କ୍ରିକେଟକୁ ଅଲବିଦା କହିଲେ ମିଷ୍ଟର-୩୬୦; ଆଇପିଏଲରେ ବି ଦେଖିବାକୁ ମିଳିବନି ଡିଭିଲିୟର୍ସ ଜଲଓ୍ବା

2 min read

କେପଟାଉନ୍: କ୍ରିକେଟ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ୩୬୦ ଡିଗ୍ରୀ ସଟ୍‌ । କାହିଁକି ନା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ ଏବି ଡିଭିଲିୟର୍ସ । ଏହା ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିସାରିଥିଲେ ଡିଭିଲିୟର୍ସ । ତେବେ ଏବେ କ୍ରିକେଟର ଆଉ କୌଣସି ଫର୍ମାଟରେ ନଜର ଆସିବେନି ମିଷ୍ଟର-୩୬୦ । ସମସ୍ତ ଫର୍ମାଟରୁ ଅବସର ନେଇ ଟୁଇଟ କରି ସୂଚନା ଦେଇଛନ୍ତି ଡିଭିଲିୟର୍ସ ।

ଟୁଇଟରେ ସେ ଲେଖିଛନ୍ତି କି ଏହା ଏକ ଅବିଶ୍ବସନୀୟ ଯାତ୍ରା ଥିଲା । କିନ୍ତୁ ମୁଁ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ନେବା ପାଇଁ ନିଷ୍ପତି ନେଇଛି । ମୁଁ ଆମ ବ୍ୟାକୟାର୍ଡରେ ମୋ ବଡ଼ ଭାଇଙ୍କ ସହ କ୍ରିକେଟ ଖେଳିବା ଆରମ୍ଭ କରିଥିଲି । ସେହି ଦିନଠାରୁ ମୁଁ ଏହାକୁ ଆନନ୍ଦ ସହ ଉପଭୋଗ କରିଛି । ବର୍ତ୍ତମାନ ୩୭ ବର୍ଷ ବୟସରେ ଆଉ ଖେଲିବାରେ ସେହି ଯୋଶ ନାହିଁ । ସେଥିପାଇଁ, ମୁଁ ମୋର ଅବସର ଘୋଷଣା କରୁଛି” । ସେ ଆହୁରି ମଧ୍ୟ ତାଙ୍କ ଟ୍ୱିଟରେ ଲେଖିଛନ୍ତି, ” ଏହା ବାସ୍ତବତା ଯାହା ମୋତେ ଗ୍ରହଣ କରିବାକୁ ପଡିବ । ଯଦିଓ ଏହା ହଠାତ୍ ମନେହୁଏ, ସେଥିପାଇଁ ମୁଁ ଆଜି ଏହା ଘୋଷଣା କରୁଛି । ମୋର ସମୟ ଅଛି । ମୋ ପାଇଁ କ୍ରିକେଟ୍ ଅଛି । ସେ ଆଇପିଏ ହେଉ ଅବା ଦେଶ ପାଇଁ ସବୁ ଖେଳ ମୋତେ କଳ୍ପନା ଯୋଗ୍ୟ ଅନୁଭୂତି ଏବଂ ସୁଯୋଗ ଦେଇଛି । ସେଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବ ।

ସେ ଆହୁରି ଲେଖିଛନ୍ତି କି କ୍ରିକେଟ ଅସାଧାରଣ ରୂପରେ ମୋ ପ୍ରତି ଦୟାଳୁ ରହିଛି । ମୁଁ ଟାଇଟନ୍ ପାଇଁ ହେଉ କି ସାଉଥ ଆଫ୍ରିକା ହେଉ କିମ୍ବା ଆରସିବି ପାଇଁ ହେଉ ସମସ୍ତ ଟିମ୍ ମୋତେ ଅକଳ୍ପନୀୟ ଅନୁଭବ ଦେଇଛି ।  ଏଥିପାଇଁ ସବୁବେଳେ ମୁଁ ଆଭାରୀ । ମୋର ଟିମ୍ ମେଟ, କୋଚ୍, ଫିଜିଓ ଏବଂ ସମସ୍ତ ସପୋର୍ଟ ଷ୍ଟାଫଙ୍କୁ ଧନ୍ୟବାଦ ଦେଉଛି । ମୁଁ ସାଉଥ ଆଫ୍ରିକାରେ କିମ୍ବା ଭାରତରେ ଯେଉଁଠାରେ  ବି ଖେଳିଲେ ମୋତେ ଅଦ୍ଭୁତପୂର୍ଣ୍ଣ ସମର୍ଥନ ମିଳିଛି ବୋଲି ଟୁଇଟରେ କହିଛନ୍ତି ଡିଭିଲିୟର୍ସ ।

୩୭ ବର୍ଷିୟ ଡିଭିଲିୟର୍ସ ଆଇପିଏଲରେ ସବୁଠାରୁ ସଫଳ ବ୍ୟାଟ୍ସମ୍ୟାନ ମଧ୍ୟରୁ ଅନ୍ୟତମ । ସେ ଇଣ୍ଡିଆନ ପ୍ରିମିୟର ଲିଗରେ ୧୮୪ଟି ମ୍ୟାଚ ଖେଳି ୫ ହଜାର ୧୬୨ ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ତିନୋଟି ଶତକ ଏବଂ ୪୦ଟି ଅର୍ଦ୍ଧଶତକ ସାମିଲ ଅଛି । ଆଇପିଏଲ -୧୪ର ପ୍ରଥମ ସିଜିନରେ ଡିଭିଲିୟର୍ସ ଦମଦାର ପ୍ରଦର୍ଶନ କରିଥିଲେ କିନ୍ତୁ ଦୁବାଇ ଲିଗରେ ଖାସ ପ୍ରଦର୍ଶନ କରିପାରିନଥିଲେ ଡିଭିଲିୟର୍ସ । ତେବେ ଡିଭିଲିୟର୍ସ ଅବସର ପରେ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରଙ୍କୁ ଏକ ବଡ଼ ଝଟକା ଲାଗିଛି ।

Leave a Reply