spot_img
Home Blog Page 5100

ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ୍ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କୃଷକଙ୍କ ଆୟ ବୃଦ୍ଧିକୁ ଗୁରୁତ୍ୱ । ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି । ଏବେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଜାତୀୟ ଓ ବିଶ୍ୱ ବଜାରକୁ ଉନ୍ମୁକ୍ତ ହୋଇଛି । ଚାଷୀଙ୍କ ପାଇଁ ବଜାର ସୁବିଧା ବୃଦ୍ଧି ସାଙ୍ଗକୁ ମଧ୍ୟସ୍ଥି ବ୍ୟବସ୍ଥାକୁ ଚେକ୍ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଯୁକ୍ତ ବାତାବରଣ ରହିଥିବାରୁ ଜାତୀୟ ସ୍ତରର କୃଷିଭିତ୍ତିକ କମ୍ପାନୀମାନେ ଏ ଦିଗରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଚାଷ ଓ ଚାଷୀଙ୍କ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ଏକାଧିକ କାର୍ଯ୍ୟକ୍ରମର ସୁଫଳ ମିଳୁଛି । ତୃଣମୂଳ ସ୍ତରରେ କୃଷି କ୍ଷେତ୍ରରେ ଉତ୍ପାଦନ ବଢୁଛି । ଏବେ ରାଜ୍ୟର ଚାଷୀମାନେ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବାର ସମୟ ଆସିଛି । କ୍ରମାଗତ ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଉତ୍ପାଦନ ଯେଭଳି ପ୍ରଭାବିତ ନହେବ ସେନେଇ ସରକାର ସବୁ ପଦକ୍ଷେପ ଗ୍ରହଣ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମାରିଆ ରେସା ଓ ଦିମିଟ୍ରି ମୁରାତୋଭାଙ୍କୁ ନୋବେଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ: ୨୦୨୧ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା ହୋଇଛି । ନରୱେ ନୋବେଲ କମିଟି ୨୦୨୧ ନୋବେଲ ଶାନ୍ତି ପୁରସ୍କାର ମାରିଆ ରେସା ଏବଂ ଦିମିତ୍ରୀ ମୁରାତୋଭଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ତେବେ ‘ଅଭିବ୍ୟକ୍ତିର ସ୍ୱାଧୀନତା ରକ୍ଷା ତଥା ଗଣତନ୍ତ୍ର ତଥା ଚିରସ୍ଥାୟୀ ଶାନ୍ତି ‘ଉଦ୍ୟମ ପାଇଁ ମାରିଆ ରେସା ଏବଂ ଡିମିଟ୍ରି ମୁରାଟୋଭଙ୍କୁ ୨୦୨୧ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି ।

ମାରିଆ ରେସା ଫିଲିପାଇନ୍ସ ଏବଂ ଡିମିଟ୍ରି ମୁରାତୋଭ ଋଷର ବାସିନ୍ଦା ଅଟନ୍ତି । ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମସିହାରେ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଫପି) କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା । ଷ୍ଟକହୋମରେ ଥିବା ରୟାଲ୍ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପ୍ୟାନେଲ ପକ୍ଷରୁ ନାଁ ଘୋଷଣା କରାଯାଇଛି ।

ହୋଇପାରିଲାନି ବେଲ୍: ଏବେ ଜେଲରେ ସୁପରଷ୍ଟାରଙ୍କ ପୁଅ ଆର୍ୟନ ଖାନ

ମୁମ୍ୱାଇ: ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍‌ ଗଲେ ଷ୍ଟାର ସନ୍‌ । ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍‌ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍‌ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍ । ହସ୍ପିଟାଲରେ ଆର୍ଯ୍ୟନ୍‌ଙ୍କ କୋଭିଡ଼ ଟେଷ୍ଟ ଓ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି ।

ପରେ ଏନ୍‌ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍‌ ଖାନ୍‌ । ଆର୍ଯ୍ୟନ୍ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା । ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।

ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ଯଥାଶୀଘ୍ର ନିଜ ଘରେ ଦେଖିବାକୁ ଚାହୁଁଥିଲେ । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଏବଂ ଆର୍ଯ୍ୟନଙ୍କୁ ସମର୍ଥନ କରୁଥିଲେ। ସମ୍ପ୍ରତି, ହ୍ରିତିକ ଆର୍ଯ୍ୟଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

ପଞ୍ଚାୟତ ନିର୍ବାଚନ ନେଇ ପ୍ରସ୍ତୁତି: ସଂରକ୍ଷଣ ନେଇ ଜିଲ୍ଲାସ୍ତରରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆସନ ସଂରକ୍ଷଣ ବ୍ୟବସ୍ଥା ନେଇ ଆଜି ପ୍ରକାଶ ପାଇବ ଚିଠା ତାଲିକା । କେଉଁ ଆସନ କାହା ପାଇଁ ସଂରକ୍ଷଣ ହେବ ସେ ନେଇ ଜିଲ୍ଲା ସ୍ତରରେ ଚିଠା ବିଜ୍ଞପ୍ତି ପ୍ରକାଶ ପାଇବ  ।  ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ  ଲାଗି ଏହି ଚିଠା ବିଜ୍ଞପ୍ତି ପ୍ରକାଶ ପାଉଛି । ସଂରକ୍ଷଣରେ କାହାର କିଛି ଆପତ୍ତି ଥିଲେ ୧୬ ତାରିଖ ସୁଦ୍ଧା ଅଭିଯୋଗ କରାଯାଇପାରିବ ।୨୧ ତାରିଖ ସୁଦ୍ଧା ଜିଲାପାଳ ଅଭିଯୋଗର ଶୁଣାଣି କରି ସମାଧାନ କରିବେ ।

୨୬ ତାରିଖରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ସେହିପରି କେଉଁ ଜିଲ୍ଲା ପରିଷଦ ସଦସ୍ୟ ଆସନ ସଂରକ୍ଷଣ ପାଇଁ କାହାର କିଛି ଆପତ୍ତି ଥିଲେ ୧୮  ତାରିଖ ସୁଦ୍ଧା ଅଭିଯୋଗ କରିପାରିବେ । ୨୨ ତାରିଖରେ ଶୁଣାଣି କରି ଜିଲ୍ଲାପାଳଙ୍କ ଦ୍ୱାରା ସମାଧାନ କରାଯିବ । ୨୯ ତାରିଖରେ ସରକାରଙ୍କ ଅନୁମୋଦନ ପରେ ୩୦ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ତାଲିକା । ୩୦ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ଦିଆଯିବ । ଠିକ ସମୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ତନ୍ନ ତନ୍ନ କରି ଦେଖିବୁ । ଯଦି କିଛି ଅଭିଯୋଗ ଥିବ, ଜଣାଇବୁ  ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍  ।

ଏଥିସହିତ ପଢ଼ନ୍ତୁ:ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ

କୂଆରେ ପଡ଼ିଗଲା ହାତୀ: ଘଟଣାସ୍ଥଳରେ ବନ ବିଭାଗ

କୂଅରୁ ଉଦ୍ଧାର ହେଲା ହାତୀ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଅଧୀନ ବିମ୍ବୋରୀ ଗାଁ ପାଖ ଜଙ୍ଗଲରେ ଏକ ପରିତ୍ୟକ୍ତ କୂଅରୁ ହାତୀକୁ ଉଦ୍ଧାର କରାଯାଇଛି । ଆଜି ଭୋର୍ ସମୟରେ ସେହି ବାଟ ଦେଇ ହାତୀପଲ ଯିବା ବେଳେ, ଗୋଟିଏ ଦନ୍ତାହାତୀ କୂଅରେ ପଡ଼ିଯାଇଥିଲା । କୂଅରୁ ବାହାରି ନପାରିବା ଯୋଗୁ ହାତୀଟି ବହୁ ଜୋରରେ ଗର୍ଜନ କରିଥିଲା । ଗାଁ ଲୋକ ହାତୀଟିକୁ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଦୀର୍ଘ ୩ ଘଣ୍ଟା ଧରି ଜେସିବି ମାଧ୍ୟମରେ କୂଅଟିକୁ ଗୋଟିଏ ପାଖରୁ ତାଡ଼ି ଦନ୍ତାହାତୀକୁ ଉଦ୍ଧାର କରାଯାଇଛି । ଉଦ୍ଧାର ପରେ ହାତୀଟି ଆହତ ଅବସ୍ଥାରେ ଜଙ୍ଗଲ ମଧ୍ୟକୁ ଚାଲିଯାଇଛି ।

ଏଥିସହିତ ପଢ଼ନ୍ତୁ: ବେଆଇନ ବଜ୍ରକାପ୍ତା କାରବାର: ମୂଲଚାଲ ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌

ହରିୟାଣା: ରଣଜୀତ ହତ୍ୟାକାଣ୍ଡରେ ଗୁରମୀତ ରାମ ରହିମ ସମେତ, ୫ ଦୋଷୀ ସାବ୍ୟସ୍ତ

ପଞ୍ଚକୁଲା: ହରିୟାଣାର ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମକୁ ବଡ ଝଟକା। ରଞ୍ଜିତ ହତ୍ୟା ମାମଲାରେ ସିବିଆଇ କୋର୍ଟ ସୁନାରିୟା ଜେଲ୍‌ରେ ଥିବା ରାମ ରହିମ ସହିତ ୫ ଜଣ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଦଣ୍ଡାଦେଶ ନେଇ ଏବେ ଘୋଷଣା କରାଯାଇ ନାହିଁ। କୁହାଯାଉଛି ଯେ, ସିବିଆଇର ସ୍ପେଶାଲ କୋର୍ଟ ୧୨ ଅକ୍ଟୋବରରେ ସମସ୍ତ ଦୋଷୀଙ୍କୁ ସଜା ଶୁଣାଇବେ। ମିଳିଥିବା ସୂଚନା ଅନୁସାରେ,ଏହି ମାମଲାରେ ରାମ ରହିମ, କୃଷ୍ଣ ଲାଲ, ସବଦିଲ, ଅବତାର ଓ ଜସବୀରକୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ଇନ୍ଦର ସେନ୍‌ର ମୃତ୍ୟୁ ହୋଇ ସାରିଛି।

ରଞ୍ଜିତ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଡେରା ମୁଖ୍ୟ ଗୁରମିତ ରାମ ରହିମ ଓ କୃଷ୍ଣ କୁମାର ଭିଡିଓ କନଫରେନ୍ସି ଜରିଆରେ ହାଜର ହୋଇଥିଲେ। ସେଭଳି ଅଭିଯୁକ୍ତ ଅବତାର,ଜସବୀର ଓ ସବାଦିଲ୍‌ ପ୍ରତ୍ୟକ୍ଷ ରୂପରେ କୋର୍ଟରେ ହାଜର ହୋଇଛନ୍ତି। ସିବିଆଇ କୋର୍ଟ ଏହି ମାମଲାରେ ପୂର୍ବରୁ ୨୬ ଅଗଷ୍ଟରେ ନିଷ୍ପତ୍ତି ଶୁଣାଇଥିଲେ। ୧୯ ବର୍ଷ ପୁରୁଣା ଏହି ମାମଲାରେ ଗତ ୧୨ ଅଗଷ୍ଟରେ ଅନ୍ତିମ ଥର ଶୁଣାଣି ହୋଇଥିଲା। ସିବିଆଇ ଜଜ୍ ଡକ୍ଟର ସୁଶୀଲ କୁମାର ଗର୍ଗଙ୍କ କୋର୍ଟରେ ପ୍ରାୟ ଅଢେଇ ଘଣ୍ଟା ଯୁକ୍ତିତର୍କ ପରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ରଞ୍ଜିତ ସିଂଙ୍କ ୨୦୦୨ ରେ ହତ୍ୟା ହୋଇଥିଲା। ଏହି ମାମଲାରେ ସିରସା ଡେରା ମୁଖ୍ୟ ରାମ ରହିମଙ୍କୁ ଅଭିଯୁକ୍ତ କରାଯାଇଛି। କୋର୍ଟରେ ଲଗାତାର ବହୁବାର ଶୁଣାଣି ଘୁଞ୍ଚି ସାରିଛି। ସେଭଳି ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ୨୦୦୩ ରେ ମାମଲା ରୁଜୁ କରାଯାଇଥିଲା ଓ ୨୦୦୭ ରେ କୋର୍ଟ ଚାର୍ଜ ଫ୍ରେମ୍ କରିଥିଲେ। ରଞ୍ଜିତ ସିଂ ଡେରାରେ ମ୍ୟାନେଜରଙ୍କ କାମ କରୁଥିଲେ। ଉଲ୍ଳେଖନୀୟ ଯେ,ଗୁରମିତ ରାମ ରହିମ ସାଧବୀଙ୍କୁ ଯୌନ ଶୋଷଣ କରିବା ମାମଲାରେ ପ୍ରଥମେ ୨୦ ବର୍ଷର ସଜା କାଟୁଛନ୍ତି। ଏହା ବ୍ୟତୀତ ସେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡରେ ଆଜୀବନ ସଜା କାଟୁଛନ୍ତି ।

ରାଜଧାନୀରେ ଜଳ ଯୋଗାଣ ଠପ୍: ଅପରାହ୍ଣ ୪ଟା ପରେ ସ୍ୱାଭାବିକ ହେବ ସ୍ଥିତି

ଭୁବନେଶ୍ୱର ଆଜି ବନ୍ଦ ରହିଛି ଜଳ ଯୋଗାଣ । ପଳାଶୁଣି ପ୍ଳାଣ୍ଟରୁ ଜଳ ଯୋଗାଣ ବନ୍ଦ କରାଯାଇଛି । ବାଣୀବିହାର ନିକଟରେ କିଛି ତ୍ରୁଟି ରହିଥିବାରୁ ମରାମତି କରାଯାଉଛି । ସକାଳ ୮ ଟାରୁଏହି ସେବା ବନ୍ଦ ରହିଥିବା ବେଳେ, ଅପରାହ୍ଣ ୪ ଟା ପର୍ଯ୍ୟନ୍ତ ଜଳ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ଦେଇଛି ଓ୍ୱାଟକୋ । ସେପଟେ ମୁଣ୍ଡଳୀ ପ୍ଳାଣ୍ଟରୁ ଭୁବନେଶ୍ୱରକୁ ଜଳ ଯୋଗାଣ ସ୍ୱାଭାବିକ ରହିଛି ।

ଏଥିସହିତ ପଢ଼ନ୍ତୁ: କାମାକ୍ଷାନଗର ଦେଶୀ ବନ୍ଧୁକ କାରଖାନା ଠାବ: ଘଞ୍ଚ ଜଙ୍ଗଲରେ ମଧ୍ୟରେ ଚାଲିଥିଲା ବନ୍ଧୁକ ପ୍ରସ୍ତୁତି

 

ବେଆଇନ ବଜ୍ରକାପ୍ତା କାରବାର: ମୂଲଚାଲ ବେଳେ ମାଡ଼ିବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର: ଖୋର୍ଦ୍ଧାରୁ ବଜ୍ରକାପ୍ତା ଉଦ୍ଧାର । ମୂଲଚାଲ ବେଳେ ଚଢାଉ କରି ୨ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF । ଗିରଫ ବ୍ୟବସାୟୀ ହେଲେ କଳାହାଣ୍ଡି ଏମ୍‌. ରାମପୁରର କୈଳାସ ଖୋସଲା ଓ ନବରଙ୍ଗପୁର ପାପଡାହାଣ୍ଡିର ଚୈତନ୍ୟ ଭତ୍ରା । ଉଦ୍ଧାର ବଜ୍ରକାପ୍ତାର ଓଜନ ପ୍ରାୟ ୧୦ କେଜି ହେବ । ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ଏସଟିଏଫ୍ ଚଢ଼ାଉ କରି ୨ବ୍ୟବସାୟୀଙ୍କୁ ଗିରଫ କରିଛି ।

ଖୋର୍ଦ୍ଧା ଗୁରୁଜଙ୍ଗ ପିତାପଲ୍ଲୀ ପାଖରେ ବଜ୍ରକାପ୍ତା ବିକ୍ରି ପାଇଁ ହେଉଥିଲା ଡିଲ୍ । ଉଦ୍ଧାର ବଜ୍ରକାପ୍ତାକୁ ଖୋର୍ଦ୍ଧା DFOଙ୍କୁ ହସ୍ତାନ୍ତର କରାଯାଇଛି । ଗତ ଏକବର୍ଷ ମଧ୍ୟରେ ୧୬ଟି ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ହରିଣ ଛାଲ, ୫ ବଜ୍ରକାପ୍ତା ଓ ୧୫କେଜି ବଜ୍ରକାପ୍ତା କାତି ଜବତ କରିଛି ଏସଟିଏଫ୍ । ଘଟଣାରେ ସମ୍ପୃକ୍ତ ୩୫ ଜଣ ଶିକାରୀ ଓ ଚୋରାଚାଲାଣକାରୀ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: କାମାକ୍ଷାନଗର ଦେଶୀ ବନ୍ଧୁକ କାରଖାନା ଠାବ: ଘଞ୍ଚ ଜଙ୍ଗଲରେ ମଧ୍ୟରେ ଚାଲିଥିଲା ବନ୍ଧୁକ ପ୍ରସ୍ତୁତି

 

ୟେସ୍‌ ବ୍ୟାଙ୍କ ଘୋଟାଲା: ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ୟେସ୍‌ ବ୍ୟାଙ୍କ ୪ ହଜାର କୋଟି ଟଙ୍କା ଠକେଇ ମାମଲାରେ ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁରଙ୍କ ପତ୍ନୀ ଓ ଦୁଇ ଝିଅଙ୍କୁ ମିଳିଲା ଜାମିନ । ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟ। ଜଷ୍ଟିସ ଏସକେ କାଉଲ ଓ ଜଷ୍ଟିସ ଏମଏମ ସୁନ୍ଦରେସଙ୍କୁ ନେଇ ଗଠିତ ଖଣ୍ଡପୀଠ ପତ୍ନୀ ବିନ୍ଦୁ କାପୁର,ଦୁଇ କନ୍ୟା ରାଧା ଓ ରୋସନୀ କପୁରଙ୍କୁ ଜାମିନ ଦେଇଛନ୍ତି।

ଦେବାନ ହାଉସିଂ ଫାଇନାନ୍ସ କର୍ପୋରେସନ ଲିମିଟେଡ ବା ଡିଏଚଏଫଏଲରେ ହୋଇଥିବା ଠକେଇ ଘଟଣାରେ ସେମାନେ ମୁମ୍ବାଇର ବାଇକୁଲା ମହିଳା ଜେଲରେ ଅଛନ୍ତି । ସେମାନେ ଗୁରୁତର ଅର୍ଥ ଠକେଇ କରିଥିବାରୁ ସେମାନଙ୍କ ଜାମିନକୁ ଗତ ସପ୍ତାହରେ ମୁମ୍ବାଇ ହାଇକୋର୍ଟ ଅଗ୍ରାହ୍ୟ କରିଥିଲେ। ପୂର୍ବରୁ ମଧ୍ୟ ଜାମିନ ଆବେଦନ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଖାରଜ ହୋଇଥିବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିଏଚଏଫଏଲର କପିଲ ୱାଧୱାନଙ୍କ ସହ ମିଶି ରାଣା କପୁର ୩ ହଜାର ୭୦୦ କୋଟି ଟଙ୍କା ବେଆଇନ ଭାବେ ନିବେଶ କରିଥିବା ଅଭିଯୋଗରେ ରାଣା ଏବେ ଜେଲରେ ଅଛନ୍ତି । ଏହି ନିବେଶ କରିବା ଲାଗି ରାଣା କପୁରଙ୍କୁ ୨୦୦ କୋଟି ଟଙ୍କାର କିକବ୍ୟାକ ଦିଆଯାଇଥିଲା। ଏହି ଟଙ୍କା ରାଣାଙ୍କ ସ୍ତ୍ରୀ ଓ ତାଙ୍କ କନ୍ୟାମାନଙ୍କ ଦ୍ୱାରା ପରିଚାଳିତ ଅର୍ବାନ ଭେନଚର ଫାର୍ମକୁ ଋଣ ଆକାରରେ ପ୍ରଦାନ କରାଯାଇଥିଲା।

ଏଣିକି ମୃତ୍ୟୁ କ୍ଷେତ୍ରରେ ସରକାରୀ କର୍ମଚାରୀଙ୍କ ପରିବାର ଲୋକଙ୍କୁ ମିଳିବ ଅଧିକ ଆର୍ଥିକ ସହାୟତା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ଜିଆଇଏସ୍‌ ବା ଗୋଷ୍ଠୀ ବୀମା ଦେୟ ସଂଶୋଧନ କରାଯାଇଛି । କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ସହାୟତା ରାଶି ପରିମାଣ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ଗୋଷ୍ଠୀ ବୀମା ଯୋଜନା ଦେୟରେ ସଂଶୋଧନ କରାଯାଇଛି । ପୂର୍ବରୁ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ୍‌-ପେ ପାଉଥିବା କର୍ମଚାରୀଙ୍କୁ GIS ବାବଦରେ ୭ ହଜାର ୫୦୦ ଟଙ୍କା ଦେବାକୁ ପଡୁଥିଲା । ଏବେ ତାହା ୨୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ୫ ହଜାର ୪୦୦ ଟଙ୍କା ଓ ତା’ଠାରୁ ଅଧିକ ଗ୍ରେଡ୍‌ ପେ ପାଉଥିବା କର୍ମଚାରୀଙ୍କ GIS ବାବଦ ଦେୟ ୧୨ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବର୍ଦ୍ଧିତ GIS ଦେୟ ପୂର୍ବ ପରି ୧୦ଟି କିସ୍ତିରେ କର୍ମଚାରୀମାନଙ୍କ ଦରମାରୁ କଟାଯିବ।କର୍ମଚାରୀଙ୍କ ପାଇଁ GIS ଏକ ସାମାଜିକ ସୁରକ୍ଷା ଯୋଜନା ।

ଚାକିରିରେ ଥିବାବେଳେ ଯଦି ଜଣେ କର୍ମଚାରୀ ମୃତ୍ୟୁ ହୁଏ, ତେବେ ଏହି ଯୋଜନାରେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥାଏ । ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁ କ୍ଷେତ୍ରରେ ପରିବାରକୁ ଦେଢ଼ଲକ୍ଷ ଟଙ୍କା ଏବଂ ୫ ହଜାର ୪୦୦ ବା ତାଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ମୃତ୍ୟୁରେ ଅଢେଇ ଲକ୍ଷ ଟଙ୍କା ସହାୟତା ମିଳୁଥିଲା । ବର୍ତ୍ତମାନ ସଂଶୋଧିତ ନିଷ୍ପତ୍ତି ଅନୁଯାୟୀ, ଏହି ଯୋଜନାରେ ୪ ହଜାର ୮୦୦ ଟଙ୍କା ପର୍ଯ୍ୟନ୍ତ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ୫ ହଜାର ୪୦୦ ବା ତା’ଠାରୁ ଅଧିକ ଗ୍ରେଡ ପେ ପାଉଥିବା କର୍ମଚାରୀଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସେହିପରି ଅନ୍ତ୍ୟିଷ୍ଟି କ୍ରିୟା ପାଇଁ ସହାୟତା ରାଶି ପରିମାଣ ପୂର୍ବରୁ ୫ ହଜାର ଟଙ୍କା ଥିବାବେଳେ ଏବେ ଏହାକୁ ଉଭୟ କ୍ଷେତ୍ରରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ସରକାର ବଢ଼ାଇଲେ ମହଙ୍ଗା ଭତ୍ତା: ଜୁଲାଇରୁ ପିଛଲା ଭାବେ ଲାଗୁ ହେବ