ସୁର କୋଭିଡ଼ ସଂକ୍ରମିତ, ସଂଗରୋଧରେ ରହିବେ ପତି-ପତ୍ନୀ

ଭୁବନେଶ୍ୱର: ମାସ୍କ ପିନ୍ଧୁନଥିଲେ  । ଭୂତାଣୁକୁ ବେଖାତିର କରୁଥିଲେ  । ଏବେ ସଂକ୍ରମିତ ହେଲେ  । ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କୁ କରୋନା  । ସୁର ଏବଂ ତାଙ୍କ ପତ୍ନୀ ଉଭୟେ କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡ଼ିଛି  । ମେଡ଼ିକାଲରେ କୋଭିଡ଼ ପରୀକ୍ଷା କରାଇବା ପରେ ତାଙ୍କ ଠାରେ କରୋନା ପଜିଟିଭ ଥିବା ଜଣାପଡିଥିଲା । ତେବେ ବର୍ତ୍ତମାନ ବିଧାୟକ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀଙ୍କୁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଡାକ୍ତର  ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ ସମୟରେ ସମଗ୍ର ବିଶ୍ୱରେ କୋଭିଡର କହର ଜାରି ରହିଥିଲା  । ସେହି ସମୟରେ ସୁର କୋଭିଡର ନିୟମକୁ ବେଖାତିର କରିଚାଲିଥିଲେ  । ପ୍ରଥମ ପର୍ଯ୍ୟାୟ କୋଭିଡ  ଏବଂ ଦ୍ୱିତୀୟ ପର୍ଯ୍ୟାୟ କୋଭିଡରେ ମଧ୍ୟ ମାସ୍କ ପିନ୍ଧୁନଥିଲେ ବିଧାୟକ ସୁର ରାଉତରାୟ  ।

ବିଗତ କିଛିଦିନ ହେବ ସେ ଅସୁସ୍ଥ ରହିଥିଲେ  । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ କୋଭିଡ ଟେଷ୍ଟ କରିଥିଲେ ସୁର ରାଉତରାୟ ଏବଂ ତାଙ୍କ ପତ୍ନୀ  । ଶେଷରେ ଉଭୟଙ୍କ ଶରୀରରେ କୋଭିଡ ପଜିଟିଭ ଥିବା ନେଇ ଜଣାପଡ଼ିଛି  । କୋଭିଡ ନିୟମ ଅନୁପାଳନ କରି ବର୍ତ୍ତମାନ ସେ ସଂଗରୋଧରେ ରହିବେ ବୋଲି କହିଛନ୍ତି ଡାକ୍ତର  ।

Leave a Reply