ଜାମ୍ମୁ କାଶ୍ମୀରକୁ ଫେରିବ ଧାରା-୩୭୦! , ସୋସିଆଲ ମିଡିଆରେ ଚର୍ଚ୍ଚା           

1 min read

ନୂଆଦିଲ୍ଲୀ: ଆଜି ସକାଳେ ଏକ ବଡ଼ ଘୋଷଣା କରିଛନ୍ତି ମୋଦି ସରକାର । କୃଷି ଆଇନକୁ ନେଇ ଲାଗିରହିଥିବା ବିବାଦରେ ଆଜି ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ନରେନ୍ଦ୍ର ମୋଦି । ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ସାତ ବର୍ଷ କେନ୍ଦ୍ରରେ ଶାସନ କରିବା ପରେ ପ୍ରଥମ ଥର ପାଇଁ ସରକାର ବିରୋଧ ପ୍ରଦର୍ଶନ ପାଇଁ କୌଣସି ଆଇନକୁ ପ୍ରତ୍ୟାହାର କରିବାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତି ପରେ ସୋସିଆଲ ମିଡିଆରେ ଧାରା ୩୭୦ ଓ ନାଗରିକ ସଂଶୋଧନ ଆଇନକୁ ନେଇ ପ୍ରଶ୍ନ ଉଠୁଛି । କୃଷି ଆଇନ ପରେ ସୋସିଆଲ ମିଡିଆରେ ଲୋକ ପ୍ରଶ୍ନ କରିଛନ୍ତି କି ଏହା ପରେ କେଉଁ ଆଇନ ରଦ୍ଦ ହେବ ଧାରା ୩୭୦ ନା ନାଗରିକ ସଂଶୋଧନ ଆଇନ ।

https://twitter.com/RiddhiKapil/status/1461561038625591305?s=20

ତେବେ ସୋସିଆଲ ମିଡିଆରେ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯିଏ ଏହି କୃଷି ଆଇନ ପ୍ରତ୍ୟାହାର ସପକ୍ଷରେ ନାହାନ୍ତି । ସେମାନେ ଏହି ଘଟଣା ପରେ ଟୁଇଟ କରି କହିଛନ୍ତି କି ସରକାର ନିର୍ବାଚନ ପାଇଁ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ପୁଣି ଥରେ ଲଗାଇବା ଓ ସିଏଏ ପ୍ରତ୍ୟାହାର କରିବା ନିଷ୍ପତି ନିଅନ୍ତୁ ନାହିଁ । ୨୦୧୯ ଅଗଷ୍ଟ ୫ରେ ଜାମ୍ମୁ କାଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟା ଯାଇଥିଲା । ଧାରା ୩୭୦ ଅନୁଯାୟୀ ଜାମ୍ମୁ କାଶ୍ମୀର ରାଜ୍ୟକୁ ବିଶେଷ ଅଧିକାର ମିଳିଥିଲା । ଏହି ଧାରା ଫଳରେ ଜାମ୍ମୁ କାଶ୍ମୀରରେ ଅଲଗା ପତାକା ଏବଂ ଅଲଗା ସମ୍ବିଧାନ ଲାଗୁ ହେଉଥିଲା । ବିଦେଶ ଓ ଯୋଗାଯୋଗକୁ ଛାଡିଲେ ଆଉ ସବୁ ଆଇନ ବନାଇବା ପାଇଁ ରାଜ୍ୟକୁ ଅନୁମତି ଜରୁରୀ ଥିଲା । ଧାରା ୩୭୦ ପାଇଁ ଜାମ୍ମୁ କାଶ୍ମୀର ନାଗରିରକଙ୍କ ପାଖରେ ଦୁଇଟି ନାଗରିକତ୍ବ ରହିଥିଲା । ତେବେ ଏହି ଧାରା-୩୭୦କୁ ୫ ଅଗଷ୍ଟ ୨୦୧୯ରେ ମୋଦି ସରକାର ଉଠାଇ ଦେଇଥିଲେ  । ଧାରା ୩୭୦ ଉଠିବା ପରେ ଜାମ୍ମୁ କାଶ୍ମୀରରେ ସ୍ଥାନୀୟ ଲୋକ ବିରୋଧ କରିଥିଲେ । କାଶ୍ମୀର ଏକ ବଡ଼ ଗୋଷ୍ଠୀ ୩୭୦ ଧାରାକୁ ପୁଣି ଥରେ ଲାଗୁ କରିବାକୁ ଦାବି କରିଥିଲେ । ତେବେ ଏବେ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ପୁଣି ଥରେ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଫେରାଇ ଆଣିବାକୁ ଦାବି କରିଛନ୍ତି ।

ଧାରା-୩୭୦ ବ୍ୟତୀତ ମୋଦି ସରକାର ୧୧ ଡିସେମ୍ବର ୨୦୧୯ରେ ନାଗରିକ ସଂଶୋଧନ ଆଇନ ସଂସଦରେ ପାସ୍ କରିଥିଲେ । ଏହା ପରେ ପୂରା ଦେଶରେ ଧାରଣ ଓ ପ୍ରଦର୍ଶନ ଆରମ୍ଭ ହୋଇଯାଇଥିଲା । ଦିଲ୍ଲୀର ଶାହିନ୍ ବାଗ ସହିତ ଦେଶର ବିଭିନ୍ନ ସ୍ଥାନରେ ଧାରଣା ଆରମ୍ଭ ହୋଇଯାଇଥିଲା । କିଛି ମାସ ଧରି ଚାଲୁଥିବା ଏହି ଆନ୍ଦୋଳନ ଆଗରେ ମୋଦି ସରକାର ମୁଣ୍ଡ ନୁଆଁଇନଥିଲେ । କିନ୍ତୁ ଏହି ତିନୋଟି କୃଷି ଆଇନକୁ ପ୍ରତ୍ୟାହାର ପରେ ପୁଣି ଥରେ ସୋସିଆଲା ମିଡିଆରେ ସିଏଏକୁ ପ୍ରତ୍ୟାହାର ଏବଂ ଧାରା-୩୭୦କୁ ପୁଣି ଫେରାଇବା ପାଇଁ ଦାବି ହେଉଛି ।

Leave a Reply