ପୋଲିସ ଚାକିରି ନାଁରେ ଦେଢ଼କୋଟି ଠକେଇ ମାମଲା, ଅଭିଯୁକ୍ତ ବୈକୁଣ୍ଠ ନାଥକୁ ରିମାଣ୍ଡରେ ନେବ ଇଓଡବ୍ଲୁ

Police Recruitment Fraud, Accuse Baikuntha On EOW Remand

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ମାମଲା । ଠକ ବୈକୁଣ୍ଠ ନାଥ ନାୟକକୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଖୋଜିବ ଠକେଇର ଚେର । ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ୩୮ ଜଣଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ବୈକୁଣ୍ଠ ନାଥଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

Police Recruitment Fraud, Accuse Baikuntha On EOW Remand

ଜେରା ବେଳେ ୩୮ନା ଅଧିକ ଆଶାୟୀଙ୍କୁ ଠକିଛନ୍ତି ସେ ନେଇ ପଚରାଉଚରା କରିବ ଇଓଡବ୍ଲୁ । ଠକେଇ ରାକେଟରେ ଆଉ କେତେ ଜଣ ସମ୍ପୃକ୍ତ ? ନକଲି ଆଇଡି କାର୍ଡରେ କିଭଳି ମିଳୁଥିଲା ଅବାଧ ପ୍ରବେଶ ? ଏନେଇ ଇଓଡବ୍ଲୁ ଜେରା କରିବ । ଗତକାଲି ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ମିଳିତ ପୋଲିସ ସେବା ବା ସିପିଏସିଇ ପରୀକ୍ଷାର୍ଥୀଙ୍କୁ ଚାକିରି କରାଇ ଦେବା ନାଁରେ ପକାଇଥିଲେ ଜାଲ । ଦୁଇ ଠକ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ୩୮ଜଣ ଚାକିରି ଆଶୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଠକିଥିଲେ । ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଗିରଫ ୨ଜଣଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ ଓ ଜାଲ ପରିଚୟପତ୍ର ଜବତ କରାଯାଇଥିଲା ।

Leave a Reply