ଅଷ୍ଟ୍ରେଲିଆ କ୍ରିକେଟକୁ ବଡ଼ ଝଟକା; ଆସେସ୍ ସିରିଜ୍ ପୂର୍ବରୁ ଇସ୍ତଫା ଦେଲେ ଅଧିନାୟକ ଟିମ୍ ପେନ୍

1 min read

ମେଲବର୍ଣ୍ଣ: ଡିସେମ୍ବର ୮ରୁ ଆରମ୍ଭ ହେବାକୁ ଯାଉଛି ଅଷ୍ଟ୍ରେଲିଆ-ଇଂଲଣ୍ଡ ଆସେସ୍ ସିରିଜ୍ । ଏହି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ଏକ ବଡ଼ ଝଟକା । ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ଏହି ଆସେସ୍ ସିରିଜ୍ ପୂର୍ବରୁ ଇସ୍ତଫା ଦେଇଛନ୍ତି । ଜଣେ ମହିଳା ସହକର୍ମୀଙ୍କୁ ତାଙ୍କ ଅଶୀଳ ଫଟୋ ଓ ଖରାପ ମେସେଜ ପଠାଇବା ମାମଲା ଅଷ୍ଟ୍ରେଲିଆ କ୍ରିକେଟ ଦ୍ବାରା ଯାଞ୍ଚ କରାଯାଉଛି । ତେବେ ଏହି ଯାଞ୍ଚ ଚାଲୁଥିବା ସମୟରେ ଶୁକ୍ରବାର ଅଷ୍ଟ୍ରେଲିଆ ଟେଷ୍ଟ ଟିମର ଅଧିନାୟକ ପଦ ଛାଡିଛନ୍ତି ଟିମ୍ ପେନ୍ । ତେବେ ଆସନ୍ତା ମାସରେ ହେବାକୁ ଥିବା ଆସେସ୍ ସିରିଜରେ ଉପ ଅଧିନାୟକ ପ୍ୟାଟ କମିନ୍ସ ଅଧିନାୟକତ୍ବ ତୁଲାଇବାର ଆଶା କରାଯାଉଛି ।

ଏହି ଘଟଣା ୨୦୧୭ର, ଯାହାର କିଛି ମାସ ପରେ ପେନ୍ ସାତ ବର୍ଷ ପରେ ଟେଷ୍ଟ ଟିମକୁ ଫେରିଥିଲେ । ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଏବଂ କ୍ରିକେଟ ତାସନିଆ କରିଥିବା ଯାଞ୍ଚରେ ଟିମ୍ ପେନକୁ କ୍ଲିନ୍ ଚିଟ୍ ମିଳିଥିଲା । ତେବେ ଆସନ୍ତା ଡିସେମ୍ବର ୮ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଅଷ୍ଟ୍ରେଲିଆ । ଆସେସ୍ ଟେଷ୍ଟରେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳିବେ ଟିମ୍ ପେନ୍ କିନ୍ତୁ ଅଧିନାୟକ ଆଉ ରହିବେ ନାହିଁ ।

ଟିମ୍ ପେନ୍ ପ୍ରେସ କନଫରମେନ୍ସରେ କହିଛନ୍ତି କି ମୁଁ ଭାବିଥିଲି କି ଏହି ଘଟଣା ଏବେ ଶେଷ ହୋଇଯାଇଛି । ମୁଁ ଟିମ୍ ଉପରେ ପୂରା ଫୋକସ କରିପାରିବି । କିନ୍ତୁ ମୋତେ ଏବେ ହିଁ ଜଣା ପଡ଼ିଲା କି ସେହି ସବୁ ମେସେଜ ସାର୍ବଜନୀନ ହୋଇଯାଇଛି । ସେ ଆହୁରି କହିଛନ୍ତି କି ମୋ ପତ୍ନୀ, ପରିବାର ଓ ଅନ୍ୟମାନଙ୍କୁ କଷ୍ଟ ଦେଉଥିବାରୁ କ୍ଷମା ପ୍ରର୍ଥନା କରୁଛି । ଏହା ସହ ଖେଳର ପ୍ରତିଷ୍ଠାକୁ ଆଘାତ ଦେଉଥିବାରୁ ମଧ୍ୟ ମୁଁ କ୍ଷମା ପ୍ରାର୍ଥନା କରୁଛି । ପେନ୍ କହିଛନ୍ତି କି ମୋ ପାଇଁ ଏହା ଠିକ୍ ଥିଲା କି ମୁଁ ତୁରନ୍ତ ଅଧିନାୟକ ପଦରୁ ଇସ୍ତାଫ ଦେଇଦେବି । ମୁଁ ଚାହୁଁ ନଥିଲି କି ଆସେସ୍ ସିରିଜ୍ ପୂର୍ବରୁ ଅଭ୍ୟାସରେ କିଛି ବାଧାବିଘ୍ନ ସୃଷ୍ଟି ନରହୁ । ମୁଁ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପାଇଁ ଜଣେ ସମର୍ପିତ ସଦସ୍ୟ ଭାବରେ ରହିବି ବୋଲି ପ୍ରେସ କନଫରମେନ୍ସରେ କହିଛନ୍ତି ଟିମ୍ ପେନ୍ ।

୩୬ ବର୍ଷିୟ ଟିମ୍ ପେନ୍ ଅଧିନାୟକ ପଦ ଛାଡିବାର କାରଣ ହେଉଛି ସେକ୍ସ ସ୍କାଣ୍ଡେଲ । ମିଡିଆ ରିପୋର୍ଟ ଅନୁଯାୟୀ ଟିମ୍ ପେନ୍ ୨୦୧୭ରେ ତାସନିଆ କ୍ରିକେଟର ଜଣେ ମହିଳା କର୍ମଚାରୀଙ୍କୁ ଅଶୀଳ ଫଟୋ ଏବଂ ଆପତ୍ତିଜନକ ମେସେଜ ପଠାଇଥିଲେ । ଆଉ ଏବେ ଏହି ମାମଲା ପୁଣି ଥରେ ସାମ୍ନାକୁ ଆସିବା ପରେ ଟିମ୍ ପେନ୍ ଆସେସ ସିରିଜ୍ ପୂର୍ବରୁ ଅଧିନାୟକତ୍ବ ପଦ ଛାଡିଛନ୍ତି ।

ଟିମ୍ ପେନଙ୍କ ଇସ୍ତଫା ପରେ କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ ରିଚାର୍ଡ  ଫେଡେରଷ୍ଟେନ କହିଛନ୍ତି କି ଏହା ଟିମ୍ ପେନଙ୍କର ବ୍ୟକ୍ତିଗତ ନିଷ୍ପତି । ଟିମଙ୍କୁ ଲାଗିଥିଲା କି ଏହା ତାଙ୍କ ପରିବାର ଏବଂ କ୍ରିକେଟ ଅଷ୍ଟ୍ରେଲିଆ ପାଇଁ ଏହା ଠିକ୍  । ତେବେ ଏହି ମାମଲାରେ କ୍ରିକେଟ ଅଷ୍ଟ୍ରେଲିଆ କହିଛି କି କିଛି ବର୍ଷ ପୂର୍ବେ ଟିମ୍ ପେନଙ୍କୁ ଏହି ମାମଲାରେ କ୍ଲିନ ଚିଟ୍ ମିଳିସାରିଥିଲା । କିନ୍ତୁ ଏବେ ଟିମ୍ ପେନଙ୍କ ଏହି ନିଷ୍ପତିକୁ ଆମେ ସ୍ବାଗତ କରିଛୁ । ଏହି ଭୁଲ କରିବା ସତ୍ତ୍ବେ ଟିମ୍ ଭଲ ଅଧିନାୟକ ଥିଲେ ଏବଂ କ୍ରିକେଟ ଅଷ୍ଟ୍ରେଲିଆ ପାଇଁ କରିଥିବା ସେବାକୁ ଆମେ ସ୍ବାଗତ କରୁଛୁ ବୋଲି କହିଛି ଅଷ୍ଟ୍ରେଲିଆ ବୋର୍ଡ ।

Leave a Reply