spot_img
Home Blog Page 5074

ଜେଲରେ ଆର୍ଯ୍ୟନଙ୍କ ପାଇଁ ଆସିଲା ୪୫୦୦ ଟଙ୍କାର ମନି ଅର୍ଡର, ଗୌରୀ-ଶାହରୁଖଙ୍କ ସହ ଭିଡ଼ିଓ କଲରେ କଥା ହେଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଫସିବା ସହ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । ପ୍ରଥମେ ତାଙ୍କୁ କ୍ୱାରେଣ୍ଟାଇନ୍ ବ୍ୟାରେକରେ ରଖାଯାଇଥିଲା ବେଳେ ଏବେ ସାଧାରଣ ବ୍ୟାରେକକୁ ପଠାଇଦିଆଯାଇଛି । ଏଥିସହିତ ତାଙ୍କୁ କଏଦୀ ନଂ ମଧ୍ୟ ଦିଆଯାଇଛି । ତାଙ୍କ କଏଦୀ ନଂ ରହିଛି ୯୫୬ ।

ଏବେ ଜେଲରେ ସେ କଏଦୀ ନଂ ଭାବେ ପରିଚିତ ହୋଇଛନ୍ତି । ଏଥିସହିତ ଜେଲ୍ କ୍ୟାଣ୍ଟିନରୁ ଖାଦ୍ୟ ଖାଇବା ଲାଗି ତାଙ୍କୁ ପରିବାର ପକ୍ଷରୁ ୪୫୦୦ ଟଙ୍କା ମନି ଅର୍ଡର ଦିଆଯାଇଛି । ଜେଲର ନିୟମ ଅନୁସାରେ ଜଣେ କଏଦୀଙ୍କୁ ଗୋଟିଏ ମାସରେ କେବଳ ୪୫୦୦ ମନି ଅର୍ଡର ପାଇଁ ଅନୁମତି ରହିଛି ।

ସେହିପରି କ୍ରୁଜ୍ ସିପ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅକ୍ଟୋବର ୨୦ ତାରିଖକୁ ସୁରକ୍ଷିତ ରଖିଛନ୍ତି ବିଚାରପତି ବି ବି ପାଟିଲ୍ । ଗତ ଅକ୍ଟୋବର ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଶୁଣାଣି ସମୟରେ ତାଙ୍କ ଓକିଲ ଜାମିନ ପାଇଁ ଗୁହାରୀ କରିଥିଲେ । ଯାହାଫଳରେ ଆଉ କୌଣସି କୋର୍ଟରେ ଜାମିନ ଆବେଦନ କରିପାରିବେ ନାହିଁ ଆର୍ଯ୍ୟନ୍ । ଏହାକୁ ନେଇ ତାଙ୍କ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ଖାଲି ଏତିକି ନୁହେଁ ପୁଅର ଭବିଷ୍ୟତ ଚିନ୍ତାରେ ରହିଛନ୍ତି ଏବେ ବାପା ଶାହରୁଖ ଓ ମାଆ ଗୌରୀ।

କିଛି ଦିନ ତଳେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ସିପରେ ଚଢାଉ କରିଥିଲେ । ଏହି ସମୟରେ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମଚାଣ୍ଟ୍ ଓ ମୁନମୁନ୍ ଧମେଚାଙ୍କୁ ହେପାଜତରେ ନେଇଥିଳା ଏନସିବି। ଅକ୍ଟୋବର ୨ ତାରିଖରେ ପଚରାଉଚରା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା ।

 

Global Hunger Index: ଖାଦ୍ୟ ସଙ୍କଟ ତାଲିକାରେ ଭାରତ ସ୍ଥାନ ୧୦୧

ନୂଆଦିଲ୍ଲୀ: ଭାରତରେ ବଢୁଛି ଖାଦ୍ୟ ସଙ୍କଟ । ପୁଷ୍ଟିହୀନତା ଓ କ୍ଷୁଧା ମେଣ୍ଟାଇବାରେ ଭାରତ ସ୍ଥିତି ଉଦବେଗଜନକ ହେଉଥିବା ଜଣାପଡିଛି। ପଡୋଶୀ ଦେଶଠାରୁ ବି ପଛରେ ରହିଛି ଦେଶ । ଭୋକ ମେଣ୍ଟାଇବାରେ ପାକିସ୍ତାନ, ବାଂଲାଦେଶ ଓ ନେପାଳଠାରୁ ପଛରେ ହିନ୍ଦୁସ୍ତାନ।

୨୦୨୦ରେ ୯୪ ସ୍ଥାନରେ ଥିବା ଭାରତ ୨୦୨୧ରେ ୧୦୧ତମ ସ୍ଥାନରେ ପହଞ୍ଚିଛି । ୧୧୬ଟି ଦେଶକୁ ନେଇ କରାଯାଇଥିବା ସର୍ଭେ ପରେ ଏ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରିଛି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ବା GHI । କୁପୋଷଣ, ଶିଶୁଙ୍କ ପୃଷ୍ଟିକରଣ, ଅପପୃଷ୍ଟି ଆଦି ବିଭିନ୍ନ ଦିଗକୁ ଲକ୍ଷ୍ୟ କରି ଏହି ସୂଚକାଙ୍କ ପ୍ରସ୍ତୁତ କରାଯାଇଥାଏ । ତେବେ ଆର୍ଥିକ ଅସ୍ଥିରତା ଥିବା ସତ୍ତ୍ବେ ପଡୋଶୀ ରାଷ୍ଟ୍ରଗୁଡ଼ିକ ମଧ୍ୟ ଭାରତଠାରୁ ଆଗରେ ରହିଛନ୍ତି ।

ଚୀନ୍, ବ୍ରାଜିଲ୍ ଓ କୁଏତ୍ ସମେତ ୧୮ଟି ଦେଶ ୫ରୁ କମ୍ ଜିଏଚଆଇ ସ୍କୋର୍ ସହ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି । ଭାରତର ଜିଏଚଆଇ ସ୍କାେର୍ ୨୦୦୦ ମସିହାରେ ୩୮.୮ ରହିଥିବା ବେଳେ ୨୦୧୨ ଓ ୨୦୨୧ ମଧ୍ୟରେ ୨୮.୮-୨୭.୫ ରହିଥିଲା । ଖାସକରି ଜିଏଚଆଇ ସ୍କୋର୍ ର ଗଣନା ୪ ସୂଚକାଙ୍କ ଉପରେ ହୋଇଥାଏ । ଯେଉଁଥିରେ  ଅଳ୍ପପୋଷଣ, କୁପୋଷଣ, ଶିଶୁ ବୃଦ୍ଧି ହାର ଓ ଶିଶୁ ମୃତ୍ୟୁ ହାର ମଧ୍ୟ ସାମିଲ ରହିଛି ।

ନେପାଳ ଓ ବାଂଲାଦେଶ ୭୬ ନମ୍ବରରେ ଥିବା ବେଳେ ମିଆଁମାର ୭୧ ଓ ପାକିସ୍ତାନ ୯୨ ନମ୍ବରରେ ରହିଛି । କ୍ଷୁଧା ମେଣ୍ଟାଇବା ଓ ପୁଷ୍ଟିହୀନତାରେ ଚାଇନା, ବ୍ରାଜିଲ ଏବଂ କୁଏତ କମ୍ GHI ସ୍କୋର ପାଇଁ ଶୀର୍ଷରେ ରହିଛନ୍ତି । ୧୧୬ ଦେଶକୁ ନେଇ ପ୍ରସ୍ତୁତ ହୋଇଥିବା ତାଲିକାର ସବୁଠୁ ତଳେ ରହିଛି ଆଫ୍ରିକୀୟ ରାଷ୍ଟ୍ର ସୋମାଲିଆ ।

ରାଉରକେଲାରେ ପଡ଼ିଛି ଦୁଇଟି ରକ୍ତ ଜୁଡୁବୁଡ଼ୁ ମୃତଦେହ, କିଏ କଲା ହତ୍ୟା ?

ରାଉରକେଲା: ଷ୍ଟିଲ ସିଟିରେ ରକ୍ତପାତ  ।  କଲୋନୀ ରାସ୍ତାରେ ଯୁବକଙ୍କୁ ହତ୍ୟା । ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡିଛି ମୃତଦେହ । ମିଳିଥିବା ସୂଚନା ମୁତବାକ ମୃତ ଯୁବକ ଜଣଙ୍କ ହେଉଛନ୍ତି ଗୋପବନ୍ଧୁପାଲି ଗାଁର ବମବମ୍ ଘୋଷ । ଗୋପବନ୍ଧୁପାଲି ଫାଣ୍ଡି ନିକଟରେ ହତ୍ୟାକାଣ୍ଡ ଘଟିଛି । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ, ପ୍ଲାଣ୍ଟ ସାଇଟ୍ ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେପଟେ ଶିଳପୁଆରେ ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେହିପରି ସହରର ଅନ୍ୟ ଏକ ସ୍ଥାନରେ ମଧ୍ୟ ଘଚିଠି ଏଭଳି ଅଭାବନୀୟ ଘଟଣା  ।  ବୁଦାମୂଳରୁ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଉରକେଲା ସହରର ସେକ୍ଟର ୫ ନିକଟସ୍ଥ ଏକ ବୁଦାମୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କୁ କେହି ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ । ମୃତ ଯୁବକ ହେଲେ ସେକ୍ଟର ୬ ବିଦ୍ୟାନଗରୀ ବସ୍ତିର ମନୋରଞ୍ଜନ ବାଗ ।

ମିଳିଥିହା ସୂଚନା ମୁତବାକ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସେକ୍ଟର ୭ ଥାନା ପୋଲିସ ଓ ରାଉରକେଲା ଅତିରିକ୍ତ ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସାଇଣ୍ଟିଫିକ ଟିମ ଓ ପୋଲିସର ସନ୍ଧାନୀ କୁକୁର ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ କରୁଛି । ତେବେ ଦଶହରା ଭଳି ଦିନରେ ରାଉରକେଲାରେ ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି  ।

ତୁଳସୀ ପାହାଡରେ କମ୍ୱିଂ ଅପରେସନ, ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ

ମାଲକାନଗିରି: ତୁଳସୀ ପାହାଡ଼ରେ ପୁଣି ଗୁଳିବିନିମୟ । କମ୍ବିଂ ଅପରେସନ ବେଳେ ମାଓବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷା ବାହିନୀ । ଏବେ ବି ଜାରି ରହିଛି ସର୍ଚ୍ଚ ଅପରେସନ । ଗୁଳି ବିନିମୟରେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଡିଭିଏଫ ଓ ଏସଓଜି ଟିମ୍ ଅପରେସନରେ ସାମିଲ ହୋଇଛନ୍ତି । ଦୁଇ ଦିନ ପୂର୍ବରୁ ମାଲକାନଗିରି ମାଥିଲି ତୁଳସୀ ପାହାଡ଼ରେ ଗୁଳି ବିନିମୟରେ ୩ ଜଣ ମାଓବାଦୀ ନିହତ ହୋଇଥିଲେ ।

ସେପଟୋ ପୋଲିସର କଡ଼ା ପ୍ରହରା ମାଓମୁକାବିଲା ଋଣନିତୀ ଦିନକୁ ଦିନ ସଫଳ ହେବାରେ ଲାଗିଛି  । ନିକଟରେ ମାଓବାଦୀଙ୍କ ଦୁର୍ଗ ଭୁସୁଡ଼ାଇବାରେ ସଫଳ ହେବାରେ ଲାଗିଛି ପୋଲିସ  । ମାଓ ଗତିବିଧି ଉପରେ ନଜର ରଖିବା ସହ ଅନେକ ଉପାନ୍ତ ଅଞ୍ଚଳରେ ମାଓବାଦୀଙ୍କୁ ନିପାତ କରିବାରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ପୋଲିସ  । ତେବେ ଏବେ ମଧ୍ୟ  ତୁଳସୀ ପାହାଡ଼ରେ ମାଓବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଗୁଳିବିନିମୟ ଜାରି ରହିଛି  ।

ସିଂଘୁ ବର୍ଡର: ଚାଷୀ ଆନ୍ଦୋଳନ ସ୍ଥଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ସିଂଘୁ ବର୍ଡର ସ୍ଥିତ ଚାଷୀ ଆନ୍ଦୋଳନ ସ୍ଥଳରେ ଶୁକ୍ରବାର ଦିନ ଜଣେ ଯୁବକଙ୍କ ଶବ ମିଳିଛି । ଚାଷୀ ଆନ୍ଦୋଳନ ମଞ୍ଚ ନିକଟରେ ଯେଉଁଭଳି ଭାବେ ଯୁବକଙ୍କ ମୃତଦେହ ମିଳିଛି ତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି । କେହି ଦୁର୍ବୃତ୍ତ ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ହାତ କାଟି ସିଂଘୁ ବର୍ଡର ପାର୍ଶ୍ବ ବ୍ୟାରିକେଡରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।

ସମ୍ପୃକ୍ତ ଯୁବକଙ୍କ ହତ୍ୟା ପଛରେ ନହଙ୍ଗ ଶିଖ୍ ଥିବା ଦାବି କରିଛନ୍ତି ସଂଯୁକ୍ତ କୃଷକ ମୋର୍ଚ୍ଚା । ମୃତ ଯୁବକଙ୍କ ପରିଚୟ ମିଳିଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରିଛି । ଏଥିସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି।

https://youtu.be/joOVxyLWG-w

ଏହା ବ୍ୟତୀତ ଯାଞ୍ଚରେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବୁ ବୋଲି କହିଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଅପରପକ୍ଷେ ଆଜି ସକାଳେ ଏକ ଜରୁରୀକାଳୀନ ବୈଠକ ମଧ୍ୟ ମୋର୍ଚ୍ଚା ପକ୍ଷରୁ ଡକାଯାଇଛି । ଯେଉଁଠି ଏହି ଘଟଣା ଉପରେ ଆଲୋଚନା ହେବାକୁ ଥିବା ବେଳେ ବୈଠକରେ ସଂଯୁକ୍ତ କୃଷକ ମୋର୍ଚ୍ଚାj କୋର୍ଡିନେସନ୍ କମିଟି ସାମିଲ ରହିବ ।

ଜଙ୍ଗଲକୁ ଯାଇଥିଲେ କକା-ପୁତୁରା, ଦଳିଦେଲା ହାତୀ

ସମ୍ବଲପୁର: ହାତୀ ଆକ୍ରମଣରେ ଦୁଇ ମୃତ । କକା ପୁତୁରାଙ୍କୁ ଦଳିଦେଲା ହାତୀ । ସମ୍ବଲପୁର ଜିଲ୍ଲା ରେଢାଖୋଲ ରେଂଜ ଖୋଲଗଡ ସଂରକ୍ଷିତ ଜଙ୍ଗଲରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଡିମିରିକୁଦା ଗାଁର କକା ଦୁଃଶାସନ ଭୋଇ ୫ ବର୍ଷର ପୁତୁରାକୁ ନେଇ କୌଣସି ଏକ ସ୍ଥାନକୁ ସାଇକେଲରେ ଯାଉଥିଲେ । ହେଲେ ତାଙ୍କୁ ଖୋଲଗଡ ସଂରକ୍ଷିତ ଜଙ୍ଗଲ ନିକଟରେ ହାତୀ ଆକ୍ରମଣ କରିଥିଲା ।

ମିଳିଥିବା ସୂଚନା ମୁତବାକ ଗତକାଲିଠୁ ଉଭୟ କକା-ପୁତୁରା ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ ପରିବାର ଲୋକ ପାଇନଥିଲେ  । ଆଜି ପୁନଶ୍ଟ ଖୋଜିବାକୁ ପରିବାର ଓ ଗାଁ ଲୋକ ଜଙ୍ଗଲକୁ ଯାଇଥିବାବେଳେ  ଉଭୟଙ୍କୁ ମୃତ ଦେହ  ଠାବ କରିଥିଲେ  ।  ଜଙ୍ଗଲରେ ହାତୀ ଆକ୍ରମଣରେ ଉଭୟଙ୍କ ମୃତ୍ୟୁ ହୋଇଥିବାବେଳେ ପାଖରେ ହାତୀ ଏପର୍ଯ୍ୟନ୍ତ ଜଗି ରହିଥିବା ଦେଖିବାକୁ ମିଳିଛି  । ସେପଟେ ଘଟଣାସ୍ଥଳରେ ବନବିଭାଗ ଆସି ପହଁଚିଛି  ।

 

ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା; ସତର୍କ କରାଇଲା ଗୁଇନ୍ଦା ଏଜେନ୍ସି

ନୂଆଦିଲ୍ଲୀ: ଭାରତ ବିରୋଧରେ ବଡ଼ ଧରଣର ଷଡ଼ଯନ୍ତ୍ର ଆଶଙ୍କା ରହିଛି। ଜମ୍ମୁ-କାଶ୍ମୀରରେ ବଡ଼ଧରଣର ହମଲା ନେଇ ଆତଙ୍କବାଦୀ ଯୋଜନା ହେବା ନେଇ ସୂଚନା ମିଳିଛି। ନିକଟରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଓ ଆତଙ୍କବାଦୀ ସଂଗଠନ ମଧ୍ୟରେ ହୋଇଥିବା ବୈଠକରେ ନିଷ୍ପତ୍ତି ହୋଇଛି ।

ମିଟିଂରେ ଭାରତରେ ବଡ଼ ଧରଣର ହମଲା କରିବା ପାଇଁ ଯାଜନା କରାଯାଇଛି। ଏନେଇ ଭାରତକୁ ସତର୍କ କରାଇଛି ଗୁଇନ୍ଦା ଏଜେନ୍ସି। ଭାରତୀୟ ଗୁଇନ୍ଦା ସଂସ୍ଥାର ସୂଚନା ମୁତାବକ, ୨୧ ସେପ୍ଟେମ୍ବରରେ POKର ମୁଜାଫରନଗରଠାରେ ISI ଏଜେଣ୍ଟ ଓ ଆତଙ୍କୀ ସଂଗଠନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଜାମ୍ମୁ-କାଶ୍ମୀରରେ ପୁଲୱାମା ଭଳି ହମଲା ପାଇଁ ଯୋଜନା ହୋଇଛି ଗୁଇନ୍ଦା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ।

ଘାଟିରେ ସାଧାରଣ ଲୋକଙ୍କୁ ଟାର୍ଗେଟ ଓ ହମଲା ପାଇଁ ଦାୟୀ କରିବାକୁ ନୂଆ ନୂଆ ଆତଙ୍କୀ ସଂଗଠନ ମଧ୍ୟ ଗଢ଼ାଯାଉଛି । ପୋଲିସ, ସୁରକ୍ଷାକର୍ମୀ ଓ ସୁରକ୍ଷାକର୍ମୀଙ୍କ ଖବରୀ ହିସାବରେ କାର୍ଯ୍ୟ କରୁଥିବା ସାଧାରଣ ନାଗରିକ ଏବଂ ଗୁଇନ୍ଦା ସଂସ୍ଥା କର୍ମଚାରୀଙ୍କୁ ଟାର୍ଗେଟ କରିବା ପାଇଁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ୍ । ବୈଠକରେ ପ୍ରାଥମିକ ଭାବେ ୨ଶହ ଲୋକଙ୍କ ହିଟ୍ ଲିଷ୍ଟ ଜାରି କରାଯାଇଛି । ଏଥିରେ କେତେଜଣ କାଶ୍ମୀର ପଣ୍ଡିତଙ୍କ ନାମ ମଧ୍ୟ ରହିଛି ।

ପୁଞ୍ଚରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳି ବିନିମୟ; ଜେସିଓଙ୍କ ସମେତ ଦୁଇ ଯବାନ ସହିଦ

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣ। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିଚାଳନାରେ ଜଣେ ଜୁନିଅର କମିଶନଡ୍ ଅଫିସର (ଜେସିଓ)ଙ୍କ ସମେତ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି।

ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ପୁଞ୍ଚ-ରଜୌରୀ ଜଙ୍ଗଲରେ ଆତଙ୍କୀ ଗତିବିଧି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଉଭୟ ପକ୍ଷରୁ ଗୁଳିଚାଳନା ବେଳେ ଜଣେ ଜେସିଓ ସହିଦ ହୋଇଛନ୍ତି। ଏହି ଘଟଣାରେ ୨ଯବାନ ଗୁରୁତର ଆହତ ହୋଇଛନ୍ତି। ଜମ୍ମୁ-ପୁଞ୍ଚ-ରଜୌରୀ ହାଇୱେକୁ ବନ୍ଦ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି।

ଗତକିଛି ଦିନ ଧରି ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାରୁ ସେନା ପକ୍ଷରୁ ଜାରି ରହିଛି ସ୍ବତନ୍ତ୍ର ଅପରେସନ । ତିନିଦିନ ତଳେ ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିଚାଳନାରେ ୫ଯବାନ ସହିଦ ହୋଇଥିଲେ ।

ଜନ୍ମଦିନ ପାଳିବେନି ନବୀନ, ଅସହାୟ ପରିବାରକୁ ସାହାଯ୍ୟ ଓ ରକ୍ତଦାନ ପାଇଁ ଶୁଭେଛୁଙ୍କୁ ସନ୍ଦେଶ

ଭୁବନେଶ୍ୱର: ଶନିବାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ । ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ । କୋଭିଡ଼ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ ।

କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ ସମସ୍ତେ କଠିନ ସମୟ ଦେଇ ଗତି କରୁଛୁ । ତେଣୁ ଆସନ୍ତାକାଲି ନବୀନ ନିବାସ ନ ଆସି କୋଭିଡ଼ରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଏବଂ ରକ୍ତ ଦାନ ଭଳି ମହତ୍ କାର୍ଯରେ ସମସ୍ତେ ସାମିଲ ହେଲେ ତାହା ତାଙ୍କ ପାଇଁ ସବୁଠାରୁ ବଡ ଶୁଭେଚ୍ଛା ହେବ ବୋଲି ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ପୂଜାଛୁଟି ପରେ କ୍ଲାସ: ୨୧ରୁ ଖୋଲିବ +2, ୨୫ରୁ ଅଷ୍ଟମ ଶ୍ରେଣୀ

ଭୁବନେଶ୍ୱର:  ପୂଜା ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅକ୍ଚୋବର ୨୧ରୁ ଖୋଲିବ ଯୁକ୍ତ ୨ ପ୍ରଥମ ବର୍ଷ କ୍ଲାସ୍ ଏବଂ ୨୫ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କର ହେବ ଅଫଲାଇନ କ୍ଲାସ୍ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଛି ଖସଡା ପ୍ରସ୍ତୁତ  । ଏନେଇ  ଆସନ୍ତାକାଲି ଡିଇଓଙ୍କ ସହ ଆଲୋଚନା କରିବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ମନ୍ତ୍ରୀ ସମୀର ଦାଶ ।

ସେପଟେ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ୍ କେବେ ଖୋଲିବ ସେନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ହେବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ । ପ୍ରଥମରୁ ଅଷ୍ଟମ ଯାଏଁ ଚାଲିଛି ଅନଲାଇନ ପାଠପଢା । ଏବେ ନବମ, ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଛି ଶ୍ରେଣୀଗୃହରେ ପାଠପଢା । କରୋନା ପାଇଁ ୨ ବର୍ଷ ହେଲା ବାଧାପ୍ରାପ୍ତ ହୋଇଛି ଶିକ୍ଷା ବ୍ୟବସ୍ଥା ।