ହଠାତ ମାଡ଼ି ଆସିଲା ବନ୍ୟା ପାଣି: ୩ ମୃତ, ୩୦ରୁ ଅଧିକ ନିଖୋଜ

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶର କଡପାରେ ହଠାତ ବନ୍ୟା ଆସି ଯିବାରୁ ବ୍ୟାପକ କ୍ଷତୟତି ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଭାସିଯାଇ ନିଖୋଜ ଅଛନ୍ତି । ଏହି ବନ୍ୟା ଚେୟେରୁ ନଦୀରେ ଆସିଛି । ବନ୍ୟା ପାଣିରେ ବହୁ ଗାଁ ଜଳମଗ୍ନ ହୋଇଯାଇଛି । କଡପାସ୍ଥିତ ନନ୍ଦଲୁରରେ ଥିବା ସ୍ୱାତୀ ଆନନ୍ଦ ମନ୍ଦିର ମଧ୍ୟ ଡୁବି ଯାଇଛି ।

ପୋଲିସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ଜାରି ରହିଥିବାରୁ ଚେୟେରୁ ନଦୀରେ ବଡ ବନ୍ୟା ଆସିଥିଲା । ସେହିପରି ତିରୁମାଲାର ମଧ୍ୟ ବନ୍ୟା ଆସିଛି । ଅନେକ ସ୍ଥାନରେ ହଜାର ହଜାର ଯାତ୍ରୀ ଓ ଲୋକ ଫସିଥିବା ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଏସଡିଆରଏଫ ମୁତୟନ କରାଯାଇଛି । ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନମୋହନ ରେଡ୍ଡି ଆଲୋଚନା କରିଛନ୍ତି ।

Leave a Reply