ପିଏସଆଇଙ୍କୁ ଫୁଲ ବର୍ଷାରେ ବିଦାୟ

1 min read

ଗୁଜୁରାଟ : ସୋସିଆଲ ମିଡିଆରେ ଭାଇରାଲ ହେଉଛି ପୋଲିସ କର୍ମଚାରୀଙ୍କ ବିଦାୟ ବେଳର ଏକ ଭିଡିଓ । ଯାହା କୈାଣସି ଫିଲ୍ମରେ ଅଭିନୟ କରୁଥିବା ରିଅଲ ସିଂହମଠୁ କମ୍ ନୁହଁ । ଏହି ଭିଡିଓରେ ପୋଲିସ କର୍ମଚାରୀଙ୍କ ଉପରେ ସାଧାରଣ ଲୋକେ ଫୁଲର ବର୍ଷା କରୁଛନ୍ତି । ଲୋକଙ୍କର ଏଭଳି ଭଲପାଇବା ଦେଖି ସେ କାନ୍ଦିପକାଉଛନ୍ତି । ଭିଡିଓରେ ଥିବା ଏହି ପୋଲିସ କର୍ମୀ ଜଣକ ହେଉଛନ୍ତି ଗୁଜୁରାଟର ଖେଡ଼ବ୍ରହ୍ମା ପୋଲସ ଷ୍ଟେସନର ପିଏସଆଇ ବିଶାଲ ପଟେଲ ।

ସୂଚନାନୁସାରେ ଖେଡ଼ବ୍ରହ୍ମା ଥାନାର ପୋଲିସ ସବ୍ ଇନ୍ସପେକ୍ଟର ବିଶାଲ ପଟେଲଙ୍କର ଆଖପାଖ ଅଞ୍ଚଳରେ ଥିବା ସ୍ଥାନୀୟ ଲୋକ ଓ ସମସ୍ତ କର୍ମଚାରୀଙ୍କ ସହ ନିବିଡ଼ ସମ୍ପର୍କ ଗଢ଼ିଉଠିଥିଲା । ସେ ଜଣେ ଦାୟିତ୍ୱବାନ ପୋଲିସ କର୍ମଚାରୀ ଥିବାବେଳେ ସମସ୍ତଙ୍କୁ ସାହାର୍ଯ୍ୟ କରୁଥିଲେ । ଖେଡ଼ବ୍ରହ୍ମାରୁ ବିଶାଲ ବିଦାୟ ନେଉଥିବା ବେଳେ ସ୍ଥାନୀୟ ଲୋକେ ବିଶାଲଙ୍କ ପାଇଁ ଏକ ବିଦାୟ ସମାରୋହର ଆୟୋଜନ କରିଥିଲେ । ସାବରକାଂଠା ଜେଲର ଖେଡ଼ବ୍ରହ୍ମା ଥାନାରେ ୨ ବର୍ଷ କାର୍ଯଭାର ସମ୍ଭାଳିବା ପରେ ଆଜି ସେ ବିଦାୟ ନେଉଛନ୍ତି । ବିଶାଲଙ୍କ ବିଦାୟ ବେଳେ ସେଠାରେ ଉପସ୍ଥିତ ତାଙ୍କ ବନ୍ଧୁ ଏବଂ ସ୍ଥାନୀୟ ଲୋକେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ ।

 

 

 

Leave a Reply