ଆମେରିକାକୁ ପଛରେ ପକାଇ ବିଶ୍ବର ସବୁଠାରୁ ଧନୀ ଦେଶ ହେଲା ଚୀନ

ନୂଆଦିଲ୍ଲୀ: ଆମେରିକାକୁ ପଛରେ ପକାଇଲା ଚୀନ । ବିଶ୍ବର ଧନୀ ଦେଶ ତୁଳନାରେ ଆମେରିକାକୁ ପଛରେ ପକାଇ ବିଶ୍ବରେ ସବୁଠାରୁ ଧନୀ ଦେଶ ହୋଇଛି ଚୀନ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବର ଧନ ତିନିଗୁଣ ବୃଦ୍ଧି ପାଇଛି । ତେବେ ଏହି ସମ୍ପତ୍ତି ମଧ୍ୟରୁ ଏକ ତୃତୀୟାଂଶ ଚୀନର ବୃଦ୍ଧି ପାଇଛି । ମ୍ୟାକକିନସି ଆଣ୍ଡ କୋ’ରେ କାର୍ଯ୍ୟ କରୁଥିବା ପରାମର୍ଶଦାତାମାନଙ୍କର ଅନୁସନ୍ଧାନ ଦଶଟି ଦେଶର ବାଲାନ୍ସ ସିଟ୍ ବିଶ୍ଲେଷଣ କରିଥିଲା ଯାହା ମିଳିତ ଭାବରେ ବିଶ୍ବର ମୋଟ ଆୟର ୬୦ ପ୍ରତିଶତ ଧାରଣ କରିଥାଏ । ୨୦୨୦ ବିଶ୍ବର ମୋଟ ସମ୍ପତ୍ତି ୫୧୪ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଯାହା ୨୦୦୦ ମସିହାରେ ୧୫୬ ଟ୍ରିଲିୟନ ଡଲାର ଥିଲା । ତେବେ ବୃଦ୍ଧି ହୋଇଥିବା ମୋଟ ସମ୍ପତ୍ତି ମଧ୍ୟରୁ ଚୀନର ଏକ ତୃତୀୟାଂଶ ରହିଥିଲା ।

ରିପୋର୍ଟ ଅନୁଯାୟୀ ବିଶ୍ବର ସବୁଠାରୁ ଧନୀ ଦେଶ ଚୀନ ଓ ଦ୍ୱିତୀୟକୁ ଖସି ଆସିଥିବା ଆମେରିକାର ଧନର ଏକ ବଡ଼ ଅଂଶ କେବଳ କିଛି ଧନୀ ଶ୍ରେଣୀର ବ୍ୟକ୍ତିଙ୍କ ପାଖରେ ରହିଛି । ଅନ୍ୟପଟେ ଧନୀ ଦେଶ ଗୁଡ଼ିକରେ ସବବୁଠାରୁ ଅଧିକ ଧନ ଦଶ ପ୍ରତିଶତ ଜନସଂଖ୍ୟାଙ୍କ ପାଖରେ ରହିଛି । ରିପୋର୍ଟରେ ଆହୁରି କୁହାଯାଇଛି କି ଏହିସବୁ ଧନୀ ଦେଶ ଗୁଡ଼ିକରେ ଧନୀକ ଶ୍ରେଣୀର ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ଯାହାଫଳରେ ଧନୀ ଓ ଗରିବ ଦେଶ ଗୁଡ଼ିକ ମଧ୍ୟରେ ଏକ ଅନ୍ତର ବଢ଼ିଚାଲିଛି ।

ପ୍ରକାଶିତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛ ଯେ, ୨୦୦୦ ମସିହାରେ ଦୁନିଆର ସମ୍ପତ୍ତି ୧୫୬ ଟ୍ରିଲିୟନ ଡଲାର୍ ଥିଲା ଯାହା ୨୦୨୦ ମସିହା ସୁଦ୍ଧା ବୃଦ୍ଧି ପାଇ ୫୧୪ ଟ୍ରିଲିୟନ ଡଲାର୍ ହୋଇଛି । ମୈକିନ୍ସେ ଗ୍ଲୋବାଲ୍ ଇନଷ୍ଟିଚ୍ୟୁଟର ଜଣେ ସହଯୋଗୀ ଜୀନ ମିଶକେ କହିଛନ୍ତି ଯେ, ଅନେକ ଗୁଡ଼ିଏ ଦେଶ ଏବେ ଧନୀ ହୋଇହୋଇ ଯାଉଛନ୍ତି । ଧନୀକ ବ୍ୟକ୍ତିଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

Leave a Reply