କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଉଥିଲେ, ବ୍ରାହ୍ମଣୀ ନଦୀରେ ଭାସିଗଲେ

ଢେଙ୍କାନାଳ: ଡ଼ଙ୍ଗା ଭସାଇବାକୁ ଯାଇ ଭାସିଗଲେ ଛାତ୍ର  ।  କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରାହ୍ମଣୀ ନଦୀରେ ଡଙ୍ଗା ଭସାଇବାକୁ ଯାଇ ଅଷ୍ଟମ ଶ୍ରେଣୀ ଛାତ୍ର ନିଖୋଜ ଅଛନ୍ତି । ନଦୀରେ ଡଙ୍ଗା ଭସାଇ ବୁଡ ଦେବାକୁ ଶ୍ରଦ୍ଧାଳୁଙ୍କର ଭିଡ ଜମିଥିଲା । ଏହି ସମୟରେ ନଦୀକୁ ବୁଡ଼ ପକାଇବା ପାଇଁ ଯାଇଥିଲେ ଉକ୍ତ ଛାତ୍ର ଜଣଙ୍କ  । କିନ୍ତୁ ଭିଡ଼ ଭିତରେ କେଉଁଆଡ଼େ ନିଖୋଜ ହୋଇଯାଇଥିଲେ  ।

ମିଳିଥିବା ସୂଚନା ମୁତାବକ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ ନମ୍ବର ଓ୍ଵାଡର ୧୪ ବର୍ଷୀୟ ରୋସନ ନାୟକ ବ୍ରାହ୍ମଣୀ ନଦୀକୁ ଡଙ୍ଗା ଭସାଇବା ପାଇଁ ଯାଇଥିଲେ  । ଏହି ସମୟରେ ବୁଡ ପକାଇବା ବେଳେ  ବେଳେ ନଦୀରେ  ଭାସିଯାଇ ନିଖୋଜ ହୋଇଯାଇଥିଲେ  । ଖବର ପାଇ ଭୁବନ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନଦୀରେ ବୁଡି ଛାତ୍ର ନିଖୋଜ ଥିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଧର ନାୟକଙ୍କର ଏକମାତ୍ର ପୁଅ ଥିଲେ ରୋସନ ନାୟକ ।

Leave a Reply