spot_img
Home Blog Page 5083

ମହାମାରୀର କଟକଣା ଭିତରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ଅପରାହ୍ଣ ୪ଟା ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ

0

କଳାହାଣ୍ଡି: ଚାଲିଛି କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ବି ଛତର ଯାତ୍ରା କୋଭିଡ କଟକଣାରେ ବିଧିରକ୍ଷା ପୂର୍ବକ ପାଳନ କରାଯାଉଛି । ରକ୍ତ ରଞ୍ଜିତ ହେବ ଜେନାଖାଲରୁ ମନ୍ଦିର ରାସ୍ତା । ମାଆଙ୍କ ପୀଠରେ ମୁଣ୍ଡବସା ଠାରୁ ଆରମ୍ଭ କରି ମହାଷ୍ଟମୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ନୀତିକାନ୍ତିରେ ପୂଜାର୍ଚ୍ଚନା ଚାଲିଥାଏ ।

ମହାଷ୍ଟମୀ ରାତିରେ, ଗୁପ୍ତପୂଜା ଓ ମାଆଙ୍କ ପୀଠରେ ଅଷ୍ଟବଳି ପଡ଼ିବା ପରେ ମହାକାଳ ଭୈରବଙ୍କ ପାଖରେ ପୋଢବଳି ଦିଆଯାଏ । ଜେନାଖାଲଠାରୁ ମନ୍ଦିର ପର୍ଯ୍ୟନ୍ତ ପ୍ରାୟ ୪ କିଲୋମିଟର ରାସ୍ତା ପଶୁ ପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଥାଏ । ଲାଲଛିଟ କନାରେ ଆବୃତ ଦେବୀଙ୍କ ଛତର ରକ୍ତାକ୍ତ ପଥ ଅତିକ୍ରମ କରି ମନ୍ଦିରକୁ ପ୍ରବେଶ କରିଥାନ୍ତି । ଛତର ଯାତ୍ରାକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭବାନିପାଟଣା ସହରରେ ୧୪୪ ଧାରା ଲାଗୁ ହୋଇଛି । ସହରର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହିତ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି ।

 

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବ ଆଣ୍ଡାମାନ ସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଧୀରେ ଧୀରେ ଘନୀଭୂତ ହେଉଛି ଘୂର୍ଣ୍ଣିବଳୟ । ବିଳମ୍ବ ହେଉଛି ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୧୫ କିମ୍ବା ୧୬ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରିବ । ଓ୍ୱେଲମାର୍କ ଲୋ ପ୍ରେସର ହୋଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଏହାର ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଆସନ୍ତାକାଲିଠୁ ଧିରେ ଧିରେ ବର୍ଷାର ପରିମାଣ ବଢିବ । ବିଶେଷ କରି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ରାଜ୍ୟର ୧୧ ଜିଲ୍ଲାରୁ ଫେରିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅଧିକାଂଶ ଅଞ୍ଚଳରୁ ମୌସୁମୀ ଫେରିଯାଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।

ଏଥିସହିତ ପଢ଼ନ୍ତୁ: ବାତ୍ୟାର ମାସ ଅକ୍ଟୋବର, ୨ ଦଶନ୍ଧି ଭିତରେ ଓଡ଼ିଶା ସାମ୍ନା କରିଥିବା ୪ ବାତ୍ୟା

ଡାକ୍ତରୀ ଛାତ୍ରୀ ନିରୁପମାଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ଭାଙ୍ଗିଛି ବେକ ହାଡ଼

ବଲାଙ୍ଗିର: ଭୀମଭୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷ ଛାତ୍ରୀ ନିରୁପମା ନନ୍ଦଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା । ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ । ରାତି ପ୍ରାୟ ୧୨ଟାରୁ ୧୨ଟା ୧୮ମିନିଟ ଭିତରେ ନିରୁପମାଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନିରୁପମାଙ୍କ ଦେହରେ ଅନ୍ୟ ସ୍ଥାନରେ କୋଣସି କ୍ଷତ ଚିହ୍ନ ନଥିବା ବେଳେ, ତାଙ୍କ ବେକର ହାଡ଼ ଭାଙ୍ଗିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିବା ବେଳେ ଭିସେରା ରିପୋର୍ଟ ଆସିନାହିଁ । ଛାତ୍ରୀ ଜଣକ ମୃତ୍ୟୁ ପୂର୍ବରୁ କ’ଣ ଖାଇଥିଲେ ତାହା ଜଣା ପଡ଼ିନାହିଁ ।

 Balangir MBBS Student Nirupama Postmortem Report

ଘଟଣା ଦିନ ମେଡିକାଲ କଲେଜ ଡିନ ଡକ୍ଟର ସବିତା ମହାପାତ୍ର ନିରୂପମାଙ୍କ ରୁମରୁ କେମିକାଲ ଗନ୍ଧ ଆସୁଥିବା କହିଥିଲେ, କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ କେମିକାଲର କୌଣସି ବିଷୟ ଉଲ୍ଲେଖ କରାଯାଇନାହିଁ । ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଦର୍ଶାଯାଇଛି । ଗତ ୬ ତାରିଖରେ ଛାତ୍ରୀ ନିବସର ୩୦୮ ନମ୍ବର ରୁମରୁ ନିରୁପମାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିଲା  । ମୃତ୍ୟୁ ଦିନ ରାତି ୧୧ଟା ୨୭ମିନିଟ ପର୍ଯ୍ୟନ୍ତ ପରିବାର ଲୋକଙ୍କ ସହ ଭିଡିଓ କଲରେ କଥାବାର୍ତ୍ତା  କରିଥିଲେ । ୧୧ଟା ୪୫ମିନିଟରେ ନିରୁପମା ଆତ୍ମହତ୍ୟା କରିଥିବା ନେଇ ହଷ୍ଟେଲ ପକ୍ଷରୁ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

 Balangir MBBS Student Nirupama Postmortem Report

ପରିବାର ଲୋକେ ୧୨ଟା ୧୦ ରେ ପହଞ୍ଚିବା ବେଳକୁ ମେଡିକାଲ କଲେଜ କର୍ତ୍ତୃପକ୍ଷ ଓ ପୋଲିସ ମଧ୍ୟ ପହଞ୍ଚି ସାରିଥିଲେ । ପରିବାର ଲୋକେ ଯୋଜନାବଦ୍ଧ ହତ୍ୟା ନେଇ ଅଭିଯୋଗ ଆଣିଥିଲେ । ମୃତ୍ୟୁ ପୂର୍ବରୁ ଜଣେ ଯୁବକ ତାଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି ଓ ସେ ହିଁ ହଷ୍ଟେଲକୁ ଫୋନ୍ କରି ନିରୁପମାଙ୍କୁ ଦେଖିବାକୁ କହିଥିବା ପୋଲିସ ସିଡିଆର ରିପୋର୍ଟରୁ ଜାଣିବାକୁ ପାଇଛି । ଅନ୍ୟପଟେ ହଷ୍ଟେଲ କର୍ତ୍ତୃପକ୍ଷ ରାତି ୧୧ଟା ୪୫ରୁ ୫୯ ମିନିଟ୍ ଭିତରେ ପରିବାର ଲୋକଙ୍କୁ ମୃତ୍ୟୁ ଖବର ଦେଇଥିଲେ । ମାତ୍ର ଶବ ବ୍ୟବଚ୍ଛେଦ ରିପୋର୍ଟରେ ରାତି ୧୨ଟା ପରେ ମୃତ୍ୟୁ ହୋଇଥିବା ଦର୍ଶାଇଯାଇଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଆରପିଏଫ୍ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ, ବାଂଶପାଣି ଷ୍ଟେସନରେ ଉତ୍ତେଜନା

କେନ୍ଦୁଝର: ଯୋଡ଼ା ବାଂଶପାଣି ରେଳ ଷ୍ଟେସନରେ ଉତ୍ତେଜନା । ଆରପିଏଫ ଯବାନଙ୍କ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ କରି ତୀବ୍ର ଉତ୍ତେଜନା ଦେଖା ଦେଇଛି । ମୃତକ ରାଧା ହଟିଂର ଲକ୍ଷ୍ମଣ ପାତ୍ର ବୋଲି ଜଣାପଡ଼ିଛି । ଲକ୍ଷ୍ମଣଙ୍କ ମୃତ୍ୟୁ ପରେ ସ୍ଥାନୀୟ ବସ୍ତି ବାସିନ୍ଦା ଉତ୍ତ୍ୟକ୍ତ ହୋଇ ପଡ଼ିଛନ୍ତି । ରେଳ ଷ୍ଟେସନ ଓ ଆରପିଏଫ ବାରାକରେ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ ।

ଏଥିସହ ପଢ଼ନ୍ତୁ: ଘରେ ଭିତରେ ପଶିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ତିନି ପରିବାର

ଆନ୍ଦୋଳନକାରୀଙ୍କ ଆକ୍ରମଣରେ ୩ ଜଣ ଆରପିଏଫ ଯବାନଙ୍କ ଗୁରୁତର ଆହତ ହୋଇଥିବା ସୂଚନା ଆସୁଛି । ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଆହତ ଆରପିଏଫ ଯବାନଙ୍କୁ ଟାଟା ଷ୍ଟିଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେବି ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଶହେ ସୈନିକ ସ୍କୁଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ସାର ଉପରେ ସବସିଡିକୁ ମଞ୍ଜୁରୀ ଦିଆଯାଇଛି । ଏଥିସହ ସୈନିକ ସ୍କୁଲ୍ ସୋସାଇଟି ଅନ୍ତର୍ଗତ ଶହେ ଘରୋଇ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହାବାଦ୍ ଅଟଳ ନବୀକରଣ ଓ ପରିବର୍ତ୍ତନ ମିଶନ ୨.୦କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ ।

କେନ୍ଦ୍ର କ୍ୟାବିନେଟ୍ ଆଜି ଫସଫେଟ୍, ପଟାସ୍ ସାର ଉପରେ ସବସିଡି ପାଇଁ ଅତିରିକ୍ତ ୨୮, ୬୫୫ କୋଟି ଟଙ୍କା ଅନୁମୋଦନ କରିଛି । ଏହି ସବସିଡି ୧ ଅକ୍ଟୋବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲାଗୁ ହେବ । ସୈନିକ ସ୍କୁଲ୍ ସୋସାଇଟି ସହ ସରକାରୀ ଓ ଘରୋଇ କ୍ଷେତ୍ରର ୧୦୦ ବିଦ୍ୟାଳୟକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍ ।

ପ୍ରଥମ ପର୍ଯ୍ୟାୟରେ ଶହେ ସ୍କୁଲକୁ ମିଳିତ ଭାବେ ରାଜ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଓ ଘରୋଇ କ୍ଷେତ୍ର ନେବେ । ଦେଶରେ ଏବେ ୩୩ଟି ସୈନିକ ସ୍କୁଲ୍ ଥିବାବେଳେ ଆଉ ଶହେଟି ସ୍କୁଲରେ ସମାନ ଅନୁଭୂତି ମିଳିବ । ଏଥିପାଇଁ ଘରୋଇ ଓ ସ୍ୱେଚ୍ଛାସେବୀ ସଂଗଠନ ଥାରୁ ପ୍ରସ୍ତାବ ଆହ୍ୱାନ କରାଯିବ ।

ଘରୋଇ ଉଡ଼ାଣରେ ଯାତ୍ରୀ ପରିବହନ କ୍ଷମତା ଉପରୁ ହଟିଲା କଟକଣା

ନୂଆଦିଲ୍ଲୀ: ଆସନ୍ତା ୧୮ରୁ ପୂରା ଦମ୍‌ରେ ଚାଲିବ ବିମାନ ସେବା । ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ସିଟ୍ ଅନୁସାରେ ଯାତ୍ରୀ ପରିବହନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ୮୫ ପ୍ରତିଶତ ସିଟରେ ଯାତ୍ରୀ ପରିବହନ ଲାଗି ନିୟମ ରହିଛି। ଦୀର୍ଘ ଦିନ ଧରି କୋଭିଡ ଯୋଗୁ ବିମାନ ସେବାରେ ଅନିୟମିତତା ପ୍ରକାଶ ପାଇଆସୁଥିଲା । ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଫଳରେ ଆସନ୍ତା ୧୮ ତାରିଖ ଠାରୁ ସମ୍ପୂର୍ଣ୍ଣ ସିଟରେ ଯାତ୍ରୀଙ୍କୁ ନିଆଯାଇପାରିବ।

ତେବେ ବିମାନ ଯାତ୍ରା କ୍ଷେତ୍ରରେ କୋଭିଡ ଗାଇଡଲାଇନ ସମ୍ପୂର୍ଣ୍ଣ ପାଳନ ହେବ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହା ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତ ଜୁଲାଇ ୫ରୁ ଅଗଷ୍ଟ ୧୨ ଯାଏଁ ୬୫ ପ୍ରତିଶତ ସାମର୍ଥ୍ୟରେ ଯାତ୍ରୀ ପରିବହନ ଲାଗି ନିର୍ଦ୍ଦେଶ ଥିଲା ।

ଘରେ ଭିତରେ ପଶିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ତିନି ପରିବାର

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଗଡ଼ଦାମୋଦରପଲ୍ଲି ଗାଁ ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୯ଟା ବେଳେ ସୋରଡ଼ାରୁ ଆସିକା ଆଡ଼େ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘରେ ପଶି ଯାଇଛି । ଦୁର୍ଘଟଣାରୁ ଅଳ୍ପକେ ତିନି ପରିବାର ବର୍ତ୍ତି ଯାଇଛନ୍ତି ।

Truck Accident In Dharakote, House Damaged

ଟ୍ରକ୍ ଧକ୍କାରେ ତିନୋଟି ଘର ଭାଙ୍ଗି ଯାଇଛି । ଟୁନା ଗୌଡ଼ଙ୍କ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟୁନା ଘର ଆଗରେ ବାଇକ୍ ରଖି ଯିବାମାତ୍ରେ ଶବ୍ଦ ଶୁଣିଥିଲେ । ସାଙ୍ଗେ ସାଙ୍ଗେ ସେ ପରିବାର ଲୋକଙ୍କୁ ଘର ଭିତରୁ ନେଇ ବାହାରକୁ ପଳାଇ ଯାଇଥିଲେ । ଫଳରେ ଘର ଭାଙ୍ଗି ଥିବାବେଳେ ପରିବାର ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ।

Truck Accident In Dharakote, House Damaged

ଦୁର୍ଘଟଣା ଖବର ପାଇ ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ ଚଳାଇଛି । ଶିବଶଙ୍କର ପାଢ଼ୀଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଘର ଆଗରେ ଥିବା ଇଟା ଯୋଗୁ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି ।

ପୂଜା ଛୁଟି ପରେ ବି ଖୋଲି ନପାରେ ପ୍ରାଥମିକ ସ୍କୁଲ

ଭୁବନେଶ୍ୱର: କୋଭିଡ୍ ସଂକ୍ରମଣ ଯୋଗୁଁ ପୂଜା ଛୁଟି ପରେ ବି ଖୋଲି ନପାରେ ପ୍ରାଥମିକ ସ୍କୁଲ । ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବୃଦ୍ଧି ଓ ଅଜଣା ଜର ଭୟକୁ ଆହୁରି ବଢ଼ାଇ ଦେଇଛି । ଅଭିଭାବକମାନେ ବି ସଂକ୍ରମଣର ଭୟ ଯୋଗୁ ଛୁଆଙ୍କୁ ସ୍କୁଲ ଛାଡ଼ିବାକୁ ଅମଙ୍ଗ ।

Primary Schools May Not Opened After Puja Vacation

ଏଥର ବି ବିନା କ୍ଲାସରେ ପାସ୍ ହୋଇପାରନ୍ତି ପ୍ରାଥମିକ ଛାତ୍ରଛାତ୍ରୀ । ପୂଜା ପରେ ପ୍ରଥମେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପରୀକ୍ଷାମୂଳକ ଭାବେ ଖୋଲିବାର ଆଶା ଦେଖାଯାଇଥିଲା । ପରେ ଅନ୍ୟ ଶ୍ରେଣୀ ଖୋଲିଥାନ୍ତା । ହେଲେ ପୂଜା ସମୟର ସଂକ୍ରମଣ ସେ ଆଶା ଫିକା କରି ଦେଇଛି । କିଛି ଦିନ ତଳେ ନବମରୁ ଦ୍ୱାଦଶ ଶ୍ରେଣୀ ଖୋଲିବା ପରେ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷ ସଂକ୍ରମିତ ହୋଇଥିଲେ । ଏବେ ଦୈନିକ କୋଭିଡ୍ ହାର ପୁଣି ବଢ଼ିବାରେ ଲାଗୁଛି । ଅଧିକାଂଶ ମାମଲା ଖୋର୍ଦ୍ଧା ଜିଲ୍ଲାରୁ ଆସୁଛି । ଏପରି ସ୍ଥିତିରେ ପ୍ରାଥମିକ ସ୍କୁଲ ଖୋଲି ରିସ୍କ ନ ନେଇ ପାରନ୍ତି ରାଜ୍ୟ ସରକାର ।

Primary Schools May Not Opened After Puja Vacation

ସେପଟେ ଗତ ୧୦ ଦିନ ହେଲା ଅଜଣା ଭୂତାଣୁ ଭୟ ଘାରିଛି । ୭ ବର୍ଷ ବୟସ୍କ ପର୍ଯ୍ୟନ୍ତ ପିଲାଙ୍କୁ ଜର, ଥଣ୍ଡା, କାଶ ପରି ରୋଗ ହେଉଛି । ରାଜ୍ୟରେ ପ୍ରାୟ ୮୦ ଭାଗ ଶିଶୁ ଏଥିରେ ପୀଡ଼ିତ ଅଛନ୍ତି । ଯାହାକୁ ଦୃଷ୍ଟିରେ ରଖି ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଅଭିଭାବକ ଅରାଜି ହେଉଛନ୍ତି ।

ପିଲାଙ୍କୁ ଦିଆଯିବ କୋଭାକ୍ସିନ୍ ଟିକା, ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ବିଶେଷଜ୍ଞ କମିଟିର ସୁପାରିସ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଆସିବ ୨ରୁ ୧୮ବର୍ଷ ପିଲାଙ୍କ ଲାଗି ସଞ୍ଜିବନୀ । କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇଙ୍କୁ ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ଶେଷ ପରେ ରିପୋର୍ଟ ଦାଖଲ କରିଥିଲା ଭାରତ ବାୟୋଟେକ୍ । ତେବେ ସବୁଜ ସଂକେତ ପୂର୍ବରୁ କମ୍ପାନୀକୁ ମାନିବାକୁ ହେବ ୪ ସର୍ତ୍ତ ।

Expert panel approves Covaxin for Children Between 2-18 Years

କୋଭିଡ ବିରୋଧରେ ବଡ଼ ମୁକାବିଲା । ଖୁବଶୀଘ୍ର ୨ରୁ ୧୮ବର୍ଷ ପିଲାଙ୍କୁ ଦିଆଯିବ କୋଭିଡ୍ ଟିକା । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବାକୁ ଡିସିଜିଆଇଙ୍କୁ ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି ବା ଏସଇସି । ହାଇଦ୍ରାବାଦର ଫାର୍ମାସିଟ୍ୟୁକାଲ କମ୍ପାନୀ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଶେଷ କରିବା ପରେ ରିପୋର୍ଟ ଦାଖଲ କରିଥିଲା । ଟ୍ରାଏଲ ରିପୋର୍ଟ ଆଧାରରେ ଏକ୍ସପର୍ଟ ପ୍ୟାନେଲ ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇଙ୍କୁ ସୁପାରିସ କରିଛନ୍ତି ।

ଡିସିଜିଆଇ ଅନୁମତି ଦେବା ପରେ ସାରାଦେଶରେ ୨ରୁ ଊର୍ଦ୍ଧ୍ବ ବୟସ୍କଙ୍କ ପାଇଁ ଟିକାକରଣ ଆରମ୍ଭ ହେବ । ତେବେ ଡିସିଜିଆଇର ଚୂଡ଼ାନ୍ତ ଅନୁମତି ଚାରିଟି ସର୍ତ୍ତ ଉପରେ ନିର୍ଭର କରୁଛି ।

Expert panel approves Covaxin for Children Between 2-18 Years

ପ୍ରଥମ- ସ୍ବୀକୃତ କ୍ଲିନିକାଲ ଟ୍ରାଏଲ୍ ପ୍ରୋଟୋକଲ ଅନୁସାରେ କମ୍ପାନୀର ଗବେଷଣା ଜାରିରଖିବ ।

ଦ୍ବିତୀୟ- ପ୍ୟାକେଜ୍ ଇନସର୍ଟ ବା ନିର୍ଦ୍ଧାରିତ ସୂଚନା, ଉତ୍ପାଦର ବୈଶିଷ୍ଟ୍ୟ ନେଇ କମ୍ପାନୀ ସବିଶେଷ ତଥ୍ୟ ଦାଖଲ କରିବ ।

ତୃତୀୟ- କମ୍ପାନୀ ନିରାପତ୍ତା ସଂକ୍ରାନ୍ତ ଓ ଦୁଇ ମାସରେ ସର୍ବେକ୍ଷଣ ରିପୋର୍ଟ ଦାଖଲ କରିବ ।

ଚତୁର୍ଥ- କମ୍ପାନୀ ରିସ୍କ ପରିଚାଳନା ପ୍ଲାନ୍ ଦାଖଲ କରିବ । ଏହି ଟିକାକୁ ସିରିଞ୍ଜରେ ଆଗୁଆ ଭର୍ତ୍ତି କରାଯାଇ ହାଇଲେବଲ ଆକ୍ୟୁରାସି ଭିତ୍ତିରେ ପ୍ରଦାନ କରାଯିବ । ଶିଶୁଙ୍କ ଲାଗି କୋଭାକ୍ସିନର ପରିମାଣ ରହିଛି  ୦.୫ ମିଲିଲିଟର ।

Expert panel approves Covaxin for Children Between 2-18 Years

ପୂର୍ବରୁ ଗତ ଅଗଷ୍ଟରେ ଉଭୟ ବୟସ୍କ ଓ ୧୨ବର୍ଷରୁ ଅଧିକ ଲୋକଙ୍କ ଲାଗି ଜାଇଡସ କାଡିଲାର ଜାଇକୋଭ-ଡି ଟିକାକୁ ଅନୁମତି ଦିଆଯାଇଥିଲା । ୭ରୁ ୧୧ ବର୍ଷ ବୟସ୍କ ପିଲାଙ୍କ ଲାଗି ଟିକାର ଟ୍ରାଏଲ ନିମନ୍ତେ ସେରମ ଇନଷ୍ଟିଚ୍ୟୁଟର ନୋଭାଭାକ୍ସକୁ ଗତମାସରେ ଅନୁମତି ଦେଇଥିଲେ ଡିସିଜିଆଇ । ସେହିପରି ୫ ବର୍ଷର ଅଧିକ ବୟସର ପିଲାଙ୍କ ଲାଗି ଟ୍ରାଏଲ ସକାଶେ ବାୟୋଲୋଜିକାଲ-ଇ’ର କୋର୍ବେଭାକ୍ସକୁ ବି ଦିଆଯାଇଥିଲା ଅନୁମତି ।

BSKY ପାଇଁ ନୂଆ ଜୀବନ ପାଇଲେ ଭାସ୍କର

ପାରଳାଖେମୁଣ୍ଡି: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ଭାସ୍କର । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଣ୍ଡହାତୀ ପଞ୍ଚାୟତ ପଦ୍ମପୁର ଗ୍ରାମର ୩୮ ବର୍ଷୀୟ ବି. ଭାସ୍କର ରାଓ । ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ଜରିଆରେ ଚିକିତ୍ସା ସୁବିଧା ପାଇ ସୁସ୍ଥ ହୋଇ ଘରକୁ ଫେରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର ।

BSKY Helped In Treatment Of Bhaskar Gajapati

ଗରିବଙ୍କ ସାହା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ । ଅଭାବୀଙ୍କୁ ଦେଉଛି ନୂଆ ଜୀବନ । ଚିକିତ୍ସା ପାଇ ସୁସ୍ଥ ହେଲେ ଗଜପତି ଜିଲ୍ଲା ରାୟଗଡ଼ର ଭାସ୍କର । ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ । ରାଜ୍ୟରେ BSKY ଆଣିଛି ବିପ୍ଲବ । ଏହି ଯୋଜନାରେ ଏବେ ନୂଆ ଜୀବନ ପାଇଛନ୍ତି ବି. ଭାସ୍କର ରାଓ । ଗତ କିଛିଦିନ ତଳେ ଭାସ୍କରଙ୍କ ଡାହାଣ ଗୋଡ଼ର ଆଣ୍ଠୁ ତଳକୁ ସମ୍ପୂର୍ଣ୍ଣ ପଚି ଯାଇଥିଲା । ଅର୍ଥାଭାବରୁ ଅସ୍ତ୍ରୋପଚାର କରି ନପାରି କଷ୍ଟ ପାଉଥିଲେ ।

BSKY Helped In Treatment Of Bhaskar Gajapati

ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ପାରଳାଖେମୁଣ୍ଡି ରବି ନର୍ସିଂ ହୋମରେ ତାଙ୍କର ଅସ୍ତ୍ରୋପଚାର ହୋଇଛି । ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଭାସ୍କର ଓ ତାଙ୍କ ପରିବାର । ଗତ ୪ ତାରିଖରେ ଗଜପତି ଜିଲ୍ଲାରେ ସ୍ମାର୍ଟ କାର୍ଡର ଶୁଭାରମ୍ଭ କରିଥିଲେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହା ଏବେ ଗରିବଙ୍କ ପାଇଁ ପାଲଟିଛି ଆଶିର୍ବାଦ । ଚିକିତ୍ସା କ୍ଷେତ୍ରରେ ରାଜ୍ୟ ପାଇଁ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ।

BSKY Helped In Treatment Of Bhaskar Gajapati

ଅପରପକ୍ଷରେ ଏହି ସ୍ମାର୍ଟ କାର୍ଡରେ ଉତ୍ତମ ବ୍ୟବସ୍ଥା କରାଯାଇଥିବାରୁ ଅଧିକରୁ ଅଧିକ ରୋଗୀ ଚିକିତ୍ସା କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି କହିଛନ୍ତି ଭାସ୍କରଙ୍କୁ ଚିକିତ୍ସା କରିଥିବା ନର୍ସିଂହୋମର ଡାକ୍ତର । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ଲୋକଙ୍କ ମୁହଁରେ ଖୁସି ଆଣିଦେଇଛି । ଏଥିପାଇଁ ସବୁ ମହଲରେ ମୂଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦର ସୁଅ ଛୁଟିଛି ।