ବ୍ରିଟେନରେ ଆତ୍ମଘାତୀ ବିସ୍ଫୋରଣ: ଖ୍ରୀଷ୍ଟିଆନ୍ ବେଶରେ ରହିଥିଲେ ଆତଙ୍କବାଦୀ , କାରରେ କରିଥିଲେ ବୋମା ପ୍ରସ୍ତୁତ

ଲଣ୍ଡନ: ଲିଭରପୁଲ ହସ୍ପିଟାଲ ବାହାରେ ଅଟୋରେ ଏକ ଭୟଙ୍କର ବୋମା ବିସ୍ଫୋରଣ ଘଟିଛି । ଯେଉଁଥିରେ ସମ୍ପୃକ୍ତ ଥିବା ୩୨ ବର୍ଷୀୟ ଇମାମ୍ ଜମିଲ ଅଲ୍ ସବିଲମିନ୍ ନିଜକୁ କାର୍ ଭିତରେ ହିଁ ଉଡ଼ାଇଦେଲେ । ପ୍ରାଥମିକ ତଦନ୍ତ ରିପୋର୍ଟ ମୁତାବକ ଇମାଦ ୮ ବର୍ଷ ପୂର୍ବେ ମଧ୍ୟ ପ୍ରାଚୀରୁ ୟୁକେ ଆସିବା ପରେ ଇସାଇ ଧର୍ମ ଆପଣାଇଥିଲେ । ଡିଡି ଜରିଆରେ ନିଜ ନାମ ବଦଳାଇ ଏଞ୍ଜୋ ଅଲମେନୀ କରିଦେଇଥିଲେ । ବିଟ୍ରେନ ଗଣମାଧ୍ୟମ ରିପୋର୍ଟ ମୁତାବକ ଅସାଇମଲ୍ ଆପ୍ଳିକେସନ୍‌ରେ ନିଜକୁ ଏବଂ ଓ୍ୱେଷ୍ଟନ୍  ଏବଂ କମ୍ ମୁସଲମାନ୍ ଦେଖାଇବାକୁ ଏଭଳି କରିଥିବା ଜଣାପଡ଼ିଛି ।

ଇମାଦଙ୍କ ମାଆା ଇରାକ୍‌ର ବାସିନ୍ଦା । ରିପୋର୍ଟ ମୁତାବକ ସେ ଦୁବାଇରେ ବଢ଼ିଥିଲେ । ଇମାଦ ନିଜ ବନ୍ଧୁମାନଙ୍କୁ କହିଥିଲେ ଯେ, ସେ ସିରିଆରୁ ଆସିଛନ୍ତି । ତେବେ ସେ ଜୋଡ଼ାନର ନାଗରିକ ହୋଇଥିବା ଜଣାପଡ଼ିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ଡେଲି ମେଲ୍ ଇମାଦକୁ ଆଶ୍ରୟ ଦେଇଥିବା କିଛି ଖ୍ରୀଷ୍ଟିଆନ୍ ଓ୍ୱାଲଟିୟର୍ସଙ୍କ ସହ କଥା ହୋଇଥିଲା । ମେଲକମ୍ ହିଚକାଟ୍ ଏବଂ ତାଙ୍କ ପତ୍ନୀ ସାକ୍ଷାତକାରରେ କହିଛନ୍ତି ଯେ, ସେ ଅଗଷ୍ଟ ୨୦୧୫ରେ କ୍ୟାଥଡ୍ରଲ ଆସିଥିଲେ । ସେ ଆଲଫା କୋର୍ସକୁ ନଭେମ୍ୱରେ ପୂରା କରିଥିଲେ । ପରେ ସେ ଇସାଲମ୍‌ରୁ ଇସାଇ ଧର୍ମକୁ ପରିବର୍ତ୍ତନ କରିଥିଲେ ଏବଂ ମାର୍ଚ୍ଚ ୨୦୧୭ ଯାଏଁ ନିଜକୁ ଇସାଇ ଭାବେ ପରିଚିତ କରାଇଥିଲେ । ସେ ସେହି ସମୟରେ ବେସାହାରା ଥିଲେ ଆମେ ତାଙ୍କୁ ସାହାରା ଦେଇଥିଲୁ ।

କ୍ୟାବ୍ ମଧ୍ୟରେ ହିଁ ପ୍ରସ୍ତୁତ କରିଥିଲେ ବୋମା । ଆତଙ୍କୀ ମରିଯାଇଥିବା ବେଳେ ଡ୍ରାଇଭର ଡେଭିଡ୍ ଗୁରୁତର ଭାବେ ଆହତ ହୋଇଥିଲା । ପେରୀ ଇମାଦଙ୍କ ଉଦ୍ଦେଶ୍ୟ ବିଷୟରେ ଜାଣିପାରି କାରକୁ ଲକ୍ କରିଦେଇଥିଲା । ଯାହା ଦ୍ୱାରା ଅନ୍ୟ କୌଣସି ଲୋକଙ୍କ କୌଣସି ପ୍ରକାଣ କ୍ଷତି ହେବନାହିଁ । ତେବେ ଏହି ଘଟଣାରେ ଏଯାବତ୍ ୪ଜଣ ଗିରଫ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏକ୍ସପ୍ରେସ ୱେ ତ’ ତିଆରି କରିଦେଲେ କିନ୍ତୁ ୩୪୧ କିମି ରାସ୍ତାରେ ନାହିଁ ଗୋଟିଏ ବି ପେଟ୍ରୋଲ ପମ୍ପ !

 

Leave a Reply