ବିଗ୍ ବସରେ ଧୁମ୍ ମଚାଇଲେ ଭାରତୀୟ ଖେଳାଳି; ସ୍ମୃତିଙ୍କ ଶତକ; ହରମନପ୍ରୀତଙ୍କ ଧୂଆଁଧାର ୮୧ ରନ

1 min read

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଚାଲୁଥିବା ମହିଳା ବିଗ୍ ବସରେ ଦମ ଦେଖାଇଲେ ଭାରତୀୟ ଖେଳାଳି । ବୁଧବାର ଖେଳାଯାଇଥିବା ମ୍ୟାଚରେ ମେଲବର୍ଣ୍ଣ ଓ ସିଡନୀ ମଧ୍ୟରେ ଖେଳାଯାଇଥିଲା ମ୍ୟାଚ । ଏହି ମ୍ୟାଚରେ ଉଭୟ ଦଳ ପକ୍ଷରୁ ଜଲଓ୍ବା ଦେଖାଇଛନ୍ତି ଦୁଇ ଭାରତୀୟ ମହିଳା କ୍ରିକେଟର । ଟିମ୍ ଇଣ୍ଡିଆର ଓପନର ସ୍ମୃତି ମନ୍ଧାନା ଦମଦାର ଶତକ ହାସଲ କରିଥିଲେ । କିନ୍ତୁ ସ୍ମୃତି ମନ୍ଧାନାଙ୍କ ଶତକ ତାଙ୍କ ଦଳକୁ ବିଜୟ ଭେଟି ଦେଇପାରିନଥିଲା । ସ୍ମୃତି ମନ୍ଧାନା ୬୪ଟି ବଲ ଖେଳି ୧୧୪ ରନ ସଂଗ୍ରହ କରିଛନ୍ତି । ଏହି ପାରିରେ ସ୍ମୃତି ୧୪ଟି ଚୈକା ଥିବାବେଳେ ୩ଟି ଛକା ମାରିଥିଲେ ।

ସ୍ମୃତି ମନ୍ଧାନାଙ୍କ ଏହି ଶାନଦାର ପାରି ଫଳରେ Sydney Thunder Women ଟିମ୍ ୧୭୧ ରନ କରିପାରିଥିଲେ । ଯାହା ଫଳରେ ସିଡନୀ ୪ ରନରେ ପରାଜୟ ବରଣ କରିଥିଲା । ଯଦି ମେଲବର୍ଣ୍ଣ କଥା କହିବା ତାହାଲେ Melbourne Renegades Woman ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ କରିଥିଲା । ମେଲବର୍ଣ୍ଣ ତରଫରୁ ଟିମ୍ ଇଣ୍ଡିଆ ଅଧିନାୟକ ହରମନପ୍ରୀତ କୌର ୫୫ ବଲରେ  ୮୧ ର ଧୁଆଁଧାର ଇନିଂସ ଖେଳିଥିଲେ । ହରମନପ୍ରୀତଙ୍କ ଏହି ଇନିଂସରେ ସେ ୧୧ଟି ଚୌକା ମାରିଥିବାବେଳେ ୨ଟି ଛକା ମାରିଥିଲେ । ସବୁଠାରୁ ବଡ଼ କଥା ହେଉଛି ହରମନପ୍ରୀତ ତାଙ୍କ ଟିମ୍ ପାଇଁ ଶେଷ ଓଭର ବୋଲିଂ କରିଥିଲେ । ଯେତେବେଳେ କି ଶେଷ ଓଭରରେ ସିଡନୀକୁ ଦରକାର ଥିଲା ୧୩ ରନ । ଯାହାକୁ ଅଟକାଇ ଦେଇଥିଲେ ହରମନପ୍ରୀତ ଏବଂ ନିଜ ଦଳକୁ ବିଜୟ ଭେଟି ଦେଇଥିଲେ । କିନ୍ତୁ ଏହି ମ୍ୟାଚରେ ଦମଦାର ଶତକ ପାଇଁ ସ୍ମୃତି ମନ୍ଧାନାଙ୍କ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ମିଳିଥିଲା ।

Leave a Reply