ମହାକାଶରେ ଜନ୍ମ ଗ୍ରହଣ କରିବେ ମଣିଷ; ଛୁଟି ମନାଇବାକୁ ଆସିବେ ପୃଥିବୀ: ଜେଫ୍ ବେଜୋସ୍

ଓ୍ୱାଶିଂଟନ: ମହାକାଶରେ ମାନବ ସମାଜ ବସବାସ କରିବାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ଦ୍ବିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ । ସେ କହିଛନ୍ତି କି ଏମିତି ଏକ ଦିନ ଆସିବ ଯେଉଁ ଦିନ ମହାକାଶରେ ମଣିଷ ଜନ୍ମଗ୍ରହଣ କରିବ । ମହାକାଶରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପୃଥିବୀକୁ ବୁଲିବାକୁ ଆସିବେ । ଯେମିତିକି ଆମେ ଛୁଟିରେ କିଛି ପାର୍କକୁ ବୁଲିବାକୁ ଯାଉଛୁ । ସ୍ପେସ କମ୍ପାନୀ ବ୍ଲୁ ଅରିଜିନର ମୁଖ୍ୟ ଜେଫ୍ ବେଜୋସ କହିଛନ୍ତି କି ଭବିଷ୍ୟତରେ ମହାକାଶରେ ସହର ସୃଷ୍ଟି ହେବ ଏବଂ ମଣିଷ ସେଠାରେ ଜନ୍ମ ଗ୍ରହଣ କରିବେ ।

ଓ୍ୱାଶିଂଟନରେ ବ୍ଲୁ ଅରିଜିନର ଭବିଷ୍ୟକୁ ନେଇ ହୋଇଥିବା ଆଲୋଚନାରେ ଜେଫ୍‌ ବେଜୋସ କମ୍ପାନୀର ଯୋଜନା, ମହାକାଶରେ ଅନୁସନ୍ଧାନ, ପୃଥିବୀକୁ ବଞ୍ଚାଇବା ଭଳି ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥିଲେ । ମହାକାଶରେ ବସତିକୁ ନେଇ ସେ କହିଥିଲେ କି ଏହି ସବୁ ଘର ଏକ ପ୍ରକାରର ଭାସମାନ ଘର ପରି ହେବ । ଯେଉଁଠାରେ ପୃଥିବୀର ପାଗ ଓ ମାଧ୍ୟାକର୍ଷଣକୁ ଅନୁସରଣ କରି ନିର୍ମାଣ କରାଯିବ । ଏହି ଭସାମାନ ଘର ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ ରହିପାରିବେ ଏବଂ ସେଠାରେ ନଦୀ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ମଧ୍ୟ ରହିବେ ।

ବେଜୋସ୍ କହିଛନ୍ତି କି ଶତାବ୍ଦୀ ଧରି ଲୋକମାନେ ମହାକାଶରେ ଜନ୍ମ ହେବେ ଏବଂ ଏହା ସେମାନଙ୍କର ପ୍ରଥମ ଘର ହେବ । ସେମାନ ମହାକାଶରେ ନିର୍ମାଣ ହୋଇଥିବା ବସତିରେ ଜନ୍ମ ଗ୍ରହଣ କରିବେ । ଏହା ପରେ ସେମାନେ ପୃଥିବୀକୁ ଛୁଟି ମନାଇବାକୁ ଆସିବେ । ଯେପରି ଆମେ ଛୁଟି ବନାଇବାକୁ ପାର୍କକୁ ଯାଉଛୁ । ସେ ଆହୁରି କହିଥିଲେ କି ଯେତେବେଳେ ସେ ପାଠ ପଢ଼ୁଥିଲେ ସେ ସମୟରେ ଏକ ଭାଷଣ ସମୟରେ ମହାକାଶରେ ଜନ ବସତି ସ୍ଥାପନ କରିବା ଉପରେ କହିଥିଲେ । ଅନ୍ୟ ଏକ ଗ୍ରହକୁ ଯାଇ ସେଠାରେ ଜନ ବସତି କରିବାଠାରୁ ଭଲ କି ମହାକାଶରେ ଜନ ବସତି ସ୍ଥାପନ କରିବା ।  ବେଜୋସ୍ କହିଛନ୍ତି କି ଯଦି ଆମେ ମଙ୍ଗଳ ଗ୍ରହକୁ ପରିବର୍ତ୍ତନ କରିବା କିମ୍ବା କିଛି ଏହିପରି କିଛି ନାଟକୀୟ କାର୍ଯ୍ୟ କରିବା ତାହା ଅତ୍ୟନ୍ତ ଚ୍ୟାଲେଜିଂ ଏବଂ ଆଉ ଏକ ନୂଆ ପୃଥିବୀ ସୃଷ୍ଟି କରିବା ପରି ହେବ । ତା’ପରେ ଏଠାରେ ୧୦ରୁ ୨୦ ବିଲିୟନ ଲୋକ ବସବାସ କରିପାରିବେ ।

ପୃଥିବୀ ବାହାରେ କିପରି ଜନବସତି ସୃଷ୍ଟି ହେବ ତାହାକୁ ନେଇ ଜେଫ୍ ବେଜୋସ୍ ଓ ତାଙ୍କ ପ୍ରତିଦ୍ବନ୍ଦୀ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ଚାଲିଛି । ଏଲନ ମସ୍କଙ୍କ ସ୍ପେସ କମ୍ପାନୀ ସ୍ପେସ୍ ଏକ୍ସର ମୁଖ୍ୟ ଲକ୍ଷ୍ୟ ହେଉଛି କି ମଙ୍ଗଳ ଗ୍ରହରେ କିପରି ଜନ ବସତି ସ୍ଥାପନା କରିବେ । ତେବେ ମସ୍କଙ୍କ ପରେ ଏବେ ବେଜୋସ୍ ମହାକାଶରେ ଜନ ବସତି ସ୍ଥାପନ କରିବାର ବାଜି ଖେଳି ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି ।

Leave a Reply