spot_img
Home Blog Page 5073

ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ କହିବାରୁ ଭାଙ୍ଗିଲେ ପୋଲିସ ଗାଡ଼ି

ବରଗଡ଼: କରୋନା କଟକଣା ଭିତରେ ଦୁର୍ଗାପୂଜା ପାଇଁ ଅନୁମତି ରହିଛି । କୌଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । କରୋନା କଟକଣା ଉଲ୍ଲଂଘନ କରି ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବନ୍ଦ କରିବାକୁ ଯାଇ ଆକ୍ରୋଶର ଶିକାର ହୋଇଛି ପୋଲିସ । ଝାରବନ୍ଧ ଥାନା ଡଭା ଗାଁର ମଣ୍ଡପରେ ମାଆଙ୍କ ପୂଜା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା ।

People Vandalised Police Van In Bargarh

ସୂଚନା ପାଇ ପୋଲିସ ପହଞ୍ଚି ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ପାଇଁ କହିଥିଲା । ପ୍ରବଳ ଭିଡ଼ ମଧ୍ୟରେ ପୋଲିସର କଥା କେହି ଶୁଣିନଥିଲେ । ଓଲଟା ପୋଲିସକୁ ଗାଳିଗୁଳଜ କରିବା ସହ ପିସିଆର୍ ଭ୍ୟାନ କାଚକୁ ଭାଙ୍ଗି ଦେଇଛନ୍ତି । ଗୁରୁବାର ରାତି ପ୍ରାୟ ୯ଟା ବେଳେ ଏ ଘଟଣା ଘଟିଛି । ଏନେଇ ଝାରବନ୍ଧ ପୋଲିସର ପ୍ରତ୍ରିକ୍ରିୟା ମିଳିପାରିନାହିଁ ।

ମସଜିଦରେ ବିସ୍ଫୋରଣ: ୩୨ ମୃତ, ଏକାଧିକ ଗୁରୁତର

କାନ୍ଦାହର: ଆଫଗାନିସ୍ତାନରେ ପୁଣି ଆତଙ୍କବଦୀ ଆକ୍ରମଣ। ବିସ୍ଫୋରଣରେ ଥରିଛି କାନ୍ଦାହର। ଆତଙ୍କବଦୀ ସରକାରଙ୍କ ଉପରେ ଆତଙ୍କୀ ଆକ୍ରମଣ। ଟାର୍ଗେଟରେ ମସଜିଦ୍। ୩୨ ଜଣଙ୍କ ମୃତ୍ୟୁ, ଏକାଧିକ ଗୁରୁତର। ବଢ଼ିପାରେ ମୃତକଙ୍କ ସଂଖ୍ୟା । ଗୋଟିଏ ସପ୍ତାହ ମଧ୍ୟରେ ମସଜିଦରେ ଉପରେ ଏହା ଦ୍ୱିତୀୟ ଆକ୍ରମଣ ।

ଟୋଲୋ ନ୍ୟୁଜ୍ ରିର୍ପୋଟ ଅନୁସାରେ କାନ୍ଧାହାରରେ ଥିବା ପ୍ରସିଦ୍ଧ ବିବି ଫତିମା ମସଜିଦରେ ନମାଜ ପଢ଼ିବାକୁ ଶତାଧିକ ଲୋକ ଏକାଠି ହୋଇଥିଲେ। ଠିକ୍ ଏହି ସମୟରେ ହୋଇଥିଲା ଧମାକାଦାର ବିସ୍ଫୋରଣ । ୩୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରତକ୍ଷଦର୍ଶୀଙ୍କ ଅନୁସାରେ ବହୁ ସଂଖ୍ୟାରେ ଲୋକେ ଗୁରୁତର ଆହତ ହୋଇଛନ୍ତି ।

ତେବେ ବିସ୍ଫୋରଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି । ତେବେ ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ଅନୁମାନ କରାଯାଉଛି। କାରଣ ଆଇଏସଆଇଏସ ସିହା ମୁସଲମାନଙ୍କ ବଡ଼ ବିରୋଧୀ । ଗତ ଶୁକ୍ରବାର କୁନ୍ଦୁଜରେ ସିହା ମସଜିଦରେ ନମାଜ ପାଠ ବେଳେ ବିସ୍ଫୋରଣରେ ଘଟି ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ବିସ୍ଫୋରଣ ପାଇଁ ଆଇଏସଆଇଏସ ନିଜକୁ ଦାୟୀ କରିଥିଲା ।

ବୈତରଣୀରେ ଭାସୁଛି ମହିଳାଙ୍କ ଅଧା ଶରୀର; ଅଣ୍ଟା ଅଛି, ମୁଣ୍ଡ ନାହିଁ

ଆନନ୍ଦପୁର: ବୈତରଣୀ ନଦୀରେ ଭାସୁଛି ମହିଳା ମୁଣ୍ଡବିହୀନ ମୃତଦେହ । ବୈତରଣୀ ନଦୀର ଅମାରଙ୍ଗ ଘାଟ ନିକଟରେ ମୁଣ୍ଡବିହୀନ ମୃତେଦହ ଭାସୁଛି । ମୃତଶରୀରର ଅଣ୍ଟାଠୁ ଗୋଡ଼ ଥିବାବେଳେ ଉପର ଭାଗ ନାହିଁ । ମଧ୍ଯାହ୍ନରେ କିଛି ଲୋକ ନଦୀକୁ ଯାଇଥିବା ବେଳେ ମୁଣ୍ଡବିହୀନ ମୃତଦେହ ଭାସୁଥୁବା ଦେଖିଥିଲେ ।

Headless Dead Body Of Woman Floating In Baitarani

ଅଣ୍ଟା ଠାରୁ ତଳ ଶରୀର ଭାସୁଥିବା ବେଳେ ଉପର ଅଂଶ ମିଳିନାହିଁ । କେହି ମହିଳାଙ୍କୁ ହତ୍ୟା କରିବା ପରେ ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଗ୍ରାମବାସୀଙ୍କ ଠାରୁ ଖବର ପାଇ ଘସିପୁରା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

ବାଂଲାଦେଶରେ ଦୁର୍ଗା ପେଣ୍ଡାଲ ଉପରେ ଆକ୍ରମଣ ମାମଲା, ଶେଖ ହାସିନାଙ୍କ ଭାରତକୁ ପରାମର୍ଶ

ନୂଆଦିଲ୍ଲୀ: ବାଂଲାଦେଶର କୋମିଲ୍ଲା ଜିଲ୍ଳାରେ ଦୁର୍ଗାପୂଜା ସମାରୋହ ବେଳେ ପେଣ୍ଡାଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାର ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ଶେଖ ହାସିନା। ଏହି ଆକ୍ରମଣରେ ସାମିଲ ହୋଇଥିବା ବ୍ୟକ୍ତି ଯେକୗେଣସି ଧର୍ମ କିମ୍ବା ଜାତିର ହୋଇଥିଲେବି କଦାପି କ୍ଷମା ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ସେ ।

ବିବିସି ବଙ୍ଗଳାର ଏକ ରିପୋର୍ଟ ଅନୁଯାୟୀ, ଭାରତରେ ଏଭଳି କିଛି ନହେବା ଉଚିତ୍ ଯାହାର ପ୍ରଭାବ ବାଂଲାଦେଶ ଉପରେ ପଡିବ । କିମ୍ବା ଏଠାକାର ହିନ୍ଦୁମାନଙ୍କ ଉପରେ ପଡିବ ।  ବାଂଲାଦେଶର ଚାନ୍ଦିପରୁ ସ୍ଥିତ ହାଜିଗଞ୍ଜ ଉପଜିଲାରେ ବୁଧବାର ଦିନ ଦୁର୍ଗା ପୂଜା ସମାରୋହ ବେଳେ ସାମ୍ପ୍ରଦାୟିକ ହିଂସାରେ  ୩ ଜଣଙ୍କର ମୃତ୍ୟୁ ହୋଇଥିଲା  । ଆଉ ୬୦ରୁ ଅଧିକ ଆହତ ହୋଇଥିଲେ । ଏକ ଫେସବୁକ୍ ପୋଷ୍ଟରେ କୋରାନକୁ ଅପମାନ କରାଯାଇଥିବା ଦର୍ଶାଇ ହିଂସା ହୋଇଥିଲା । ଯାହା ପରେ ଅନେକ ଦୁର୍ଗା ପେଣ୍ଡାଲରେ ଭଙ୍ଗାରୁଜା କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ହସିନା ଏକ ଭିଡିଓ କନଫରେନ୍ସି ଜରିଆରେ ଢାକାର ଢାକେଶ୍ୱରି ଜାତୀୟ ମନ୍ଦିରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ । ଏହି ଅବସରରେ ସମ୍ବୋଧନ ଦେଇ ସେ କହିଥିଲେ, କାମିଲ୍ଲା ଜିଲ୍ଲାରେ ହୋଇଥିବା ଘଟଣାର ଯାଞ୍ଚ କରାଯାଉଛି । ହିନ୍ଦୁ ମନ୍ଦିର ଓ ଦୁର୍ଗା ପୂଜା ମଣ୍ଡପ ଉପରେ ଯିଏଭି ଆକ୍ରମଣ କରିଛନ୍ତି ତାକୁ ଛଡା ଯିବନାହିଁ ।

 

ସମୁଦ୍ରରେ ବୁଡ଼ି ଯିବେ ଏସିଆର ୫୦ ସହର

ବିପଦରେ ଏସିଆର ୫୦ ସହର। ସମୁଦ୍ରରେ ହୋଇଯିବେ ଲୀନ। ଭାରତର ମୁମ୍ବାଇ ସମେତ ଚୀନ, ଇଣ୍ଡୋନେସିଆ, ବାଂଲାଦେଶ ଓ ଭିଏତମାନରେ ଦେଖା ଦେବ ଜଳ ପ୍ରଳୟ। ବଢ଼ି ଚାଲିଥିବା ପ୍ରଦୃଷଣ ବିଶେଷ କରି କାର୍ବନ ଡାଇଅକ୍ସାଇଡ ହେବ ଏସିୟ ଦେଶଙ୍କ ବିନାଶର କାରଣ।

କ୍ଲାଇମେଟ କଣ୍ଟ୍ରୋଲ ନାମକ ସାଇଟରେ ଏହି ରିର୍ପୋଟର୍ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ବିଶ୍ୱର ରେଡ ଜୋନରେ ଥିବା ଦେଶରେ ସମୁଦ୍ରର ଜଳସ୍ତର ବଢ଼ିବା କାରଣରୁ ୧୫ ପ୍ରତିଶତ ଜନବସତି ପ୍ରଭାବିତ ହେବ। ଏଥିରେ ଭାରତର ମୁମ୍ବାଇକୁ ବିପଦରେ ଥିବା ଦର୍ଶାଯାଇଛି।

 

 

ଏଥିରେ ଆହୁରି ଦର୍ଶାଯାଇଛି ଯେ, ବିଶ୍ୱର ପ୍ରାୟ ୧୮୪ ସ୍ଥାନରେ ସମୁଦ୍ର ଜଳସ୍ତର ବୃଦ୍ଧିର ପ୍ରଭାବ ପଡ଼ିବ। ଫଳରେ ଏସବୁ ସହରଗୁଡ଼ିକର ବଡ଼ ଅଞ୍ଚଳ କିମ୍ବା ପୂରା ସହର ସମୁଦ୍ରରେ ଲୀନ ହୋଇଯିବ।

 

ଷ୍ଟଡି ରିର୍ପୋଟରେ କୁହାଯାଇଛି, ଆଗାମୀ ୨୦୦ରୁ ୨୦୦୦ ବଷର୍ ମଧ୍ୟରେ ପୃଥିବୀର ସ୍ଥିତି ସମ୍ପୂର୍ଣ୍ଣ ବଦଳି ଯିବ। ସ୍ଥଳଭାଗ ଉଭାନ ହୋଇଯାଇଥିବ। ଯଦି ୧.୫ ଡିଗ୍ରୀରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିବ ତେବେ ସବୁ ଗ୍ଲେସିୟର ତରଳି ଯିବ। ହିମାଳୟ ପରି ପର୍ବତ ଓ ଏଥିରେ ଥିବା ବରଫ ତରଳି ତଳି ଅଞ୍ଚଳରେ ଜଳ ପ୍ରଳୟ ସୃଷ୍ଟି କରିବେ। ଯାହା ଫଳରେ ପୃଥିବୀର ବଡ଼ ଅଂଶ ସମୁଦ୍ରରେ ବୁଡ଼ିଯିବ।

ଭାରତ, ଚୀନ, ଇଣ୍ଡୋନେସିଆ, ବାଂଲାଦେଶ ଓ ଭିଏତନାମ ଭଳି ଏସିୟ ଦେଶରେ ଅଧିକ ସଂଖ୍ୟାରେ ପାୱାର ପ୍ଲାଣ୍ଟ ରହିଛି। ଏହି ଦେଶଗୁଡ଼ିକର ଜନସଂଖ୍ୟା ମଧ୍ୟ ବହୁ ଅଧିକ। ଏଥିପାଇଁ ଏହି ଦେଶଗୁଡିକ ଉପରେ ଗ୍ଲୋବାଲ ୱାର୍ମିଂର ପ୍ରଭାବ ସବୁଠାରୁ ଅଧିକ ପଡ଼ିବ। ଏହାବାଦ ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକାରେ ବହୁ କ୍ଷତି ହେବ। ଏଠାରେ ୧୦ ଭାଗ ଅଂଶ ସମୁଦ୍ରରେ ବୁଡ଼ିଯିବ। ବହୁ ଦୀପଦେଶର ପୃଥିବର ମାନଚିତ୍ରରୁ ଉଭେଇ ଯିବ।

 

 

ସୂଚନାଯେଗ୍ୟ, ଗତ ଅଗଷ୍ଟରେ ଆଇପିସିସିର କ୍ଲାଇମେଟ୍ ରିପୋଟର୍ରେ ଦର୍ଶା ଯାଇଥିଲା ମାତ୍ର ୭୯ ବର୍ଷ ଅର୍ଥାତ ୨୧୦୦ ମସିହା ବେଳକୁ କେବଳ ଭାରତର ୧୨ ସାମୁଦ୍ରିକ ସହର ଉପରକୁ ୩ ଫୁଟ ଉଚ୍ଚାର ପାଣି ଭାଡ଼ିଯିବ। ଫଳରେ ସମୁଦ୍ର ତଟ ସଂକୁଚିତ ହୋଇଯିବ। ଏହି ସ୍ଥାନରେ ରହୁଥିବା ଲୋକଙ୍କୁ ଅନ୍ୟ ସ୍ଥାନକୁ ଯିବାକୁ ପଡ଼ିବ।

ବାଇକ୍ ସହ ଛେଳି ଧକ୍କା ହେବାରୁ ଛେଳି ମାଲିକଙ୍କୁ ହତ୍ୟା

କୋଣାର୍କ: ବାଇକ୍ ସହ ଛେଳି ଧକ୍କାରୁ ଝଗଡ଼ା ପରେ ହତ୍ୟା । ଝିମିଟି ଖେଳରୁ ମହାଭାରତ ଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ପାଟସୁନ୍ଦରପୁର ଗାଁରେ । ପାଟସୁନ୍ଦରପୁରର ଅକ୍ଷୟ ଛେଳି ଚରାଉବାକୁ ନେଉଥିଲେ । ଏହି ସମୟରେ ଗାଁର ଜଣେ ଯୁବକ ବାଇକ୍ ନେଇ ଯିବାବେଳେ ଛେଳି ସହ ଧକ୍କା ହୋଇଥିଲା । ଫଳରେ ଛେଳିଟି ଛୋଟା ହୋଇ ଯାଇଥିଲା ।

Bike Accident With Goat, Man Killed Owner In Astarang

ଏହାକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ବାଇକ୍ ଚାଳକ ଜଣଙ୍କ ଏନେଇ ଘରେ କହିଥିଲେ । ପୂର୍ବରୁ ଦୁଇ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିବା ବେଳେ ଆଜିର ଘଟଣା ପରେ ଆହୁରି ଉତ୍ତ୍ୟକ୍ତ ହୋଇ ଯାଇଥିଲେ ଘର ଲୋକ । ଶରତ ଦାଶ, ତାଙ୍କ ପୁଅ କାଳିଆ ଓ ପରିବାରର ୪ ସଦସ୍ୟ ମିଶି ଅକ୍ଷୟଙ୍କୁ ନଦୀ କୂଳରେ ଆକ୍ରମଣ କରିଥିଲେ ।

ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ କନକ ମଧ୍ୟ ଆହତ ହୋଇଛନ୍ତି । ଅକ୍ଷୟ ଓ କନକଙ୍କୁ ମଅସ୍ତରଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଡାକ୍ତର ଅକ୍ଷୟଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । ହତ୍ୟାକାଣ୍ଡ ପରେ ଫେରାର୍ ହୋଇ ଯାଇଛନ୍ତି ଅଭିଯୁକ୍ତ ।

ପୂର୍ବତନ ସେନା କର୍ମଚାରୀଙ୍କ ଗୁଳିରେ ଜଣେ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଗୁଳିକାଣ୍ଡ ଘଟିଛି । ପୂର୍ବତନ ସେନା କର୍ମଚାରୀ ପ୍ରସନ୍ନ ନାୟକଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ବିଭୂତି ଭୂଷଣ ଜେନାଙ୍କୁ ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲ ପରେ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ବିଭୂତିଙ୍କ ତଳି ପେଟରେ ଗୋଟିଏ ଗୁଳି ବାଜିଥିବା ଜଣାପଡ଼ିଛି ।

Ex Army Employee Firing, One Injured In Khordha 1

ତେବେ ପ୍ରସନ୍ନ କାହିଁକି ଗୁଳିମାଡ଼଼ କଲେ ତାର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଗଣ୍ଡଗୋଳ ଯୋଗୁ ଗୁଳିମାଡ଼ ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା ମେଡିକାଲରେ ଗୁରୁତରଙ୍କୁ ଭେଟିଛନ୍ତି । ଗୁଳିମାଡ଼ କରି ଫେରାର୍ ହୋଇ ଯାଇଥିବା ପ୍ରସନ୍ନଙ୍କୁ ବନ୍ଧୁକ ଏବଂ ଦୁଇ ରାଉଣ୍ଡ ଗୁଳି ସହ ପୋଲିସ ଧରିଛି ।

ମୋଦିଙ୍କ ଦଶହରା ଭେଟି: ୭ଟି ପ୍ରତିରକ୍ଷା କମ୍ପାନୀର ଲୋକାପର୍ଣ

ନୂଆଦିଲ୍ଲୀ: ପାକିସ୍ତାନ-ଚୀନ ସହ ସୀମା ବିବାଦ ଭିତରେ ପ୍ରତିରକ୍ଷା କ୍ଷେତ୍ରରେ ଶକ୍ତି ବଢ଼ାଇବାରେ ଲାଗିଛି ଭାରତ। ନୂଆ ନୂଆ ମିଜାଇଲ ପରୀକ୍ଷଣ କରି ହେଉ ବା ପ୍ରତିରକ୍ଷା ସରଞ୍ଜାମ କିଣି ଦୁଇ ଶତ୍ରୁଙ୍କ ସହ ଏକା ଏକା ଲଢ଼ିବାକୁ ଚଲାଇଛି ପ୍ରସ୍ତୁତି। ଏହି କ୍ଷେତ୍ରରେ ସାମିଲ ହୋଇଛନ୍ତି ୭ଟି ପ୍ରତିରକ୍ଷା କମ୍ପାନୀ। ସୈନ୍ୟ ଶକ୍ତିରେ ଭାରତକୁ ଏକ ନମ୍ବର କରିବାରେ ଏହି କମ୍ପାନୀମାନେ ସହାୟକ ହେବ ବୋଲି ବିଜୟା ଦଶମୀ ଅବସରରେ ଦେଶକୁ ସମର୍ପିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, ‘ଏହି ୭ଟି କମ୍ପାନୀ ଦେଶର ୪୧ଟି ଗୋଳାବାରୁଦ କମ୍ପାନୀଙ୍କୁ ନୂଆ ରୂପ ଦେବ। ସ୍ୱାଧୀନତା ପରେ ଏହାକୁ ଅପେଗ୍ରଡ କରାଯିବାର ଥିଲା, ଯାହା କରାଗଲାନାହିଁ। ଗତ ୭ ବର୍ଷ ହେବ ସୁରକ୍ଷା କ୍ଷେତ୍ରରେ କାମ ଆଗକୁ ବଢ଼ିଛି। ସ୍ୱାଧୀନତା ପରେ ଏହା ସବୁଠାରୁ ବଡ଼ ସଂସ୍କାର। ୧୫ରୁ ୨୦ ବର୍ଷ ହେଲା ଏହି କାମ ଝୁଲି ରହିଥିଲା। ଆଗାମୀ ଦିନରେ ଏହି ୭ଟି କମ୍ପାନୀ ଭାରତୀୟ ସୈନ୍ୟ ଶକ୍ତିର ଏକ ବଡ଼ ଆଧାର ହେବେ।

ଆତ୍ମନିର୍ଭର ଭାରତ ଅଭିଯାନରେ ଦେଶକୁ ବିଶ୍ୱର ସବୁଠାରୁ ବଡ଼ ସୈନ୍ୟଶକ୍ତି କରିବାକୁ ଲକ୍ଷ୍ୟ ରଖାଯାଇଛି। ମେକ୍ ଇନ୍ ଇଣ୍ଡିଆ ମନ୍ତ୍ରରେ ୭ ବର୍ଷ ହେବ ଏହି କାମକୁ ଆଗକୁ ନିଆଯାଉଛି।

ଜେଇଇ ଆଡଭାନ୍ସ ପରୀକ୍ଷା; ସର୍ବଭାରତୀୟ ସ୍ତରରେ ମୃଦୁଲ ଅଗ୍ରୱାଲ ଟପ୍ପର

ନୂଆଦିଲ୍ଲୀ: ଜେଇଇ ଆଡଭାନ୍ସ ପରୀକ୍ଷାରେ ମୃଦୁଲ ଅଗ୍ରୱାଲଙ୍କ କୃତିତ୍ୱ ଲାଭ କରିଛନ୍ତି । ସବୁଠୁ ଅଧିକ ନମ୍ବର ରଖି ଅଲ ଇଣ୍ଡିଆ ଟପ୍ପ ହୋଇଛନ୍ତି ଜୟପୁରର ମୃଦୁଲ । ଏହାଛଡ଼ା ସେ ଜେଇଇ ଆଡଭାନ୍ସ ପରୀକ୍ଷାରେ ୩୪୮ ନମ୍ବର ରଖି ପୂର୍ବର ସବୁ ରେକର୍ଡ ଭାଙ୍ଗିଛନ୍ତି ।

ସୂଚନା ଅନୁସାରେ, ସମୁଦାୟ ୩୬୦ରୁ ୩୪୮ ନମ୍ବର ଅର୍ଥାତ୍ ୯୬.୬୬ ପ୍ରତିଶତ ନମ୍ବର ରଖି କୃତିତ୍ୱ ହାସଲ କରିଛନ୍ତି ମୃଦୁଲ। ପୂର୍ବରୁ ମୃଦୁଲ ଜେଇଇ ମେନ୍ ପରୀକ୍ଷାରେ ମଧ୍ୟ ଟପ୍ କରିଥିଲେ । ଜେଇଇ ଆଡଭାନ୍ସରେ ଅଲ ଇଣ୍ଡିଆ ଟପ୍ କରିଥିବା ମୃଦୁଲ IIT ମୁମ୍ବାଇରେ କମ୍ପ୍ୟୁଟର ସାଇନ୍ସ ପଢ଼ିବାକୁ ଇଚ୍ଛା ରଖିଛନ୍ତି । ମୃଦୁଲ ଜୟପୁରର ମୂଳ ବାସିନ୍ଦା । ତାଙ୍କ ବାପା ପ୍ରଦୀପ ଅଗ୍ରଓ୍ବାଲ ଏକ ପ୍ରାଇଭେଟ ଫାର୍ମରେ ଆକାଉଣ୍ଟସ ମ୍ୟାନେଜର ଭାବେ କାର୍ଯ୍ୟକରନ୍ତି । ମାଆ ଜଣେ ଗୃହିଣୀ । ପାଠପଢ଼ାରେ ମାଆ ଓ ଶିକ୍ଷକମାନେ ବହୁ ସାହାଯ୍ୟ କରନ୍ତି ବୋଲି ମୃଦୁଲ କହିଛନ୍ତି ।

ଜେଲରେ ଆର୍ଯ୍ୟନଙ୍କ ପାଇଁ ଆସିଲା ୪୫୦୦ ଟଙ୍କାର ମନି ଅର୍ଡର, ଗୌରୀ-ଶାହରୁଖଙ୍କ ସହ ଭିଡ଼ିଓ କଲରେ କଥା ହେଲେ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍ ଡ୍ରଗ୍ସ ମାମଲାରେ ଫସିବା ସହ ମୁମ୍ବାଇର ଆର୍ଥର ରୋଡ୍ ଜେଲରେ ଦିନ କାଟୁଛନ୍ତି । ପ୍ରଥମେ ତାଙ୍କୁ କ୍ୱାରେଣ୍ଟାଇନ୍ ବ୍ୟାରେକରେ ରଖାଯାଇଥିଲା ବେଳେ ଏବେ ସାଧାରଣ ବ୍ୟାରେକକୁ ପଠାଇଦିଆଯାଇଛି । ଏଥିସହିତ ତାଙ୍କୁ କଏଦୀ ନଂ ମଧ୍ୟ ଦିଆଯାଇଛି । ତାଙ୍କ କଏଦୀ ନଂ ରହିଛି ୯୫୬ ।

ଏବେ ଜେଲରେ ସେ କଏଦୀ ନଂ ଭାବେ ପରିଚିତ ହୋଇଛନ୍ତି । ଏଥିସହିତ ଜେଲ୍ କ୍ୟାଣ୍ଟିନରୁ ଖାଦ୍ୟ ଖାଇବା ଲାଗି ତାଙ୍କୁ ପରିବାର ପକ୍ଷରୁ ୪୫୦୦ ଟଙ୍କା ମନି ଅର୍ଡର ଦିଆଯାଇଛି । ଜେଲର ନିୟମ ଅନୁସାରେ ଜଣେ କଏଦୀଙ୍କୁ ଗୋଟିଏ ମାସରେ କେବଳ ୪୫୦୦ ମନି ଅର୍ଡର ପାଇଁ ଅନୁମତି ରହିଛି ।

ସେହିପରି କ୍ରୁଜ୍ ସିପ୍ ମାମଲାରେ ଆର୍ଯ୍ୟନ୍ ଖାନଙ୍କ ଜାମିନ ଆବେଦନ ଶୁଣାଣି ଅକ୍ଟୋବର ୨୦ ତାରିଖକୁ ସୁରକ୍ଷିତ ରଖିଛନ୍ତି ବିଚାରପତି ବି ବି ପାଟିଲ୍ । ଗତ ଅକ୍ଟୋବର ୧୪ ତାରିଖରେ ମୁମ୍ବାଇର ସେସନ୍ କୋର୍ଟରେ ଶୁଣାଣି ସମୟରେ ତାଙ୍କ ଓକିଲ ଜାମିନ ପାଇଁ ଗୁହାରୀ କରିଥିଲେ । ଯାହାଫଳରେ ଆଉ କୌଣସି କୋର୍ଟରେ ଜାମିନ ଆବେଦନ କରିପାରିବେ ନାହିଁ ଆର୍ଯ୍ୟନ୍ । ଏହାକୁ ନେଇ ତାଙ୍କ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ଖାଲି ଏତିକି ନୁହେଁ ପୁଅର ଭବିଷ୍ୟତ ଚିନ୍ତାରେ ରହିଛନ୍ତି ଏବେ ବାପା ଶାହରୁଖ ଓ ମାଆ ଗୌରୀ।

କିଛି ଦିନ ତଳେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ୍ ସିପରେ ଚଢାଉ କରିଥିଲେ । ଏହି ସମୟରେ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମଚାଣ୍ଟ୍ ଓ ମୁନମୁନ୍ ଧମେଚାଙ୍କୁ ହେପାଜତରେ ନେଇଥିଳା ଏନସିବି। ଅକ୍ଟୋବର ୨ ତାରିଖରେ ପଚରାଉଚରା ପାଇଁ ସେମାନଙ୍କୁ ଗିରଫ କରାଯାଇଥିଲା ।