ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି କି ? କେବେ ବି କରନ୍ତୁନି ଏଭଳି ଭୁଲ୍, ନଚେତ୍….

ଆଣ୍ଡ୍ରଏଡ ଫୋନର ବ୍ୟବହାର ଅନ୍ୟ ଫୋନ ଅପେକ୍ଷା ସହଜ ଓ ଏଥିରେ ଥିବା ଆପଗୁଡ଼ିକ ସରଳ ହୋଇଥିବାରୁ ସାରା ଦେଶରେ ଆଣ୍ଡ୍ରଏଡ ଫୋନର ଚାହିଦା ରହିଛି । ଭାରତରେ ଅଧିକାଂଶ ଲୋକ ଏହି ଫୋନ ବ୍ୟବହାର କରୁଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ୯୫.୨୫ ଶତକଡ଼ା ଭାରତୀୟ ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଛନ୍ତି । ଏହି କାରଣରୁ ହ୍ୟାକର୍ସ ଆଣ୍ଡ୍ରଏଡ ୟୁଜର୍ସଙ୍କୁ ନିଜ ଟାର୍ଗେଟରେ ରଖିଥାନ୍ତି । ମୋବାଇଲ ଆପ ଏବଂ ଇମେଲ ମାଧ୍ୟମରେ ହ୍ୟାକର୍ସ ୟୁଜର୍ସଙ୍କ ଅଜାଣତରେ ସମସ୍ତ ତଥ୍ୟ ସଂଗ୍ରହ କରିନିଅନ୍ତି ।

ଫୋନ ହ୍ୟାକିଂରୁ କେମିତି ବର୍ତ୍ତିବେ ?

ଯଦି ଆପଣ ହ୍ୟାକିଂରୁ ବର୍ତ୍ତିବା ପାଇଁ ଚାହୁଁଛନ୍ତି ତେବେ କୈାଣସି ଅଜଣା ସୋର୍ସରୁ ଥାର୍ଡ ପାର୍ଟି ଆପ ଡାଉନଲୋଡ କରନ୍ତୁ ନାହିଁ । ଏଥିପାଇଁ ଫୋନର ସେଟିଙ୍ଗକୁ ଯାଇ ଅନନୋନ ସୋର୍ସର ଅପସନକୁ ଅନ କରିଦିଅନ୍ତୁ  । ଯାହା ମୋବାଇଲକୁ ଆସୁଥିବା ଅଜଣା ସୋର୍ସର ଆପକୁ ଡାଉନଲୋଡ ହେବାରେ ରୋକିପାରିବ । ଅନେକ ଲୋକ ଗୁଗୁଲ ଆକାଉଣ୍ଟ ସହିତ ଅନ୍ୟ କେତେକ ଆପରେ ମଧ୍ୟ ସମାନ ପାସୱାର୍ଡ ରଖିଥାନ୍ତି । ଏଭଳି କରିବା ଦ୍ୱାରା ତଥ୍ୟ ଚୋରି ହେବାର ସମ୍ଭାବନା ଥାଏ । ସମୟ ବ୍ୟବଧାନରେ ଆପଗୁଡ଼ିକର ପାସୱାର୍ଡ ପରିବର୍ତ୍ତନ କରିବା ଦ୍ୱାରା ଫୋନରେ ଥିବା ତଥ୍ୟ ସୁରକ୍ଷିତ ରହିବ ।

କୈାଣସି ଆପ ଡାଉନଲୋଡ କରିବା ପୂର୍ବରୁ ସମସ୍ତଙ୍କୁ କେତେଗୁଡ଼ିଏ ସର୍ତ୍ତ ସହ କେତେକ ପରମିସନ ମାଗିଥାଏ । ଆମ ଭିତରୁ ଅନେକ ଲୋକ ଏ ସବୁକୁ ନ ପଢ଼ି ଅନୁମତି ପ୍ରଦାନ କରିଦେଇଥାନ୍ତି । ଯାହା ଦ୍ୱାରା ପରେ ନିଜର ହିଁ କ୍ଷତି ହୋଇଥାଏ । ତେଣୁ କୈାଣସି ଆପ ଡାଉନଲୋଡ କରିବା ପୂର୍ବରୁ ଏହାର ସମସ୍ତ ସର୍ତ୍ତ ଧ୍ୟାନ ଦେଇ ପଢ଼ିବା ସହ ସମସ୍ତ ସୂଚନା ପରେ ହିଁ ଅନୁମତି ଦିଅନ୍ତୁ ।

Leave a Reply