ଲକଡାଉନରେ ପ୍ରଦୂଷଣ ହ୍ରାସ ‘ଓଜନସ୍ତର’ ବୃଦ୍ଧି

ଦିଲ୍ଲୀ : ଦିଲ୍ଲୀରେ ଲକଡାଉନ ଲଗାଯାଇଥିବା ବେଳେ ଦିଲ୍ଲୀ ବାୟୁମଣ୍ଡଳ ବିଶୁଦ୍ଧ ହେବା ସହ ଅନେକ ସଫା ମଧ୍ୟ ଦେଖାଯାଉଥିଲା । ଏପରିକି ଏଭେରେଷ୍ଟ ଶୃଙ୍ଗ ଦେଖାଯିବା ସହ ହିମାଳୟ ପର୍ବତର ଶିଖର ଦେଖାଯାଉଥିଲା । ପୂର୍ବରୁ ଦିଲ୍ଲୀରେ ଲକଡାଉନ ନିୟମ ଲଗାଯାଇଥିବାରୁ ଦିଲ୍ଲୀରେ ଅନେକ ମାତ୍ରାରେ ପ୍ରଦୂଷଣର ହାର କମ୍ ହୋଇଥିଲା ସତ ମାତ୍ର ଲକଡାଉନ କାରଣରୁ ଯେତେ ପରିମାଣରେ ବାୟୁ ପ୍ରଦୂଷଣ ହାର ହ୍ରାସ ହେବାର ଅନୁମାନ କରାଯାଇଥିଲା ସେତେ ମାତ୍ରାରେ ପ୍ରଦୂଷଣ ହାର କମିନଥିଲା । ଏହାର ବଡ଼ କାରଣ ଏବେ ଏକ ରିପୋର୍ଟରୁ ଜଣାପଡ଼ିଛି । ନିକଟରେ ଅର୍ନ୍ତରାଷ୍ଟ୍ରୀୟ ରିପୋର୍ଟ ଅନୁସାରେ ବାୟୁ ପ୍ରଦୂଷଣ ହ୍ରାସ ନ ହେବାର ମୁଖ୍ୟ କାରଣ ଓଜନସ୍ତର ।

କାନାଡ଼ା ସ୍ଥିତ ୟାର୍କ ୟୁନିଭର୍ସିଟି ରିପୋର୍ଟ ଅନୁଯାୟୀ ଲକଡାଉନ କାରଣରୁ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ହ୍ରାସ ହେଲା ସତ ମାତ୍ର ଓଜନସ୍ତରରେ କୈାଣସି ପରିବର୍ତ୍ତନ ଦେଖାଯାଇନଥିଲା । ଏହା ହ୍ରାସ ହେବା ପରିବର୍ତ୍ତେ ବୃଦ୍ଧି ପାଇଥିବାର ଦେଖାଦେଇଥିଲା । ୟାର୍କ ୟୁନିଭର୍ସିଟିର କର୍ମକର୍ତ୍ତାଙ୍କ କହିବାନୁସାରେ ଲକଡାଉନରେ ବାୟୁପ୍ରଦୂଷଣର ମାତ୍ରା ହ୍ରାସ ହୋଇଥିବାର ଦେଖାଯାଇଥିଲା ଏହାର କାରଣ ଥିଲା ଦିଲ୍ଲୀରେ ଯାନବାହାନ ଚଳାଚଳ ଉପରେ ଲଗାଯାଇଥିଲା ପ୍ରତିବନ୍ଧକ । ଯାତାୟତ ବ୍ୟବସ୍ଥା ଅନେକ ମାତ୍ରାରେ କମିଯାଇଥିବାରୁ ପ୍ରଦୂଷଣ ମାତ୍ରା କମ୍ ହେବାର ଦେଖାଯାଇଥିଲା । ଏହି କାରଣରୁ ଆକାଶ ନିର୍ମଳ ଦେଖାଯାଉଥିଲା ।

ଏହି ରିପୋର୍ଟ ଅନୁସାରେ ଓଜନସ୍ତର ଦିଲ୍ଲୀରେ ଲକଡାଉନ ସମୟରେ ପ୍ରଦୂଷଣରେ ସହାୟ ହେଉଥିବା ପଦାର୍ଥ ଅନେକ ମାତ୍ରାରେ ହ୍ରାସ ହେଲା ସତ ମାତ୍ର ଓଜନସ୍ତର ଖୁବ୍ ବୃଦ୍ଧି ପାଇଥିଲା । ବାୟୁମଣ୍ଡଳ ସହ ଆକାଶ ଅନେକ ସଫା ଦେଖାଯିବା ସଙ୍ଗେ ସଙ୍ଗେ ସୂର୍ଯ୍ୟଙ୍କର ଉଜ୍ଜ୍ୱଳ କିରଣ ମଧ୍ୟ ଦେଖାଦେଇଥିଲା । ମାତ୍ର ଏହି କାରଣରୁ ୩୦ ପ୍ରତିଶତ ଓଜନସ୍ତର ବୃଦ୍ଧି ପାଇଥିଲା ।

Leave a Reply