spot_img
Home Blog Page 5066

କୋଚ୍ ପାଇଁ BCCI ର ଆବେଦନ ପତ୍ର, ଶୀର୍ଷରେ ଦ୍ରାବିଡଙ୍କ ନାଁ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ନୂଆ କୋଚ ଲାଗି ଆବେଦନ ପତ୍ର ଆହ୍ବାନ କଲା ବିସିସିଆଇ । ଏହା ସହ ବିସିସିଆଇର ୫ ପଦ ଲାଗି ବିଜ୍ଞପ୍ତି ଘୋଷିତ ହୋଇଛି । ମୁଖ୍ୟ କ୍ରିକେଟ କୋଚ ସହ ଅନ୍ୟ ପଦବି ଲାଗି ସର୍ତ୍ତ ବି ଘୋଷଣା କରାଯାଇଛି । ମୁଖ୍ୟ କୋଚ ଲାଗି ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୬୦ ବର୍ଷରୁ କମ୍ ଥିବ । ସେମାନେ ୩୦ଟି ଟେଷ୍ଟ ମ୍ୟାଚ ଓ ୫୦ଟି ଦିନିକିଆ ଖେଳିଥିବେ । ସେ କୌଣସି ଜାତୀୟ ଟିମର ୨ ବର୍ଷ ଲାଗି କୋଚ ରହିଥିବେ ।

କୌଣସି ଆଇପିଏଲ ଟିମ, ଫାଷ୍ଟକ୍ଲାସ ଟିମ, ନ୍ୟାସନାଲ-ଏ ଟିମର ୩ ବର୍ଷ ଯାଁ କୋଚ ରହିଥିବେ । ତାଙ୍କ ନିକଟରେ ବିସିସିଆଇର ଲେବଲ-୩ ସାର୍ଟିଫିକେଟ ଥିବା ଆବଶ୍ୟକ । ଏହା ସହ ବ୍ୟାଟିଂ କୋଚ, ଫିଲଡିଂ କୋଚ ଲାଗି ମଧ୍ୟ ଆବେଦନ ପତ୍ର ଆହ୍ବାନ କରାଯାଇଛି ।ଏହା ସହ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ପଦ ଲାଗି ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟ କୋଚ ଲାଗି ଆବେଦନର ଶେଷ ତାରିଖ ରହିଛି ଆସନ୍ତା ଅକ୍ଟୋବର ୨୬ ତାରିଖ ।

ସେହିପରି ଅବଶିଷ୍ଟ ପଦ ଲାଗି ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୩ ତାରିଖ । ପୂର୍ବରୁ ଟି-୨୦ ବିଶ୍ବକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । କିଛି ଦିନ ତଳୁ ଭାରତୀୟ କ୍ରିକେଟ ଟିମର ନୂଆ କୋଚ  ଖୋଜା ଜାରି ରହିଥିବାବେଳେ ରାହୁଲ ଦ୍ରାବିଡଙ୍କ ନାଁ ଶୀର୍ଷରେ ରହିଛି । ତେବେ ଏକଥା ମଧ୍ୟ ସ୍ପଷ୍ଟ କି ଟିମ୍ ଇଣ୍ଡିଆର ଆଗାମୀ କୋଟ ରବି ଶାସ୍ତ୍ରୀ  ।

ବିଜେଡି ପ୍ରତି ବଢୁଛି ବିଶ୍ୱାସ: ପୋଲସରାରେ ଶଙ୍ଖ ଫୁଙ୍କିଲେ ଶତାଧିକ କର୍ମୀ

ଗଞ୍ଜାମ: ବିଜେଡି ଉପରେ ବଢୁଛି ଲୋକଙ୍କ ବିଶ୍ବାସ । ବିଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି କର୍ମୀ । ଗଂଜାମ ଜିଲ୍ଲା ପୋଲସରା ବ୍ଲକ ବିଲେଇଝୁରିରେ ଆୟୋଜିତ ହୋଇଯାଇଛି ବିଜେଡି ମିଶ୍ରଣ ପର୍ବ । ଏଥିରେ 150ରୁ ଅଧିକ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ପୋଲସରା ନିର୍ବାଚନ ମଣ୍ଡଳୀର ବହୁ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି । ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନେତୃତ୍ଵରେ ମିଶ୍ରଣପର୍ବ ଆଯୋଜିତ ହୋଇଛି  । ଶତାଧିକ ଅନ୍ୟଦଳର କର୍ମୀ ବିଜେଡ଼ିରେ ଅସ୍ଥାପ୍ରକଟ କରି ଯୋଗଦାନ କରିଥିବା ମତ ପ୍ରକାଶ କରିଛନ୍ତି  ।

ଟ୍ରେନଲାଇନ ପାର ବେଳେ ବଡ଼ ଅଘଟଣ, କଟିଗଲେ ୨ ବ୍ୟକ୍ତି

ଆଠମଲ୍ଲିକ: ଟ୍ରେନଲାଇନ ପାର ବେଳେ ଘଟିଛି ବଡ଼ ଅଘଟଣ  । ହଣ୍ଡପା ଥାନା ଜାମ୍ବନାଳି ନିକଟରେ ଟ୍ରେନ ଲାଇନ ପାର ହେଉଥିବାବେଳେ ୨ ଜଣ ବ୍ୟକ୍ତିଙ୍କୁ ଟ୍ରେନ ଧକ୍କା ଦେଇଛି  । ଫଳରେ ଉଭୟଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି  । କେଉଁ ସ୍ଥିତିରେ ଓ କାହିଁକି ଏମାନେ ରାସ୍ତା ପାର ହେଉଥିଲେ ? ଟ୍ରେନ ଐସିବା ସମୟରେ କେମିତି ଜାଣିପାରିଲେ ନାହିଁ ରାସ୍ତା ପାର ହେଉଥିବା ବ୍ୟକ୍ତି  । ଏନେଇ ତଦନ୍ତ ଚଳାଇଛନ୍ତି  ବଇଣ୍ଡା ଫାଣ୍ଡି ଅଧିକାରୀ  ।

୨୫ ମହଲା କୋଠାରୁ ପଡ଼ି ଜାଆଁଳା ଭାଇ ମୃତ

ନୂଆଦିଲ୍ଲୀ: ଦିଲ୍ଲୀ ଗାଜିଆବାଦରେ ଅଘଟଣ । ୨୫ ମହଲା ବିଲ୍ଡିଂରୁ ଖସି ଜାଆଁଳା ଭାଇଙ୍କ ମୃତ୍ୟୁ । ଘଣ ବାଲକୋନୀରେ ଖେଳୁଥିବା ବେଳେ ଖସିପଡ଼ିଲେ ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଗାଜିଆବାଦର ବିଜୟ ନଗର ଥାନା ଅଞ୍ଚଳର ସିଦ୍ଧାର୍ଥ ବିହାରରେ ଘଟିଛି ଘଟଣା  । ୨୫ମହଲାରେ ରହୁଥିବା ଏକ ପରିବାରର ୧୪ ବର୍ଷୀୟ ଦୁଇ ପୁଅ ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସି ପଡ଼ିଥିଲେ । ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା ସମୟରେ ଦୁଇ ଭାଇଙ୍କ ମାଆ ମଧ୍ୟ ଘରେ ଥିଲେ ।

ରାଜସ୍ଥାନରେ ପୁଣି ତେଜିଲା ମୁଖ୍ୟମନ୍ତ୍ରୀ ଚୌକି ବିବାଦ

ଜୟପୁର: ରାଜସ୍ଥାନରେ ପୁଣି ମୁଣ୍ଡ ଟେକିଛି ମୁଖ୍ୟମନ୍ତ୍ରୀ ଚୌକି ବିବାଦ । ଅଶୋକ ଗେହଲଟଙ୍କୁ ହଟାଇ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ଦାବି ଜୋର ଧରିଛି ।

ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ବସିଥିବା ବେଳେ ସୋନିଆ ଗାନ୍ଧି ନିଜକୁ ପୂର୍ଣ୍ଣକାଳୀନ ସଭାପତି ଥିବା କହିଥିଲେ । ଏହାସହ ଦଳୀୟ ମତାନ୍ତରକୁ ମିଡିଆ ଆଗକୁ ନଆଣି ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଥିଲେ ।

ବୈଠକ ପରେ ରାହୁଲ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ଗେହଲଟ । ଦୁଇ ନେତାଙ୍କ ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ ଚର୍ଚ୍ଚା ହୋଇଥିଲା । ଏହାସହ ସଚିନଙ୍କୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । ଏହି ଆଲୋଚନାରେ କଂଗ୍ରେସ ସଂଗଠନ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା, ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ, ଦଳର ରାଜସ୍ଥାନ ପ୍ରଭାରୀ ଅଜୟ ମାକେନ ପ୍ରମୁଖ ଉପସ୍ଥିତ ଥିଲେ ।

ଭୋପାଳରେ ଲୋକଙ୍କୁ ଦଳିଲା କାର୍, ୩ ଗୁରୁତର

ଭୋପାଲ: ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ଦୁଗାର୍ ମେଢ଼ ଭସାଣ ବେଳେ ଲୋକଙ୍କ ଉପରେ ଚଢ଼ିଗଲା କାର । ୩ ଗୁରୁତର, ମେଡିକାଲରେ ଭର୍ତ୍ତି। ଏମିତି ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଲରେ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଦୁର୍ଘଟଣା ବେଳର ଦୃଶ୍ୟ ।

ଭୋପାଳର ବଜରିୟା ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା ।  ପ୍ରାୟ ରାତି ୧୧ଟା ସମୟରେ ଭସାଣ ଶୋଭାଯାତ୍ରାରେ ଲୋକେ ନାଚି ନାଚି ଯାଉଛ ଥିବା ବେଳେ ଏକ କାର୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ହଠାତ୍ କାରଟି ଧକ୍କା ଦେବା ପରେ ଲୋଙ୍କ ମଧ୍ୟରେ ଧାଁଦୌଡ ଆରମ୍ଭ ହୋଇଯାଇଥିଲା । ପରେ ପୋଲିସ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ, ପ୍ରଥମେ ଲଖିମପୁର, ପରେ ଛତିଶଗଡ଼ ଓ ଏବେ ଭୋପାଲ । ତିନୋଟି ସ୍ଥାନରେ ଲୋକଙ୍କ ଉପରେ ଦ୍ରୁତଗତିରେ ମାଡ଼ିଗଲା କାର୍ । ବାରମ୍ବାର ସମାନ ଢଙ୍ଗରେ ଦୁର୍ଘଟଣା ଘଟିବା ଚିନ୍ତା ବଢ଼ାଇବା ସହ ପ୍ରଶ୍ନ ମଧ୍ୟ ଛିଡ଼ା କରିଛି । ୩ଟି ଦୁର୍ଘଟଣା ଭିତରେ କିଛି ଲିଙ୍କ ଅଛି କି ? ନା ଏହା କେବଳ ଏକ ସଂଯୋଗ ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇବାରେ ଲାଗିଛି ।

ଲଦାଖରେ ଏୟାର ଚିଫ୍ ମାର୍ଶଲ ଭିଆର ଚୌଧୁରୀ

ସୀମାରେ ଆଲର୍ଟ । ଭାରତୀୟ ସେନାର ବରିଷ୍ଠ ଅଧିକାରୀଙ୍କ ଲଦାଖ ଅଞ୍ଚଳକୁ ଘନ ଘନ ଗସ୍ତ । ଚୀନର ମେରୁଦଣ୍ଡ ଭାଙ୍ଗିବାକୁ ପୂରା ପ୍ରସ୍ତୁତି । ଗୋଟିଏ ଭୁଲକୁ ଅପେକ୍ଷା । ଛାରଖାର କରିବାକୁ ଭାରତୀୟ ସେନା ପ୍ରସ୍ତୁତ । ଗତ ଦୁଇ ସପ୍ତାହ ପୂର୍ବରୁ ଆର୍ମୀ ଚିଫ୍ ଜେନେରାଲ ଏମଏମ ନରଓ୍ବାଣେ ଦଲାଖ ଗସ୍ତ କରିଥିବା ବେଳେ ଆଜି ପୂର୍ବ ଲଦାଖରେ ପହଞ୍ଚିଛନ୍ତି ବାୟୁସେନା ପ୍ରମୁଖ ଭିଆର ଚୌଧୁରୀ ।

ଲଦାଖରେ ପହଞ୍ଚିବା ପରେ ବାୟୁସେନା ପ୍ରସ୍ତୁତିର ସମୀକ୍ଷା କରିଥିଲେ ଚୌଧୁରୀ। ଏହାସହ ଏୟାରବେଶ କର୍ମଚାରୀ ଓ ବାୟୁବୀରଙ୍କ ସହ କଥା ହୋଇ ସେମାନଙ୍କ ମନୋବଳ ବଢ଼ାଇଥିଲେ ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ୮୯ତମ ବାୟୁସେନା ଦିବସରେ ପୂର୍ବ ଲଦାଖରେ ଚୀନ ସେନାର ଗତିବିଧି ବଢ଼ିଥିବା କହିଥିଲେ ଏୟାର ଚିଫ୍ ମାର୍ଶଲ ଚୌଧୁରୀ । ଏହାସହ ସେ ଆହୁରି କହିଥିଲେ ଯେ, ଚୀନ୍ ବାୟୁସେନା ଏଲଏସି ଆରପଟେ ୩ଟି ଏୟାର ଫିଲ୍ଡରେ ଉପସ୍ଥିତି ବଢ଼ାଇଛି । ହେଲେ ଏହା ଆମ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବନି ।

ବାୟୁସେନା ପ୍ରମୁଖ ପଦ ସମ୍ଭାଳିବା ପରେ ଏୟାର ଚିଫ୍ ମାର୍ଶଲଙ୍କ ଏହା ପ୍ରଥମ ଲଦାଖ ଗସ୍ତ । ଶନିବାର ସେ ଲେହରେ ଏୟାରଫୋର୍ସ ଷ୍ଟେସନ ଓ ଉତ୍ତରୀ ସେକ୍ଟରରେ ଭାରତୀୟ ବାୟୁସେନାର ପ୍ରସ୍ତୁତି ସମୀକ୍ଷା କରିଥିଲେ ।

ଗୋଟିଏ ପଟେ ଚୀନ ସୀମାରେ ଅନୁପ୍ରବେଶ କରୁଥିବା ବେଳେ ଆରପଟେ କମାଣ୍ଡର ସ୍ତରୀୟ ବୈଠକକୁ ଆସି ଶାନ୍ତିବାର୍ତ୍ତାର କଥା କହୁଛି । ଗତ ୧୦ ତାରିଖରେ ହୋଇଥିବା ୧୩ତମ କମାଣ୍ଡର ସ୍ତରୀୟ କଥାବାର୍ତ୍ତାରୁ କୌଣସି ନିଷ୍ପତ୍ତି ବାହାରି ପାରିନଥିଲା ।

ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୫ ଆହାତ

ମୋହନା: ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ନେଇ ଯାଉଥିବା ପାଇଲଟିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଗଜପତି ଜିଲ୍ଲା ଅଡ଼ବା ଥାନା ବିରିକୋଟ ନିକଟ ହୁଲିଆପଦା ନିକଟରେ ଘଟିଛି ଦୁର୍ଘଟଣା । ଗାଡ଼ିର ଡ୍ରାଇଭର ପି.ଏସ. ରାଓଙ୍କ ସମେତ ଏସ୍ଆଇ ଏଲ.ବିଶ୍ୱନାଥ, କନେଷ୍ଟବଳ ଜିତୁ ପଟ୍ଟନାୟକ, କମଳା ଦେବୀ ଏବଂ ମଞ୍ଜୁଳା ଭୂୟାଁ ଗୁରୁତର ଆହାତ ହୋଇଛନ୍ତି । ଖବର ପାଇ ଅଡ଼ବା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବିରିକୋଟ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

Minister's Piloting Car Overturns Near Adaba, 5 Injured

ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଭୁବନେଶ୍ୱରରୁ ରାୟଗଡ଼ା ଅଭିମୁଖେ ଯାଉଥିଲେ । ତପ୍ତପାଣି ଠାରୁ ଗଜପତି ପୋଲିସ୍ ନେଇ ରାୟଗଡ଼ା ଜିଲ୍ଲା ସୀମା ଯାଏଁ ଛାଡ଼ିବାକୁ ଯାଉଥିଲା । ହୁଲିଆପଦା ନିକଟରେ ଜଣେ ବାଇକ୍ ଆରୋହୀ ଫୋନରେ କଥା‌ ହୋଇ ପାଇଲଟିଂ ଗାଡ଼ି ସମ୍ମୁଖକୁ ଚାଲି ଆସିଥିଲେ । ବାଇକ୍ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ପାଇଲଟିଂ ଗାଡ଼ିଟି ଓଲଟି ପଡ଼ିଛି ।

ଓଡ଼ିଶା ସିନିଅର ଓ ଜୁନିଅର ମହିଳା ହକି ଦଳ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସିନିଅର ଓ ଜୁନିଅର ମହିଳା ହକି ଦଳ ଘୋଷଣା ହୋଇଛି । ସିନିଅର ନ୍ୟାସନାଲ ଓ ଜୁନିଅର ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ୧୮ ଜଣିଆ ଲେଖାଏଁ ମହିଳା ଟିମ୍‌ ଘୋଷଣା କରାଯାଇଛି । ଓଡ଼ିଶା ସିନିଅର ନ୍ୟାସନାଲ ଟିମର ନେତୃତ୍ବ ଅସ୍ମିତା ବାର୍ଲା ନେଉଥିବା ବେଳେ ଜୁନିଅର ଟିମର ନେତୃତ୍ୱ ନେବେ ଜ୍ୟୋତି ଛେତ୍ରୀ ।

Odisha Senior And Junior Women’s Hockey Team Announced

ଝାନ୍ସିରେ ଆସନ୍ତା ୨୧ରୁ ୩୧ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଓଡ଼ିଶା ସିନିଅର ମହିଳା ଦଳ ଆଜି ରାତିରେ ସେଠାକୁ ଯାତ୍ରା କରିବ । ସେପଟେ ଝାଡ଼ଖଣ୍ଡରେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜୁନିଅର ନ୍ୟାସନାଲ ପାଇଁ ଆସନ୍ତାକାଲି ଓଡ଼ିଶା ମହିଳା ଟିମ୍‌ ବାହାରିବ ।

କୋଇଡ଼ାରେ ହାତୀ ଉପଦ୍ରବ, ଭାଙ୍ଗିଦେଲେ ତିନୋଟି ଘର

ବଣାଇ: ବଣାଇ ବନାଞ୍ଚଳରେ ଥମୁନି ହାତୀ ଉପଦ୍ରବ । ବଣାଇ ବନାଞ୍ଚଳର ତାମଡ଼ା ବନଖଣ୍ଡ, ଜରଡ଼ା ବନଖଣ୍ଡ ସମେତ କୋଇଡ଼ା ବନଖଣ୍ଡରେ ହାତୀ ମାତିଛନ୍ତି । ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବା ପାଇଁ ବ୍ୟବସ୍ଥା କରାଯାଉଥିଲେ ମଧ୍ୟ ପ୍ରୟାସ ଅସଫଳ ହେଉଛି । ଫଳରେ ପ୍ରତିଦିନ କ୍ଷୟକ୍ଷତି ଘଟାଉଛନ୍ତି ହାତୀ ।

ଏଥିସହ ପଢ଼ନ୍ତୁ: ମନୀଷ ମୃତ୍ୟୁ ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ପୋଲିସ

ଗତ ରାତିରେ ପୁଣି ଥରେ ହାତୀ କୋଇଡ଼ା ବନଖଣ୍ଡର କନ୍ତର କୋଇଡ଼ାରେ ଆତଙ୍କ ଖେଳାଇଛନ୍ତି । ହାତୀପଲ ତିନୋଟି ଘର ଭାଙ୍ଗିବା ସହ ଗଚ୍ଛିତ ଧାନ ଚାଉଳ ଖାଇ ଦେଇଛନ୍ତି । ବେଶ୍ କିଛିଦିନ ହେବ ହାତୀପଲ ଗାଁ ମୁହାଁ ହେଉଥିବାରୁ ଜଙ୍ଗଲ ନିକଟରେ ବସବାସ କରୁଥିବା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।