କାଶ୍ମୀରରେ TRF କମାଣ୍ଡର ସୁରକ୍ଷା ବଳଙ୍କ ସହ ସଂଘର୍ଷରେ ନିହତ

1 min read
Encounter Starts At Redwani Area Of Kulgam Two Three Terrorist Trapped

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୋଧରେ ସେନାର ବଡ଼ ସଫଳତା। କୁଲଗାମରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । କୁଲଗାମର ପାମବେରେ ୩ ଓ ଗୋପାଳପୁରାରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ସେନା ପକ୍ଷରୁ  ଏହି ଅପରେସନ୍ ଆରମ୍ଭ କରାଯାଇଥିଲା । ପରେ ପାମବେ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା । ସେନା ଚାରିପଟୁ ଉକ୍ତ ଅଞ୍ଚଳକୁ ଘେରି ଯିବା ସହ ଖସିବାକୁ କାହାକୁ ସୁଯୋଗ ଦେଇନଥିଲେ । ଖାଲି ଏତିକି ନୁହେଁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ପୂରା ଅଞ୍ଚଳରେ ଯାତାୟାତ ଉପରେ ରୋକ୍ ଲଗାଯାଇଥିଲା ।

ସେହିପରି କୁଲଗାମର ଗୋପଳପୁରା ଅଞ୍ଚଳରେ ସେନା ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ । ମୃତ୍ୟୁ ବରଣ କରିଥିବା ଆତଙ୍କବାଦୀଙ୍କ ନାମ ଟପ୍ କମାଣ୍ଡର ଅଫାଫ୍ ସିକନ୍ଦର, ଶକିର, ହୖେଦର ଓ ଇବ୍ରାହିମ୍ ବୋଲି ଜଣାପଡିଛି ।

ଗତ କିଛି ଦିନ ହେବ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ଲାଗି ସେନା ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି । ନିକଟରେ ମଧ୍ୟ ଶ୍ରୀନଗରର ହୈଦରପୋରା ଅଞ୍ଚଳରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା ।

Leave a Reply