ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଏକ୍ସପ୍ରେସ ଓ୍ବେ’ରେ ଅବତରଣ କଲେ ମୋଦି; ଉଦଘାଟନ କଲେ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ

1 min read

ଲକ୍ଷ୍ନୌ: ଲୋକାର୍ପଣ ହୋଇଛି ବହୁ ପ୍ରତିକ୍ଷିତ ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଲତାନପୁରରେ ଏହି ଏକ୍ସପ୍ରେସ ଓ୍ବେ’ର ଉଦଘାଟନ କରିଛନ୍ତି । ଏହି ପୂର୍ବାଞ୍ଚଳ ଏକ୍ସପ୍ରେସ ଓ୍ବେ ଉଦଘାଟନ କରିବା ପାଇଁ ମୋଦିଙ୍କ ବିମାନ ଆଜି ଏହି ଏକ୍ସପ୍ରେସ ଓ୍ବେରେ ଅବତରଣ କରିଥିଲା ।  ହର୍କ୍ୟୁଲସ ବିମାନ ଦ୍ବାରା ଏକ ଏକ୍ସପ୍ରେସ ଓ୍ବେ’ର ପହଞ୍ଚିବାରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ଏହା ଉତ୍ତର ପ୍ରଦେଶର ତୃତୀୟ ଏକ୍ସପ୍ରେସ ଓ୍ବେ ଯେଉଁଠାରେ ବାୟୁ ସେନାର  ଯୁଦ୍ଧ ବିମାନ ଅବତରଣ କରିଛି । ଏହା ପୂର୍ବରୁ ଆଗ୍ରା ଏକ୍ସପ୍ରେସ ଓ୍ବେ ଓ ଯମୁନା ଏକ୍ସପ୍ରେସ ଓ୍ବେରେ ଯୁଦ୍ଧ ବିମାନ ଅବତରଣ କରିସାରିଛି । ଅନ୍ୟପଟେ ଆଜି ମୋଦି ଏହି ଏକ୍ସପ୍ରେସ ଓ୍ବେକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ଥିବାରୁ  ଏଠିକାର ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ି କରାଯାଇଥିଲା । ମୋଦିଙ୍କ ସଭାର ୧୦ କିଲୋମିଟର ପର୍ଯ୍ୟନ୍ତ ଏରିଆ ସୁରକ୍ଷା ଘେରରେ ରହିଥିଲା ।

ଟଚ୍ ଆଣ୍ଡ ଗୋ ଅପରେଶନ ମାଧ୍ୟମରେ ଯୁଦ୍ଧ ବିମାନ ଏହି ଏକ୍ସପ୍ରେସ ଓ୍ବେକୁ ଟଚ୍ କରି ପୁଣି ଉଡିବାର କାର୍ଯ୍ୟକ୍ରମ ରହିଛି । ଆଜି ଉଦଘାଟନୀ ଉତ୍ସବରେ ହେବାକୁ ଥିବା ଏୟାର ଶୋ’ରେ ସୁଖୋଇ, ମିରାଜ, ରାଫେଲ, ଏଏନ-୩୨, ସୂର୍ଯ୍ୟକରିଣ ପରି ଯୁଦ୍ଧ ବିମାନ ଏହି ଏୟାର ଶୋ’ରେ ସାମିଲ ହେବ । ଫ୍ରାନ୍ସଠାରୁ କିଣାଯାଇଥିବା ରାଫେଲ ଯୁଦ୍ଧ ବିମାନ ପ୍ରଥମ ଥର ଭାରତ କେଉଁ ଏକ୍ସପ୍ରେସ ଓ୍ବେରେ ଅବତରଣ କରିବ । ସୁଲତାନପୁରରେ ଏହି ଏୟାର ଷ୍ଟ୍ରିପ୍ ନିର୍ମାଣ ପରେ ଉତ୍ତରପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଯେଉଁଠାରେ ଏକ୍ସପ୍ରେସ ଓ୍ବେ’ରେ ତିନୋଟି ଏୟାର ଷ୍ଟ୍ରିପ୍ ନିର୍ମାଣ କରାଯାଇଛି ।  ସୁଲତାନପୁର ଏୟାର ଷ୍ଟ୍ରିପରେ ବିମାନ ଅବତରଣ କରିବା ପୂର୍ବରୁ ଉତ୍ତର ପ୍ରଦେଶର ଆଗ୍ରା ଏୟାର ଷ୍ଟ୍ରିପରେ ଭାରତୀୟ ବାୟୁ ସେନା ମିରାଜ ୨୦୦୦, ଶୁଖେଇ-୩୦ ଏବଂ ସୁପର ହର୍କ୍ୟୁଲେସ ଯୁଦ୍ଧ ବିମାନକୁ ସଫଳ ଭାବରେ ଅବତରଣ କରିସାରିଛି ।

 

Leave a Reply