁ ଭିକ ମାଗିବାକୁ ବାଧ୍ୟ କରି ସେହି ଟଙ୍କାଙ୍କୁ ଖୁବ୍ ମନ ଖୁସିରେ ଖର୍ଚ୍ଚ କରୁଥିଲା ପ୍ରେମିକ। କେବଳ ସେତିକି ନୁହେଁ ପର୍ଯ୍ୟାପ୍ତ ଟଙ୍କା ରୋଜଗାର ନକଲେ ସେ ତାଙ୍କ ପ୍ରେମିକାକୁ ଅତି ନିର୍ମମ ଭାବରେ ମାଡ ମାରୁଥିଲେ। ସେତେବେଳେ ତ ସେ ସବୁ ସୀମା ପାର କରିଦେଇଥିଲା, କେତେବେଳେ ପେଚକସ୍ ଦ୍ବାରା ଆଘାତ କରୁଥିଲା ତ ଆଉ କେବେ ନିସ୍ତୁତ ମାଡ ମାରୁଥିଲା। ବର୍ତ୍ତମାନ ଏହି ଘଟଣାରେ ଯୁବତୀଙ୍କ ପ୍ରେମିକକୁ ଗିରଫ କରାଯାଇଛି।

 

 

‘ମିରର ୟୁକେ’ର ରିପୋର୍ଟ ଅନୁସାରେ, କାନାଡାର ୨୨ ବର୍ଷୀୟ ନିକୋଲ କ୍ଲାର୍ଜ ନିଜର ୨୧ ବର୍ଷୀୟ ବୟଫ୍ରେଣ୍ଡ ହେଲମ୍‌ଙ୍କୁ ନେଇ ଆଶ୍ଚର୍ଯ୍ୟ କରିଦେବା ଭଳି କଥା କହିଛନ୍ତି। ନିକୋଲ କହିଛନ୍ତି, କାଇଲ ଆରମ୍ଭରୁ ହିଁ ମୋତେ ମୋର ପରିବାର ଓ ବନ୍ଧୁଙ୍କଠାରୁ ଅଲଗା କରିଦେଇଥିଲା। ଏପରିକି ଏହି ଯୋଡି ଏକ ହଷ୍ଟେଲରେ ରହୁଥିଲେ ଓ କିଛି ସପ୍ତାହରେ ସେ ପରସ୍ପରକୁ ଡେଟ୍ କରୁଥିଲେ। କିନ୍ତୁ ଦିନେ କାଇଲ ନିଶାରେ ନିକୋଲଙ୍କ ମୁହଁକୁ ମୁଥା ମାରିଦେଇଥିଲା। ନିକୋଲ ବିରୋଧ କରିବା ପରେ ସେ ତାକୁ କ୍ଷମା ମାଗିଥିଲା ଓ କଥାକୁ ଟାଳି ଦେଇଥିଲା। କିନ୍ତୁ ଦିନକୁ ଦିନ କାଇଲ ନିଜର ଗର୍ଲଫ୍ରେଣ୍ଡ ନିକୋଲ ଉପରେ ଲଗାମ ଲଗାଇବାର ଚେଷ୍ଟା କରିଥିଲା। ସେ ତାକୁ ବନ୍ଧକ ରଖି ଗୋଲାମଙ୍କ ଭଳି ବ୍ୟବହାର କରିଥିଲା।

ପିଛା ଛଡାଇବା ପାଇଁ ନିକୋଲ ନିଜର ରୁମ୍ ବଦଳାଇ ଦେଇଥିଲେ, ହେଲା କାଇଲ ପୁଣିଥରେ ଖୋଜିଖୋଜି ପହଁଞ୍ଚି ଯାଇଥିଲା। ସେ ପ୍ରତିଦିନ ନିକୋଲଙ୍କ ମୋବାଇଲ୍ ଚେକ୍ କରୁଥିଲା, କାହା ସହିତ କଥା ହେବାକୁ ଦେଉନଥିଲା ଓ ସବୁବେଳେ ମାଡ ମାରୁଥିଲା। କେବଳ ସେତିକି ନୁହେଁ ନିକୋଲଙ୍କ କ୍ରେଡିଟ୍ କାର୍ଡ ମଧ୍ୟ ନିଜ ପାଖରେ ରଖୁଥିଲା। ସବୁ ଟଙ୍କା ମଦ ଉପରେ ଖର୍ଚ୍ଚ କରିଦେଉଥିଲା, କିନ୍ତୁ ଦିନେ ସେ ସବୁ ସୀମା ପାର କରିଦେଇଥିଲା।

ନିକୋଲଙ୍କ କହିବା ଅନୁସାରେ, ୨୦୧୮ ରେ କାଇଲ କୌଣସି ଭିକାରୀ ସହ ମିଶିକି ଆସିଥିଲା ଓ ମୋ​‌ତେ ଭିକ ମାଗିବାକୁ ବାଧ୍ୟ କରିଥିଲା। ଭୟରେ ନିକୋଲ Peterborough  ଟାଉନ୍ ସେଣ୍ଟରରେ ଶୀତରେ ମଧ୍ୟ ରାସ୍ତା ଉପରେ ଅଜଣା ଲୋକଙ୍କୁ ଭିକ ମାଗୁଥିଲେ। କିନ୍ତୁ ଦିନେ ରୋଜଗାର କମ୍ ଥିଲା, ତେଣୁ କାଇଲ ରାଗି ଯାଇଥିଲା। ସେ ପେଚକସ୍‌ରେ ନିକୋଲାଙ୍କ ଆଣ୍ଠୁକୁ ଖୋବିବାରେ ଲାଗିଥିଲା। ଏହାଦ୍ବାରା ନିକୋଲ ଗୁରୁତର ଭାବରେ ଆହତ ହୋଇଥିଲେ। ଭିକ ମାଗି ଆଣୁଥିବା ଟଙ୍କାକୁ କାଇଲ ମଦ ପିଇ ଉଡାଇ ଦେଉଥିଲା। ଦିନେ ମଝି ରାସ୍ତାରେ ନିକୋଲଙ୍କୁ ମାଡ ମାରୁଥିବାର ଦେଖି ଜଣେ ମହିଳା ତାଙ୍କୁ ଘରକୁ ନେଇ ଯାଇଥିଲେ। ଏହାପରେ ସମ୍ପୂର୍ଣ୍ଣ କଥା ପୋଲିସକୁ କହିଥିଲେ। ଏହାପରେ ପୋଲିସ କାଇଲକୁ ଗିରଫ କରିଥିଲା। ଏହି ଘଟଣାରେ ନିକୋଲକୁ ୪ ବର୍ଷ ଜେଲ୍ ଦଣ୍ଡ ଶୁଣାଯାଇଛି।

ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ୱର: ଖୁବଶୀଘ୍ର ନନ୍ଦନକାନନକୁ ଆସିବେ ନୂଆ ଅତିଥି । ଜୟପୁର ଚିଡ଼ିଆଖାନାରୁ ଆସୁଛନ୍ତି ୮ଟି ନୂଆ ପ୍ରାଣୀ । ସେଥି ମଧ୍ୟରେ ୨ଟି ଚିତା ବାଘ, ୨ଟି ଘଡ଼ିଆଳ କୁମ୍ଭୀର, ୨ଟି ପେଚ୍ଚା ଓ ୨ଟି ଚିଙ୍କାରା ଜାତୀୟ ହରିଣ ଅଛନ୍ତି । ଜୟପୁର ଚିଡ଼ିଆଖାନାରୁ ନନ୍ଦନକାନନ ଅଭିମୁଖେ ସମସ୍ତ ପ୍ରାଣୀ ବାହାରି ସାରିଥିବା ବେଳେ ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଏଠାରେ ପହଞ୍ଚିବେ । ନନ୍ଦନକାନନରେ ପହଞ୍ଚିବା ପରେ ସମସ୍ତ ପ୍ରାଣୀଙ୍କୁ ୧୪ ଦିନର କ୍ୱାରେଣ୍ଟାଇନରେ ରଖାଯିବ । ତାହାର ଦୁଇ ଦିନ ପରେ ପର୍ଯ୍ୟଟକଙ୍କ ପାଇଁ ଉନ୍ମୁକ୍ତ ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନର ଉପ ନିର୍ଦ୍ଦେଶକ ସୁଜିତ କୁମାର ।

New Animal To Brought To Nandankanan Zoo

ଅନ୍ୟପଟେ ନନ୍ଦନକାନନରେ ମାଇ ଜିରାଫ ଥିବା ବେଳେ ଜିରାଫ ବଂଶ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପୁରୁଷ ଜିରାଫ ଖୋଜା ଚାଲିଛି । ଗଣ୍ଡା ପାଇଁ ମଧ୍ୟ ଅନୁରୁପ ଭାବେ ପାଟନା ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା ସେ ସୂଚନା ଦେଇଛନ୍ତି । ଆସନ୍ତା ୧୦ତାରିଖରେ ଚିଡ଼ିଆଖାନା କର୍ତ୍ତୃପକ୍ଷମାନଙ୍କ ସମ୍ମିଳନୀ ଥିବା ବେଳେ ସେଠାରେ କେଉଁ ଚିଡ଼ିଆଖାନାରୁ କେଉଁ ପ୍ରାଣୀ ଯିବେ ସେନେଇ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି ।