spot_img
Home Blog Page 5055

ରାଉରକେଲାରେ ଜନୈକ ବ୍ୟକ୍ତିଙ୍କୁ ଲଣ୍ଡା କରି ମାଡ଼ ମାରିଲେ: ଭିଡିଓ ଭାଇରାଲ

ରାଉରକେଲା: ଟାଙ୍ଗରପାଲି ଥାନା ଲେବର କଲୋନୀର ଜଣେ ବ୍ୟକ୍ତିଙ୍କୁ ଦିଆଯାଉଛି ନିର୍ଯ୍ୟାତନା । ଜଣେ ବ୍ୟକ୍ତିଙ୍କୁ ଲଣ୍ଡା କରିଵା ସହ ମାଡ ମରାଯାଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିର୍ଯାତନାର କାରଣ ଅସ୍ପଷ୍ଟ ରହିଥିବା ବେଳେ ୫ରୁ ୬ ଜଣ ଯୁବକ ମାଡ ମାରୁଥିବା ଭିଡିଓରୁ ଜଣାପଡିଛି । ଏନେଇ ଗତକାଲି ରାତି ସାଢେ ୧୧ଟା ସମୟରେ ଟାଙ୍ଗରପାଲି ଥାନାରେ ଅଭିଯୋଗ ହୋଇଛି । ଏତଲା ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

ପୁଞ୍ଚ୍ ସେକ୍ୱରରେ ୬ ଆତଙ୍କବାଦୀ ଘେରାବନ୍ଦୀ

0

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଞ୍ଚ ସେକ୍ଟରରେ ପ୍ରାୟ ୬ ଆତଙ୍କବାଦୀ ଘେରାବନ୍ଦୀ । ଘଞ୍ଚ ଜଙ୍ଗଲରେ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସେମାନଙ୍କୁ ଘେରି ରହିଛନ୍ତି ଯବାନ । ଜଙ୍ଗଲ ଭିତରୁ ଗୁଳି ଓ ବିସ୍ଫୋରଣ ଶବ୍ଦ ଆସୁଥିବାରୁ ଯବାନମାନେ ସତର୍କ ରହିଛନ୍ତି । ସେଠାରେ ସ୍ୱତନ୍ତ୍ର ବାହିନୀ, ସର୍ଭେଲାନ୍ସ ଯନ୍ତ୍ରପାତି ମୁତୟନ କରାଯାଇଛି । ଅପରେସନ ଜାରି ରହିଥିବାରୁ ମେନ୍ଧାର ଓ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କୁ ଘରୁ ନ ବାହାରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ପୁଞ୍ଚର ବିଭିନ୍ନ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବାରୁ ସେମାନଙ୍କୁ କାବୁ କରିବା ଲାଗି କିଛି ଦିନ ଧରି ଉଦ୍ୟମ ଚଳାଇଛି ଭାରତୀୟ ସେନା ।

ଏହାସହ ଭଟ୍ଟ ଦୁରିଆନସ୍ଥିତ ମସଜିଦରେ ସତର୍କତା ଅବଲମ୍ବନ କରାଯିବା ସହ ସେଠାରୁ ବିଭିନ୍ନ ଅପରେସନ ସମ୍ପର୍କରେ ସୂଚନା ଦିଆଯାଉଛି । ଜାମ୍ମୁ ଓ ରଜୌରି ରାଜପଥ ଅନ୍ତର୍ଗତ ମେନ୍ଧାର ଓ ଥାନାମଣ୍ଡି ମଧ୍ୟରେ ଯାନବାହନ ଚଳାଚଳ ବାତିଲ କରାଯାଇଛି । ଘଟଣାସ୍ଥଳରେ ଡେପୁଟି ପୋଲିସ ଇନ୍ସପେକ୍ଟର ଜେନେରାଲ ବିବେକ ଗୁପ୍ତା ସ୍ଥିତି ସମୀକ୍ଷା କରୁଛନ୍ତି । ଆତଙ୍କବାଦୀଙ୍କ ସହ ସମ୍ପର୍କ ରକ୍ଷା କରିବା ସନ୍ଦେହରେ ଭଟ୍ଟ ଦୁରିଆନରେ ୮ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ନିୟନ୍ତ୍ରଣ ରେଖା ସୀମାରେ ସେନାମୁଖ୍ୟ ଜେନେରାଲ ଏମ.ଏମ ନରଓ୍ବାଣେ ସ୍ଥିତି ସମୀକ୍ଷା କରିବା ସହ ଅନୁପ୍ରବେଶ ବନ୍ଦ କରିବା ଲାଗି ଯୋଜନା ପ୍ରସ୍ତୁତ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଗତ ସପ୍ତାହରେ ମଧ୍ୟ ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାଓ୍ୱତ ପୁଞ୍ଚ୍ ପରିଦର୍ଶନ କରିଥିଲେ ।

ଦାଦାବଟିକୁ କେନ୍ଦ୍ରକରି ପୁରୀରେ ଗୁଳିମାଡ଼: ମହିଳା ଗୁରୁତର

ପୁରୀ: ଦାଦାବଟିକୁ କେନ୍ଦ୍ରକରି ଗତକାଲି ବିଳମ୍ବିତ ରାତିରେ ପୁରୀରେ ମହିଳାଙ୍କୁ ଗୁଳିମାଡ଼ ହୋଇଛି । ଗୁରୁତର ଭାବେ ମହିଳାଙ୍କୁ ପ୍ରଥମ ପୁରୀ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କାରାଯାଇଛି । ଗୁରୁତର ମହିଳା ହେଉଛନ୍ତି ସକୁନ୍ତଳା ସାହୁ । କୁମ୍ଭାରପଡା ନରେନ୍ଦ୍ରକୋଣ ଆଇଟିଆଇ ଛକଠାରେ ଏହି ଗୁଳିମାଡ ହୋଇଛି । ବିଜୁ ବେହେରା ନାମକ ଜଣେ ଯୁବକ ଦାଦାବଟିକୁ କେନ୍ଦ୍ର କରି ମହିଳାଙ୍କୁ ଗୁଳିମାଡ଼ କରିଥିବା ପୋଲିସ ସୂଚନା ଦେଇଛି ।

ତେବେ କୁମ୍ଭାରପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଲାଇଛି । ବେଆଇନ ଭାବେ ବିଜୁ ବେହେରା କେଉଠୁ ବନ୍ଧୁକ ଆଣିଲା, ତାକୁ ବନ୍ଧୁକ କିଏ ଦେଲା, ଏ ସବୁ ଦିଗରେ ଅଧିକ ଛାନବିନ୍ କରୁଛି ପୋଲିସ । ପୂର୍ବରୁ ସକୁନ୍ତଳାଙ୍କୁ ମଧ୍ୟ ଦାଦାବଟି ମଗାଯାଇଥିବା ଶୁଣିବାକୁ ମିଳୁଛି ।

କାଠଯୋଡ଼ି ବ୍ରିଜରୁ ନଦୀକୁ ଡେଇଁପଡ଼ିଲେ ଯୁବକ: ଗତକାଲି ଘରୁ ଚାଲିଆସିଥିଲେ

କଟକ: କାଠଯୋଡି ବ୍ରିଜରୁ ନଦୀକୁ ଡେଇଁଲେ ଯୁବକ । ଗୋପାଳପୁର ଛକ ନିକଟରେ ଖାରବେଳ ନଗରର ସପନ କୁମାର ବେହେରା ପାଣିକୁ ଡେଇଁପଡିଥିବା ସୂଚନା । ଘରୁ ଗତକାଲି ସଂଧ୍ୟାରେ ସେ ବାହାରି ଆସିଥିଲେ । ଆଜି କୌଣସି କାରଣରୁ ସ୍କୁଟି ରଖି ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି । ପୋଲିସ ସ୍କୁଟି ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲା। ସପନ କୋରିଅର କମ୍ପାନୀରେ କାମ କରନ୍ତି ।

କୌଣସି କାରଣରୁ ଯୁବକ ଜଣକ ମାନସିକ ଅଶାନ୍ତି ଭିତରେ ରହି କିଛି ଦିନ ହେବ ନିଶା କରୁଥିଲେ। ପରିବାର ଲୋକଙ୍କ ସହ ଭଲରେ କଥା ହେଉନଥିବା ପରିବାର ଲୋକ କହିଛନ୍ତି । ପୋଲିସ ଓ ଅଗ୍ନୀଶମ ଟିମ ଘଟଣାସ୍ଥଳରେ ଖୋଜାଖୋଜି କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା: ଆର୍ଯ୍ୟନଙ୍କ ଜାମିନ ଆବେଦନ ଉପରେ ଆଜି ହେବ ଶୁଣାଣି

ମୁମ୍ୱାଇ: ହାଇପ୍ରୋଫାଇଲ୍ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ନେଇ ଆଜି ଆସିବ ରାୟ । ମୁମ୍ବାଇର ସେସନ୍ସ କୋର୍ଟ ମାମଲାର ରାୟ ଶୁଣାଇବେ । ଯଦି ଆଜି ଆର୍ଯ୍ୟନଙ୍କୁ ଜାମିନ୍ ନ ମିଳେ ତେବେ ସେ ଜେଲରେ ରହିବେ । ସେପଟେ ଆର୍ଯ୍ୟନଙ୍କ ଜାମିନ୍ ଉପରେ ରୋକ ଲଗାଇବା ପାଇଁ ଚେଷ୍ଟା କରିବ ଏନସିବି । ଏବେ ମୁମ୍ବାଇର ଅର୍ଥର ରୋଡ୍ ଜେଲରେ ଅଛନ୍ତି ଆର୍ଯ୍ୟନ ଖାନଙ୍କ ସହ ଅନ୍ୟ ଅଭିଯୁକ୍ତ ।

ଡ୍ରଗ୍ସ ପାର୍ଟି ଲିଙ୍କ ଖୋଜୁଛି ଏନସିବି । ଆର୍ଯ୍ୟନଙ୍କ ମୋବାଇଲରୁ ଅନେକ ତଥ୍ୟ ମିଳିଥିବାବେଳେ ବିଦେଶ ଲିଙ୍କ ନେଇ ଚାଲିଛି ଖୋଳତାଡ । କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ମୋଟ ୧୮ ଜଣ ଗିରଫ ହୋଇ ସାରିଛନ୍ତି । ଗତ ୨ ତାରିଖରେ ଆର୍ଯ୍ୟନ ଖାନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କ ସହ ଅନ୍ୟ ୮ ଜଣକୁ ଗିରଫ କରିଥିଲା ଏନସିବି ।

ଏଥିସହିତ ପଢ଼ନ୍ତୁ: ଆର୍ଯ୍ୟନଙ୍କୁ ବେଲ୍ ନମିଳିବା ଯାଏଁ ମନ୍ନତରେ ହେବନି ମିଠା ରୋଷେଇ

କାଲିଠୁ କାର୍ତ୍ତିକ ବ୍ରତ: ମଠବାଡ଼ି, ହୋଟେଲରେ ହବିଷ୍ୟାଳୀଙ୍କୁ ନ ରଖିବାକୁ ପରାମର୍ଶ

ପୁରୀ: ପବିତ୍ର କୁମାରପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଅନ୍ୟପଟେ ଆସନ୍ତାକାଲିଠୁ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିମାନେ ପୁରୀ ନଆସି ଘରେ ରହି କାର୍ତ୍ତିକ ବ୍ରତ କରିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଆଶଙ୍କାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯିବ । ଭକ୍ତମାନେ କୋଭିଡ କଟକଣା ମାନି ଡବଲ ଡୋଜ ସାର୍ଟିଫିକେଟ କିମ୍ବା ୯୬ ଘଣ୍ଟା ପୂର୍ବର କୋଭିଡ ଆରଟିପିସିଆର ନେଗେଟିଭ ରିପୋର୍ଟ କିଓସ୍କୋରେ ଦେଖାଇ ଦର୍ଶନ ପାଇଁ ଯାଉଛନ୍ତି । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି  ଆବଶ୍ୟକ ହେଲେ କିଓସ୍କୋ ସଂଖ୍ୟା ମଧ୍ୟ ବଢାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସମସ୍ତ ଭକ୍ତ ଯେଭଳି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିରର ଦକ୍ଷିଣ ଓ ଉତ୍ତର ଦ୍ୱାରରେ ଭକ୍ତମାନେ ମହାପ୍ରସାଦ ପାଇପାରିବେ ।

ଏଥିସହିତ ପଢ଼ନ୍ତୁ: ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା: ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା

ଉତ୍ତରାଖଣ୍ଡରେ ବର୍ଷା ଆଣିଛି ବିପର୍ଯ୍ୟୟ: ୩୦ ଟିପିଲାଣି ମୃତ୍ୟୁ ସଂଖ୍ୟା, ମୃତଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ସହାୟତା

ଧର୍ମଶାଳା: ଦେବଭୂମି ଉପରେ ପ୍ରକୃତିର କୋପ । ବର୍ଷା, ବନ୍ୟା ଓ ଭୂସ୍ଖଳନ ଫଳରେ ଉତ୍ତରାଖଣ୍ଡରେ ସ୍ଥିତି ଗମ୍ଭୀର । ମୃତ୍ୟ ସଂଖ୍ୟା ୩୦ ଟପିଥିବା ବେଳେ ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ପରିବାର ପ୍ରତି ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ସମସ୍ତ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କୁ ସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ।

Uttarakhand rains: Nainital Lake overflows, at least 24 dead, roads, houses washed away | Top updates - India News

NDRF ଓ SDRF ଟିମ୍ ତୟାର ରହିଛନ୍ତି । ରିଲିଫ୍ କାର୍ଯ୍ୟ ଓ ପ୍ରଭାବିତଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ସହାୟତା ନିଆଯାଇଛି । ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନିତାଲ ଜିଲ୍ଲା । ନୈନିତାଲ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ସମସ୍ତ ପର୍ଯ୍ୟଟନସ୍ଥଳୀ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି । ସେହିଭଳି ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ଠପ୍ ହୋଇଯାଇଛି ।

Uttarakhand Weather Update News Today: River Crosses Danger Level After Heavy Rainfall - Uttarakhand Rain And Floods: काल बनकर बरसे बादल, अब तक 42 लोगों की मौत, मृतकों के परिजनों को मिलेगी

ନୈନିତାଲ ସହ ଅନ୍ୟ ଜିଲ୍ଲାର ହଜାର ହଜାର ଲୋକ ମଧ୍ୟ ପ୍ରାଭାବିତ ହୋଇଛନ୍ତି । ଜାତୀୟ ରାଜପଥରେ ଫସି ରହିଛି ଅନେକ ଗାଡି । ସେପଟେ ରାଜ୍ୟର ପ୍ରମୁଖ ନଦୀରେ ବନ୍ୟା ଆସିଛି । ଯାହାଫଳରେ ଦୁର୍ଦ୍ଦଶା ଦ୍ୱି ଗୁଣିତ ହୋଇଯାଇଛି । ବନ୍ୟା ପାଣି କମିବା ପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି କହିଛନ୍ତି ଉତ୍ତରାଖଣ୍ଡ ସରକାର  ।

ଏଥିସହିତ ପଢ଼ନ୍ତୁ: ବିଜେପିରୁ ସମ୍ପୂର୍ଣ୍ଣ ଦୂରେଇଲେ ସାଂସଦ ବାବୁଲ ସୁପ୍ରିୟୋ; ବାଚସ୍ପତିଙ୍କୁ ଦେଲେ ଇସ୍ତଫା

ଗୋବିନ୍ଦ ସାହୁଙ୍କୁ ଆଜି କୋର୍ଟରେ ହାଜର କରିବ ପୋଲିସ: ୩ ଦିନିଆ ରିମାଣ୍ଡ ପାଇଁ କରିପାରେ ଆବେଦନ

କଳାହାଣ୍ଡି: ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ ମାମଲାରେ ଗିରଫ ଗୋବିନ୍ଦ ସାହୁଙ୍କୁ ଆଜି କରାଯିବ କୋର୍ଟ ଚାଲାଣ । ମାମଲାର ଅଧିକ ତଦନ୍ତ ପାଇଁ ଅଭିଯୁକ୍ତକୁ ତିନି ଦିନିଆ ରିମାଣ୍ଡରେ ଆଣିବାକୁ ଆବେଦନ କରିପାରେ ପୋଲିସ । ଗତକାଲି ଅପରାହ୍ନରେ ବଙ୍ଗୋମୁଣ୍ଡା ବ୍ଲକ ବୁଢିପଦରରୁ ଗୋବିନ୍ଦଙ୍କୁ ଗିରଫ କରିଥିଲା ପୋଲିସ । ତାଙ୍କ ଭଉଣୀ ଘର ପାଖରେ ଥିବା ଆଖୁ କିଆରିରେ ଲୁଚିଥିଲେ ଗୋବିନ୍ଦ ।

ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟରେ ଗୋବିନ୍ଦଙ୍କୁ ଦୀର୍ଘ ସମୟ ଧରି ପଚରାଉଚରା ପରେ ରିଜର୍ଭ ପୋଲିସ ବାରାକକୁ ନିଆଯାଇଛି । ରିଜର୍ଭ ପୋଲିସ ମେଡିକାଲରେ ପ୍ରାଥମିକ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ବାରାକରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ରଖାଯାଇଛି । ଅନ୍ୟପଟେ ଗୋବିନ୍ଦଙ୍କ ଫେରାର ମାମଲାରେ ତାଙ୍କ ଭଣଜାଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଫେରାର କରିଥିବା ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଆଇଜି ଦୀପକ କୁମାର ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ଆଜି ବି ରାଜ୍ୟରେ ଜାରି ରହିବ ବର୍ଷା: ଅର୍ଦ୍ଧାଧିକ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଛେଚିବ ବର୍ଷା । ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ବି ସକ୍ରିୟ ରହିଛି । ଏହା ପ୍ରଭାବରେ ଆଜି ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆଜି ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି  । ଏଥିପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ତେବେ ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ଆସିବା ସହିତ ବର୍ଷା କମିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି  ।

ଏଥିସହିତ ପଢ଼ନ୍ତୁ: ରିଜର୍ଭ ପୋଲିସ ବାରାକକୁ ଗଲା ମୋଷ୍ଟ ୱାଣ୍ଟେଡ ଗୋବିନ୍ଦ ସାହୁ

ନୂଆ ରାଜନୈତିକ ଦଳ ଗଢିବେ ଅମରିନ୍ଦର ସିଂ

ଚଣ୍ଡିଗଡ଼: ନୂଆ ରାଜନୈତିକ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ। ଏ ନେଇ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି ଅମରିନ୍ଦର ସିଂଙ୍କ ରାଜନୈତିକ ପରାମର୍ଶଦାତା ରବିନ ଠୁକରାଲ ।

ସୂଚନା ଅନୁଯାୟୀ, ଖୁବ ଶୀଘ୍ର ନୂଆ ରାଜନୈତିକ ଦଳର ନାଁ ଘୋଷଣା କରିବେ ଅମରିନ୍ଦର। ବିଜେପି ସହ ଆଗାମୀ ନିର୍ବାଚନରେ ଯିବା ନେଇ ସଙ୍କେତ ଦେଇଛନ୍ତି ଅମରିନ୍ଦର । ସେ କହିଛନ୍ତି ଯଦି ଚାଷୀମାନଙ୍କ ସମସ୍ୟାର ସମାଧାନ ହୋଇଯିବ, ତେବେ ୨୦୨୨ ନିର୍ବାଚନରେ ବିଜେପି ସହ ମେଣ୍ଟ ହେବାର ସମ୍ଭାବନା ରହିଛି । ପଞ୍ଜାବର ଭବିଷ୍ୟତ ପାଇଁ ଲଢେଇ ଜାରି ରହିବ ବୋଲି କହିଛନ୍ତି ଅମରିନ୍ଦର ।

ତେବେ କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଅମରିନ୍ଦର । ଏଥି ସହ କଂଗ୍ରେସ ସହ ସମସ୍ତ ରାଜନୈତିକ ସମ୍ପର୍କ ମଧ୍ୟ ଛିନ୍ନ କରିଥିଲେ । ଅମରିନ୍ଦର ନୂଆ ଦଳ ଗଢିବା ନେଇ ଚର୍ଚ୍ଚା ହେଉଥିବାବେଳେ ଆଜି ସେ ଏ ନେଇ ସୂଚନା ଦେଇଛନ୍ତି । ୨୦୨୨ ବିଧାନସଭା ନିର୍ବାଚନରେ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଅଡୁଆ ସୃଷ୍ଟି କରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି